ପରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ କୋର୍ଟଚାଲାଣ

ନୟାଗଡ ଅଫିସ,୨୨।୧୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରର ଶିଶୁକନ୍ୟା ପରୀକୁ ଅପହରଣ ଓ ହତ୍ୟା ମାମଲାରେ ସେହି ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି। ଶନିବାରଠାରୁ ଅଟକ ଥିବା ଉକ୍ତ ଛାତ୍ରଙ୍କୁ ଏସ୍‌ଆଇଟି ରବିବାର ଗିରଫ କରିଥିବାବେଳେ ତାଙ୍କ ନାମ ପ୍ରକାଶ କରି ନ ଥିଲା। ସୋମବାର ତାଙ୍କୁ ନୟାଗଡ଼ ପୋକ୍‌ସୋ କୋର୍ଟରେ ହାଜର କରି ୪ ଦିନ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଅନୁମତି ମାଗିଥିଲା। ପୋକ୍‌ସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଅଭିଯୁକ୍ତଙ୍କୁ ୩ ଦିନ ଅର୍ଥାତ୍‌ ଡିସେମ୍ବର ୨୨ରୁ ୨୪ ଯାଏ ରିମାଣ୍ଡରେ ନେବାକୁ ଏସ୍‌ଆଇଟିକୁ ଅନୁମତି ଦେଇଛନ୍ତି। ଫଳରେ ସୋମବାର ଅଭିଯୁକ୍ତଙ୍କୁ ନୟାଗଡ଼ ସବ୍‌ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଛାତ୍ର ଜଣକ ନାବାଳକ ଓ ନିର୍ଦ୍ଦୋଷ ବୋଲି ତାଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି।
ସୋମବାର ପ୍ରଥମେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ଯଦୁପୁର ଗଁାକୁ ନିଆଯାଇ ମା’ ଓ ଭଉଣୀଙ୍କ ସହ କଥାବାର୍ତ୍ତା ହେବାକୁ ସୁଯୋଗ ଦିଆଯାଇଥିଲା। ସନ୍ଧ୍ୟାରେ ପୋକ୍‌ସୋ କୋର୍ଟରେ ହାଜର କରାଯାଇଥିଲା। ଛାତ୍ରଙ୍କୁ ଗଁାକୁ ଆଣିବା ପରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀର ମୃତଦେହ ଜବତ ହୋଇଥିବା ସ୍ଥାନକୁ ଅନୁଧ୍ୟାନ କରିଥିଲେ। ଏହାପରେ ଛାତ୍ରଙ୍କ ଗିରଫଦାରି ନେଇ ନୟାଗଡ଼ରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବୋଥ୍ରା କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ଗିରଫ କରାଗଲା। ଥରେ ନୁହେଁ, ୧୦ ଥର ପଚରାଉଚୁରା ପରେ ଏସ୍‌ଆଇଟି ଗିରଫ କରିଛି। ପୂର୍ବରୁ ଜିଲା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପଚରାଉଚୁରା କରିଥିଲା। ସେ ଆହୁରି କହିଥିଲେ, ଆମେ ତଦନ୍ତର ୨ୟ ପାହାଚରେ ରହିଛୁ। ଆମେ ପ୍ରାଥମିକ ତଦନ୍ତ କରି ଜାଣିଲୁ ଯେ, ବଳାତ୍କାର ଅପରାଧର ମୁଖ୍ୟ କାରଣ। ବଳାତ୍କାର ପରେ ହତ୍ୟା କରାଯାଇଛି। ତଦନ୍ତ ଖୁବ୍‌ କମ୍‌ ଦିନରେ ହୋଇଥିଲେ ମଧ୍ୟ ଏହାକୁ ନେଇ ଆମେ ସନ୍ତୁଷ୍ଟ ଅଛୁ। ଏତିକିରେ ତଦନ୍ତ ଶେଷ ହୋଇନାହିଁ। ଅଭିଯୁକ୍ତଙ୍କୁ ଆଉ କେଉଁମାନେ ସହଯୋଗ କରିଥିଲେ ସେନେଇ ତଦନ୍ତ କରାଯାଉଛି। ତଦନ୍ତ ଶେଷ ହେଲେ ଏସ୍‌ଆଇଟି ପକ୍ଷରୁ ଚାର୍ଜଶିଟ୍‌ ଦାଖଲ କରାଯିବ ବୋଲି ବୋଥ୍ରା କହିଛନ୍ତି। ଅନ୍ୟପକ୍ଷେ ଦୋଷ ମାନିବାକୁ ଧମକଚମକ ଦେବା ଓ ୫ ଲକ୍ଷ ଟଙ୍କା ଲୋଭ ଦେଖାଇବା ନେଇ ବୋଥ୍ରୋଙ୍କ ନାମରେ ଉକ୍ତ ଛାତ୍ର ପୂର୍ବରୁ ଅଭିଯୋଗ କରିଥିଲେ। ଏନେଇ ବୋଥ୍ରା କହିଛନ୍ତି ଯେ, ‘ମୋ ବିରୋଧରେ ବ୍ୟକ୍ତିଗତ ଅଭିଯୋଗ ଆସିଛି। ଆମେ କୋର୍ଟ ନିକଟରେ ଉତ୍ତରଦାୟୀ ଥିବାରୁ ଏବାବଦରେ ନିଜର ପକ୍ଷ ରଖିବୁ’। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଘଟଣାରେ ଆଇପିସି ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧ ଏବଂ ପୋକ୍‌ସୋ ଆକ୍ଟ ସେକ୍ସନ ୬ ଅନୁଯାୟୀ ୧୪/୨୦୨୦ ନମ୍ବରରେ ମାମଲା ରୁଜ କରାଯାଇଛି।
ଅନ୍ୟପକ୍ଷରେ ଛାତ୍ରଙ୍କ ମା’ କହିଛନ୍ତି ଯେ, ‘ସୋମବାର ଏସ୍‌ଆଇଟି ମୋ ପୁଅକୁ ଘରକୁ ଆଣିଥିଲା। ତାକୁ ମାରପିଟ୍‌ କରି ଦୋଷ ମାନିବାକୁ ବାଧ୍ୟ କରାଯାଇଥିବା ସେ କହିଛି। ମୋ ପୁଅ ଯଦି ଦୋଷୀ, ତେବେ ସେ ହତ୍ୟାକାଣ୍ଡ କିପରି ଘଟାଇଲା ତାହା ପ୍ରମାଣ କରିବାର ଥିଲା। କେବଳ ଦୋଷୀ କହି ମୋ ନାବଳକ ପୁଅକୁ ଫସାଇ ଦିଆଗଲା। ତାକୁ ରକ୍ଷା କର’ ବୋଲି ସେ ନିବେଦନ କରିଥିଲେ।
ଛାତ୍ରଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ରଙ୍କ ସୂଚନା ଅନୁସାରେ, ଏସ୍‌ଆଇଟି ପକ୍ଷରୁ ଛାତ୍ରଙ୍କ ଓସିଫିକେଶନ ଟେଷ୍ଟ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି। ଏହି ଟେଷ୍ଟ ଯୋଗୁ ସେ ସାବାଳକ ବୋଲି ଜଣାପଡ଼ିଛନ୍ତି। କିନ୍ତୁ ତାଙ୍କ ଜନ୍ମ ତାରିଖ ହେଉଛି ୬।୨।୨୦୦୩। ଛାତ୍ରଙ୍କ କେତେକ ସାର୍ଟିଫକେଟ୍‌ରେ ଏହି ତାରିଖ ଉଲ୍ଲେଖ ରହିଛି। ଜନ୍ମ ତାରିଖକୁ ହିସାବ କଲେ ଛାତ୍ରଙ୍କୁ ୧୮ ବର୍ଷ ହୋଇନି। ଆମେ ହାଇକୋର୍ଟ ଯିବୁ। କାରଣ ନାବାଳକ ସତ୍ତ୍ୱେ ତାଙ୍କୁ ସାବାଳକ ଦର୍ଶାଯାଇଥିବାବେଳେ ବିନା ଡେମୋରେ କୋର୍ଟଚାଲାଣ କରାଗଲା ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ହତ୍ୟା, ଗୁରୁତର ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର

ବାରିପଦା ଅଫିସ/ବାଙ୍ଗିରିପୋଷି,୪ା୩: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ଅଧୀନ ଦ୍ୱାରଶୁଣୀ ଘାଟିିରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେହିପରି କରଞ୍ଜିଆ ଥାନା ଅଧୀନ...

ଓଲଟିଲା ମାଛ ବୋଝେଇ ଟ୍ରକ୍‌

ଟାଙ୍ଗୀ(ଖୋର୍ଦ୍ଧା),୨୨ା୫(ଡି.ଏନ.ଏ.)-୧୬ ନଂ ଜାତୀୟ ରାଜପଥ ଚମ୍ପାଗଡ଼ଠାରେ ମଙ୍ଗଳବାର ଏକ ମାଛ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନ...

ପରୀକ୍ଷା ନେଇ ଚିନ୍ତାରେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜୁଲାଇ ୬ରୁ ଆରମ୍ଭ ହେଉଥିବା ଯୁକ୍ତ ୩ ସେମିଷ୍ଟାର ତଥା ପିଜି ଶେଷବର୍ଷ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର...

ଖୋର୍ଦ୍ଧା ଜିଲାରେ ସଂଘରୋଧ ଅବଧି ବୃଦ୍ଧି: ଏଣିକି ୧୪ ଦିନ ରହିବେ ପ୍ରବାସୀ

ଖୋର୍ଦ୍ଧା ଅଫିସ,୭।୬ :ଖୋର୍ଦ୍ଧା ଜିଲାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ସଂଘରୋଧ ଅବଧି ୭ଦିନ ବୃଦ୍ଧି ଘଟିଛି। ଏନେଇ ଜିଲାପାଳ ଶିତାଂଶୁ ରାଉତ ଚିଠି ଲେଖି ସମସ୍ତ ବିଡିଓଙ୍କୁ...

ମଥୁରାରେ କୃଷ୍ଣ, ବଳରାମ

ମଥୁରାନଗରୀ/ଗୋପପୁର,୯ା୧: ବରଗଡ଼ ଧନୁଯାତ୍ରା ମହୋତ୍ସବର ବୁଧବାର ନବମ ଦିବସରେ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ନନ୍ଦଭବନରୁ ବାହାରି ଥିଲେ। ନନ୍ଦରାଣୀ, ନନ୍ଦରାଜା ବେନିଭାଇଙ୍କ ଶୁଭ ମନାସୀ...

ମାଓବାଦୀଙ୍କଠାରୁ ସାମାଜିକ ଦୂରତା ରକ୍ଷା ପାଇଁ ନିବେଦନ

ବାଲିଗୁଡା,୨୬ା୪(ଡି.ଏନ୍‌.ଏ.)- ବିଶ୍ୱରେ ମହାମାରୀ କରୋନାର ଭୟାବହତା ଜାରି ରହିଛି। ଏପରି ସ୍ଥଳେ ସାମାଜିକ ଦୂରତ୍ୱକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ଏନେଇ ଦେଶରେ ଲକ୍‌ଡାଉନ୍‌ କଟକଣା ଜାରି...

କାଠ ବୋଝେଇ ଗାଡ଼ି ଜବତ : ଜଣେ ଗିରଫ

ବାଙ୍ଗିରିପୋଷି,୧୮ା୭(ଡ଼ି.ଏନ.ଏ.)- ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନ ବିଭାଗ ଏକ କାଠ ବୋଝେଇ ଗାଡ଼ି ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ...

ଅସୁରକ୍ଷିତ ବନ୍ୟପ୍ରାଣୀ: ସାତକୋଶିଆ ସଂରକ୍ଷିତ ଜଙ୍ଗଲରୁ କୁଟୁରା ଶିକାର; ୩ଜଣ ଶିକାରୀ ସହ ମାଂସ ଜବତ

ଠାକୁରମୁଣ୍ଡା, ୨୪।୪(ଡି.ଏନ୍‌.ଏ.): ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ବାଲିଘାଟ ସଂରକ୍ଷିତ ଜଙ୍ଗଲର କମ୍ପାର୍ମେଣ୍ଟ ନଂ ୧୨ ତଳବନ୍ଧ ନାଳ ନିକଟରେ ଗୁରବାର ରାତିରେ...

Advertisement


Archives

Model This Week

Why Dharitri