ପୁଣ୍ୟର କରାମତି

ଡ. ପ୍ରମୋଦ କୁମାର ପଣ୍ଡା

 

ଜୀବନକାଳ ମଧ୍ୟରେ ଆମେ ସତ୍‌ କିମ୍ବା ଅସତ୍‌ ଉପାୟରେ ପ୍ରଚୁର ଧନ ସମ୍ପତ୍ତି ଠୁଳ କରିଛୁ। ତେବେ ଅର୍ଜିତ ଧନ ସମ୍ପତ୍ତିର କିଛି ଭାଗ କିପରି ମୃତ୍ୟୁପରେ ସାଙ୍ଗରେ ନେଇ ଯିବା, ଏହା ଏକ ଅସମାହିତ ପ୍ରଶ୍ନ?
ଥରେ ଜଣେ ପ୍ରସିଦ୍ଧ ଶିଳ୍ପପତିଙ୍କ ମୁଣ୍ଡକୁ ଏ ପ୍ରଶ୍ନ ଜୁଟିଲା। ପାଠପଢ଼ୁଆ ଉଚ୍ଚ ଶିକ୍ଷିତ ଯୁବକ। ନିଜ ପରିଶ୍ରମ ବଳରେ ବାଣିଜ୍ୟର ସାମ୍ରାଜ୍ୟ ଠିଆ କରାଇଛନ୍ତି। ଥରେ ଏକଥା ସେ ତାଙ୍କ ସ୍ତ୍ରୀଙ୍କ ସହିତ ଆଲୋଚନା କଲେ। ତାଙ୍କ ଧର୍ମପତ୍ନୀ ବି ଉଚ୍ଚ ଶିକ୍ଷିତା ଓ ଅଧ୍ୟବସାୟୀ। ସେ ସ୍ବାମୀଙ୍କୁ କହିଲେ, ତୁମେ ତ ଆମେରିକାର ସିଲିକନ ଭ୍ୟାଲି ଯାଉଛ? ତୁମେ ତ ନାସା ମଧ୍ୟ ଯାଉଛ। ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକ ସଙ୍ଗଠନ ସହିତ ତୁମର ସମ୍ପର୍କ ଅଛି। ତେଣୁ ସେମାନଙ୍କୁ ଏ ବିଷୟରେ ପଚାରୁନ କାହିଁକି? ଆବଶ୍ୟକ ପଡ଼ିଲେ ଗବେଷଣା ପାଇଁ କିଛି ଅର୍ଥ ପ୍ରୋଜେକ୍ଟ ମାଧ୍ୟମରେ ଦେବା। ତେଣୁ ଶିଳ୍ପପତି ଜଣଙ୍କ ମନକୁ ଏ କଥା ପାଇଲା। ତେଣୁ ସେ ମନସ୍ଥ କଲେ ଯେ, ବିଶ୍ୱର ବିଭିନ୍ନ କାମ ପୁଣି ବ୍ୟକ୍ତି ଓ ସଙ୍ଗଠନରୁ ଏହାର ସମାଧାନ ବାହାର କରିବେ। ସେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପଚରାଉଚୁରା କଲେ। ମାତ୍ର କେହି ତାଙ୍କୁ ଠିକ୍‌ ଭାବେ କିଛି କହିପାରିଲେ ନାହିଁ। ମାତ୍ର ଶିଳ୍ପପତି ଜଣକ ଦୃଢ଼ ନିଶ୍ଚିତ ଥିଲେ ଯେ ସବୁ ପ୍ରଶ୍ନର ଏ ସଂସାରରେ କିଛି ନା କିଛି ଉତ୍ତର ନିଶ୍ଚିତ ଅଛି। ତେଣୁ ସେ ଏ ବିଷୟରେ ସମସ୍ତଙ୍କ ସହିତ ଆଲୋଚନା କରୁଥିଲେ, ମାତ୍ର କିଛି ଫଳ ମିଳିଲାନି। ତେଣୁ ବାଧ୍ୟ ହୋଇ ସେ ଘୋଷଣା କଲେ ଯେ, ଯେକୌଣସି ବ୍ୟକ୍ତି ଏ ପ୍ରଶ୍ନର ସମାଧାନ କରିଦେବ, ତାକୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ଟଙ୍କା ଲୋଭରେ ନାନା ଲୋକ ଆସିଲେ ଓ ନାନା କଥା କହିଲେ। ମାତ୍ର ଶିଳ୍ପପତିଙ୍କ ମନକୁ କାହା କଥା ପାଇଲା ନାହିଁ। ଥରେ ଜଣେ ଅବସରପ୍ରାପ୍ତ ପ୍ରଫେସର ସାଇକେଲରେ ସେ ବାଟ ଦେଇ ଯାଉଥିଲେ। ଥକି ପଡ଼ିବାରୁ ସେ ଏକ ବରଗଛ ମୂଳେ କ୍ଷଣିକ ବିଶ୍ରାମ ନେଲେ। ସେଠାରେ ପୂର୍ବରୁ ବସିଥିବା କିଛି ବ୍ୟକ୍ତି ଶିଳ୍ପପତିଙ୍କ ଏହି ପ୍ରଶ୍ନ ଉପରେ ଆଲୋଚନା କରୁଥିଲେ। ପ୍ରଫେସରଙ୍କ କାନରେ ଏ କଥା ପଡ଼ିଲା। ସେ ପଚାରିଲେ, କିଏ ସେହି ଶିଳ୍ପପତି? ଲୋକମାନେ ତାଙ୍କୁ ଶିଳ୍ପପତିଙ୍କ ଠିକଣା ବିଷୟରେ କହିଲେ। ସେ ଶିଳ୍ପପତିଙ୍କ ନିକଟକୁ ଗଲେ। ଶିଳ୍ପପତି ପଚାରିଲେ, ଆପଣ କ’ଣ କରୁଛନ୍ତି? ସେ ଉତ୍ତରଦେଲେ, ମୁଁ ନିଜେ ବଞ୍ଚତ୍ବା ପାଇଁ ଓ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଚାଷବାସ କରୁଛି। ପୁଣି ପଚାରିଲେ, କେତେ ବର୍ଷ ହେବ କରୁଛନ୍ତି ? ସେ ଉତ୍ତର ଦେଲେ, ୧୦ ବର୍ଷ ହେବ। ଶିଳ୍ପପତି ପଚାରିଲେ, ଏହା ପୂର୍ବରୁ କ’ଣ କରୁଥିଲେ? ସେ କହିଲେ, ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦବୀରେ ଥିଲି। ପ୍ରଫେସର ଶିଳ୍ପପତିଙ୍କୁ ପଚାରିଲେ, ଆପଣ କେତେ ଦେଶ ବୁଲିଛନ୍ତି? ଶିଳ୍ପପତି କହିଲେ, ପ୍ରାୟ ୫୦ଟି ଦେଶ । ପ୍ରଫେସର ପଚାରିଲେ, ଆପଣ ବିଦେଶ ଗଲାବେଳେ ସବୁ ଦେଶକୁ ଆମର ଭାରତୀୟ ମୁଦ୍ରା ନେଇଯାଆନ୍ତି? ଶିଳ୍ପପତି କହିଲେ ନା, ଯେଉଁ ଦେଶ ଯାଏ, ତା’ର ମୁଦ୍ରା ବ୍ୟାଙ୍କରୁ ନେଇ ଯାତ୍ରା କରେ। ପୁଣି ପଚାରିଲେ, କାହିଁକି? ଶିଳ୍ପପତି କହିଲେ, ସେ ଦେଶରେ ଆମ ଦେଶ ମୁଦ୍ରା ଚଳେନାହିଁ। ପ୍ରଫେସର କହିଲେ, ସ୍ବର୍ଗଦେଶ ମଧ୍ୟ ଏକ ନୂଆ ଦେଶ। ମୃତ୍ୟୁପରେ ଯେତେବେଳେ ଆପଣ ସେଠିକି ଯିବେ, ସେତେବେଳେ ସ୍ବର୍ଗଲୋକର ମୁଦ୍ରା ନେଇ ଯିବାକୁ ପଡ଼ିଥାଏ। ସ୍ବର୍ଗଲୋକର ମୁଦ୍ରା ହେଉଛି ପୁଣ୍ୟ। ଆପଣ ଜାଣନ୍ତି ସ୍ବର୍ଗଲୋକକୁ ସିଧା ଯାଇ ହୁଏ ନାହିଁ। ସ୍ଥୂଳ ଶରୀରକୁ ମର୍ତ୍ତ୍ୟରେ ଛାଡ଼ି କେବଳ ଆତ୍ମା ହିଁ ସ୍ବର୍ଗଲୋକ ଯାଏ । ଆତ୍ମା ସ୍ଥୂଳ ଶରୀର ହୋଇ ନ ଥିବାରୁ ସ୍ଥୂଳ ପଦାର୍ଥ ନେଇପାରେ ନାହିଁ। ମାତ୍ର ମର୍ତ୍ତ୍ୟରେ ଆତ୍ମା ତା’ର ଜମାଖାତାରେ ସ୍ବର୍ଗର ମୁଦ୍ରା ପୁଣ୍ୟ ଜମାକଲେ ହିଁ ସ୍ବର୍ଗଲୋକ ଯାଇଥାଏ। ତେଣୁ ଜଣେ ରୋଜଗାର କରିଥିବା ଧନକୁ ଗରିବ, ଅସହାୟ, ଅକର୍ମଣ୍ୟ ପ୍ରଭୃତି ବ୍ୟକ୍ତି, ପଶୁପକ୍ଷୀଙ୍କ ହିତ ସାଧନରେ ଲଗାଇଲେ ସେଥିରୁ ସ୍ବର୍ଗର ମୁଦ୍ରା ପୁଣ୍ୟ ମିଳିବ। ସେହି ପୁଣ୍ୟ ସିଧାସଳଖ ବ୍ୟକ୍ତିର ସ୍ବର୍ଗରେ ଥିବା ଆତ୍ମାଖାତାରେ ଜମାହୁଏ ଓ ତାକୁ ସହାୟକ ହୋଇଥାଏ। ମାତ୍ର ଯଦି କୌଣସି କାରଣରୁ ଆତ୍ମା ମର୍ତ୍ତ୍ୟରେ ପୁନର୍ଜନ୍ମ ଲାଭକରେ, ତାହା ଭାଗ୍ୟ ରୂପରେ ପୁଣି ସେହି ବ୍ୟକ୍ତି ପାଖରେ ପ୍ରକଟ ହୁଏ। ସେ ବ୍ୟକ୍ତି ସୁଖ ସ୍ବାଚ୍ଛନ୍ଦ୍ୟରେ ଜୀବନଯାପନ କରେ। ଏହା ତାଙ୍କ ଆତ୍ମାଖାତାରେ ଜମା ହୋଇଥିବା ପୁଣ୍ୟର କରାମତି। ଏଥର ଶିଳ୍ପପତି ଜଣକ ବୁଝିପାରିଲେ ଯେ କଷ୍ଟ ଅର୍ଜିତ ଧନ ସମ୍ପତ୍ତିକୁ ମୃତ୍ୟୁ ସମୟରେ ସାଙ୍ଗରେ ନେବାକୁ ହେଲେ ପ୍ରଥମେ ସେଗୁଡ଼ିକୁ ପୁଣ୍ୟକୁ ବଦଳାଇବାକୁ ହେବ।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶର, ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri