ପ୍ରାକୃତିକ ବାଲୁକା ସ୍ତୂପ ଉପରେ ମାଫିଆଙ୍କ ଦୃଷ୍ଟି

କୁଜଙ୍ଗ, ୧୬ା୫(ଡି.ଏନ୍‌.ଏ.): ଏରସମା ତହସିଲ ଅନ୍ତର୍ଗତ ଅଭୟଚାନ୍ଦପୁର ମୌଜା ଭୋଷ୍କାଲିସ ପଏଣ୍ଟ ସମୁଦ୍ରକୂଳ ପ୍ରାକୃତିକ ବାଲୁକା ସ୍ତୂପ ଉପରେ ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ପ୍ରାକୃତିକ ବାଲୁକା ସ୍ତୂପ ସଂଲଗ୍ନ ଘରୋଇ ଜମି ଉପରେ ବାଲି ଉଠାଣ ପାଇଁ ନାମକୁମାତ୍ର ରୟାଲଟି କାଟି ସରକାରୀ ଜାଗାରେ ଥିବା ବାଲୁକା ସ୍ତୂପରୁ ଦୈନିକ ଶହ ଶହ ଟ୍ରିପ ବାଲି ଉଠାଯାଇ ଚୋରା ଚାଲାଣ ହେଉଛି। ଏଥିରେ ଢିଙ୍କିଆ ଗ୍ରାମର କେତେଜଣ ବ୍ୟକ୍ତି ବାଲି ମାଫିଆଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ଗ୍ରାମରେ ଚାପା ଅସନ୍ତୋଷ ପ୍ରକାଶ ପାଇଛି। ଗୋଟିଏ ପଟେ ରୟାଲଟି ଯେଉଁ ପ୍ଲଟ ଉପରେ କଟାଯାଇଛି ସେ ପ୍ଲଟରୁ ବାଲି ଉଠୁଛି କି ଅନ୍ୟ ସ୍ଥାନରୁ ଉଠୁଛି ତାହାକୁ ଯାଞ୍ଚ କରାଯାଉନାହିଁ। ଏପରିକି କେତେ ପରିମାଣର ବାଲି ଉଠୁଛି ତାର ମଧ୍ୟ ରାଜସ୍ବ ବିଭାଗ ହିସାବ ରଖିବା ପାଇଁ ତତ୍ପରତା ପ୍ରକାଶ କରୁନାହିଁ। ଫଳରେ ବାଲିମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ବାଲି ବିନା ରାଜସ୍ବରେ ଲୁଟି ନେଉଛନ୍ତି ା ଏସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବାଲି ଉଠାଣ କିଛି ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ମାତ୍ର ପୁନର୍ବାର ଏବେ ବାଲି ଉଠାଣ ଆରମ୍ଭ ହୋଇଛି ା
ଏ ସମ୍ପର୍କରେ ଢିଙ୍କିଆ ଗ୍ରାମର ବିବେକାନନ୍ଦ ସ୍ବାଇଁ କହିଛନ୍ତି, ଏହି ବାଲିସ୍ତୂପ ଯୋଗୁ ୧୯୯୯ ମହାବାତ୍ୟାରେ ବଙ୍ଗୋପସାଗରରେ ଉଠିଥିବା ଉଚ୍ଚଢେଉ ଏହାକୁ ପାର କରିପାରି ନଥିଲା। ଫଳରେ ଢିଙ୍କିଆ, ମାହାଳ ଓ ତ୍ରିଲୋଚନପୁର ଆଦି ଗ୍ରାମକୁ ଲୁଣି ପାଣି ପଶି ନ ଥିତ୍ଲା କି କୌଣସି ଜୀବନହାନି ହୋଇ ନ ଥିଲା ା
ବାଲି ଉଠାଣ ସମ୍ପର୍କରେ ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଦାସ କହିଛନ୍ତି, ଯେଉଁ ପ୍ଲଟ ଉପରେ ରୟାଲଟି କଟାହେଇଛି ସେଠାରୁ ବାଲି ଉଠିବା କଥା ା ଯଦି ବେଆଇନ ଭାବେ ଅନ୍ୟ ସ୍ଥାନରୁ ଉଠାଯାଇଥାଏ ତାଙ୍କ ରୟାଲଟି ରଦ୍ଦ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?