ପ୍ରାକୃତିକ ବାଲୁକା ସ୍ତୂପ ଉପରେ ମାଫିଆଙ୍କ ଦୃଷ୍ଟି

କୁଜଙ୍ଗ, ୧୬ା୫(ଡି.ଏନ୍‌.ଏ.): ଏରସମା ତହସିଲ ଅନ୍ତର୍ଗତ ଅଭୟଚାନ୍ଦପୁର ମୌଜା ଭୋଷ୍କାଲିସ ପଏଣ୍ଟ ସମୁଦ୍ରକୂଳ ପ୍ରାକୃତିକ ବାଲୁକା ସ୍ତୂପ ଉପରେ ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ପ୍ରାକୃତିକ ବାଲୁକା ସ୍ତୂପ ସଂଲଗ୍ନ ଘରୋଇ ଜମି ଉପରେ ବାଲି ଉଠାଣ ପାଇଁ ନାମକୁମାତ୍ର ରୟାଲଟି କାଟି ସରକାରୀ ଜାଗାରେ ଥିବା ବାଲୁକା ସ୍ତୂପରୁ ଦୈନିକ ଶହ ଶହ ଟ୍ରିପ ବାଲି ଉଠାଯାଇ ଚୋରା ଚାଲାଣ ହେଉଛି। ଏଥିରେ ଢିଙ୍କିଆ ଗ୍ରାମର କେତେଜଣ ବ୍ୟକ୍ତି ବାଲି ମାଫିଆଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ଗ୍ରାମରେ ଚାପା ଅସନ୍ତୋଷ ପ୍ରକାଶ ପାଇଛି। ଗୋଟିଏ ପଟେ ରୟାଲଟି ଯେଉଁ ପ୍ଲଟ ଉପରେ କଟାଯାଇଛି ସେ ପ୍ଲଟରୁ ବାଲି ଉଠୁଛି କି ଅନ୍ୟ ସ୍ଥାନରୁ ଉଠୁଛି ତାହାକୁ ଯାଞ୍ଚ କରାଯାଉନାହିଁ। ଏପରିକି କେତେ ପରିମାଣର ବାଲି ଉଠୁଛି ତାର ମଧ୍ୟ ରାଜସ୍ବ ବିଭାଗ ହିସାବ ରଖିବା ପାଇଁ ତତ୍ପରତା ପ୍ରକାଶ କରୁନାହିଁ। ଫଳରେ ବାଲିମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ବାଲି ବିନା ରାଜସ୍ବରେ ଲୁଟି ନେଉଛନ୍ତି ା ଏସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବାଲି ଉଠାଣ କିଛି ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ମାତ୍ର ପୁନର୍ବାର ଏବେ ବାଲି ଉଠାଣ ଆରମ୍ଭ ହୋଇଛି ା
ଏ ସମ୍ପର୍କରେ ଢିଙ୍କିଆ ଗ୍ରାମର ବିବେକାନନ୍ଦ ସ୍ବାଇଁ କହିଛନ୍ତି, ଏହି ବାଲିସ୍ତୂପ ଯୋଗୁ ୧୯୯୯ ମହାବାତ୍ୟାରେ ବଙ୍ଗୋପସାଗରରେ ଉଠିଥିବା ଉଚ୍ଚଢେଉ ଏହାକୁ ପାର କରିପାରି ନଥିଲା। ଫଳରେ ଢିଙ୍କିଆ, ମାହାଳ ଓ ତ୍ରିଲୋଚନପୁର ଆଦି ଗ୍ରାମକୁ ଲୁଣି ପାଣି ପଶି ନ ଥିତ୍ଲା କି କୌଣସି ଜୀବନହାନି ହୋଇ ନ ଥିଲା ା
ବାଲି ଉଠାଣ ସମ୍ପର୍କରେ ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଦାସ କହିଛନ୍ତି, ଯେଉଁ ପ୍ଲଟ ଉପରେ ରୟାଲଟି କଟାହେଇଛି ସେଠାରୁ ବାଲି ଉଠିବା କଥା ା ଯଦି ବେଆଇନ ଭାବେ ଅନ୍ୟ ସ୍ଥାନରୁ ଉଠାଯାଇଥାଏ ତାଙ୍କ ରୟାଲଟି ରଦ୍ଦ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri