ଖଣି ଶ୍ରମିକଙ୍କ ଦାନା ଛଡ଼ାଇଛି ଯନ୍ତ୍ର

ଯାଜପୁର,୬। ୯(ହର୍ଷବର୍ଦ୍ଧନ ବେହେରା): ଯନ୍ତ୍ର ଦ୍ୱାରା ଓଡ଼ଶାର ସବୁ ଖଣି ଖୋଳାଯାଉଛି। ଫଳରେ ଅଧିକାଂଶ ସ୍ଥାନୀୟ ଖଣି ଶ୍ରମିକମାନେ ହାତବାନ୍ଧି ବସି ରହିଛନ୍ତି। ୧୯୮୦ ପର୍ଯ୍ୟନ୍ତ ବହୁ ହଜାର ଖଣି ଶ୍ରମିକ ଛୁଆପିଲାଙ୍କୁ ଧରି ଓଡ଼ିଶାର ବିଭିନ୍ନ ଖଣି ଅଞ୍ଚଳରେ କାମ କରୁଥିଲେ। ଏବେ ପ୍ରାୟ ୪୦ ବର୍ଷ ହେଲା ଯାନ୍ତ୍ରିକ ଶକ୍ତି ଶ୍ରମିକଙ୍କ ଦାନା ଛଡ଼ାଇ ନେଇଛି। ଯାଜପୁର ଏବଂ କେନ୍ଦୁଝର ଜିଲାରେ ଥିବା ଖଣି ଖାଦାନରେ ଶତାଧିକ ଖଣି ଶ୍ରମିକ ପରିବାର ନିର୍ଭର କରିଥାନ୍ତି। ଏଠାକାର ମୂଲ୍ୟବାନ ପ୍ରାକୃତିକ ସମ୍ପଦରେ ଅନେକ କମ୍ପାନୀ ସେମାନଙ୍କ ମୂଳଦୁଆ ପକାଇଛନ୍ତି। ତେବେ ଜିଲାର ଖଣି ଖାଦାନଗୁଡିକରେ ବହୁ ପରିମାଣରେ ଯନ୍ତ୍ର ବ୍ୟବହାର ଯୋଗୁ ଖଣି ଶ୍ରମିକ ବୃତ୍ତି ହରାଇ କ୍ଷୁଧାର ଶିକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ କ୍ଷୁଧାମୁକ୍ତି ନିମନ୍ତେ ଆଶୁ ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ୨୦୧୫ରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳୁନାହିଁ। ଫଳରେ ସରକାରଙ୍କ ପ୍ରତି ବିରୋଧାଭାସ ଦେଖାଦେବାସହ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକ ଖଣିରୁ ମେଶିନ ହଟାଇ ଶ୍ରମିକଙ୍କୁ ନିୟୋଜନ କରିବାକୁ ଦାବି କରିଛନ୍ତି।
ଯାଜପୁର, କେନ୍ଦୁଝର ଜିଲାରେ ଲୋକେ ଖଣି ଓ ଶିଳ୍ପାଞ୍ଚଳରେ କାମ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଖଣି ଖନନ ଓ ଟ୍ରକ ଲୋଡିଂ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କ ଜମି, ଜଳ, ଜଙ୍ଗଲ, ଭିଟାମାଟି ଓ ଚାଷଜମି ସମର୍ପଣ କରି ସାରିଛନ୍ତି। ଖଣି ଖାଦାନ ପୂର୍ବରୁ ଲୋକେ କୃଷି, ପ୍ରାଣୀପାଳନ ଉପରେ ନିର୍ଭରଶୀଳ ହେଉଥିଲେ। ଖଣି ଉତ୍ତୋଳନ ହେବାପରେ ସେଠାରେ କାମ କରି ନିଜର ଜୀବିକା ନିର୍ବାହ କରି ଆସୁଥିଲେ। ଏବେ ଖଣିରେ କାମ କରିବା ବ୍ୟତୀତ ସେମାନଙ୍କ ଅନ୍ୟ କୌଣସି ବିକଳ୍ପ ବୃତ୍ତି ନାହିଁ। କିନ୍ତୁ ଖଣିରେ ଯନ୍ତ୍ର ବ୍ୟବହାର ବୃଦ୍ଧି ଅନେକ ଶ୍ରମିକଙ୍କ ଦାନା ଛଡ଼ାଇଛି। ଏଥିଯୋଗୁ ଖଣିକୁ ନେଇ ଗଢ଼ିଉଠିଥିବା ଦୋକାନ ବଜାର, ବ୍ୟବସାୟିକ ସଂସ୍ଥାଗୁଡିକ ଗୁରୁତର ପ୍ରଭାବିତ ହୋଇ ବନ୍ଦ ହେବାକୁ ବସିଛି। ସରକାର କୌଣସି ବିହିତ ପଦକ୍ଷେପ ଗ୍ରହଣ ନ କରିବା କାରଣରୁ ଖଣି ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାର୍ଯ୍ୟକରି ନିଜର ଜୀବନ ଜୀବିକା ନିର୍ବାହ କରୁଥିବା ଗରିବ ଲୋକଙ୍କ ପାରିବାରିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଅଧିକାଂଶ ପରିବାରରେ କ୍ଷୁଧାର ଚିତ୍ର ଦେଖିବାକୁ ମିଳୁଛି। ଏଠାରେ କାମଧନ୍ଦା ନ ଥିବା କାରଣରୁ ଲୋକେ ଘର ପରିବାର ଛାଡ଼ି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଗଲେଣି। ଲୋକଙ୍କ ଜୀବନଜୀବିକାର ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ୨୦୧୭-୧୮ରେ ଖଣି କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏହି ନିର୍ଦ୍ଦେଶନାମା ଆଧାରରେ ପୂର୍ବପରି ଖଣି ଖାଦାନଗୁଡିକରେ ଲୋକଙ୍କୁ ନିୟୋଜିତ କରିବାକୁ ଦାବି ହୋଇଛି। ୨୦୧୮ ଫେବୃୟାରୀରେ ଅଞ୍ଚଳବାସୀ ଏହିମର୍ମରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏନେଇ ଉପଯୁକ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ତତ୍କାଳୀନ ଅଧସ୍ତନ ସଚିବ ପ୍ରଦୀପ କୁମାର କୁଅଁର ୬ା୩ା୨୦୧୮ରେ ଶ୍ରମ, ପଞ୍ଚାୟତିରାଜ, ଦକ୍ଷତା ବୃଦ୍ଧି, ଜଙ୍ଗଲ ଓ ପରିବେଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପରିବହନ ଆଦି ବିଭାଗର ଯୁଗ୍ମ ସଚିବମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କୌଣସି ଖଣିରେ ମେଶିନ ହଟାଓ ଆନ୍ଦୋଳନ ହେଉ ନଥିବାରୁ ମାଲିକ ଓ ଠିକାଦାରମାନଙ୍କ ପାଇଁ ଯନ୍ତ୍ର ବ୍ୟବହାର ସହଜ ହେଉଛି। ଶ୍ରମିକମାନଙ୍କ ସଂଖ୍ୟାରୁ ମାତ୍ର ୫ଭାଗ କୁଲି, ମଜୁରିଆ କାମ କରୁଛନ୍ତି। ପ୍ରାୟ ଅଧିକାଂଶ ଖଣିରେ ବାହାର ରାଜ୍ୟର ଠିକାଦାର, ଖଣି ଲିଜଧାରୀ, ଏପରିକି କେତେକ ଶ୍ରମିକ କର୍ମଚାରୀ ସୁକିନ୍ଦା ଅଞ୍ଚଳକୁ ଦଖଲ କରିଛନ୍ତି। ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକ କହିଛନ୍ତି ଏଠାକାର ଶ୍ରମିକ ପରିବାରମାନଙ୍କ ମଧ୍ୟରୁ ଅଧିକାଂଶ ଅର୍ଦ୍ଧାହାର, ଅନାହାରରେ ଭୋକରେ ଆଉଟୁପାଉଟୁ ହେଉଛନ୍ତି। ସେମାନଙ୍କ ଦୁଃଖ କେହି ଶୁଣିବାକୁ ନାହାନ୍ତି। ଶ୍ରମ ଓ ଖଣି ବିଭାଗ ନିଦାବିଷ୍ଣୁ ସାଜିଛନ୍ତି। ତେଣୁ ମେଶିନ ହଟାଇବା ପାଇଁ ଦୁର୍ବାର ଆନ୍ଦୋଳନ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?