ବରଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ

ମାଲକାନଗିରି,୩୧ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦରମହକୁମା ଜବରଦସ୍ତ କଲୋନୀର ମନ୍ଦିର ନିକଟରେ ଥିବା ଏକ ବରଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଉଭୟଙ୍କ ମୃତଦେହ ବରଗଛରେ ଏକ ଗାମୁଛାରେ ବନ୍ଧା ହୋଇଥିବା ବେଳେ ଉଭୟ ପ୍ରେମୀଯୁଗଳ ବୋଲି ଅନୁମାନ କରାଯାଉଛି। ଝିଅଟିର ମୁଣ୍ଡରେ ସିନ୍ଦୁର ଲାଗିଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ମୃତ ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଯୁବକ ଜଣକ ଏମ୍‌.ଭି. ୯ ଗ୍ରାମର ବୋଲି ଜଣାପଡ଼ିଛି। ଉଭୟ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ମନ୍ଦିରରେ ପ୍ରେମ ବିବାହ କରିବା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ମିଳିଲା ହାତୀର ମୃତଦେହ: ତଦନ୍ତ ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ...

ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ…

ଆନନ୍ଦପୁର,୧୮।୧(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜଲା ଆନନ୍ଦପୁର ଥାନା ବିରିଡିହା ଛକ ନିକଟରେ ପିକପଭ୍ୟାନ ଧକ୍କାରେ ମାମୁ ଭାଣିଜୀ ଗୁରୁତର ହୋଇଛନ୍ତି। ଶନିବାର ସକାଳୁ ବିରିଡିହା ରଣାସାହି...

ବଢୁଛି ଶୀତ: ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି,୧୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଅସହ୍ୟ ଶୀତ ହେଉଛି। ଗତ ୩ ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ଶନିବାର ସର୍ବନିମ୍ନ...

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ/କୈଳାଶ ଚନ୍ଦ୍ର ପଟ୍ଟନାୟକ): ସମଗ୍ର ଚିଲିକାରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚିଲିକାକୁ ଆଗମନ କରିଥିବା ବିଦେଶାଗତ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା ଚାଲିଛି।...

ଅଧିକାରୀ ବଦଳୁଛନ୍ତି, ଉଚ୍ଛେଦ ହେଉନି

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରର ବ୍ୟସ୍ତବହୁଳ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ସରକାରୀ କଳ ହାତ ବାନ୍ଧି ବସିବା...

ଜିଲା ପରିଷଦ ସଦସ୍ୟ-ସରପଞ୍ଚ ମୁହାଁମୁହିଁ, ଥାନାରେ ମାମଲା

ହାଟଡ଼ିହୀ/ଛେନାପଦି,୧୮ା୧(ଶୁଭକାନ୍ତ ନାୟକ/ ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ବିଧାୟକ ଭାବେ ଗଡ଼ ଦଖଲ କରିଛନ୍ତି। ହେଲେ ନିର୍ବାଚନମଣ୍ଡଳୀରେ ଏବେ...

ବୁଲାବୁଲି ସାରି ଘରକୁ ଫେରୁଥିଲେ, ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍‌

ବାଲିଗୁଡା,୧୭।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତିରେ ବଡ଼ ଦୁର୍ଘଟଣା ଘଟିଛି।...

ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା, ୧୭ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା କୋର୍ଟ ପରିସର ବାହାରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପୋକ୍‌ସୋ ମାମଲାରେ ସାକ୍ଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri