ମାର୍ବଲ ଅନଲୋଡ ବେଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ବୌଦ୍ଧ,୨୭।୮(ଡି.ଏନ୍‌.ଏ.): ମାର୍ବଲ ତଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ଏକ ଟ୍ରକରୁ ମାର୍ବଲ ଅନଲୋଡ କରିବା ସମୟରେୟ ଏପରି ଅଘଟଣ ଘଟିଛି ବୌଦ୍ଧ ଜିଲା ବୁଟୁପାଲି ରାସ୍ତାରେ ଥିବା ଏକ ଗୋଦାମରେ। ମୃତକଦ୍ୱୟ ହେଲେ ଆଠମଲ୍ଲିକ ମହେନ୍ଦ୍ରପୁରର ବିଶାମିତ୍ର ଦେହୁରୀ ଓ ବାପୁଜିନଗରର ପଞ୍ଚାନନ ନାଏକ।
ସୂଚନାନୁସାରେ, ଶୁକ୍ରବାର ବୌଦ୍ଧ ରାଜନପାଲି ଛକରେ ଏକ ଟ୍ରକରୁ ମାର୍ବଲ ଅଲୋଡ କରାଯାଉଥିଲା । ଏହି ସମୟରେ ହଠାତ ମାର୍ବଲ ଖସିଯିବାରୁ ତାହା ତଳେ ୨ ଶ୍ରମିକ ଚାପି ହୋଇ ଯାଇଥିଲେ। ଦୀର୍ଘ ସମୟ ଚାପି ହୋଇ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ମୃତଦେହ ଉଦ୍ଧାର ସମ୍ଭବ ନ ଥିବାରୁ କ୍ରେନ ସାହାଯ୍ୟରେ ପ୍ରଥମେ ମାର୍ବଲ ହଟାଯାଇଥିଲା। ପରେ ମୃତକଦ୍ୱୟଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକାପ୍ତା ଉଦ୍ଧାର, ୨ଅଭିଯୁକ୍ତ ଗିରଫ

ଖୁଣ୍ଟୁଣୀ,୨୧ା୫(ଡି.ଏନ୍‌.ଏ.): ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଖୁଣ୍ଟୁଣୀ ବନ ବିଭାଗ ୨ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଉଟନ୍‌ କଲେଜ ଦେଲା ୨ଲକ୍ଷ ଟଙ୍କା

ସମ୍ବଲପୁର, ୬।୪ (ବ୍ୟୁରୋ)- କରୋନା ଭୂତାଣୁ ମୁକାବିଲା କରିବାକୁ ରାଜ୍ୟ ଓ ଦେଶରେ ତତ୍ପରତା ପ୍ରକାଶ ପାଇଛି । ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ରାଜ୍ୟ...

ନେଇଗଲେ ଅଢ଼େଇ ଲକ୍ଷ ଟଙ୍କା, ସୁନା

ଛେଣ୍ଡିପଦା,୨ା୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ମୁଖାପିନ୍ଧି ଆସିଥିବା ୬ଜଣ ଦୁର୍ବୃତ୍ତ ଜଣେ ପୂଜକଙ୍କ ଘରେ...

ଛାତ୍ରୀଛାତ୍ରଙ୍କୁ ଘରକୁ ଯାଇ ପୁସ୍ତକ ବାଣ୍ଟିଲେ ଶିକ୍ଷକ: ମେ’ ୩ ସୁଦ୍ଧା ବଣ୍ଟାଯିବ ୧୮୭୭୨୫୮ ବହି

ବ୍ରହ୍ମପୁର ଅଫିସ,୨୬ା୪ – କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ...

ରସୁଲପୁର ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ରସୁଲପୁର,୧।୮(ଡି.ଏନ୍‌.ଏ.): ଯାଜପୁର ଜିଲାପାଳ ରଞ୍ଜନକୁମାର ଦାସ ବୁଧବାର ପୂର୍ବାହ୍ନରେ ରସୁଲପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ଦାସ ଧର୍ମଶାଳା ବ୍ଲକ ଜାରକା...

ଅଡିଟ୍‌ ପରେ ଗଞ୍ଜାମରେ ବଢୁଛି କରୋନା ମୃତ୍ୟୁସଂଖ୍ୟା

ଛତ୍ରପୁର,୮ା୭(ଡି.ଏନ): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ଥମୁନି। ଆଜି ଜିଲାରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଅଡିଟ୍‌ ପରେ ଏହି...

ହିଞ୍ଜିଳିରେ ମତଦାନ ବ୍ୟାହତ

ହିଞ୍ଜିଳି, ୧୮।୪: ହିଞ୍ଜିଳି ବିଧାନସଭା ହିଞ୍ଜିଳିକାଟୁ ବ୍ଲକ କଂଟେଇକୋଳି ଗଁ।ର ପ୍ରାଇମେରୀ ସ୍କୁଲର ୧୯୬ ବୁଥ୍‌ରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଭୋଟଦାନରେ ବ୍ୟାହତ...

ମାହାଙ୍ଗା ଡବଲ ମର୍ଡର ଘଟଣା,ଫେରାର ମୁଖ୍ୟ ଅଭିଯୁକ୍ତ ମୃତ

ମାହାଙ୍ଗା/ନିଶ୍ଚିନ୍ତକୋଇଲି/ସାଲେପୁର/ଟାଙ୍ଗୀ (କଟକ), ୭ା୨(ସ୍ବ.ପ୍ର./ ଡି.ଏନ୍‌.ଏ.): ମାହାଙ୍ଗା ଡବଲ ମର୍ଡର ଓ ବିକାଶ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସେ...

Advertisement


Archives

Model This Week