କାବୁଲ ବିମାନ ବନ୍ଦର ପରେ ଏବେ କାଜକସ୍ତାନ ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ: ୯ ମୃତ

ନୁର-ସୁଲତାନ,୨୭ ।୮: କାବୁଲ ବିମାନ ବନ୍ଦରରେ ଗୁରୁବାର ହୋଇଥିବା ବୋମା ବିସ୍ଫୋରଣ ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହାପରେ ଶୁକ୍ରବାର କାଜାକସ୍ତାନର ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ ହୋଇଥିବା ଖବର ମିଳିଛି । ସମାଚାର ଏଜେନ୍ସି ଏଏଫ୍‌ପିର ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି କି ବିସ୍ଫୋରଣ ଜାମ୍ବିଲ ସ୍ଥିତ ସେନା ଆଡ୍ଡାରେ ହୋଇଛି ।ଏଥିରେ ୯ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ ଆହତ ହୋଇଥିବା କୁହାଯାଉଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପାଖାପାଖି ୧୦ଟି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଚାହୁଁ ଚାହୁଁ ଏହା ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ବିସ୍ଫୋରଣ ପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରୁ ଲୋକଙ୍କୁ ଖାଲି କରାଯାଇଛି । ପାଖାପାଖି ୧ହଜାର ଲୋକ ଘର ଛାଡିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?