କାବୁଲ ବିମାନ ବନ୍ଦର ପରେ ଏବେ କାଜକସ୍ତାନ ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ: ୯ ମୃତ

ନୁର-ସୁଲତାନ,୨୭ ।୮: କାବୁଲ ବିମାନ ବନ୍ଦରରେ ଗୁରୁବାର ହୋଇଥିବା ବୋମା ବିସ୍ଫୋରଣ ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହାପରେ ଶୁକ୍ରବାର କାଜାକସ୍ତାନର ଅସ୍ତ୍ର ଭଣ୍ଡାରରେ ବିସ୍ଫୋରଣ ହୋଇଥିବା ଖବର ମିଳିଛି । ସମାଚାର ଏଜେନ୍ସି ଏଏଫ୍‌ପିର ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି କି ବିସ୍ଫୋରଣ ଜାମ୍ବିଲ ସ୍ଥିତ ସେନା ଆଡ୍ଡାରେ ହୋଇଛି ।ଏଥିରେ ୯ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ ଆହତ ହୋଇଥିବା କୁହାଯାଉଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପାଖାପାଖି ୧୦ଟି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଚାହୁଁ ଚାହୁଁ ଏହା ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ବିସ୍ଫୋରଣ ପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରୁ ଲୋକଙ୍କୁ ଖାଲି କରାଯାଇଛି । ପାଖାପାଖି ୧ହଜାର ଲୋକ ଘର ଛାଡିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣରେ ୨୪୦ ସାଧାରଣ ନାଗରିକ ମୃତ: ମିଳିତ ଜାତିସଂଘ

କ୍ୱିଭ୍‌,୨୭।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଚତୁର୍ଥ ଦିନ ପାଇଁ ରୁଷିଆ ଲଗାତର ଭାବରେ ୟୁକ୍ରେନ ଉପରେ ରକେଟ ସାଙ୍ଗକୁ ଗୁଳି...

ଇମ୍ରାନଙ୍କୁ ଗିରଫ ଭୟ

ଇସଲାମାବାଦ୍‌,୧୭।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗିରଫ ଖଣ୍ଡା ଝୁଲୁଛି। ଲାହୋର ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଇମ୍ରାନଙ୍କ ବାସଭବନରେ ପହଞ୍ଚିଛି।...

ନେପାଳରେ ଭୂକମ୍ପ, ବିହାରର ଅଧିକାଂଶ ଜିଲାରେ ଦେଖାଦେଲା ପ୍ରଭାବ

କାଠମାଣ୍ଡୁ,୩୧ ।୭: ନେପାଳର ରାଜଧାନୀ କାଠମାଣ୍ଡୁରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୫ । ନ୍ୟାଶନାଲ ସେଣ୍ଟର...

ୟୁକ୍ରେନ୍‌ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ…

କିଭ୍‌,୨୯।୧୨ : ରୁଷିଆ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି। ୟୁକ୍ରେନ ରାଷ୍ଟ୍ରପତିଙ୍କ ଜଣେ ପରାମର୍ଶଦାତାଙ୍କ ଅନୁଯାୟୀ ଗୁରୁବାର ରୁଷିଆ ପୁଣି ଥରେ ୟୁକ୍ରେନ...

ଯୁଦ୍ଧଜାହାଜରେ ନିଆଁ: ୫୭ ଆହତ

ସାନ୍‌ ଡିଏଗୋ(ୟୁଏସ୍‌),୧୪ା୭: ଆମେରିକା ନୌସେନାର ଏକ ଯୁଦ୍ଧଜାହାଜରେ ନିଆଁ ଲାଗିଯିବାରୁ ୫୭ ଜଣ ଆହତ ହୋଇଛନ୍ତି। ମେଣ୍ଟେନାନ୍ସ ପାଇଁ ୟୁଏସ୍‌ଏସ୍‌ ବୋନହୋମେ ରିଚାର୍ଡ ନାମକ ଏହି...

ତିବ୍ଦତର ପରିଚୟ ଶେଷ କରିବାକୁ ଚାଇନାର ଷଡଯନ୍ତ୍ର,ଘୋଷଣା କରିବାକୁ ଚାହୁଁଛି ନିଜର ଦଲାଇ ଲାମା…

ବେଜିଂ,୯।୧୦ : ଚାଇନା କ୍ରମାଗତ ଭାବରେ ତିବ୍ଦତ ଏବଂ ନିର୍ବାସିତ ଦଲାଇ ଲାମାଙ୍କ ପ୍ରତି ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଆସୁଛି। ନିକଟରେ ଚାଇନାର ଦୁଇଟି ଗୁପ୍ତ...

ତାଲିବାନ ସହିତ ଆମେରିକା ଶାନ୍ତିଚୁକ୍ତି: ବଢ଼ିବ ଭାରତର ସମସ୍ୟା; ପାକିସ୍ତାନ ପାଇଁ ସୁଯୋଗ

ଓ୍ବାଶିଂଟନ,୨୨।୨: ଆମେରିକା ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ତାଲିବାନ ସହିତ ଶାନ୍ତିଚୁକ୍ତିି କରିବା ଲାଗି ଯୋଜନା କରିଛି। ଫେବୃୟାରୀ ୨୯ରେ ଏହି ଚୁକ୍ତି ହେବ ବୋଲି କୁହାଯାଉଛି।...

୧୩୦ଟି ବସ୍‌ରେ ଖାର୍କିଭ-ସୁମିରୁ ଉଦ୍ଧାର ହେବେ ଭାରତୀୟ

କ୍ୱିଭ୍‌,୪।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ଲାଗି ରୁଷିଆ ମଧ୍ୟ ଆଗକୁ ଆସିଛି। ରୁଷିଆ ପକ୍ଷରୁ ଏଥିପାଇଁ ୧୩୦ଟି ବସ୍‌କୁ ପ୍ରସ୍ତୁତ...

Advertisement
Archives

Model This Week