ଭଙ୍ଗା ଘରେ ବିତୁଛି ଜୁଆଙ୍ଗ ଜନଜାତିଙ୍କ ଜୀବନ

କେନ୍ଦୁଝର, ୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୁରାତନ ଜନଜାତି ହେଉଛନ୍ତି ଜୁଆଙ୍ଗ। ଜୁଆଙ୍ଗଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୧୯୭୮ ମସିହାରେ ଗଠନ ହୋଇଛି ଜୁଆଙ୍ଗ ଉନ୍ନୟନ ସଂସ୍ଥା (ଜେଡିଏ)। ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଆସୁଛି। ବାଂଶପାଳ, ତେଲକୋଇ, ଘଟଗାଁ, ହରିଚନ୍ଦନପୁର ଆଦି ବ୍ଲକର ବଣପାହାଡ ଅଞ୍ଚଳରେ ରହୁଛନ୍ତି ଏହି ଜୁଆଙ୍ଗ ଜନଜାତି । କିନ୍ତୁ ଏହି ଜୁଆଙ୍ଗ ଉନ୍ନୟନ ସଂସ୍ଥା ପୂର୍ବରୁ ବାଂଶପାଳ ବ୍ଲକର ୩୫ଟି ଜୁଆଙ୍ଗ ଅଧ୍ୟୁଷିତ ଗ୍ରାମରେ କାମ କରିଆସୁଥିବା ବେଳେ ଏବେ ତେଲକୋଇ, ହରିଚନ୍ଦନପୁର, ଘଟଗାଁ ବ୍ଲକର ଜୁଆଙ୍ଗ ଗ୍ରାମକୁ ସାମିଲ କରାଯାଇଛି।
୨୦୧୮ ଜନଗଣନା ଅନୁଯାୟୀ ଏହି ସଂସ୍ଥା ଅଧୀନରେ ଉକ୍ତ ବ୍ଲକର ୫୪ଟି ଗ୍ରାମର ୫୦୭୮ ଜୁଆଙ୍ଗ ପରିବାର ବସବାସ କରୁଛନ୍ତି । ନିକଟରେ କୋଭିଡ ସହାୟତା ବାବଦକୁ ଏହି ପରିବାରର ଲୋକ ମାନେ ସହାୟତା ରାଶି ପାଇଥିଲେ ହେଁ ଆହୁରି ବହୁ ଗ୍ରାମର ଜୁଆଙ୍ଗ ମାନଙ୍କୁ ତାଲିକାଭୁକ୍ତ କରାଯାଇ ନ ଥିବାରୁ ସହାୟତା ରାଶି ପାଇବାରୁ ବଞ୍ଚିତ ରହିଥିବାରୁ ସେମାନେ ଜିଲାପାଳଙ୍କ ଠାରେ ଦାବିପତ୍ର ଦେଇଥିଲେ। ଦୀର୍ଘ ବର୍ଷ ଧରି ଜୁଆଙ୍ଗ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଥିବା ଅଞ୍ଚଳର ଅବସ୍ଥା ଦେଖିଲେ ସେଭଳି ବିକାଶ ହୋଇଥିବା ଦେଖିବାକୁ ମିଳୁନାହିଁ। ଅନେକ ଜୁଆଙ୍ଗ ପରିବାର ଘର ପାଉନଥିବାରୁ ଭଙ୍ଗାଦଦରା ଘରେ ପଲା ମାରି ବହୁ କଷ୍ଟରେ ବର୍ଷା ଓ ଶୀତକାକରରେ ରହୁଛନ୍ତି।
ସେହିପରି ଜୁଆଙ୍ଗ ଅଞ୍ଚଳର ରାସ୍ତାଘାଟ, ଲୋକଙ୍କ ପାନୀୟ ସମସ୍ୟା, ଶିକ୍ଷା ବ୍ୟବସ୍ଥା ଅଦ୍ୟାବଧି ସମାଧାନ ହୋଇ ପାରୁନାହିଁ। ଏହା ଛଡା ସଚେତନତାର ଅଭାବ ଯୋଗୁ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ କାମ ମିଳୁ ନ ଥିବାରୁ ପାରମ୍ପାରିକ ପୋଡୁ ଚାଷ ଉପରେ ଏବେ ମଧ୍ୟ ନିର୍ଭର କରୁଛନ୍ତି ା ଫଳରେ ଜଙ୍ଗଲ ଓ ପରିବେଶ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ଜୀବିକା ପ୍ରକଳ୍ପରେ ସେମାନଙ୍କୁ ସହାୟତା ମିଳୁଛି। କିନ୍ତୁ ଉପଯୁକ୍ତ ତଦାରଖର ଅଭାବ ଯୋଗୁ ଅନେକ ଏହାର ସୁଫଳ ପାଇପାରୁନାହାନ୍ତି। କେବଳ ଜେଡିଏ ନୁହେଁ ଉକ୍ତ ଅଞ୍ଚଳରେ ଆଇଟିଡିଏ, ବ୍ଲକ ଭଳି ସଂସ୍ଥା ମାନେ ମଧ୍ୟ ଉନ୍ନୟନମୂଳକ କାମ କରୁଥିଲେ ହେଁ ସେସବୁ ଅଞ୍ଚଳର ଚିତ୍ର ବଦଳୁ ନ ଥିବାରୁ ସାମାଜିକ କର୍ମୀ, ଜୁଆଙ୍ଗ ସର୍ଦ୍ଦାର ମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ଏସମ୍ପର୍କରେ ଜେଡିଏର ପ୍ରକଳ୍ପ ପରିଚାଳକ ବନଜ ନାୟକ କହିଛନ୍ତି, ଜେଡିଏ ଆବାସ ଯୋଜନାରେ ଘର କରୁନାହିଁ। ବ୍ଲକ ମାଧ୍ୟମରେ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ସେହିପରି ରାସ୍ତାକାମ ମଧ୍ୟ ବ୍ଲକ କରିବ। ଜେଡିଏ ଜୀବିକା ପ୍ରକଳ୍ପ, କୃଷି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ, ପାନୀୟଜଳ ବ୍ୟବସ୍ଥା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ଧର୍ମଶାଳାରେ ଚାଞ୍ଚଲ୍ୟ, କେଲୁଅ ନଦୀରେ ଭାସୁଛି ମୃତଦେହ

ଧର୍ମଶାଳା,୩୦ା୮(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଞ୍ଚାୟତ ବାସୁଦେବପୁର ଶନି ମନ୍ଦିର ନିକଟ କେଲୁଅ ନଦୀରେ ଏକ ଅଜଣା ଶବ ଭାସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri