ବରିଷ୍ଠ ନାଗରିକ ନିବାସରେ କଟୁଛି ବୃଦ୍ଧାବୃଦ୍ଧଙ୍କ ଜୀବନ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀସ୍ଥିତ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ବରିଷ୍ଠ ନାଗରିକ ନିବାସରେ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ନିବାସରେ ଜନ୍ମ କଲା ଝିଅପୁଅମାନେ ପର କରିବା ପରେ ପରିଣତ ବୟସରେ ୨୫ଜଣ ବୃଦ୍ଧାବୃଦ୍ଧ ଅବସ୍ଥାପିତ ହୋଇଛନ୍ତ। ଏହି ଦିବସ ପାଳନ ଅବସରରେ ବୃଦ୍ଧାବୃଦ୍ଧମାନଙ୍କୁ ଚନ୍ଦନ ଟିକା ଲଗାଯାଇ ବନ୍ଦାପନା କରାଯାଇଥିଲା। ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୋଗଦେଇଥିବା ଅତିଥିମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଳା, ବଡ଼କୂଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ପ୍ରମୋଦ ବିହାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡ଼ା, ଉମାକାନ୍ତ ଜେନା ପ୍ରମୁଖ ଯୋଗ ଦେଇ ଏହି ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ। ଅନେକ ଗରିବ, ଅସହାୟ, ଅଭାବୀ ପରିବାରର ବୃଦ୍ଧାବୃଦ୍ଧମାନଙ୍କ ପାଇଁ ଆଜିର ଦିନ ସେମାନଙ୍କ ନିମନ୍ତେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ଓ ରାଜ୍ୟ ସରକାର ଏହି ଅସହାୟ ବୃଦ୍ଧାବୃଦ୍ଧମାନଙ୍କ ପାଇଁ ଜୀବନର ଅବଶିଷ୍ଟ ସମୟ ବରିଷ୍ଠ ନାଗରିକ ନିବାସରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି। ସେମାନେ ମୁହଁରେ ହସ ଫୁଟେଇ ଏଠାରେ ନୂଆ ଜୀବନ ଅତିବାହିତ କରିପାରିବେ ବୋଲି ଅତିଥିମାନେ କହିଥିଲେ।
ଏହି ବରିଷ୍ଠ ନାଗରିକ ନିବାସରେ ଜିଲା ଓ ଜିଲାବାହାରୁ ନିଜ ଘରଲୋକ ପର କରିବା ପରେ ଅବଶିଷ୍ଟ ଜୀବନ ବିତାଇବାକୁ ଆସି ବୃଦ୍ଧାବୃଦ୍ଧ ରହିଛନ୍ତି। ନିଜ ଜନ୍ମ କଲା ଝିଅପୁଅ ପର କରିବା ପରେ ଆମ୍ଭେମାନେ ବାଧ୍ୟ ହୋଇ ଜିଲା ପ୍ରଶାସନ ସହାୟତାରେ ଏହି ନିବାସରେ ଅବଶିଷ୍ଟ ସମୟ କଟାଇବୁ ବୋଲି କେନ୍ଦ୍ରାପଡ଼ା କପାଳେଶ୍ୱର ଅଞ୍ଚଳର ସତ୍ୟଭାମା ବାରିକ (୮୦), ଗୋପ ବଗଡାର ଗୋବିନ୍ଦ ସାହୁ (୯୦), ଇଚ୍ଛାପୁର ବିରୁସୁତିର ପାର୍ବତୀ ମହାରଣା (୧୦୦), ପୁରୀ ଭୂଷଣ୍ଡପୁର ଅଞ୍ଚଳର ନିର୍ମଳ ମାଝି (୮୦), ରଜନରରର ଦେବଲା ବିଶ୍ୱାସ (୮୦)ଙ୍କ ସମେତ ଅନ୍ୟ ବୃଦ୍ଧାବୃଦ୍ଧମାନେ କୋହଭରା କଥା ବଖାଣିଛନ୍ତି। ଏହି ନିବାସରେ ଆମକୁ ସ୍ବର୍ଗ ସୁଖ ମିଳୁଛି। ଜୀବନର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଏଠାରେ ଜୀବନ ଅତିବାହିତ କରିବୁ ବୋଲି କହିଛନ୍ତି। ଏହି ବରିଷ୍ଠ ନାଗରିକ ନିବାସକୁ ବ୍ଲକର ଜଗତି ସ୍ଥିତ ଜନକଲ୍ୟାଣ ସେବା ସଂସ୍ଥା ପରିଚାଳନା କରୁଛି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ଆର୍ଥିକ ସହାୟତା ମିଳୁଛି। ଶେଷରେ ବରିଷ୍ଠ ନାଗରିକ ନିବାସର ମୁଖ୍ୟ ପବିତ୍ର କୁମାର ପରିଡ଼ା କହିଛନ୍ତି, ଘର ଛାଡ଼ିବା ପରେ ଏମାନଙ୍କ ଅବଶିଷ୍ଟ ଜୀବନ ଦାୟିତ୍ୱ ଓ ସମସ୍ତ ପ୍ରକାର ସୁବିଧା କରାଯାଇଛି। ନିବାସର ଅନ୍ୟ ଅନ୍ତେବାସୀଙ୍କ ସହଯୋଗରେ ବରିଷ୍ଠ ନାଗରିକମାନଙ୍କୁ ଆଶାର ଆଲୋକ ମିଳିଛି ବୋଲି କହିଛନ୍ତି ବୃଦ୍ଧାବୃଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?