ଘୋଷଣା ହୋଇପାରୁନି କଂଗ୍ରେସ ପ୍ରାର୍ଥୀ ତାଲିକା

ବରୀ,୧୦।୪(ମହେନ୍ଦ୍ର ସ୍ବାଇଁ): ୨୦୦୦ ମସିହାରୁ ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ କୌଣସି କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢ଼ି ବିଜୟର ସ୍ବାଦ ଚାଖି ନାହାନ୍ତି। ଚଳିତ ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ମଧ୍ୟ କଂଗ୍ରେସ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥିବାରୁ ଦଳୀୟ କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
୨୦୧୪ ନିର୍ବାଚନରେ ଶାସକ ଦଳ ପ୍ରାର୍ଥୀ ଦେବାଶିଷ ନାୟକ ୫୯, ୮୦୦ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଶ୍ୱରଞ୍ଜନ ମଲିକ ୫୨,୬୨୮ ଖଣ୍ଡ, ଭାଜପାର ପ୍ରାର୍ଥୀ ନୀଳମଣି ସାମଲ ୯,୧୮୩ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଗଗନ ବିହାରୀ ଜେନା ୭,୬୮୨ ଖଣ୍ଡ ଭୋଟ ପାଇଥିଲେ। ସେତେବେଳେ ଶାସକ ଦଳ ପ୍ରାର୍ଥୀ ଦେବାଶିଷ ନାୟକ ୭,୧୭୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ। କିନ୍ତୁ ୨୦୧୯ରେ ବରୀର ରାଜନୈତିକ ଚିତ୍ର ଓଲଟପାଲଟ ହୋଇଯାଇଥିଲା। ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ବିଶ୍ୱରଞ୍ଜନ ମଲିକ ଭାଜପାରେ ଯୋଗଦେଇ ଶାସକ ଦଳର ପ୍ରାର୍ଥୀ ସୁନନ୍ଦା ଦାସଙ୍କୁ କଡ଼ା ଟକ୍କର ଦେଇ ୪୦୬୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ୭୦୮୨ ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିବା ଏହି ଦଳର ଦୁର୍ବଳତାକୁ ପଦାରେ ପକାଇ ଦେଇଛି।
ଗତଥର କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ଦଳ ଛାଡ଼ିବା ପରେ ଯୁବନେତା ଅମରେଶ ପରିଡ଼ା ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ଏକଜୁଟ କରିଥିଲେ। ଅପରପକ୍ଷରେ ଜିଲା କଂଗ୍ରେସ ନେତ୍ରୀ ଆରତି ଦେଓ, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟା କଳ୍ପନା ପଣ୍ଡା, ବରୀ ନିର୍ବାଚନମଣ୍ଡଳୀ ଯୁବ ସଭାପତି, ପୂର୍ବତନ ନୌସେନା ଅଧିକାରୀ ତଥା ବିଶିଷ୍ଟ କଂଗ୍ରେସ ନେତା ନବକିଶୋର ସାମଲଙ୍କ ପୁଅ ଅପୂର୍ବ ସାମଲ ମଧ୍ୟ କଂଗ୍ରେସ ଟିକେଟ ଦୌଡ଼ରେ ରହିଛନ୍ତି। ଦଳ ଡିଆଁ ରାଜନୀତି ଚାଲିଥିବାରୁ ମୂଳ କଂଗ୍ରେସ ପରିବାରରୁ ଦଳରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବାକୁ ଆଶାୟୀ ପ୍ରାର୍ଥୀ କଳ୍ପନା ପଣ୍ଡା ମତ ରଖିଛନ୍ତି। ସେହିପରି କଂଗ୍ରେସ ଏକ ଶୃଙ୍ଖଳିତ ଦଳ, ଆମେ ଶୃଙ୍ଖଳାରେ ବିଶ୍ୱାସ କରୁ। ଆମ ଦଳ ଯାହାକୁ ପ୍ରାର୍ଥୀ ଘୋଷଣା କରିବ ଆମେ ସମସ୍ତେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ଲାଭ କରିବା କ୍ଷେତ୍ରରେ ସହଯୋଗ କରିବୁ ବୋଲି ଯୁବ ସମାଜସେବୀ ଅପୂର୍ବ ସାମଲ, ନାରୀ ନେତ୍ରୀ ଆରତୀ ଦେଓ ଓ ଇଞ୍ଜିନିୟର ଅମରେଶ ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?