ଘୋଷଣା ହୋଇପାରୁନି କଂଗ୍ରେସ ପ୍ରାର୍ଥୀ ତାଲିକା

ବରୀ,୧୦।୪(ମହେନ୍ଦ୍ର ସ୍ବାଇଁ): ୨୦୦୦ ମସିହାରୁ ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ କୌଣସି କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢ଼ି ବିଜୟର ସ୍ବାଦ ଚାଖି ନାହାନ୍ତି। ଚଳିତ ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ମଧ୍ୟ କଂଗ୍ରେସ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥିବାରୁ ଦଳୀୟ କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
୨୦୧୪ ନିର୍ବାଚନରେ ଶାସକ ଦଳ ପ୍ରାର୍ଥୀ ଦେବାଶିଷ ନାୟକ ୫୯, ୮୦୦ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଶ୍ୱରଞ୍ଜନ ମଲିକ ୫୨,୬୨୮ ଖଣ୍ଡ, ଭାଜପାର ପ୍ରାର୍ଥୀ ନୀଳମଣି ସାମଲ ୯,୧୮୩ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଗଗନ ବିହାରୀ ଜେନା ୭,୬୮୨ ଖଣ୍ଡ ଭୋଟ ପାଇଥିଲେ। ସେତେବେଳେ ଶାସକ ଦଳ ପ୍ରାର୍ଥୀ ଦେବାଶିଷ ନାୟକ ୭,୧୭୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ। କିନ୍ତୁ ୨୦୧୯ରେ ବରୀର ରାଜନୈତିକ ଚିତ୍ର ଓଲଟପାଲଟ ହୋଇଯାଇଥିଲା। ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ବିଶ୍ୱରଞ୍ଜନ ମଲିକ ଭାଜପାରେ ଯୋଗଦେଇ ଶାସକ ଦଳର ପ୍ରାର୍ଥୀ ସୁନନ୍ଦା ଦାସଙ୍କୁ କଡ଼ା ଟକ୍କର ଦେଇ ୪୦୬୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ୭୦୮୨ ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିବା ଏହି ଦଳର ଦୁର୍ବଳତାକୁ ପଦାରେ ପକାଇ ଦେଇଛି।
ଗତଥର କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ଦଳ ଛାଡ଼ିବା ପରେ ଯୁବନେତା ଅମରେଶ ପରିଡ଼ା ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ଏକଜୁଟ କରିଥିଲେ। ଅପରପକ୍ଷରେ ଜିଲା କଂଗ୍ରେସ ନେତ୍ରୀ ଆରତି ଦେଓ, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟା କଳ୍ପନା ପଣ୍ଡା, ବରୀ ନିର୍ବାଚନମଣ୍ଡଳୀ ଯୁବ ସଭାପତି, ପୂର୍ବତନ ନୌସେନା ଅଧିକାରୀ ତଥା ବିଶିଷ୍ଟ କଂଗ୍ରେସ ନେତା ନବକିଶୋର ସାମଲଙ୍କ ପୁଅ ଅପୂର୍ବ ସାମଲ ମଧ୍ୟ କଂଗ୍ରେସ ଟିକେଟ ଦୌଡ଼ରେ ରହିଛନ୍ତି। ଦଳ ଡିଆଁ ରାଜନୀତି ଚାଲିଥିବାରୁ ମୂଳ କଂଗ୍ରେସ ପରିବାରରୁ ଦଳରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବାକୁ ଆଶାୟୀ ପ୍ରାର୍ଥୀ କଳ୍ପନା ପଣ୍ଡା ମତ ରଖିଛନ୍ତି। ସେହିପରି କଂଗ୍ରେସ ଏକ ଶୃଙ୍ଖଳିତ ଦଳ, ଆମେ ଶୃଙ୍ଖଳାରେ ବିଶ୍ୱାସ କରୁ। ଆମ ଦଳ ଯାହାକୁ ପ୍ରାର୍ଥୀ ଘୋଷଣା କରିବ ଆମେ ସମସ୍ତେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ଲାଭ କରିବା କ୍ଷେତ୍ରରେ ସହଯୋଗ କରିବୁ ବୋଲି ଯୁବ ସମାଜସେବୀ ଅପୂର୍ବ ସାମଲ, ନାରୀ ନେତ୍ରୀ ଆରତୀ ଦେଓ ଓ ଇଞ୍ଜିନିୟର ଅମରେଶ ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri