Advertisement

ଆଦିବାସୀ ଗାଁ ଦାଣ୍ଡରେ ଲାଇଟ୍‌ ଲାଗିଲା

ରଘୁନାଥପୁର,୩୧।୧୦(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତର ୩ ନଂ. ଓ୍ବାର୍ଡର ଆଦିବାସୀ ସାହି ଗାଁ ଦାଣ୍ଡରେ ପ୍ରଥମଥର ପାଇଁ ଲାଇଟ୍‌ ଲାଗିଛି। ଓ୍ବାର୍ଡରେ ଏଭଳି ୩୦ଟି ଲାଇଟ୍‌ ଲଗାଯାଇଛି ବୋଲି ସରପଞ୍ଚ ସାହେବା ତବସୁମ୍‌ କହିଛନ୍ତି। ଏହାଦ୍ୱାରା ଏଠାରେ ବସବାସ କରୁଥିବା ୫୦୦ରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହେବେ। ରବିବାର ସରପଞ୍ଚ ତବସୁମ୍‌ ନୃସିଂହ ମନ୍ଦିର ନିକଟରେ ସୁଇଚ ଟିପି ଗଁା ଦାଣ୍ଡରେ ଲଗାଇଥିବା ଲାଇଟ୍‌ଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି। ତାଙ୍କ ସହ ସମିତିସଭ୍ୟା ସାଗରିକା ତରେଇ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ତବସୁମ୍‌ କହିଛନ୍ତି, ୱାର୍ଡର ୩୦ ପରିବାରକୁ ଏ ପର୍ଯ୍ୟନ୍ତ ପକ୍କାଗୃହ ମିଳିନାହିଁ। ଏ ନେଇ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। ଉକ୍ତ କାର୍ଯ୍ୟରେ ସାମାଜିକ କର୍ମୀ ରହିମ ଖାଁ ଓ ଅଜୟ ସାମଲ ସହଯୋଗ କରିଥିଲେ। ଏ ସମ୍ପର୍କରେ ୱାର୍ଡସଭ୍ୟା ସରସ୍ବତୀ ପ୍ରଧାନ କୁହନ୍ତି, ଓ୍ବାର୍ଡ ରାସ୍ତାରେ ଲାଇଟ୍‌ ନ ଥିବାରୁ ଲୋକେ ସନ୍ଧ୍ୟା ପରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିମାନଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ମାତ୍ର କୌଣସି ସୁଫଳ ମିଳୁ ନ ଥିଲା। ସରପଞ୍ଚ ତବସୁମ୍‌ ଏ ନେଇ ପଦକ୍ଷେପ ନେବା ପରେ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ଲାଗି ଜୀଉରା ଗ୍ରାମରେ ସଚେତନତା ବୈଠକ

ପାଟପୁର,୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ହାଇସ୍କୁଲ ପରିସରରେ କରୋନା ମୁକାବିଲା ଲାଗି ବୁଧବାର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l...

୪ ଦିନ ବନ୍ଦ ପରେ ଜୁନାଗଡ଼-ଧର୍ମଗଡ଼ ରାଜପଥରେ ଗଡ଼ିଲା ଯାନବାହନ

ଜୁନାଗଡ଼,୧୬।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ନିକଟସ୍ଥ ହାଲେର ଯୋରରେ ବନ୍ୟା ପାଣି ଆସିବା ଫଳରେ ଗତ ୧୨ତାରିଖରୁ ଆପ୍ରୋଚ ପୋଲ ଧୋଇ ହୋଇଯାଇଥିଲା।...

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କଲେ ଜନସାଧାରଣ: ରାଇକିଆରେ ରାସ୍ତାଘାଟ ଶୂନ୍‌ଶାନ୍‌

ରାଇକିଆ,୨୨।୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇ ଜନତା କର୍ଫ୍ୟୁ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ କନ୍ଧମାଳ ଜିଲା ରାଇକିଆରେ...

କାମ କରିବାକୁ ଯାଇ ପଶ୍ଚିମବଙ୍ଗରେ ଫସି ରହିଛନ୍ତି ଶ୍ରମିକ: ଘରକୁ ଫେରାଇ ନେବାକୁ ଜିଲାପାଳଙ୍କୁ ଅନୁରୋଧ

ଆରଡ଼ି,୨୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓ ଧୁଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ୫ ଶ୍ରମିକ ଓ ଜଣେ ନାବାଳକ ପଶ୍ଚିମବଙ୍ଗ କାମ କରିବାକୁ...

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୪୦ ଆହତ

ସିମୁଳିଆ,୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ପ୍ରାୟ ୩ କିଲୋମିଟର ଦୂର ୧୬ନଂ. ଜାତୀୟ ରାଜପଥ ମଞ୍ଜୁରୀପୁର ନିକଟରେ ରବିବାର ଭୋର୍‌ ସମୟରେ ଏକ ଯାତ୍ରୀବାହୀ...

ଉଜ୍ଜ୍ୱଳ ଆଲୋକ ପାଇଁ ହାତୀ ବାଟବଣା

କେନ୍ଦୁଝର,୨୪।୫(ସ୍ବ.ପ୍ର.) ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜଙ୍ଗଲାଞ୍ଚଳ ଦେଇ ଯାଇଥିବା ରାଜପଥ ଓ ଜାତୀୟ ରାଜପଥରେ ସୂଚନା ଫଳକ...

‘ଓଡ଼ିଶା ଲୋକେ ପିଉଛନ୍ତି ଝାଡ଼ଖଣ୍ଡ ପାଣି’

ବାରିପଦା ଅଫିସ,୨୮।୮-ମୟୂରଭଞ୍ଜ ଜିଲା ତିରିଂ ବ୍ଲକ ଅନ୍ତର୍ଗତ କେତେକ ଗ୍ରାମର ଲୋକେ ପାନୀୟ ଜଳରୁ ବଞ୍ଚିତ ହୋଇ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପାଣିକୁ ବ୍ୟବହାର କରୁଛନ୍ତି।...

ଶିମିଳିପାଳରୁ ୨ ଶିକାରୀ ଗିରଫ 

ଖୁଣ୍ଟା,୧୮ା୫(ଡି.ଏନ୍‌.ଏ.)- ଶିମିଳିପାଳ ଅଭୟାରଣ୍ୟର ଡୁକୁରା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଞ୍ଚଳରୁ ରବିବାର ରାତିରେ ୨ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ...

Advertisement
Archives

Model This Week