Advertisement

ଚିକିତ୍ସା ଅଭାବରୁ ଚାଲିଗଲା ମା’ -ଶିଶୁଙ୍କ ଜୀବନ

ଝାରସୁଗୁଡ଼ା ଅଫିସ,୨୧ା୯: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପ୍ରସବ ପରେ ଜଣେ ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲୋକେ ଚିକିତ୍ସା ଅବହେଳା ପାଇଁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି। ମୃତା ମହିଳା ଜଣଙ୍କ ହେଲେ କିର୍ମିରା ବ୍ଲକ୍‌ ନକ୍ସାପାଲି ଗ୍ରାମର ପ୍ରଶାନ୍ତ ବେହେରାଙ୍କ ସ୍ତ୍ରୀ ସୁନୀତା ବେହେରା (୩୦)।
ସୂଚନା ଅନୁସାରେ, ସୁନୀତାଙ୍କ ଗର୍ଭ ଯନ୍ତ୍ରଣା ହେବା ପରେ ପରିବାର ଲୋକେ ଆଶାକର୍ମୀଙ୍କ ଜରିଆରେ ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ନର୍ସମାନେ ଚିକିତ୍ସା କଲା ପରେ ମଙ୍ଗଳବାର ସକାଳ ୬ଟାରେ ମହିଳାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପରେ ନବଜାତ ସନ୍ତାନକୁ ସ୍ଥାନାନ୍ତର କରାଯାଉଥିବାବେଳେ ସେ ତଳେ ପଡିଯାଇଥିଲେ। ଫଳରେ ଶିଶୁର ମୃତ୍ୟୁ ହୋଇଥିଲା ବୋଲି ମହିଳାଙ୍କ ଶାଶୁ କନକ ବେହେରା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସନ୍ତାନ ଜନ୍ମ ସମୟରେ ବୋହୂ ସୁନିତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ହେଲେ ତାଙ୍କୁ ଚିକିତ୍ସା କରିବା ପାଇଁ କୌଣସି ଡାକ୍ତର ଆସି ନ ଥିଲେ। ଫଳରେ ୩ ଘଣ୍ଟା ପରେ ବୋହୂର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ମୁଖ୍ୟ ଚିକିତ୍ସାଳୟ ଅତିରିକ୍ତ ମୁଖ୍ୟ ଚିକିତ୍ସକ ଡା. ଡୋଲାମଣି ପଟେଲ କହିଛନ୍ତି, ମହିଳା ଯେତେବେଳେ ପ୍ରସବ ପାଇଁ ଚିକିତ୍ସାଳୟରେ ଭର୍ତ୍ତିହେଲେ ସେ ସମୟରେ ଏକ ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟ ସାଙ୍ଗରେ ଧରି ଆସିଥିଲେ। ସେଥିରେ ଜଣାପଡିଥିଲା ମହିଳାଙ୍କ ଗର୍ଭରେ ଶିଶୁ ମୃତ୍ୟୁବରଣ କରିଛି। ଏହା ଜାଣିବା ପରେ ତାଙ୍କର ପ୍ରସବ କରାଯାଇଥିଲା। ପ୍ରସବ ପରେ ମହିଳାଙ୍କ ଉଚ୍ଚ ରକ୍ତଚାପ ଆଦି ଥିବାରୁ ସେ ମୃତ୍ୟୁବରଣ କରିଛନ୍ତି। ଏ ନେଇ ମୃତକଙ୍କ ପରିବାର ତରଫରୁ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକାମୀ ହୋଇଛି ଓଡ଼ିଶାର ଏକମାତ୍ର ଇଏସ୍‌ଟି ସେଲ୍‌

ବ୍ରହ୍ମପୁର ଅଫିସ,୧୮ା୨ – ଛାତ୍ରୀଛାତ୍ରଙ୍କ ଗବେଷଣାଗତ ବିକାଶ ଏବଂ ରୋଜଗାର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ...

ଫିରିଙ୍ଗିଆ ବିଡିଓଙ୍କ ସ୍ତ୍ରୀଙ୍କ ଆତ୍ମହତ୍ୟା

ଫୁଲବାଣୀ ଅଫିସ, ୫ା୧୧- କନ୍ଧମାଳ ଜିଲା ଫିରିଙ୍ଗିଆ ବିଡିଓ ରଶ୍ମୀରଞ୍ଜନ ମହନ୍ତଙ୍କ ସ୍ତ୍ରୀ ସରିତା ସାମଲ(୩୧)ବୁଧବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ...

ଆଜିଠୁ ଆରମ୍ଭ ଖଣ୍ଡଗିରି ମେଳା: ହେବନି ଅପେରା କି ଖୋଲିବନି ଦୋକାନ ବଜାର

ଭୁବନେଶ୍ୱର,୭ା୨(ବ୍ୟୁରୋ): ସୋମବାର ସନ୍ଧ୍ୟାରୁ ଆରମ୍ଭ ହେବ ଖଣ୍ଡଗିରି ମେଳା। କୋଭିଡ୍‌ କଟକଣା ପାଇଁ ଚଳିତବର୍ଷ ବି ମେଳା ଫିକା ପଡ଼ିବ। କେବଳ ମନ୍ଦିର ଭିତରେ ନୀତିକାନ୍ତି...

ଟ୍ରକକୁ ପଛରୁ ପିଟିଲା ଟ୍ରକ, ଚାଳକ ମୃତ

କେନ୍ଦୁଝର, ୯ା୩(ସ୍ବ.ପ୍ର.)-କେନ୍ଦୁଝର ସହର ଦେଇ ଯାଇଥିବା ପୁରୁଣା ବଜାର ନିକଟ ୨୦ ନଂ. ଜାତୀୟ ରାଜପଥରେ ଏକ ଟ୍ରକ ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାକଡରେ...

ଫନୀ ଘରଭଙ୍ଗା ସହାୟତା ସାନି ତଦନ୍ତ ଭୟ

ବ୍ରହ୍ମଗିରି,୨୩ା୧୧(ଡି.ଏନ୍‌.ଏ.): ଫନୀରେ ବ୍ରହ୍ମଗିରି ବ୍ଲକରେ ବିଶେଷ କ୍ଷୟ କ୍ଷତି ହୋଇଥିଲା। ଏଥିରେ ବ୍ରହ୍ମଗିରି ବ୍ଲକରେ ଅନେକ ଘରଦ୍ୱାର ଭାଙ୍ଗିଯାଇଥିଲା ଏନେଇ ମୁଖ୍ୟମନ୍ତ୍ରୀ ଘରଭଙ୍ଗା ସହାୟତା ଘୋଷଣା...

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଖଇରା,୧୧।୭(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲରେ ବିଜ୍ଞାନ ଶିକ୍ଷକ ହେମନ୍ତ ଦାସଙ୍କୁ ବଦଳି କରାଯିବା ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ...

କର୍ମୀଙ୍କ ବାରଣ୍ଡାରେ ପଢୁଛନ୍ତି ପିଲା

ବାହାନଗା, ୨୩।୫(ଡି.ଏନ.ଏ.): ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣକୁ ୨ବର୍ଷ ପୂରିଲାଣି। ହେଲେ ହସ୍ତାନ୍ତର ହୋଇ ନ ଥିବାରୁ ଏବେ ବି ଛୋଟ ଛୋଟ ପିଲାମାନେ ସେହି...

ଧାମନଗର ପରେ ପଦ୍ମପୁର ଚିନ୍ତା

ବରଗଡ଼ ଅଫିସ:ଧାମନଗର ବିଧାନ ସଭା ନିର୍ବାଚନ ଫଳ ରବିବାର ପ୍ରକାଶ ପାଇଛି। ଦିବଂଗତ ଭାଜପା ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଏହି ଆସନରୁ...

Advertisement
Archives

Model This Week