ମହୁମାଛିଙ୍କ ଆୟୁଷ କମୁଛି

ଓ୍ବାଶିଂଟନ୍‌,୧୬ା୧୧: ଆମ ପାଇଁ ଫୁଲରୁ ମହୁ ସଂଗ୍ରହ କରି ଫେଣାରେ ସଂରକ୍ଷିତ ରଖୁଥିବା ମହୁମାଛିର ଆୟୁଷ ଅଧା କମିଯାଇଛି। ପୂର୍ବରୁ ମହୁମାଛି ୩୪ ଦିନ ବଞ୍ଚୁଥିବାବେଳେ ଏବେ ୧୮ ଦିନ ଜୀବିତ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।
ଗଛରେ ଫୁଲ ଫୁଟିବା ଓ ଫଳ ଫଳିବା ପ୍ରକ୍ରିୟା ପଲିନେଶନ୍‌ ଦ୍ୱାରା ସମ୍ଭବ ହୋଇଥାଏ। ଏହି ପଲିନେଶନ୍‌ (ଅଣ୍ଡିରା ଫୁଲର ପରାଗରେଣୁକୁ ମାଈ ଫୁଲକୁ ସ୍ଥାନାନ୍ତର କରିବା) ଭଳି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ପାଇଁ ମହୁମାଛି ଏକ ମାତ୍ର ମାଧ୍ୟମ। ମହୁମାଛିଙ୍କ
ସହଯୋଗ ବିନା ଗଛରେ ଫୁଲ କିମ୍ବା ଫଳ ଫଳିବା ପ୍ରାୟ ଅସମ୍ଭବ ବୋଲି ‘ସାଇନ୍ସ ଆଲର୍ଟ ମାଗାଜିନ୍‌’ରେ ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟରେ ବୈଜ୍ଞାନିକମାନେ ଉଲ୍ଲେଖ କରିଛନ୍ତି, ଖାଦ୍ୟ ଉତ୍ପାଦନର ମୁଖ୍ୟ ମାଧ୍ୟମ ପାଲଟିଥିବା ମହୁମାଛିଙ୍କ ଆୟୁଷ କ୍ରମାଗତ କମିବାରେ ଲାଗିଛି। ବୈଜ୍ଞାନିକଙ୍କ ମତରେ ସେମାନଙ୍କ ଆୟୁ ୫୦% ହ୍ରାସ ପାଇଛି। ଅର୍ଥାତ୍‌ ପୂର୍ବରୁ ଗୋଟିଏ ମହୁମାଛି ହାରାହାରି ୩୪ ଦିନ ବଞ୍ଚୁଥିବାବେଳେ ଏବେ ମାତ୍ର ୧୮ ଦିନ ଜୀବିତ ରହୁଛି।
ମହୁମାଛିଙ୍କ ୧୦ ପ୍ରଜାତି ଭିତରୁ ଗୋଟିଏ ପ୍ରଜାତି ସମ୍ପୂର୍ଣ୍ଣ ଭାବେ ପରିବେଶରୁ ଉଭାନ ହୋଇଯିବା ପରେ ୟୁରୋପୀୟ ଦେଶଗୁଡ଼ିକ ମହୁମାଛିଙ୍କୁ ‘ରେଡ୍‌ ଲିଷ୍ଟ’ (ବିପଜ୍ଜନକ ତାଲିକା)ରେ ଅନ୍ତର୍ଭୁକ୍ତ କରିଛନ୍ତି। ମହୁମାଛିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ଲାଗି ଜଳବାୟୁ ପରିବର୍ତ୍ତନକୁ ମୁଖ୍ୟତଃ ଦାୟୀ କରାଯାଉଛି। ଆମେରିକାରେ ୨୦୧୮ ଅକ୍ଟୋବରରୁ ୨୦୧୯ ଏପ୍ରିଲ ମଧ୍ୟରେ ୪୦% ମହୁମାଛିଙ୍କ ମୃତ୍ୟୁ ଘଟିଥିଲା। କାନାଡା, ଅଷ୍ଟ୍ରେଲିଆ, ବେଲଜିୟମ୍‌, ପର୍ତ୍ତୁଗାଲ, ସ୍ପେନ୍‌, ସୁଇଜରଲାଣ୍ଡ, ଜର୍ମାନୀ, ଫିନ୍‌ଲାଣ୍ଡ ଓ ପୋଲାଣ୍ଡରେ ମହୁମାଛି ବଂଶ ନିପାତ ହେବାରେ ଲାଗିଛି। ୨୦୧୨-୨୦୧୩ର ପ୍ରବଳ ଶୀତରେ ବ୍ରିଟେନ୍‌ରେ ୨୯% ମହୁମାଛିଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri