ପ୍ରାର୍ଥୀଙ୍କ ସହ ଗଡ଼ ସମ୍ଭାଳୁଛନ୍ତିି ବିଧାୟକ, ପୂର୍ବତନ ବିଧାୟକ

ନବରଙ୍ଗପୁର,୭ା୨(ବି.ପ୍ର.)- ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ୩ ଜିଲା ପରିଷଦ ଜୋନ୍‌ ରହିଛି। ସମସ୍ତ ଜୋନ୍‌ରେ ଭାଜପା, କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ତିନୋଟି ଜୋନ୍‌ରେ ୩୪ ହଜାର ୫୮୪ ଭୋଟର ରହିଛନ୍ତି। ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏହି ବ୍ଲକରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ସରକାରଙ୍କ ଜନହିତକର ଯୋଜନା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ସ୍ଥାନୀୟ ସମସ୍ୟା ସହ ଶିକ୍ଷା, ଗମନାଗମନ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସାଧାରଣ ଲୋକଙ୍କ ରହିଥିବା ସମସ୍ୟା ପ୍ରତି ବିଧାୟକ ରନ୍ଧାରୀ ଗୁରୁତ୍ୱ ଦେଇ ଆସୁଥିବାରୁ ତାଙ୍କ ଲୋକପ୍ରିୟତା ରହିଛି। କଂଗ୍ରେସର ପୂର୍ବତନ ବିଧାୟକ ଭୂଜବଳ ମାଝି ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରରେ ରହୁଛନ୍ତି। ସେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ଜିଲା ସଭାପତି ମୁନା ତ୍ରିପାଠୀ ମଧ୍ୟ ପ୍ରାର୍ଥୀଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଜେଡିର ୨୨ ବର୍ଷର ଶାସନ ମଧ୍ୟରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗ କରି କଂଗ୍ରେସ ଭୋଟରଙ୍କ ନିକଟରେ ପହଞ୍ଚୁଛି। ଅନ୍ୟପକ୍ଷରେ ପୂର୍ବତନ ଏମ୍‌ପି ପର୍ଶୁରାମ ମାଝିଙ୍କ ଘର ପାପଡ଼ାହାଣ୍ଡିରେ ହୋଇଥିଲେ ମଧ୍ୟ ସେ ପ୍ରାର୍ଥୀଙ୍କ ସହ କାଁଭାଁ ବୁଲିବା ଦେଖିବାକୁ ମିଳୁଛି। ନିର୍ବାଚନ ଆସିଲେ ଭାଜପା ସଙ୍ଗଠନ ସକ୍ରିୟ ହେବା ଦ୍ୱାରା ଏହାର ପ୍ରଭାବ ସିଧାସଳଖ ପ୍ରାର୍ଥୀଙ୍କ ଉପରେ ପଡ଼ୁଥିବା ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ ପାପଡ଼ାହାଣ୍ଡି ବ୍ଲକରେ ଭାଜପାର ବରିଷ୍ଠ କର୍ମକର୍ତ୍ତା ଗ୍ରାମୀଣ ଓ ବ୍ଲକ ସ୍ତରୀୟ କର୍ମୀଙ୍କ ଉପରେ ଆସ୍ଥାଭାଜନ ହୋଇପାରୁ ନାହାନ୍ତି। ପାପଡ଼ାହାଣ୍ଡିରେ ଭାଜପାର ସଙ୍ଗଠନ ଦୁର୍ବଳ ଥିବାରୁ ଏହି ବ୍ଲକରେ ଭାଜପା ତୃତୀୟ ସ୍ଥାନରେ ରହିବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ ମତପ୍ରକାଶ ପାଉଛି। ତେଣୁ ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ପାପଡ଼ାହାଣ୍ଡି ବ୍ଲକ ଜୋନ ୧ରେ କଂଗ୍ରେସ ପକ୍ଷରୁ ଉଆଁସୁ ମାଝି, ଭାଜପାର ପ୍ରଭାକର ଜାନୀ, ବିଜେଡି ପକ୍ଷରୁ ଯଶୋବସ୍ତ ନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିଭଳି ଜୋନ୍‌ ୨ରେ କଂଗ୍ରେସର ଅର୍ଜୁନ ଭତରା, ଭାଜପାର ତ୍ରିନାଥ ଅମନାତ୍ୟ, ବିଜେଡିର ମୋତିରାମ ନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ମୋତିରାମ ହେଉଛନ୍ତି ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ। ପୂର୍ବରୁ ସେ ଡାବୁଗାଁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ଏ ନେଇ ବିଜେଡି ନିଜ ସମ୍ମାନ ରକ୍ଷା ପାଇଁ ଆପ୍ରାଣ ପ୍ରଚେଷ୍ଟା ଚଳାଇଛି। ସେହିଭଳି ଜୋନ୍‌ ୩ ରେ ବିଜେଡିର ଭାନୁମତି ପୂଜାରୀ, ଭଜପାର ଲକ୍ଷ୍ମୀ ଭତରା ଓ କଂଗ୍ରେସର ଲିପିକା ମାଝିଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଲିପିକା ଜଣେ ଉଚ୍ଚଶିକ୍ଷିତା ଓ ଡାକ୍ତର ଏବଂ ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ବଡ଼ ଝିଅ। ଲିପିକା ବିପକ୍ଷରେ ବିଜେଡି ପକ୍ଷରୁ ଭାନୁମତିଙ୍କୁ ପ୍ରାର୍ଥୀ କରାଯାଇଛି। ଲିପିକା ଓ ଭାନୁମତି ଦୁହେଁ ସମ୍ପର୍କରେ ମାଉସୀ ଓ ବଡ଼ମା’ ଝିଅ ଭାବେ ଦୁଇ ଭଉଣୀ। ଲିପିକାଙ୍କୁ ବାପା ଭୁଜବଳଙ୍କ ସହଯୋଗ ସହ ଉଚ୍ଚଶିକ୍ଷିତା ହୋଇଥିବାରୁ ଭୋଟର ପ୍ରାର୍ଥୀଙ୍କ ଭାବମୂର୍ତ୍ତି ଓ ଦଳକୁ ମଧ୍ୟ ନଜର ଦେବେ। ତେବେ ପାପଡ଼ାହାଣ୍ଡି ବ୍ଲକ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ଅଙ୍ଗ ହୋଇଥିବାରୁ ବିଧାୟକ ମନୋହର ରନ୍ଧାରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ସେହିପରି ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ଗଡ଼ କୁହାଯାଉଥିବା ପାପଡ଼ାହାଣ୍ଡି ବ୍ଲକରେ କଂଗ୍ରେସ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇଛି। ତେବେ ୩ ଜୋନ୍‌ରେ ଭୋଟର କେଉଁ ପ୍ରାର୍ଥୀ ଓ ଦଳ ଉପରେ ଆସ୍ଥା ରଖି ଆଶୀର୍ବାଦ କରିବେ ତାହା ନିର୍ବାଚନ ଫଳାଫଳ ହିଁ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ବର୍ଜନ କରିବେ ୭ଶହ ଭୋଟର

ବାରିପଦା ଅଫିସ,୩ା୨: ମୌଳିକ ସୁବିଧାରୁ ବଞ୍ଚିତ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ପୂର୍ଣ୍ଣଚନ୍ଦ୍ରପୁର ପଞ୍ଚାୟତ କମଳାଶୋଳ ଗ୍ରାମବାସୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ...

ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଇନ୍ଦ୍ରାବତୀସ୍ଥିତ ଦେଓପାଲି ବନ୍ଧର ୨ଟି ଗେଟ୍‌ ଗୁରୁବାର ଅପରାହ୍ନରେ ଖୋଲାଯାଇଛି। ଉଭୟ...

ପାଣି ସମସ୍ୟା ଦୂର ନ ହେଲେ ଭୋଟ ବର୍ଜନ

ଖୋର୍ଦ୍ଧା ଅଫିସ,୩୧ା୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଗ୍ରାମକୁ ପାଇପ୍‌ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ପଦକ୍ଷେପ...

ଗୋଟିଏ ପରିବାରରୁ ୪ ବିଜୟୀ

ଆସିକା,୨୮ା୨(ଡି.ଏନ.ଏ.)  ଗଞ୍ଜାମ ଜିଲା ଆସିକା ବ୍ଲକରେ ଗତଥର ଅଧ୍ୟକ୍ଷ ଥିବା ହରେକୃଷ୍ଣ ମଲିକ ଓ ତାଙ୍କ ପରିବାରର ଅନ୍ୟ ୩ଜଣ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା...

ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର,୧୦ା୨(ବି.ପ୍ର.): ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ପ୍ରାୟ ସାଢେ ୧୦ଟାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ସେ ହେଲେ କୋଷାଗୁମୁଡା ବ୍ଲକ ନାଗିଗୁଡା ଗାଁର...

କରୋନାକୁ ନେଇ ମିଥ୍ୟା ଖବର ପ୍ରଚାର: ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପାପଡ଼ାହାଣ୍ଡି ଥାନା ପୋଲିସ

ପାପଡାହାଣ୍ଡି, ୧୦।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମାଳତୀଗୁଡା ଗ୍ରାମରେ କରୋନାକୁ ନେଇ ଗୁଜବ ପ୍ରଚାର କରିବା ସହ ସାମାଜିକ ଦୂରତ୍ୱ ନ ମାନିବାକୁ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବ୍ୟାପକ ପ୍ରସ୍ତୁତି, ସମ୍ବେଦନଶୀଳ ବୁଥ୍‌ ପ୍ରତି କଡ଼ା ନଜର

ବାଲିଗୁଡ଼ା,୧୨ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ବାଲିଗୁଡ଼ା ବ୍ଲକରେ ଆଗାମୀ ପଞ୍ଚାୟତ ନିର୍ବାଚନ ଚଳିତ ମାସ ୧୬ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏନେଇ...

ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ଜାତୀୟ ପତାକା

ନନ୍ଦାହାଣ୍ଡି,୧୬।୧୦,(ଡି.ଏନ.ଏ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକାକୁ ଅସମ୍ମାନ। ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶିଢ଼ି ତଳେ ପରିତ୍ୟକ୍ତ ଅବସ୍ଥାରେ ପଡି...

Advertisement
Archives

Model This Week