Posted inUncategorized

ଜେଲରୁ ଭିଡିଓ କଲିଂ କରୁଥିଲେ ନେତା

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଝାରପଡ଼ା ସ୍ପେଶାଲ ଜେଲର କଏଦୀମାନେ ଲୁଚାଇ ରଖିଥିବା ଫୋନ୍‌ରେ ବିଦେଶକୁ ବି କଲ୍‌ କରୁଛନ୍ତି। କିଛିଦିନ ତଳେ ଚଢ଼ାଉବେଳେ ଜଣେ ହାଇପ୍ରୋଫାଇଲ କଏଦୀ ରହୁଥିବା ସେଲ୍‌ ନିକଟ ମାଟିତଳୁ ଏକ ଫୋନ ମିଳିଥିଲା। ସେଥିରେ ଆଇଏସ୍‌ଡି କଲ୍‌ ହୋଇଥିବା ତଦନ୍ତବେଳେ ଜଣାପଡିଥିଲା। ଏବେ ପୁଣି ୨ ଫୋନ୍‌ ଜବତ କରାଯାଇଛି। ଏଥି ମଧ୍ୟରୁ ଗୋଟିଏ ସ୍ମାର୍ଟ (ଆଣ୍ଡ୍ରଏଡ୍‌) ଫୋନ୍‌ ରହିଛି। ଏଥିରେ ଭିଡିଓ କଲିଂ କରାଯାଇଥିବା ଜଣାପଡିଛି। ଏହି ଦୁଇ ଫୋନ୍‌କୁ ଜେଲ୍‌ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଦାଖଲ କରିବା ପରେ ଘଟଣା ପଦାକୁ ଆସିଛି। ଜେଲ୍‌ରେ ଥିବା ଜଣେ ରାଜନେତାଙ୍କ ସେଲ୍‌ ନିକଟରୁ ଉକ୍ତ ଫୋନ୍‌ ମିଳିଥିବା କୁହାଯାଉଛି। ଏହାକୁ ନେଇ ଝାରପଡ଼ା ଜେଲ୍‌ ପୁଣି ଚର୍ଚ୍ଚାକୁ ଆସିଛି। ତେବେ ଏ ସମ୍ପର୍କରେ ଥାନା ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି କହିଛନ୍ତି, ଉକ୍ତ ଦୁଇ ମୋବାଇଲ୍‌ ଫୋନ୍‌ ଜେଲ୍‌ କର୍ତ୍ତୃପକ୍ଷ ଦାଖଲ କରିଛନ୍ତି। ତେବେ କୌଣସି ଅଭିଯୋଗ କରାଯାଇନାହିଁ। ଭିଡିଓ କଲିଂ ଓ ନେତାଙ୍କ ପ୍ରସଙ୍ଗ ଉଠୁଥିବାରୁ ମୋବାଇଲ୍‌ ଫୋନ୍‌ର ଆଇଏମ୍‌ଆଇ ନମ୍ବର ଯାଞ୍ଚ କରାଯିବ। ଏହାପରେ ଉକ୍ତ ଫୋନ୍‌ କାହାର ଓ କେଉଁମାନେ ଏଥିରୁ କଥା ହୋଇଛନ୍ତି ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ସୂଚନା ମୁତାବକ, ୫-ଟି ଅଧୀନରେ ଜେଲ ବିଭାଗ ଆସିବା ପରେ ‘ଅପରେଶନ କ୍ଲିନ୍‌ଅପ୍‌’କୁ ବ୍ୟାପକ କରାଯାଇଛି। ସ୍ପେଶାଲ ଟିମ୍‌ ବିଭିନ୍ନ ଜେଲରେ ଚଢ଼ାଉ କରୁଛନ୍ତି। ଝାରପଡ଼ା ଜେଲ୍‌ରୁ କେବଳ ମେ’ ମାସର ୨୩ ତାରିଖ ସୁଦ୍ଧା ୧୩ ମୋବାଇଲ୍‌ ଫୋନ୍‌ ଜବତ ହୋଇଥିବାବେଳେ ବୁଧବାର ଆଉ ୨ଟି ମିଳିଛି। ଏହି ଜେଲ୍‌ରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀ ଓ ହାଇପ୍ରୋଫାଇଲ୍‌ ଅଭିଯୁକ୍ତ ରହିଛନ୍ତି। ଜେଲ ଭିତରେ ନିଶା ଓ ଟଙ୍କା କାରବାର ସହ ଅପରାଧୀମାନେ ମଉଜ କରୁଥିବା ନେଇ ଏକାଧିକ ଭିଡିଓ ଭାଇରାଲ ହୋଇଛି। ସେହିଭଳି ମୋବାଇଲ ଫୋନ୍‌ ସହାୟତାରେ ଜେଲ୍‌ରୁ ଅପରାଧ ନିୟନ୍ତ୍ରଣ ହେଉଛି। ନିକଟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସେଲ୍‌ ନିକଟରୁ ମୋବାଇଲ୍‌ ଫୋନ୍‌ ମିଳିବା ପରେ ତାଙ୍କୁ ବ୍ରହ୍ମପୁର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ମଧ୍ୟ ତତ୍‌କାଳୀନ ଜେଲ୍‌ ଅଧୀକ୍ଷକଙ୍କ ବଦଳି ହୋଇଥିଲା। ତେବେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବଡ଼ ତଦନ୍ତ ସହ ଏଥିପାଇଁ ସୁଯୋଗ ଦେଇଥିବା ଅଧିକାରୀ ହେଉ କି କର୍ମଚାରୀ ସମସ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜେଲ୍‌ ଆଇଜି ଓ ଅଧୀକ୍ଷକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଭାଗ୍ୟ ଆଣୁଛି ବିରଳବ୍ୟାଧି

ଶରୀରରେ ରୋଗ ପଶିଲେ ଲୋଡ଼ାହୁଏ ଚିକିତ୍ସା। ସାଧାରଣ ବ୍ୟାଧି କ୍ଷେତ୍ରରେ କିଛିଦିନ ଔଷଧ ସେବନ ପରେ ମିଳିଥାଏ ଉପଶମ। ରୋଗୀ ପୁନର୍ବାର ସ୍ବାଭାବିକ ଜୀବନ ଜିଏ।...

ଅଭିନୟ ନୁହେଁ ବରଂ ଏହି କାର୍ଯ୍ୟ କରିବାକୁ ପସନ୍ଦ କରିଥିଲେ ରାଣୀ ମୁଖାର୍ଜୀ, ପରେ ହୋଇଗଲେ ଷ୍ଟାର

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରାଣୀ ମୁଖାର୍ଜୀ ୨୧ ମାର୍ଚ୍ଚରେ ଜନ୍ମ ହୋଇଥିଲେ। ଆଜି ତାଙ୍କର ୪୩ ତମ ଜନ୍ମଦିନ। ରାଣୀ ୧୬ ବର୍ଷ ବୟସରେ ‘ରାଜା...

ଲୋକଙ୍କୁ ମିଳୁନି, ରାସ୍ତାରେ ବୋହୁଛି

ଯାଜପୁର ଅଫିସ,୬ା୨:ଯାଜପୁର ଜିଲାରେ ୯୦ ପ୍ରତିଶତ ଲୋକ ପାଇପ୍‌ ଯୋଗେ ପାନୀୟ ଜଳ ପାଇପାରୁନାହାନ୍ତି। ୮ଟି ମେଗା ଜଳଯୋଗାଣ ପ୍ରକଳ୍ପ ଏଯାଏ ଲୋକଙ୍କୁ ପାନୀୟ ଜଳ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୪, ୨୦୨୧)

ବଢୁଛି ତାପମାତ୍ରା ଶୁଷ୍କ ନଦୀ ଯୋବ୍ରା ନିକଟରେ ଶୁଷ୍କ ଅବସ୍ଥା ରେ ଥିବା ମହାନଦୀ ଏଜି ଛକରେ ବିଏମସି ପକ୍ଷରୁ ଗଛରେ ପାଣିଦିଅଯାଉଛି ରାଣୀହାଟ କେନାଲ...

ଗଞ୍ଜାମ ସହରରେ ବନ୍ଦ ପ୍ରଭାବ

ଗଞ୍ଜାମ,୨୬।୨(ଡି.ଏନ୍‌.ଏ.): ଜିଏସ୍‌ଟି ସରଳୀକରଣ ନିମନ୍ତେ ସର୍ବ ଭାରତୀୟ ବ୍ୟବସାୟୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ଯାଇଛିl ଏହାକୁ ଗଞ୍ଜାମ ସହର ବଡ଼ ବଜାର...

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ବର୍ତ୍ତମାନ ସମୟର ଯୁବପିଢ଼ି ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେଥିଲାଗି ସେମାନେ ନିଜ ନିଜ ପାର୍ଟନରଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିଥାନ୍ତି।...

ସମଲିଙ୍ଗୀ ବିବାହକୁ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ, ୨୬।୨(ପି.ଟି.):ସ୍ବତନ୍ତ୍ର ବିବାହ ଆଇନ ଅଧୀନରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପାଇଁ ହୋଇଥିବା ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। କେବଳ ପୁରୁଷ ଓ...

ମୋଦି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ନମ୍ର ବ୍ୟକ୍ତି: କଙ୍ଗନା

ବମ୍ବେ: କଙ୍ଗନା ରାଣାଓ୍ବତ୍‌ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ନିଜର ରୋକ୍‌ଠୋକ୍‌ କଥାକୁ ନେଇ ସେ ଏକାଧିକ ଥର ଚର୍ଚ୍ଚାକୁ ଆସିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା...

Advertisement
Archives

Model This Week