ତୃଣମୂଳସ୍ତର ସ୍ଥିତି ପରଖୁଛନ୍ତି ନେତା, ଜୋର୍‌ଦାର୍‌ ହେବ ଲଢ଼େଇ

କେନ୍ଦ୍ରାପଡ଼ା ଅଫିସ, ୩୦।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ ହୋଇଛି। ପ୍ରତି ଗ୍ରାମରେ ଭୋଜିଭାତ ଚାଲିଛି। ସମର୍ଥିତ ପ୍ରାର୍ଥୀଙ୍କ ସହ ରାଜନେତାମାନେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇ ତୃଣମୂଳସ୍ତରର ସ୍ଥିତି ପରଖୁଛନ୍ତି। ଆଞ୍ଚଳିକ ସମସ୍ୟା ସହ ଦଳୀୟ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ବିଦ୍ରୋହୀ ପ୍ରାର୍ଥୀ ସମସ୍ୟା ସୃଷ୍ଟି କରୁଛନ୍ତି। ଚଳିତ ନିର୍ବାଚନରେ ପ୍ରାୟ ୩୦ ପ୍ରତିଶତ ବିଜେଡିରେ ଥିବାବେଳେ ଭାଜପାରେ ପ୍ରାୟ ୨୦ ଓ କଂଗ୍ରେସରେ ପ୍ରାୟ ୧୫ ପ୍ରତିଶତ ବିଦ୍ରୋହୀ ପ୍ରାର୍ଥୀ ହୋଇଛନ୍ତି। ପ୍ରାର୍ଥୀଙ୍କ କଳେବର ବୃଦ୍ଧି ପାଇଥିବାରୁ ଚଳିତ ଥର ଲଢ଼େଇ ଜୋର୍‌ଦାର୍‌ ହେବ ବୋଲି ଆଲୋଚନା ହେଉଛି।

ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଶାସନ ବ୍ୟବସ୍ଥାରେ ରାଜ୍ୟର ବହୁ ଉନ୍ନତି ହୋଇଛି । ବିଭିନ୍ନ ଉନ୍ନୟନ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ଥିବାରୁ ଜନମତ ବିଜେଡି ସପକ୍ଷରେ ଅଛି। କରୋନା ସଂକ୍ରମଣ ସମୟରେ ପ୍ରତି ପଞ୍ଚାୟତରେ କୋଭିଡ୍‌ ସେଣ୍ଟର ନିର୍ମାଣଠାରୁ ଆରମ୍ଭ କରି ଟିକାକରଣ, ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଛି। ମୌଳିକ ସମସ୍ୟାର ସମାଧାନ ସହିତ ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହେଉଛି । କେନ୍ଦ୍ରାପଡ଼ା ଭଳି ଶିଳ୍ପ ବିହୀନ ଜିଲାରେ ଇସ୍ପାତ୍‌ ଓ ସିମେଣ୍ଟ ଶିଳ୍ପ ପ୍ରତିଷ୍ଠା, ନଦୀଭିତ୍ତିକ ବନ୍ଦର ନିର୍ମାଣ ପରି ଯୋଜନା କାର୍ଯ୍ୟକାରୀ ପ୍ରକ୍ରିୟା ଜାରି ରହିଛି । ବିଗତ ନିର୍ବାଚନ ପରି ଚଳିତ ଥର ଶତ ପ୍ରତିଶତ ବ୍ଲକ ଓ ଜିଲା ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତକୁ ଆସିବ ବୋଲି ସେ ପ୍ରକାଶ କରିଛନ୍ତି ।

ଜିଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନ ସମୟରେ କେନ୍ଦ୍ରାପଡ଼ା ଜିଲାର ବିକାଶ ଅପେକ୍ଷା ଅଧୋଗତି ଅଧିକ ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଗମନାଗମନ, ଶିଳ୍ପ, ଯାତ୍ରୀବାହୀ ଟ୍ରେନ ଆଦି ସମସ୍ୟା ଗତ ୨୦ ବର୍ଷ ମଧ୍ୟରେ ପରିବର୍ତ୍ତନ ହୋଇନାହିଁ । ଭିତ୍ତିଭୂମି ଅଭାବରୁ ଜିଲାର ମାନବ ସମ୍ବଳ ଏବେ ଦାଦନ ଶ୍ରମିକ ପାଲଟିଛନ୍ତି । ଅନୁଦାନ ଅର୍ଥକୁ ଶାସକ ଦଳର ନେତା ଓ କର୍ମୀ ଲୁଟ୍‌ କରିଥିବା ବେଳେ ଜିଲାରେ ଉପାନ୍ତରେ ଥିବା ଆଳି, ରାଜକନିକା, ରାଜନଗର, ମହାକାଳପଡ଼ା ବ୍ଲକ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାରେ ଅଛନ୍ତି। ଖରସ୍ରୋତା ପାଣି ବିବାଦଠାରୁ ଆରମ୍ଭ କରି ଗ୍ରାମ୍ୟ ରାସ୍ତା ନିର୍ମାଣ, ପାନୀୟ ଜଳ, ରାଶନ, ଭତ୍ତା ପରି ସମସ୍ୟାକୁ ଦଳୀୟ ସମର୍ଥିତ ପ୍ରାର୍ଥୀ ମୁଖ୍ୟ ପ୍ରସଙ୍ଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ଓ ବ୍ୟକ୍ତିତ୍ୱକୁ ଗୁରୁତ୍ୱ ଦେଇ ପ୍ରାର୍ଥୀ ଚୟନ ହୋଇଥିବାରୁ ନିର୍ବାଚନରେ ଆଶାତୀତ ସୁଫଳ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି ।

ଜିଲା ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡା କହିଛନ୍ତି, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବହୁ ସଂଖ୍ୟାରେ ନିର୍ବାଚିତ ହୋଇଥିଲେ । ଜିଲାର ୩୨ ଜିଲା ପରିଷଦରୁ ୧୦ ଆସନ ଭାଜପାର ଥିବା ବେଳେ ଭୋଟ ସଂଗ୍ରହ କ୍ଷେତ୍ରରେ ଦ୍ୱିତୀୟ ନମ୍ବରରେ ଥିଲା । ଚଳିତ ଥର ପ୍ରାର୍ଥମାନେ ବହୁ ସଂଖ୍ୟାରେ ଜିତି ବିଭିନ୍ନ ବ୍ଲକ ଓ ଜିଲା ପରିଷଦ ଅଧ୍ୟକ୍ଷ ପଦ ଅକ୍ତିଆର କରିବେ । ଦେଶ ଶାସନ ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାର ବିକାଶକୁ ନେଇ ଶାସକ ବିଜେଡି ଓ କଂଗ୍ରେସ ସମ୍ବେଦନଶୀଳ ନୁହନ୍ତି। କୃଷି ଏଠାରେ ମୁଖ୍ୟ ସମସ୍ୟା ହୋଇଥିଲେ ମଧ୍ୟ ଜଳ ପରିଚାଳନା ଯୋଜନା ଦୀର୍ଘ ୭୫ ବର୍ଷ ମଧ୍ୟରେ ହୋଇନାହିଁ । ସେହିପରି ପ୍ରତି ନିର୍ବାଚନ ଆରମ୍ଭ ପୂର୍ବରୁ ଶାସକ ବିଜେଡି ପକ୍ଷରୁ ଶିଳ୍ପ, ବନ୍ଦର, ଥର୍ମାଲ ପ୍ଲାଣ୍ଟ ପ୍ରତିଷ୍ଠାକୁ ନେଇ ପ୍ରତିଶ୍ରୁତିକୁ ତୃଣମୂଳସ୍ତରର ଭୋଟର ବୁଝିଛନ୍ତି । କେନ୍ଦ୍ରୀୟ ଅନୁଦାନକୁ ବାଟମାରଣା କରାଯାଉଥିବା ନେଇ ହୋଇଥିବା ଆନ୍ଦୋଳନ ଯୋଗୁ ଭାଜପା ପ୍ରତି ଭୋଟର ଆକୃଷ୍ଟ ଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri