ଆଇନ ଯାଉଛି ତା’ ବାଟରେ

ଘାସିରାମ ପଣ୍ଡା

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରସ୍ତୁତ ଭାରତରେ ଅପରାଧ ରିପୋର୍ଟରେ ବାଲ୍ୟବିବାହ ନିଷେଧ ଆଇନ, ୨୦୦୬ ଅଧୀନରେ ୨୦୨୧ମସିହାରେ ଦେଶରେ ମୋଟ ୧୦୫୦ ମାମଲା ରୁଜୁ ହୋଇଥିବା ଜଣାପଡିଛି। ୨୦୨୦ରେ ମୋଟ ୭୮୨ଟି ମାମଲା ରୁଜୁ ହୋଇଥିଲା। ୨୦୨୧ରେ ୨୦୨୦ତୁଳନାରେ ୩୪ ଶତକଡ଼ା ଅଧିକ ମାମଲା ଦାଖଲ ହୋଇଛି। ୨୦୧୧ରେ ମାତ୍ର ୧୧୩ଟି ମାମଲା ରୁଜୁ ହୋଇଥିବା ବେଳେ କ୍ରମାଗତ ଭାବରେ ପରବର୍ଷଗୁଡ଼ିକରେ ଏହା ବଢିଛି। ଓଡ଼ିଶାର ତଥ୍ୟ ଅନୁଧ୍ୟାନ କଲେ ୨୦୧୬ରେ ମାତ୍ର ୧୫ଟି ମାମଲା ଏହି ଆଇନ ଅନୁସାରେ ଦରଜ ହୋଇଥିବା ବେଳେ ୨୦୧୭ରେ ୧୭, ୨୦୧୮ରେ ୨୨, ୨୦୧୯ରେ ୨୨, ୨୦୨୦ରେ ୨୪ ଓ ୨୦୨୧ରେ ୬୪ଟି ମାମଲା ଦରଜ ହୋଇଛି। ଓଡ଼ିଶାରେ ବି ୨୦୨୦ତୁଳନାରେ ୨୦୨୧ରେ ମାମଲା ଦାଖଲ ଯଥେଷ୍ଟ ବଢିଛି। ଏହି ତଥ୍ୟ ଆସିଲା ପରେ ଅନେକେ ଏହାକୁ ବାଲ୍ୟବିବାହ ହାରରେ ବୃଦ୍ଧି ବୋଲି ଆକଳନ କରିଛନ୍ତି। କିନ୍ତୁ ପ୍ରକୃତରେ ମାମଲା ବୃଦ୍ଧିର ଏହି ହାର ଯଥେଷ୍ଟ ନୁହେଁ କି ଏହା ବାଲ୍ୟବିବାହ ବୃଦ୍ଧିର ହାରକୁ ବି ସୂଚାଉ ନାହିଁ।
ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରସ୍ତୁତ ବାର୍ଷିକ ବିବରଣୀ ଅନୁଯାୟୀ ୨୦୧୭ରେ ମାତ୍ର ୩୧୪ଟି ବାଲ୍ୟବିବାହକୁ ରୋକାଯାଇ ପାରିଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହା ବୃଦ୍ଧି ପାଇଛି। ୨୦୧୮ରେ ୪୧୧, ୨୦୧୯ରେ ୬୫୭, ୨୦୨୦ରେ ୧୧୭୯ ଓ ୨୦୨୧ରେ ୧୭୩୪ଟି ବାଲ୍ୟବିବାହର ସୂଚନା ବିଭାଗକୁ ମିଳିଛି ଓ ବନ୍ଦ କରାଯାଇ ପାରିଛି। କିନ୍ତୁ ଆଇନ ଅଧୀନରେ ଏହି ମାତ୍ରାରେ ମାମଲା ଦରଜ ହୋଇ ନାହିଁ। ୨୦୨୧-୨୨ଆର୍ଥିକ ବର୍ଷରେ କେବଳ ୧୯ ବର୍ଷରୁ କମ୍‌ ବୟସର୨୪୩୫୫ ଜଣ କିଶୋରୀ ଗର୍ଭବତୀ ମାତୃତ୍ୱ ଲାଭ କରିଛନ୍ତି। ଏମାନଙ୍କ ଭିତରୁ ଅଧିକାଂଶ ୧୮ରୁ କମ୍‌ ବୟସରେ ବିବାହ ବା ଉଦୁଲିଆ ଯାଇଥିବାର ସମ୍ଭାବନା ରହିଛି। ରୁଜୁ ହୋଇଥିବା ମାମଲାର ସଂଖ୍ୟା ଏହି ସବୁ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ନୁହେଁ କି?
ବାଲ୍ୟବିବାହ କ୍ଷେତ୍ରରେ ବାଲ୍ୟବିବାହ ନିଷେଧ ଆଇନ, ୨୦୦୬, ଶିଶୁମାନଙ୍କୁ ଯୌନନିର୍ଯାତନା ନିଷେଧ (ପୋକ୍ସୋ) ଆଇନ, ୨୦୧୨, ଭାରତୀୟ ପେନାଲ କୋଡ୍‌ ଅନୁଯାୟୀ ମାମଲା ରୁଜୁ ହୋଇପାରିବ। ଆବଶ୍ୟକ ସ୍ଥଳେ ତଫସିଲଭୁକ୍ତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଆଇନ ଓ ଘରୋଇ ହିଂସା ନିବାରଣ ଆଇନକୁ ମଧ୍ୟ ବ୍ୟବହାର କରାଯାଇ ପାରିବ। ପ୍ରତ୍ୟେକ ବାଲ୍ୟବିବାହ ଘଟଣାକୁ ଏଫ୍‌ଆଇଆର୍‌ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଦିଶା ନିର୍ଦ୍ଦେଶ ଜାରି କରାଯାଇଛି। ଏହାକୁ ସୁନିଶ୍ଚିତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟ ବିଭିନ୍ନ ସମୟରେ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ଅକ୍ଟୋବର ୧୮ରେ ଏନେଇ ସମସ୍ତ ଜିଲା ଶିଶୁ ଅଧିକାର ସୁରକ୍ଷା ଅଧିକାରୀ, ଜିଲା ସମାଜ କଲ୍ୟାଣ ଅଧିକାରୀ ଓ ବାଲ୍ୟବିବାହ ନିଷେଧ ଅଧିକାରୀଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏହା ସତ୍ତ୍ୱେ ଥାନାରେ ମାମଲା ଦରଜ ହେବା ସହଜ ହେଉ ନାହିଁ।
ବାଲ୍ୟବିବାହ ସମ୍ପର୍କିତ ସୂଚନା ଯଥେଷ୍ଟ ଆଗରୁ ଜଣା ପଡିଗଲେ ପ୍ରାୟତଃ ଆପୋସ ବୁଝାମଣା ଭିତରେ ବାହାଘରକୁ ଅଟକେଇ ଦିଆଯାଏ। ଏଭଳି କ୍ଷେତ୍ରରେ ବୁଝାମଣା ଭଙ୍ଗ ହେବାର ଆଶଙ୍କା ନ ଥିଲେ ମାମଲା ଦରଜ ହେବାର ଆବଶ୍ୟକତା ନାହିଁ। ବରଂ ବୁଝାମଣା ବେଳେ ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା କମିଟିକୁ ସାମିଲ କରାଯିବା ସହିତ ଶିଶୁଟି ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବାର ଅନୁଭବ ହେଲେ ଶିଶୁ ମଙ୍ଗଳ କମିଟିରେ ହାଜର କରିବାକୁ ସୁନିଶ୍ଚିତ କରିବା କଥା। ଅପର ପକ୍ଷରେ ବାରମ୍ବାର ବୁଝାମଣା ଓ ତାଗିଦ ସତ୍ତ୍ୱେ ବାହାଘରରେ ସାମିଲ ପକ୍ଷ ଅମାନିଆ ହେଲେ, ନାବାଳକ ବା ନାବାଳିକାଙ୍କ ଅସହମତିରେ ଜୋରଜବରଦସ୍ତି ବାହାଘର ହେଉଥିଲେ, ବାହାଘର ବାହାନାରେ ଚାଲାଣ ହେବାର ସମ୍ଭାବନା ଥିଲେ, ଉଦ୍ଦେଶ୍ୟମୂଳକ ଭାବେ ଲୁଚେଇ ବାହାଘର କରିଦେଉଥିଲେ ବା ହୋଇସାରିଥିଲେ ଥାନାରେ ମମଲା ଦରଜକୁ ସୁନିଶ୍ଚିତ କରିବା ଆବଶ୍ୟକ। କିନ୍ତୁ ଅନେକ ଘଟଣାରେ ସାମାଜିକ ଓ ରାଜନୈତିକ ଚାପ, ପୋଲିସର ବୁଝାମଣାର ଅଭାବ ଓ ବାଲ୍ୟବିବାହ ନିଷେଧ ଅଧିକାରୀ ଦାୟିତ୍ୱରୁ ଓହରିଯିବା ହେତୁ ମାମଲା ଦରଜ ହୋଇପାରୁ ନାହିଁ। ବାଲ୍ୟବିବାହ ପାଇଁ ଦଣ୍ଡ ବିଧାନର ପ୍ରାବଧାନ ବ୍ୟତୀତ ବାଲ୍ୟବିବାହ ପ୍ରଭାବିତଙ୍କ ଆର୍ଥିକ, ସାମାଜିକ ଓ ଆଇନଗତ ସୁରକ୍ଷା ପାଇଁ ମଧ୍ୟ ଅନେକ ପ୍ରାବଧାନ ରହିଛି। ଆମ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଟିଏ ବି ବିବାହ ନିଷିଦ୍ଧ କରିବା ବା ଭରଣପୋଷଣ ପାଇଁ ନ୍ୟାୟିକ ପ୍ରକ୍ରିୟାର ଉଦାହରଣ ନାହିଁ। ସୁବର୍ଣ୍ଣପୁର
ମୋ-୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri