ଆଇନ ଯାଉଛି ତା’ ବାଟରେ

ଘାସିରାମ ପଣ୍ଡା

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରସ୍ତୁତ ଭାରତରେ ଅପରାଧ ରିପୋର୍ଟରେ ବାଲ୍ୟବିବାହ ନିଷେଧ ଆଇନ, ୨୦୦୬ ଅଧୀନରେ ୨୦୨୧ମସିହାରେ ଦେଶରେ ମୋଟ ୧୦୫୦ ମାମଲା ରୁଜୁ ହୋଇଥିବା ଜଣାପଡିଛି। ୨୦୨୦ରେ ମୋଟ ୭୮୨ଟି ମାମଲା ରୁଜୁ ହୋଇଥିଲା। ୨୦୨୧ରେ ୨୦୨୦ତୁଳନାରେ ୩୪ ଶତକଡ଼ା ଅଧିକ ମାମଲା ଦାଖଲ ହୋଇଛି। ୨୦୧୧ରେ ମାତ୍ର ୧୧୩ଟି ମାମଲା ରୁଜୁ ହୋଇଥିବା ବେଳେ କ୍ରମାଗତ ଭାବରେ ପରବର୍ଷଗୁଡ଼ିକରେ ଏହା ବଢିଛି। ଓଡ଼ିଶାର ତଥ୍ୟ ଅନୁଧ୍ୟାନ କଲେ ୨୦୧୬ରେ ମାତ୍ର ୧୫ଟି ମାମଲା ଏହି ଆଇନ ଅନୁସାରେ ଦରଜ ହୋଇଥିବା ବେଳେ ୨୦୧୭ରେ ୧୭, ୨୦୧୮ରେ ୨୨, ୨୦୧୯ରେ ୨୨, ୨୦୨୦ରେ ୨୪ ଓ ୨୦୨୧ରେ ୬୪ଟି ମାମଲା ଦରଜ ହୋଇଛି। ଓଡ଼ିଶାରେ ବି ୨୦୨୦ତୁଳନାରେ ୨୦୨୧ରେ ମାମଲା ଦାଖଲ ଯଥେଷ୍ଟ ବଢିଛି। ଏହି ତଥ୍ୟ ଆସିଲା ପରେ ଅନେକେ ଏହାକୁ ବାଲ୍ୟବିବାହ ହାରରେ ବୃଦ୍ଧି ବୋଲି ଆକଳନ କରିଛନ୍ତି। କିନ୍ତୁ ପ୍ରକୃତରେ ମାମଲା ବୃଦ୍ଧିର ଏହି ହାର ଯଥେଷ୍ଟ ନୁହେଁ କି ଏହା ବାଲ୍ୟବିବାହ ବୃଦ୍ଧିର ହାରକୁ ବି ସୂଚାଉ ନାହିଁ।
ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରସ୍ତୁତ ବାର୍ଷିକ ବିବରଣୀ ଅନୁଯାୟୀ ୨୦୧୭ରେ ମାତ୍ର ୩୧୪ଟି ବାଲ୍ୟବିବାହକୁ ରୋକାଯାଇ ପାରିଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହା ବୃଦ୍ଧି ପାଇଛି। ୨୦୧୮ରେ ୪୧୧, ୨୦୧୯ରେ ୬୫୭, ୨୦୨୦ରେ ୧୧୭୯ ଓ ୨୦୨୧ରେ ୧୭୩୪ଟି ବାଲ୍ୟବିବାହର ସୂଚନା ବିଭାଗକୁ ମିଳିଛି ଓ ବନ୍ଦ କରାଯାଇ ପାରିଛି। କିନ୍ତୁ ଆଇନ ଅଧୀନରେ ଏହି ମାତ୍ରାରେ ମାମଲା ଦରଜ ହୋଇ ନାହିଁ। ୨୦୨୧-୨୨ଆର୍ଥିକ ବର୍ଷରେ କେବଳ ୧୯ ବର୍ଷରୁ କମ୍‌ ବୟସର୨୪୩୫୫ ଜଣ କିଶୋରୀ ଗର୍ଭବତୀ ମାତୃତ୍ୱ ଲାଭ କରିଛନ୍ତି। ଏମାନଙ୍କ ଭିତରୁ ଅଧିକାଂଶ ୧୮ରୁ କମ୍‌ ବୟସରେ ବିବାହ ବା ଉଦୁଲିଆ ଯାଇଥିବାର ସମ୍ଭାବନା ରହିଛି। ରୁଜୁ ହୋଇଥିବା ମାମଲାର ସଂଖ୍ୟା ଏହି ସବୁ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ନୁହେଁ କି?
ବାଲ୍ୟବିବାହ କ୍ଷେତ୍ରରେ ବାଲ୍ୟବିବାହ ନିଷେଧ ଆଇନ, ୨୦୦୬, ଶିଶୁମାନଙ୍କୁ ଯୌନନିର୍ଯାତନା ନିଷେଧ (ପୋକ୍ସୋ) ଆଇନ, ୨୦୧୨, ଭାରତୀୟ ପେନାଲ କୋଡ୍‌ ଅନୁଯାୟୀ ମାମଲା ରୁଜୁ ହୋଇପାରିବ। ଆବଶ୍ୟକ ସ୍ଥଳେ ତଫସିଲଭୁକ୍ତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଆଇନ ଓ ଘରୋଇ ହିଂସା ନିବାରଣ ଆଇନକୁ ମଧ୍ୟ ବ୍ୟବହାର କରାଯାଇ ପାରିବ। ପ୍ରତ୍ୟେକ ବାଲ୍ୟବିବାହ ଘଟଣାକୁ ଏଫ୍‌ଆଇଆର୍‌ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଦିଶା ନିର୍ଦ୍ଦେଶ ଜାରି କରାଯାଇଛି। ଏହାକୁ ସୁନିଶ୍ଚିତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟ ବିଭିନ୍ନ ସମୟରେ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ଅକ୍ଟୋବର ୧୮ରେ ଏନେଇ ସମସ୍ତ ଜିଲା ଶିଶୁ ଅଧିକାର ସୁରକ୍ଷା ଅଧିକାରୀ, ଜିଲା ସମାଜ କଲ୍ୟାଣ ଅଧିକାରୀ ଓ ବାଲ୍ୟବିବାହ ନିଷେଧ ଅଧିକାରୀଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏହା ସତ୍ତ୍ୱେ ଥାନାରେ ମାମଲା ଦରଜ ହେବା ସହଜ ହେଉ ନାହିଁ।
ବାଲ୍ୟବିବାହ ସମ୍ପର୍କିତ ସୂଚନା ଯଥେଷ୍ଟ ଆଗରୁ ଜଣା ପଡିଗଲେ ପ୍ରାୟତଃ ଆପୋସ ବୁଝାମଣା ଭିତରେ ବାହାଘରକୁ ଅଟକେଇ ଦିଆଯାଏ। ଏଭଳି କ୍ଷେତ୍ରରେ ବୁଝାମଣା ଭଙ୍ଗ ହେବାର ଆଶଙ୍କା ନ ଥିଲେ ମାମଲା ଦରଜ ହେବାର ଆବଶ୍ୟକତା ନାହିଁ। ବରଂ ବୁଝାମଣା ବେଳେ ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା କମିଟିକୁ ସାମିଲ କରାଯିବା ସହିତ ଶିଶୁଟି ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବାର ଅନୁଭବ ହେଲେ ଶିଶୁ ମଙ୍ଗଳ କମିଟିରେ ହାଜର କରିବାକୁ ସୁନିଶ୍ଚିତ କରିବା କଥା। ଅପର ପକ୍ଷରେ ବାରମ୍ବାର ବୁଝାମଣା ଓ ତାଗିଦ ସତ୍ତ୍ୱେ ବାହାଘରରେ ସାମିଲ ପକ୍ଷ ଅମାନିଆ ହେଲେ, ନାବାଳକ ବା ନାବାଳିକାଙ୍କ ଅସହମତିରେ ଜୋରଜବରଦସ୍ତି ବାହାଘର ହେଉଥିଲେ, ବାହାଘର ବାହାନାରେ ଚାଲାଣ ହେବାର ସମ୍ଭାବନା ଥିଲେ, ଉଦ୍ଦେଶ୍ୟମୂଳକ ଭାବେ ଲୁଚେଇ ବାହାଘର କରିଦେଉଥିଲେ ବା ହୋଇସାରିଥିଲେ ଥାନାରେ ମମଲା ଦରଜକୁ ସୁନିଶ୍ଚିତ କରିବା ଆବଶ୍ୟକ। କିନ୍ତୁ ଅନେକ ଘଟଣାରେ ସାମାଜିକ ଓ ରାଜନୈତିକ ଚାପ, ପୋଲିସର ବୁଝାମଣାର ଅଭାବ ଓ ବାଲ୍ୟବିବାହ ନିଷେଧ ଅଧିକାରୀ ଦାୟିତ୍ୱରୁ ଓହରିଯିବା ହେତୁ ମାମଲା ଦରଜ ହୋଇପାରୁ ନାହିଁ। ବାଲ୍ୟବିବାହ ପାଇଁ ଦଣ୍ଡ ବିଧାନର ପ୍ରାବଧାନ ବ୍ୟତୀତ ବାଲ୍ୟବିବାହ ପ୍ରଭାବିତଙ୍କ ଆର୍ଥିକ, ସାମାଜିକ ଓ ଆଇନଗତ ସୁରକ୍ଷା ପାଇଁ ମଧ୍ୟ ଅନେକ ପ୍ରାବଧାନ ରହିଛି। ଆମ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଟିଏ ବି ବିବାହ ନିଷିଦ୍ଧ କରିବା ବା ଭରଣପୋଷଣ ପାଇଁ ନ୍ୟାୟିକ ପ୍ରକ୍ରିୟାର ଉଦାହରଣ ନାହିଁ। ସୁବର୍ଣ୍ଣପୁର
ମୋ-୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri