ବ୍ରିଟେନରେ ଶେଷ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ବନ୍ଦହେଲା

ଲଣ୍ଡନ,୧।୧୦: ବ୍ରିଟେନରେ କୋଇଲାରେ ଚାଲୁଥିବା ଶେଷ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ସୋମବାର ବନ୍ଦ ହୋଇଛି। ଫଳରେ ବ୍ରିଟେନରେ ଶିଳ୍ପ ବିପ୍ଳବକୁ ପ୍ରୋତ୍ସାହିତ କରି ୧୪୨ ବର୍ଷ ହେଲା ଚାଲିଆସିଥିବା କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନର ଯୁଗ ଶେଷ ହୋଇଛି। କେନ୍ଦ୍ରୀୟ ଇଂଲଣ୍ଡରେ ଥିବା ରାଟ୍‌କ୍ଲିଫ୍‌-ଅନ୍‌-ସୋର ଷ୍ଟେଶନ ମଧ୍ୟରାତ୍ରରେ ଏହାର ଚୂଡ଼ାନ୍ତ ଶିଫ୍ଟ ଶେଷ କରିଛି। ଏହି ପ୍ଲାଣ୍ଟରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେଲା କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନ ହେଉଥିଲା। ୨୦୩୦ ସୁଦ୍ଧା ବ୍ରିଟେନ୍‌ର ସମସ୍ତ ବିଦ୍ୟୁତ୍‌ ପୁନଃନବୀକରଣଯୋଗ୍ୟ ଉତ୍ସରୁ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ କୋଇଲାଭିତ୍ତିକ ଶେଷ ବିଦ୍ୟୁତ୍‌ ପ୍ଲାଣ୍ଟ ବନ୍ଦ ହେବା ଏହି ଦିଗରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଏହା ଏକ ଭାବାବେଗର ଦିନ ବୋଲି ପ୍ଲାଣ୍ଟ ମ୍ୟାନେଜର ପିଟର ଓ’ଗ୍ରାଡି କହିଛନ୍ତି। ପରିବେଶ ସୁରକ୍ଷା ପାଇଁ କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା ଲକ୍ଷ୍ୟ ରଖିଥିବା ଜି-୭ ରାଷ୍ଟ୍ରଗୋଷ୍ଠୀ ମଧ୍ୟରୁ ବ୍ରିଟେନ ପ୍ରଥମ ଦେଶ, ଯିଏ ସମସ୍ତ କୋଇଲାଭିତ୍ତିକ ବିଦ୍ୟୁତ୍‌ ପ୍ଲାଣ୍ଟ ବନ୍ଦ କରିଦେଇଛି। ସ୍ବିଡେନ୍‌, ବେଲ୍‌ଜିୟମ ଭଳି ୟୁରୋପୀୟ ରାଷ୍ଟ୍ର ମଧ୍ୟ ପୂର୍ବରୁ ଏଭଳି ପଦକ୍ଷେପ ନେଇଛନ୍ତି।
ତେବେ ଭାରତ ଏତେଶୀଘ୍ର କୋଇଲା ନିର୍ଭରଶୀଳତାରୁ ମୁକୁଳିପାରିବନି ବୋଲି ନୀତି ବିଶାରଦମାନେ କହିଛନ୍ତି। ଭାରତ ଏକ ବିକାଶଶୀଳ ରାଷ୍ଟ୍ର ହୋଇଥିବାବେଳେ ଶକ୍ତି ଆବଶ୍ୟକତା ଯଥେଷ୍ଟ ଅଧିକ ରହିଛି। ତେଣୁ ଆଗାମୀ କେତେ ଦଶନ୍ଧି ପର୍ଯ୍ୟନ୍ତ ଭାରତକୁ କୋଇଲାରୁ ଶକ୍ତି ଉତ୍ପାଦନ କରିବାକୁ ହେବ।
ବିଶ୍ୱର ପ୍ରଥମ କୋଇଲାଚାଳିତ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ୧୮୮୨ରେ ଲଣ୍ଡନରେ ସ୍ଥାପନ ହୋଇଥିଲା। ୨୦୧୨ ପର୍ଯ୍ୟନ୍ତ ବ୍ରିଟେନ୍‌ ବିଦ୍ୟୁତ୍‌ ଉତ୍ପାଦନର ୩୯ ପ୍ରତିଶତ କୋଇଲାରୁ ମିଳୁଥିଲା। ବ୍ରିଟେନ୍‌ରେ ଶେଷ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ବନ୍ଦ ହେବା ସହ ଓଇସିଡି (ଆର୍ଥତ୍କ ସହଯୋଗ ଓ ବିକାଶ ସଂଗଠନ) ଦେଶଗୁଡ଼ିକର ଏକ-ତୃତୀୟାଂଶରୁ ଅଧିକ କୋଇଲା ମୁକ୍ତ ହୋଇପାରିଛନ୍ତି। ୨୦୩୦ ସୁଦ୍ଧା ତିନି-ଚତୁର୍ଥାଂଶ ଦେଶ କୋଇଲାମୁକ୍ତ ହେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ମାରିଦେବ AI!

ଓ୍ବାଶିଂଟନ,୧୪ା୯: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ହୋଇପାରେ ବୋଲି ଆନ୍ଥ୍ରୋପିକ୍‌ ସିଇଓ ଡାରିଓ ଆମୋଦେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ଏଆଇର କ୍ଷମତା ବୃଦ୍ଧି ହାର କମାଇବା…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?