ସତ୍ୟନଗରରେ ହେବ ଉତ୍ତମଙ୍କ ଶେଷକୃତ୍ୟ: ଦିଲ୍ଲୀରୁ ଭୁବନେଶ୍ୱର ଆସୁଛି ପାର୍ଥିବ ଶରୀର

ଭୁବନେଶ୍ବର,୨୮।୨: ଆଉ ନାହାନ୍ତି ଓଲିଉଡ୍‌ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି। ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ସେ ଲିଭର ସିରୋସିସରେ ପୀଡ଼ିତ ଥିଲେ। ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ତାଙ୍କ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସୂଚନା ଦେଇଛନ୍ତି। ଦିନ ସାଢ଼େ ୧୧ଟା ସୁଦ୍ଧା ବିମାନବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବ। ତାଙ୍କ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯିବ। ବର୍ତ୍ତମାନ ପାର୍ଥିବ ଶରୀର ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଉଛି। ପୁଅ ବାବୁଶାନ ଏବଂ ବୋହୂ ତୃପ୍ତି ଅନ୍ୟ ଡାକ୍ତରୀ ଦଳଙ୍କ ପାର୍ଥିବ ଶରୀର ଧରି ଆସୁଛନ୍ତି। ସେହିପରି ଭୁବନେଶ୍ବର ଜଗନ୍ନାଥବିହାର ସ୍ଥିତ ଘରେ ପହଞ୍ଚିଛନ୍ତି ଅପରାଜିତା ମହାନ୍ତି। ବନ୍ଧୁ, ପରିଜନମାନେ ଜଣଙ୍କ ପରେ ତାଙ୍କୁ ଆଶ୍ୱାସନା ଦେବା ପାଇଁ ପହଞ୍ଚୁଛନ୍ତି।
ସୂଚନାଯୋଗ୍ୟ, ୬୬ ବର୍ଷୀୟ ଉତ୍ତମ କିଛିଦିନ ହେଲା ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକରେ କେବଳ ଓଲିଉଡ୍‌ ନୁହେଁ, ଓଡ଼ିଶା ତଥା ଦେଶର ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିବା ସହ ଉତ୍ତମ ମହାନ୍ତିଙ୍କୁ ଓଡ଼ିଆ ସିନେ ଜଗତର ଧ୍ରୁବତାରା ଭାବେ ଅଭିହିତ କରିଛନ୍ତି। ଉତ୍ତମଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ଏହି ଖବର ପ୍ରକାଶିତ ହେବା ପରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ଉତ୍ତମଙ୍କ ଅଗଣିତ ପ୍ରଶଂସକ ତାଙ୍କ ମହାନ୍‌ ବ୍ୟକ୍ତିତ୍ୱକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାରେ ଲାଗିଛନ୍ତି।
୧୯୫୮ ଡିସେମ୍ବର ୨୩ରେ ବାରିପଦାରେ ଉତ୍ତମ ମହାନ୍ତିଙ୍କ ଜନ୍ମ। ବାରିପଦାର ଏମ୍‌କେସି ହାଇସ୍କୁଲରେ ସେ ମାଟ୍ରିକ ପଢ଼ା ଶେଷକରି ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ ଇଣ୍ଟରମିଡିଏଟ୍‌ ଓ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପାଠପଢ଼ା ବେଳୁ ଅଭିନୟ ପ୍ରତି ଉତ୍ତମଙ୍କର ଅହେତୁକ ଦୁର୍ବଳତା ପରବର୍ତ୍ତୀ ସମୟରେ ତାଙ୍କୁ ମନୋରଞ୍ଜନ ଦୁନିଆରେ ପ୍ରତ୍ୟକ୍ଷ ଅଭିନୟ ପାଇଁ ଟାଣିନେଇଥିଲା। ତେବେ ଉତ୍ତମ ସ୍ନାତକ ଶିକ୍ଷା ପରେ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପଢ଼ିବା ପାଇଁ ଲୁଧିଆନା ଯାଇଥିଲେ। ୧୯୭୭ ମସିହାରେ ଅଭିମାନ ଚଳଚ୍ଚିତ୍ରରେ କ୍ୟାରିୟର ଆରମ୍ଭ କରିଥିବା ଉତ୍ତମ ପରବର୍ତ୍ତୀ ସମୟରେ ୧୫୦ରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ। ନିଝୁମ୍‌ ରାତିର ସାଥୀ (୧୯୭୯), ଫୁଲଚନ୍ଦନ(୧୯୮୨), ଝିଅଟି ସୀତା ପରି (୧୯୮୩), ଦଣ୍ଡାବାଳୁଙ୍ଗା (୧୯୮୪) ଆଦି ଥିଲା ତାଙ୍କ ଅଭିନୀତ ବ୍ଲକ୍‌ ବଷ୍ଟର ଓଡ଼ିଆ ଚଳଚ୍ଚିତ୍ର। ଏତିକି ନୁହେଁ, ଉତ୍ତମ ସାରା ଆକାଶ, କଥା କହୁଥିଲେ ସରିବନି, ପଣତ କାନି ଓ ଉତ୍ତରଦାୟୀ ଭଳି କେତୋଟି ଟେଲିଭିଜନ ଧାରାବାହିକରେ ମଧ୍ୟ ନିଜ ଅଭିନୟର ଚାତୁରୀ ଦେଖାଇ ଓଡ଼ିଶାର ଘରେ ଘରେ, ପୁରେ ପୁରେ ଲୋକପ୍ରିୟ ହୋଇଥିଲେ। ଉତ୍ତମ ୩୦ଟି ବଙ୍ଗଳାଭାଷୀ ଫିଲ୍ମ ଏବଂ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ର (ନୟା ଜହର)ରେ ଅଭିନୟ କରିଥିଲେ। ୨୦୨୨ରେ ମୁକ୍ତିଲାଭ କରିଥିବା ‘ବିଦ୍ୟାରାଣ’ ଥିଲା ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର। ଉତ୍ତମ ମହାନ୍ତି ଓଡ଼ିଆ ସିନେମା ଜଗତରେ ଜଣେମାତ୍ର ଅଭିନେତା ଥିଲେ, ଯିଏକି ଦୀର୍ଘ ୨ ଦଶନ୍ଧି ଧରି ଓଲିଉଡ୍‌ରେ ରାଜ କରିଥିଲେ। ୧୯୮୦ ଦଶକ ଏବଂ ୯୦ ଦଶକରେ ତାଙ୍କ ଚଳଚ୍ଚିତ୍ରଗୁଡ଼ିକ ଗାଁଠୁ ସହରଯାଏ ଦର୍ଶକଙ୍କ ମନ ମୋହିବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା। ଦେଖିବାକୁ ଗଲେ ଓଲିଉଡ୍‌ରେ ବ୍ୟବସାୟିକ ଫିଲ୍ମର ସଫଳତା ଉତ୍ତମ ମହାନ୍ତିଙ୍କଠାରୁ ଆରମ୍ଭ ହୋଇଥିଲା।
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟର ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଥିବା ଉତ୍ତମଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ୧୯୯୯ରେ ମର୍ଯ୍ୟାଦାଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ୨୦୧୨ରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆଓ୍ବାର୍ଡ ଏବଂ ଅନେକ ଥର ସର୍ବଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ତମଙ୍କ ସ୍ତ୍ରୀ ଅପରାଜିତା ମହାନ୍ତି ଜଣେ ଆଗଧାଡ଼ିର ଅଭିନେତ୍ରୀ ହୋଇଥିବାବେଳେ ପୁଅ ବାବୁସାନ୍‌ ମଧ୍ୟ ସମ୍ପ୍ରତି ଓଲିଉଡ୍‌ରେ ଜଣେ ଲୋକପ୍ରିୟ ଅଭିନେତା ଭାବେ ସକ୍ରିୟ ରହିଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀ ଉତ୍ତମଙ୍କ ପରଲୋକରେ ଶୋକବ୍ୟକ୍ତ କରି କହିଛନ୍ତି, ଏହି ମହାନ୍‌ ଅଭିନେତାଙ୍କ ଦେହାନ୍ତ ବିଷୟ ଜାଣି ସେ ଅତ୍ୟନ୍ତ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଆ କଳାଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଓଡ଼ିଆ କଳାଜଗତରେ ସେ ଛାଡ଼ିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଦର୍ଶକଙ୍କ ହୃଦୟରେ ଅମର କରି ରଖିବ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ମୁଖ୍ୟମନ୍ତ୍ରୀ ଏକ୍ସ’ରେ ପୋଷ୍ଟ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲେଖିଛନ୍ତି, ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ଖବର ତାଙ୍କୁ ବ୍ୟଥିତ କରିଛି। ଉତ୍ତମଙ୍କ ବିୟୋଗ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ପ୍ରଭାତୀ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ଓଡ଼ିଆ ସିନେ ଜଗତର ଅଦ୍ୱିତୀୟ ନାୟକ ଉତ୍ତମ ମହାନ୍ତିଙ୍କ ଦେହାନ୍ତ ଖବର ସମଗ୍ର ଓଡ଼ିଶା ପାଇଁ ଶୋକ ଆଣିଦେଇଛି। ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ଏହି ଜିଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା, ନିର୍ଦ୍ଦେଶନାମା ଜାରି କଲେ…

ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୪ ତାରିଖ (ବୁଧବାର) ଗଞ୍ଜାମ ଜିଲାର ସମସ୍ତ…

କୋଟିଆରେ ଓଡ଼ିଶାର ଦୃଢ଼ ଆଭିମୁଖ୍ୟ: ପ୍ରଶାସନ-ପୋଲିସର ବିରୋଧ ପରେ ପଛଘୁଞ୍ଚା ଦେଲା ଆନ୍ଧ୍ର ପୋଲିସ୍

ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ବିବାଦୀୟ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମରେ ପୁଣି ଥରେ ସୀମା ବିବାଦ ଉଗ୍ର ରୂପ ନେଇଛି।…

ଆସନ୍ତା ୭ରେ ଗଞ୍ଜାମ ଆସୁଛନ୍ତି ନବୀନ: ବାତ୍ୟା-ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ ବିଜେଡି ସୁପ୍ରିମୋ,ନିର୍ବାଚନ ପୂର୍ବରୁ…

ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାକୁ ସମ୍ପୂର୍ଣ୍ଣ ଶ୍ରୀହୀନ କରିଦେଇଛି। ପ୍ରାକୃତିକ ଦୁର୍ବିପାକ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ…

୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା ଜାରିକଲେ ଅର୍ଥମନ୍ତ୍ରୀ, କିଣିବାକୁ ହେଲେ ଦେବାକୁ ହେବ….

ନୂଆଦିଲ୍ଲୀ,୩।୧୧: କର୍ନାଟକ ସଙ୍ଗୀତର ମହାନ ସଙ୍ଗୀତଜ୍ଞ ତଥା କର୍ନାଟକ ସଙ୍ଗୀତର ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ଅନ୍ୟତମ ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ୨୫୦ତମ ଜୟନ୍ତୀ ଅବସରରେ ୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା…

ଧନତେରସରେ ସୁନା-ରୂପା କିଣିବାକୁ ଟଙ୍କା ନାହିଁ କି? ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ବର୍ଷସାରା ଟଙ୍କାର ଅଭାବ ରହିବନି

ହିନ୍ଦୁ ଧର୍ମରେ ଧନତେରେସ ଦିନ ନୂଆ ଜିନିଷ କିଣିବାର ବହୁତ ମହତ୍ତ୍ୱ ରହିଛି। ଏହି ଦିନ ମାଆ ଲକ୍ଷ୍ମୀ, ଭଗବାନ ଗଣେଶ, ଭଗବାନ କୁବେର ଏବଂ ଭଗବାନ…

ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି, ସୁସ୍ଥ ହେଲେ ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳକୁ ମିଳିଛି ବଡ଼ ଆଶ୍ୱସ୍ତି । ଟିମ୍ ଇଣ୍ଡିଆର ଷ୍ଟାର୍‌ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ତିନୋଟି ଯାକ ଫର୍ମାଟ୍‌ ପାଇଁ…

ରାହୁଲଙ୍କୁ ଅମିତ ଶାହାଙ୍କ ଚ୍ୟାଲେଞ୍ଜ: ସବୁ ପ୍ରସଙ୍ଗରେ ସଂସଦରେ ଆଲୋଚନା….

ନୂଆଦିଲ୍ଲୀ,୩।୧୧ : ସଂସଦରେ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ମୋଦି ସରକାର ପ୍ରସ୍ତୁତ। ଏଥିରେ SIR ପ୍ରସଙ୍ଗ ମଧ୍ୟ ସାମିଲ ରହିଛି । ଏଥିପାଇଁ ଲୋକସଭାର ବିରୋଧୀ…

ଡେରାବିଶ ବ୍ଲକ କ୍ୟାସିୟରଙ୍କ ୧.୦୬ କୋଟି ଟଙ୍କା ଆତ୍ମସାତ୍ ମାମଲା: ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ସ୍ପେଶାଲ ଅଡିଟ୍

ଡେରାବିଶ,୩।୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର କ୍ୟାସିୟର ଶଶିକାନ୍ତ ରଣାଙ୍କ ଦ୍ୱାରା ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କାର ବିଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?