ଭାରତ ପାଇଁ ଭାବପୂର୍ଣ୍ଣ ‘ଶେଷ ଚିଠି’ ଲେଖିଲେ ଆମେରିକୀୟ ରାଷ୍ଟ୍ରଦୂତ, କହିଲେ-‘ତୁମକୁ ଝୁରି ହେବି’…

ନୂଆଦିଲ୍ଲୀ,୨୨।୧: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କର ଭାରତ ପ୍ରତି ଏକ ବିଶେଷ ଆସକ୍ତି ରହିଛି। ଅନେକ ଥର ସେ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ପ୍ରେମ ଏବଂ ସମ୍ମାନ ଜଣାଇଛନ୍ତି। ଏବେ ଦେଶ ଛାଡିବା ପୂର୍ବରୁ ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ତାଙ୍କର ଅଭିଜ୍ଞତା ଏବଂ ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକୁ ବାଣ୍ଟିଛନ୍ତି। ଏହି ଭିଡିଓରେ ସେ ଭାରତରୁ ପାଇଥିବା ପ୍ରେମ ଏବଂ ସମ୍ମାନ ବିଷୟରେ ଉଲ୍ଲେଖ କରିଛନ୍ତି। ଭିଡିଓର ଶେଷରେ ସେ କହଛନ୍ତି, ‘ପିକ୍‌ଚର ଅଭି ବାକି ହେ ମେରେ ଦୋସ୍ତ’, ଯାହାକି ବେଶ ଭାଇରାଲ ହେଉଛି।

ଭାରତକୁ ଏକ ସୁନ୍ଦର ଦେଶ ଭାବରେ ବର୍ଣ୍ଣନା କରି ଏରିକ ଗାରସେଟି କହିଛନ୍ତି, ୨୬ତମ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବା ପରେ, ଏହି ଦେଶକୁ ବିଦାୟ ଦେବା ଯନ୍ତ୍ରଣାଦାୟକ। ତୁମେ ମୋତେ ଏକ ଦ୍ୱିତୀୟ ଘର, ବନ୍ଧୁ ଏବଂ ଏଭଳି ସ୍ମୃତି ଦେଇଛନ୍ତି ଯାହା ଜୀବନସାରା ରହିବ। ମୁଁ ଏଠାରୁ କେବଳ ଜଣେ ରାଷ୍ଟ୍ରଦୂତରୁ ଅଧିକା ଭାବରେ ବିଦାୟ ନେଉଛି। ମୁଁ #USIndiaFWDfortheFuture ର ଜଣେ ଚିରକାଳୀନ ବନ୍ଧୁ ଏବଂ ସମର୍ଥକ ଭାବରେ ବିଦାୟ ନେଉଛି। ମୋର ପ୍ରିୟ ଭାରତ, ତୁମେ କେବଳ ଅବିଶ୍ୱସନୀୟ ନୁହଁ, ତୁମେ ଅବିସ୍ମରଣୀୟ ମଧ୍ୟ।

ଏରିକ ଗାର୍ସେଟି କହଛନ୍ତି, ପ୍ରିୟ ଭାରତ, ଯେତେବେଳେ ମୁଁ ୨୬ତମ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ଏଠାରେ ପାଦ ଦେଲି, ଏହି ଦେଶ ମୋର ଘର ଭଳି ଅନୁଭବ ହୋଇଥିଲା। ଏକ ପୁରୁଣା ଫଟୋ ଦେଖାଇ ସେ କହଛନ୍ତି, ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଭାରତ ଆସିଥିଲି, ମୁଁ ପିଲା ଥିଲି। ଭାରତ ଏବଂ ଭାରତୀୟମାନେ ହୃଦୟ ଜିତିନେଇଛନ୍ତି। ମୁଁ କିପରି ବିଶ୍ୱର ସବୁଠାରୁ ଅତିଥିପ୍ରିୟ ଲୋକଙ୍କୁ ଧନ୍ୟବାଦ ଦେବି? ତୁମର ବନ୍ଧୁତା ଏବଂ ଖୁସି ମୋ ହୃଦୟକୁ ଛୁଇଁଛି।

ତୁମେ ମୋତେ ସବୁଠି ସ୍ବାଗତ କରିଛ। ତୁମେ ତୁମର ଘର, ପୂଜାସ୍ଥଳ ଏବଂ ବିଦ୍ୟାଳୟକୁ ଆସିବାର ସୁଯୋଗ ଦେଇଛ। ପ୍ରତିଦିନ ମୁଁ ଅନେକ ଲୋକଙ୍କୁ ଭେଟିଥିଲି ଯେଉଁମାନେ ମୋତେ ପ୍ରଭାବିତ କରିଥିଲେ। ଭାରତର ଛାତ୍ରମାନେ ମୋତେ ଭବିଷ୍ୟତ ପାଇଁ ଆଶା ଦେଇଛନ୍ତି। ଏଠାକାର ବ୍ୟବସାୟୀମାନେ ଆଗକୁ କ’ଣ ହେବାକୁ ଯାଉଛି ସେ ବିଷୟରେ ଉତ୍ସାହିତ। ଭାରତୀୟ ପର୍ବପର୍ବାଣୀର ରଙ୍ଗରେ ବୁଡ଼ି ରହିଥିବା ଏରିକ ଆହୁରି କୁହନ୍ତି, ତୁମର ପର୍ବ, ସଙ୍ଗୀତ, କଳା ଏବଂ ତୁମର ଖାଦ୍ୟ ମୋ ହୃଦୟରେ ଏକ ଅଲିଭା ଛାପ ଛାଡ଼ିଛି ବୋଲି ଏରିକ ଆହୁରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ…

ଏଟିଏମ ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୧।୮(ସଙ୍ଗୀତା ଜେନା): ଜରେଇକେଲାରେ ଥିବା ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭଙ୍ଗା ଘଟଣାରେ ବିସ୍ରା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୮,୩୦୦…

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri