ଭାରତ ପାଇଁ ଭାବପୂର୍ଣ୍ଣ ‘ଶେଷ ଚିଠି’ ଲେଖିଲେ ଆମେରିକୀୟ ରାଷ୍ଟ୍ରଦୂତ, କହିଲେ-‘ତୁମକୁ ଝୁରି ହେବି’…

ନୂଆଦିଲ୍ଲୀ,୨୨।୧: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କର ଭାରତ ପ୍ରତି ଏକ ବିଶେଷ ଆସକ୍ତି ରହିଛି। ଅନେକ ଥର ସେ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ପ୍ରେମ ଏବଂ ସମ୍ମାନ ଜଣାଇଛନ୍ତି। ଏବେ ଦେଶ ଛାଡିବା ପୂର୍ବରୁ ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ତାଙ୍କର ଅଭିଜ୍ଞତା ଏବଂ ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକୁ ବାଣ୍ଟିଛନ୍ତି। ଏହି ଭିଡିଓରେ ସେ ଭାରତରୁ ପାଇଥିବା ପ୍ରେମ ଏବଂ ସମ୍ମାନ ବିଷୟରେ ଉଲ୍ଲେଖ କରିଛନ୍ତି। ଭିଡିଓର ଶେଷରେ ସେ କହଛନ୍ତି, ‘ପିକ୍‌ଚର ଅଭି ବାକି ହେ ମେରେ ଦୋସ୍ତ’, ଯାହାକି ବେଶ ଭାଇରାଲ ହେଉଛି।

ଭାରତକୁ ଏକ ସୁନ୍ଦର ଦେଶ ଭାବରେ ବର୍ଣ୍ଣନା କରି ଏରିକ ଗାରସେଟି କହିଛନ୍ତି, ୨୬ତମ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବା ପରେ, ଏହି ଦେଶକୁ ବିଦାୟ ଦେବା ଯନ୍ତ୍ରଣାଦାୟକ। ତୁମେ ମୋତେ ଏକ ଦ୍ୱିତୀୟ ଘର, ବନ୍ଧୁ ଏବଂ ଏଭଳି ସ୍ମୃତି ଦେଇଛନ୍ତି ଯାହା ଜୀବନସାରା ରହିବ। ମୁଁ ଏଠାରୁ କେବଳ ଜଣେ ରାଷ୍ଟ୍ରଦୂତରୁ ଅଧିକା ଭାବରେ ବିଦାୟ ନେଉଛି। ମୁଁ #USIndiaFWDfortheFuture ର ଜଣେ ଚିରକାଳୀନ ବନ୍ଧୁ ଏବଂ ସମର୍ଥକ ଭାବରେ ବିଦାୟ ନେଉଛି। ମୋର ପ୍ରିୟ ଭାରତ, ତୁମେ କେବଳ ଅବିଶ୍ୱସନୀୟ ନୁହଁ, ତୁମେ ଅବିସ୍ମରଣୀୟ ମଧ୍ୟ।

ଏରିକ ଗାର୍ସେଟି କହଛନ୍ତି, ପ୍ରିୟ ଭାରତ, ଯେତେବେଳେ ମୁଁ ୨୬ତମ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ଏଠାରେ ପାଦ ଦେଲି, ଏହି ଦେଶ ମୋର ଘର ଭଳି ଅନୁଭବ ହୋଇଥିଲା। ଏକ ପୁରୁଣା ଫଟୋ ଦେଖାଇ ସେ କହଛନ୍ତି, ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଭାରତ ଆସିଥିଲି, ମୁଁ ପିଲା ଥିଲି। ଭାରତ ଏବଂ ଭାରତୀୟମାନେ ହୃଦୟ ଜିତିନେଇଛନ୍ତି। ମୁଁ କିପରି ବିଶ୍ୱର ସବୁଠାରୁ ଅତିଥିପ୍ରିୟ ଲୋକଙ୍କୁ ଧନ୍ୟବାଦ ଦେବି? ତୁମର ବନ୍ଧୁତା ଏବଂ ଖୁସି ମୋ ହୃଦୟକୁ ଛୁଇଁଛି।

ତୁମେ ମୋତେ ସବୁଠି ସ୍ବାଗତ କରିଛ। ତୁମେ ତୁମର ଘର, ପୂଜାସ୍ଥଳ ଏବଂ ବିଦ୍ୟାଳୟକୁ ଆସିବାର ସୁଯୋଗ ଦେଇଛ। ପ୍ରତିଦିନ ମୁଁ ଅନେକ ଲୋକଙ୍କୁ ଭେଟିଥିଲି ଯେଉଁମାନେ ମୋତେ ପ୍ରଭାବିତ କରିଥିଲେ। ଭାରତର ଛାତ୍ରମାନେ ମୋତେ ଭବିଷ୍ୟତ ପାଇଁ ଆଶା ଦେଇଛନ୍ତି। ଏଠାକାର ବ୍ୟବସାୟୀମାନେ ଆଗକୁ କ’ଣ ହେବାକୁ ଯାଉଛି ସେ ବିଷୟରେ ଉତ୍ସାହିତ। ଭାରତୀୟ ପର୍ବପର୍ବାଣୀର ରଙ୍ଗରେ ବୁଡ଼ି ରହିଥିବା ଏରିକ ଆହୁରି କୁହନ୍ତି, ତୁମର ପର୍ବ, ସଙ୍ଗୀତ, କଳା ଏବଂ ତୁମର ଖାଦ୍ୟ ମୋ ହୃଦୟରେ ଏକ ଅଲିଭା ଛାପ ଛାଡ଼ିଛି ବୋଲି ଏରିକ ଆହୁରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ Sunita Williams

ଓ୍ବାଶିଂଟନ,୧୪।୨: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍‌ସ ଏବଂ ବୁଚ୍‌ ଓ୍ବିଲ୍‌ମୋର...

ଡିଲ୍‌ ଫାଇନାଲ୍‌, ମୋଦିଙ୍କ ଆଗରେ ବଡ଼ ଘୋଷଣା କଲେ Trump, ପାକିସ୍ତାନ ଥରହର

ଓ୍ବାଶିଂଟନ୍‌,୧୪।୨: ଭାରତ ଏବଂ pakistan ମଧ୍ୟରେ ଦୀର୍ଘ ସମୟ ଧରି ଏକ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ରହିଛି। ଭାରତ ବାରମ୍ବାର ପାକିସ୍ତାନ ଉପରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ...

Valentine’s Day: ପ୍ରେମ ଦିବସରେ ନୂଆ ପ୍ରେମିକାଙ୍କ ନାଁ ଖୁଲାସା କଲେ Lalit Modi, ସୁସ୍ମିତା ସେନଙ୍କ ସହ ବ୍ରେକଅପ୍‌…

ନୂଆଦିଲ୍ଲୀ,୧୪।୨: IPL ପ୍ରତିଷ୍ଠାତା ତଥା ଏହାର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦିଙ୍କ ଲଭଷ୍ଟୋରୀରେ breakup । ଅଭିନେତ୍ରୀ Sushmita Sen ଓ ଲଲିତ ମୋଦିଙ୍କ ମଧ୍ୟରେ...

ଘରେ ଝୁଲୁଛି ତାଲା, ଦୁଇ ଦିନ ହେଲାଣି ଖୋଜୁଛି ପୋଲିସ, କେଉଁଠି ଅଛନ୍ତି Ranveer Allahabadia?

ନୂଆଦିଲ୍ଲୀ,୧୪।୨: କମେଡିଆନ୍‌ ସମୟ ରାଇନାଙ୍କ ଶୋ’ ’ଇଣ୍ଡିଆଜ ଗଟ ଲାଟେଣ୍ଟ’ରେ ପିତାମାତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ରଣବୀର ଆଲ୍ଲାହାବାଦିଆ ବିବାଦରେ ଫସି ଯାଇଛନ୍ତି। ତାଙ୍କ...

ମୋଦିଙ୍କ ଆଗରେ ଏତେ ବଡ଼ ମିଛକଥା କହିଦେଲେ Donald Trump , ଧରାପଡିଲା ସତ… ଦେଶରେ ଚହଳ

ଓ୍ବାଶିଂଟନ୍‌,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନି ତାଙ୍କର ୨ ଦିନିଆ ଆମେରିକା ଗସ୍ତରୁ ଫେରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଅନେକ ଲୋକପ୍ରିୟ ବ୍ୟକ୍ତିଙ୍କ ସହ...

୩ ପତ୍ନୀ, ୧୧ ସନ୍ତାନ, ବିଶ୍ୱର ଏକ ନମ୍ବର ଅରବପତି, କାହିଁକି ପୁଅକୁ କାନ୍ଧରେ ବସାଇ ପ୍ରେସ କନଫରେନ୍ସ କରୁଛନ୍ତି ମସ୍କ

ଓ୍ବାଶିଂଟନ,୧୪।୨: ମଙ୍ଗଳ ଗ୍ରହକୁ ମଣିଷ ପଠାଇବାରେ ପ୍ରଥମ ହେବାର ପ୍ରତିଶ୍ରୁତି ଦେଇଥିବା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ଯେତେବେଳେ ସେ...

ଖୁସି ଖବର: ଚଳିତ ବର୍ଷ 40% ବଢିଯିବ ଏମାନଙ୍କ ଦରମା

ନୂଆଦିଲ୍ଲୀ,୧୪।୨: କର୍ପୋରେଟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ୨୦୨୫ ବର୍ଷ ପାଇଁ ଖୁସି ଖବର। ଏହି ବର୍ଷ, ଦରମା ପ୍ରାୟ ୬ ରୁ ୧୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri