Posted inଜାତୀୟ

ଶୁଷ୍କ ହେଉଛି ସର୍ବବୃହତ୍‌ ଡ୍ୟାମ୍‌

ନୂଆଦିଲ୍ଲୀ, ୨୮ା୧୦:ଚଳିତ ବର୍ଷ କାଲିଫର୍ନିଆଠାରୁ ଆରମ୍ଭ କରି ଜର୍ମାନୀ ଓ ଚାଇନା ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନଜନିତ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି। ଆମେରିକା ସମେତ ଚାଇନାରେ ବର୍ଷା ଅଭାବରୁ ଭୟଙ୍କର ମରୁଡ଼ି ଦେଖାଦେଇଛି। ଏଥିଯୋଗୁ ସ୍ବଚ୍ଛଶକ୍ତିର ଉତ୍ସ କୁହାଯାଉଥିବା ଡ୍ୟାମ୍‌ଗୁଡ଼ିକ ଶୁଖିବାରେ ଲାଗିଛି। ସାରା ବିଶ୍ୱରେ ହାଇଡ୍ରୋପାଓ୍ବାର ପ୍ଲାଣ୍ଟ୍‌ ବା ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ହିଁ ଆବଶ୍ୟକତାର ବଡ଼ ଭାଗ ବିଦ୍ୟୁତ୍‌ ଉତ୍ପାଦନ ହୋଇଥାଏ। ଏହା ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ, ପବନ ଓ ସୌରଶକ୍ତିରୁ ମିଳିତ ଭାବେ ଉତ୍ପାଦନ ହେଉଥିବା ବିଦ୍ୟୁତ୍‌ଠାରୁ ବହୁଗୁଣ ଅଧିକ। ଅସ୍ବାଭାବିକ ବର୍ଷା, ମରୁଡ଼ି ସ୍ଥିତି, ଗ୍ରୀଷ୍ମପ୍ରବାହ ଯୋଗୁ ଚାଇନାରେ ଥିବା ବିଶ୍ୱର ସବୁଠୂ ବଡ଼ ନଦୀବନ୍ଧ ଯୋଜନା ଥ୍ରି ଗର୍ଗସ ଡ୍ୟାମ୍‌ ବିଶେଷ ଭାବେ ପ୍ରଭାବିତ ହୋଇଛି। ହୁବେଇ ପ୍ରଦେଶରେ ୟାଙ୍ଗ୍‌ତେ ନଦୀ ଉପରେ ଥିବା ଏହି ଡ୍ୟାମ୍‌ରୁ ପାଣି ଶୁଖିବା କାରଣରୁ ହାଇଡ୍ରୋପାଓ୍ବାର ପ୍ଲାଣ୍ଟରୁ ଚଳିତ ବର୍ଷ କମ୍‌ ପରିମାଣର ବିଦ୍ୟୁତ୍‌ ଉତ୍ପାଦନ ହୋଇପାରିଛି। ସ୍ବଚ୍ଛ ଶକ୍ତିର ଉତ୍ସ ଏପରି ପ୍ରଭାବିତ ହେଲେ ତାହା ପରିବେଶ ସୁରକ୍ଷା ପାଇଁ ଶୁଭଙ୍କର ନୁହେଁ ବୋଲି ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ଚିନ୍ତାପ୍ରକଟ କରିଛନ୍ତି।
ଟର୍ବାଇନ୍‌ କିମ୍ବା ସ୍ପିଲ୍‌ଓ୍ବେରୁ ପାଣି ବାହାରିବା ପରେ ଯେଉଁ ହ୍ବାଇଟ୍‌ ସ୍ପ୍ରେ ଦେଖିବାକୁ ମିଳେ ତାହା ଅଗଷ୍ଟ ମାସ ଶେଷଆଡ଼କୁ ମଧ୍ୟ ଡ୍ୟାମ୍‌ରେ ଦେଖାଯାଇ ନ ଥିଲା। ଅର୍ଥାତ ଜଳସ୍ତର ହ୍ରାସ ଯୋଗୁ ସେଥିରୁ ପ୍ଲାଣ୍ଟ୍‌ର ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା କମିଛିି। ବିଶ୍ୱତାପନ ଓ ଜଳାଭାବ ଯୋଗୁ ଚାଇନାର ଏହି ମେଗା ପ୍ଲାଣ୍ଟ ଗ୍ଲୋବାଲ ହାଇଡ୍ରୋପାଓ୍ବାର ସଙ୍କଟ ଜଟିଳ ହୋଇଛି। କେବଳ ଚାଇନା ନୁହେଁ, କାଲିଫର୍ନିଆଠାରୁ ଜର୍ମାନୀ ପର୍ଯ୍ୟନ୍ତ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ସେଠାରେ ଥିବା ଡ୍ୟାମ୍‌ଗୁଡ଼ିକ ମଧ୍ୟ ବିଶ୍ୱତାପନ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଘୋର କ୍ଷତିଗ୍ରସ୍ତ ହୋଇଛି। ଫଳରେ ବୈଶ୍ୱିକ ସ୍ତରରେ ସ୍ବଚ୍ଛ ଶକ୍ତି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। କେବଳ ୟୁରୋପରେ ଚଳିତ ସେପ୍ଟେମ୍ବର ସୁଦ୍ଧା ହାଇଡ୍ରୋଇଲେକ୍ଟ୍ରିସିଟି ଉତ୍ପାଦନ ୭୫ ଟେରାଓ୍ବାଟ୍‌ ଆଓ୍ବାର ହ୍ରାସ ପାଇଛି, ଯାହାର ମାତ୍ରା ଗ୍ରୀସ୍‌ର ବର୍ଷକୁ ବ୍ୟବହାର ହେଉଥିବା ବିଦ୍ୟୁତ୍‌ଠାରୁ ମଧ୍ୟ ଅଧିକ। ସେହିପରି ଗତ ମାସରେ ଚାଇନାରେ ହାଇଡ୍ରୋପାଓ୍ବାର ପ୍ଲାଣ୍ଟରୁ ବିଦ୍ୟୁତ୍‌ ଉତ୍ପାଦନ ୩୦% କମିଛି। ଜଳବାୟୁ ପରିବର୍ତ୍ତନର ମୂଳକାରଣକୁ ଚିହ୍ନି ତାହାର ସମାଧାନ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଦିଗରେ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ଏହା ଆଗକୁ ବିଶ୍ୱ ପାଇଁ ବଡ଼ ବିପର୍ଯ୍ୟୟ ହୋଇ ଉଭାହେବ ବୋଲି ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ...

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri