Posted inଜାତୀୟ

ଶୁଷ୍କ ହେଉଛି ସର୍ବବୃହତ୍‌ ଡ୍ୟାମ୍‌

ନୂଆଦିଲ୍ଲୀ, ୨୮ା୧୦:ଚଳିତ ବର୍ଷ କାଲିଫର୍ନିଆଠାରୁ ଆରମ୍ଭ କରି ଜର୍ମାନୀ ଓ ଚାଇନା ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନଜନିତ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି। ଆମେରିକା ସମେତ ଚାଇନାରେ ବର୍ଷା ଅଭାବରୁ ଭୟଙ୍କର ମରୁଡ଼ି ଦେଖାଦେଇଛି। ଏଥିଯୋଗୁ ସ୍ବଚ୍ଛଶକ୍ତିର ଉତ୍ସ କୁହାଯାଉଥିବା ଡ୍ୟାମ୍‌ଗୁଡ଼ିକ ଶୁଖିବାରେ ଲାଗିଛି। ସାରା ବିଶ୍ୱରେ ହାଇଡ୍ରୋପାଓ୍ବାର ପ୍ଲାଣ୍ଟ୍‌ ବା ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ହିଁ ଆବଶ୍ୟକତାର ବଡ଼ ଭାଗ ବିଦ୍ୟୁତ୍‌ ଉତ୍ପାଦନ ହୋଇଥାଏ। ଏହା ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ, ପବନ ଓ ସୌରଶକ୍ତିରୁ ମିଳିତ ଭାବେ ଉତ୍ପାଦନ ହେଉଥିବା ବିଦ୍ୟୁତ୍‌ଠାରୁ ବହୁଗୁଣ ଅଧିକ। ଅସ୍ବାଭାବିକ ବର୍ଷା, ମରୁଡ଼ି ସ୍ଥିତି, ଗ୍ରୀଷ୍ମପ୍ରବାହ ଯୋଗୁ ଚାଇନାରେ ଥିବା ବିଶ୍ୱର ସବୁଠୂ ବଡ଼ ନଦୀବନ୍ଧ ଯୋଜନା ଥ୍ରି ଗର୍ଗସ ଡ୍ୟାମ୍‌ ବିଶେଷ ଭାବେ ପ୍ରଭାବିତ ହୋଇଛି। ହୁବେଇ ପ୍ରଦେଶରେ ୟାଙ୍ଗ୍‌ତେ ନଦୀ ଉପରେ ଥିବା ଏହି ଡ୍ୟାମ୍‌ରୁ ପାଣି ଶୁଖିବା କାରଣରୁ ହାଇଡ୍ରୋପାଓ୍ବାର ପ୍ଲାଣ୍ଟରୁ ଚଳିତ ବର୍ଷ କମ୍‌ ପରିମାଣର ବିଦ୍ୟୁତ୍‌ ଉତ୍ପାଦନ ହୋଇପାରିଛି। ସ୍ବଚ୍ଛ ଶକ୍ତିର ଉତ୍ସ ଏପରି ପ୍ରଭାବିତ ହେଲେ ତାହା ପରିବେଶ ସୁରକ୍ଷା ପାଇଁ ଶୁଭଙ୍କର ନୁହେଁ ବୋଲି ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ଚିନ୍ତାପ୍ରକଟ କରିଛନ୍ତି।
ଟର୍ବାଇନ୍‌ କିମ୍ବା ସ୍ପିଲ୍‌ଓ୍ବେରୁ ପାଣି ବାହାରିବା ପରେ ଯେଉଁ ହ୍ବାଇଟ୍‌ ସ୍ପ୍ରେ ଦେଖିବାକୁ ମିଳେ ତାହା ଅଗଷ୍ଟ ମାସ ଶେଷଆଡ଼କୁ ମଧ୍ୟ ଡ୍ୟାମ୍‌ରେ ଦେଖାଯାଇ ନ ଥିଲା। ଅର୍ଥାତ ଜଳସ୍ତର ହ୍ରାସ ଯୋଗୁ ସେଥିରୁ ପ୍ଲାଣ୍ଟ୍‌ର ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା କମିଛିି। ବିଶ୍ୱତାପନ ଓ ଜଳାଭାବ ଯୋଗୁ ଚାଇନାର ଏହି ମେଗା ପ୍ଲାଣ୍ଟ ଗ୍ଲୋବାଲ ହାଇଡ୍ରୋପାଓ୍ବାର ସଙ୍କଟ ଜଟିଳ ହୋଇଛି। କେବଳ ଚାଇନା ନୁହେଁ, କାଲିଫର୍ନିଆଠାରୁ ଜର୍ମାନୀ ପର୍ଯ୍ୟନ୍ତ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ସେଠାରେ ଥିବା ଡ୍ୟାମ୍‌ଗୁଡ଼ିକ ମଧ୍ୟ ବିଶ୍ୱତାପନ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଘୋର କ୍ଷତିଗ୍ରସ୍ତ ହୋଇଛି। ଫଳରେ ବୈଶ୍ୱିକ ସ୍ତରରେ ସ୍ବଚ୍ଛ ଶକ୍ତି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। କେବଳ ୟୁରୋପରେ ଚଳିତ ସେପ୍ଟେମ୍ବର ସୁଦ୍ଧା ହାଇଡ୍ରୋଇଲେକ୍ଟ୍ରିସିଟି ଉତ୍ପାଦନ ୭୫ ଟେରାଓ୍ବାଟ୍‌ ଆଓ୍ବାର ହ୍ରାସ ପାଇଛି, ଯାହାର ମାତ୍ରା ଗ୍ରୀସ୍‌ର ବର୍ଷକୁ ବ୍ୟବହାର ହେଉଥିବା ବିଦ୍ୟୁତ୍‌ଠାରୁ ମଧ୍ୟ ଅଧିକ। ସେହିପରି ଗତ ମାସରେ ଚାଇନାରେ ହାଇଡ୍ରୋପାଓ୍ବାର ପ୍ଲାଣ୍ଟରୁ ବିଦ୍ୟୁତ୍‌ ଉତ୍ପାଦନ ୩୦% କମିଛି। ଜଳବାୟୁ ପରିବର୍ତ୍ତନର ମୂଳକାରଣକୁ ଚିହ୍ନି ତାହାର ସମାଧାନ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଦିଗରେ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ଏହା ଆଗକୁ ବିଶ୍ୱ ପାଇଁ ବଡ଼ ବିପର୍ଯ୍ୟୟ ହୋଇ ଉଭାହେବ ବୋଲି ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri