Posted inରାଜ୍ୟ

ହୀରାକୁଦ ନଦୀବନ୍ଧ ବିସ୍ଥାପିତଙ୍କୁ ଡିସେମ୍ବର ଶେଷ ସୁଦ୍ଧା ମିଳିବ ଜମି ପଟ୍ଟା

ଭୁବନେଶ୍ୱର,୧୧।୮: ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଜମି ପଟ୍ଟା ଦେବା ଲାଗି ମନ୍ତ୍ରୀ ପୂଜାରୀ
ଝାରସୁଗୁଡ଼ାର ଏକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି । ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ନ୍ୟାୟ ମିଳିପାରି ନଥିବା ପରିବାରଗୁଡ଼ିକୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୦ ଡିସିମିଲ୍‌ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ହୀରାକୁଦ ନଦୀବନ୍ଧ ହେବା ବେଳେ ୪୬ଟି ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ସଂପୃକ୍ତ ବାସିନ୍ଦାଙ୍କୁ ୩୨ଟି ଗ୍ରାମରେ ଥଇଥାନ କରାଯାଇଥିଲା। ସେହି ଗ୍ରାମଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଇଛି। ଝାରସୁଗୁଡ଼ା ଜିଲାର ୧୯ ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ବିସ୍ଥାପିତଙ୍କୁ ୧୯ଟି ବସତିରେ ଥଇଥାନ କରାଯାଇଛି। ସେଥିରୁ ଝାରସୁଗୁଡ଼ା ତହସିଲର ଭୁରଶୁଣ୍ଡ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି।

ଅବଶିଷ୍ଟ ଗ୍ରାମ ରାଜସ୍ବ ଆଇନରେ ଆସୁ ନ ଥିବାରୁ ସେଗୁଡ଼ିକୁ ରାଜସ୍ବ ଗ୍ରାମ ଘୋଷଣା କରାଯାଇ ପାରିନାହିଁ। ଏ ସମ୍ବନ୍ଧରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। ପୂର୍ବରୁ ପଶ୍ଚିମ ଓଡ଼ିଶା ବିଧାୟକମାନଙ୍କ ଉଦ୍ୟୋଗକୁ ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ହୀରାକୁଦ ବନ୍ଧ ଚାରିପଟେ ରହିଥିବା ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଅଫିସରମାନଙ୍କୁ ଡାକି ଆଲୋଚନା କରନ୍ତୁ ବୋଲି ରାଜସ୍ବ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ, ଏକ ଧାର୍ମିକ ରୀତିନୀତି ଅନୁଯାୟୀ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀଙ୍କ…

ବିରାଟଙ୍କ ପରେ, ଜନ ସିନାଙ୍କ ନକଲ କରି ଗ୍ଲେନ ଫିଲିପ୍ସଙ୍କୁ ଥଟ୍ଟା କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୭।୧୧: ୩୮ ବର୍ଷ ବୟସରେ, ରୋହିତ ଶର୍ମା ସ୍ପଷ୍ଟ ଭାବରେ ତାଙ୍କ କ୍ରିକେଟ କ୍ୟାରିୟରର ବାକି ସମୟ ଉପଭୋଗ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚର…

ବୁଧ-ଶନିଙ୍କ ଅଶୁଭ ଷଡାଷ୍ଟକ ଯୋଗ: ୫ ରାଶିଙ୍କ ପାଇଁ ବଢ଼ିବ ଅଡ଼ୁଆ, ପାଖରୁ ପଳେଇବ ସବୁ ଟଙ୍କା

ବୁଧ ଏବଂ ଶନି ଗ୍ରହର ଏହି ଅଶୁଭ ଷଡାଷ୍ଟକ ଯୋଗରୁ ଚାପ, କାର୍ଯ୍ୟରେ ବିଳମ୍ୱ, ଆର୍ଥିକ କ୍ଷତି ଇତ୍ୟାଦିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କ ଜୀବନରେ ଆହ଼୍ବାନଗୁଡ଼ିକ…

ପାସ୍‌ ହେଲା ନୂଆ ଆଇନ୍‌: ଏଣିକି ଆଉ ଗୋଟିଏ ବିବାହ ନୁହେଁ, ଏକାସାଙ୍ଗେ ୩-୪ ଜଣଙ୍କୁ କରିହେବ ବିବାହ, ଜାଣନ୍ତୁ…

ଆମେରିକାରୁ ପ୍ରେମ ସମ୍ପର୍କକୁ ନେଇ ଏକ ଖବର ଆସିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ବାମୀ-ସ୍ତ୍ରୀଙ୍କ ପୁରୁଣା ଫର୍ମୂଲା ଆଉ ପ୍ରଯୁଜ୍ୟ ହେବ ନାହିଁ। କାଲିଫର୍ନିଆର…

ବର୍ଷା ବଞ୍ଚାଇଲା ଟିମ ଇଣ୍ଡିଆର ମାନ; ୧୩୫ ରନର ଲକ୍ଷ୍ୟ ପିଛା କରିବା ବେଳେ ବଢ଼ିଥିଲା ଚାପ, ଏମିତି ଜିତିଲେ ମେନ ଇନ୍‌ ବ୍ଲୁ

ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ବର୍ଷା ଭାରତୀୟ ଦଳକୁ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା କରିଛି। ୧୩୫ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତ…

ଆଇନଜୀବୀ ବାଳକୃଷ୍ଣଙ୍କ ପରଲୋକ: ଝୁରୁଛି ଗାଁ ମାଟି

ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଇଣ୍ଡି ଗ୍ରାମର ଯୁବ ଆଇନଜୀବୀ ତଥା ସରକାରୀ ଓକିଲ ବାଳକୃଷ୍ଣ ପୋଲାଇ (୫୦)ଙ୍କ ଶନିବାର…

ନବୀନଙ୍କୁ କାଉଣ୍ଟର କଲେ ମନ୍ତ୍ରୀ ଗୋକୁଳାନନ୍ଦ: ଗଞ୍ଜାମ ଗସ୍ତକୁ ନେଇ ବର୍ଷିଲେ, କହିଲେ ଲୋକଙ୍କ ପାଖରେ ନଥିଲେ ନବୀନ

ଭୁବନେଶ୍ୱର,୭।୧୧ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତ ଓ ମନ୍ତବ୍ୟକୁ ନେଇ କାଉଣ୍ଟର କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲିକ। ନବୀନଙ୍କ ମନ୍ତବ୍ୟ…

ଦୀପାବଳି ପରେ UPI ଟ୍ରାଞ୍ଜାକ୍ସନରେ ଲାଗିବ ଏକ୍ସଟ୍ରା ଚାର୍ଜ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୧୧: ଯଦି ଆପଣ ଦୋକାନ ଚଲାଉଛନ୍ତି କିମ୍ୱା କୌଣସି ବ୍ୟବସାୟରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ UPI ସହିତ ଜଡିତ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?