ବିଲ ଫାଟି ଆଁ, ମରୁଡ଼ି ଆଶଙ୍କା

ରାଜନଗର,୯।୮ (ଡି.ଏନ.ଏ.)ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଚାଷୀମାନଙ୍କୁ ଆନନ୍ଦିତ କରିଥିଲା। ହଠାତ୍‌ ଜୁଲାଇ ପ୍ରଥମ ସପ୍ତାହରୁ ମୌସୁମୀ ଉଭାନ ହୋଇଗଲା। ଆଷାଢ଼ ଯାଇ ଶ୍ରାବଣ ଚାଲିଛି। ଶ୍ରାବଣରେ ବିଲ ପୋଖରୀ ବର୍ଷାଜଳରେ ବୁଡିଯିବା କଥା। କିନ୍ତୁ ଶ୍ରାବଣରେ ମୁଣ୍ଡ ଫଟା ଖରା ସାଙ୍ଗକୁ ଧାନତଳି ରୁଆ, ବେଉଷଣ ହେବାକୁ ଥିବା ବିଲଗୁଡିକ ଫାଟି ଆଁ କଲାଣି। ଚାଷୀଙ୍କ ମନରେ ଆଶଙ୍କା ଦେଖାଯିବା ସହିତ ଧୀରେ ଧୀରେ ଅନିୟମିତତା ବର୍ଷା ମରୁଡି ଆଡ଼କୁ ମୁହାଁଉଛି।
ଦିନଥିଲା କେନ୍ଦ୍ରାପଡ଼ାର ରାଜନଗରରୁ ଉତ୍ପାଦିତ ଧାନ କଟକ ସହ ରାଜ୍ୟର ବିଭିନ୍ନ ଜିଲାକୁ ଯୋଗାଣ ହେଉଥିଲା। କିନ୍ତୁ ଜଳବାୟୁର ପରିବର୍ତ୍ତନ ସାଙ୍ଗକୁ ୧୯୯୯ ମହାବାତ୍ୟା ପରଠାରୁ ଏହି ଅଞ୍ଚଳର ଚାଷୀମାନେ ପାଗ ଅନୁକୂଳ ନ ହେବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଆସୁଛି। ଚାଷୀମାନେ ଧାନ ଅମଳ କଲେ ପରିବାର ଚଳାଇବା ସହ ପିଲାଙ୍କ ପାଠପଢା, ଝିଅ ବାହାଘର ଓ ଋଣ ଶୁଝିବାରେ ଚାଷ ଉପରେ ନିର୍ଭର କରିଥାନ୍ତି। ପରିସ୍ଥିତି ଏପରି ହୋଇଛି ଆଉ ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ସମ୍ପୂର୍ଣ୍ଣ ଖରିଫ ଧାନ ଚାଷ ଉଜୁଡି ଯିବ। ରାଜନଗରର ପ୍ରାୟ ୯୦ ପ୍ରତିଶତ ଚାଷୀ ଖରିଫ ଧାନ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଶ୍ରାବଣ ଅଧା ହେଲାଣି। ଓଡ଼ିଶାରେ ସ୍ବଭାବିକ ବର୍ଷା ହୋଇପାରୁନି। ଜଳବାୟୁର ଏଭଳି ପରିବର୍ତ୍ତନ ଏବେ ଚାଷୀକୁଳ ପାଇଁ କାଳ ସାଜିଛି। ବର୍ଷା ଅଭାବରୁ ରାଜନଗର ଅଞ୍ଚଳରେ ମରୁଡିର ପଦଧ୍ୱନି ଶୁଣିବାକୁ ମିଳିଲାଣି। ଜମିରେ ପାଣି ନ ଥିବାରୁ ଧାନ ତଳି ଜଳି ଗଲାଣି ତ ଆଉ କେଉଁଠି ମାଟି ଫାଟି ଆଁ କରିଛି। ବାତ୍ୟା ୟାସ୍‌ ଓ ଏହାପରେ ଭଲ ବର୍ଷା ହୋଇଥିଲା। ଚାଷୀମାନେ ଧାନ ତଳି ପକାଇବା ଆରମ୍ଭ କରିଥିଲେ। ମାତ୍ର ବିହନ ବୁଣିବାର ପରଠୁଁ ବର୍ଷା ଉଭାନ ହୋଇଯାଇଛି। ଧାରା ଶ୍ରାବଣରେ ବର୍ଷା ବଦଳରେ ପ୍ରଚଣ୍ଡ ଖରା ଯୋଗୁ ଧାନ ତଳି ମରିଯିବାକୁ ବସିଲାଣି। କେତେଜଣ ଚାଷୀ କେନାଲ ଓ ପୋଖରୀରୁ ପମ୍ପସେଟ୍‌ ସାହାଯ୍ୟରେ ପାଣି ତଳି ରୋଇଥିବା ବିଲକୁ ବୋହି ଚାଲିଛନ୍ତି। ଗତ ୨୦ ଦିନ ହେଲା ରାଜନଗର ଅଞ୍ଚଳରେ ବର୍ଷା ହୋଇନାହିଁ।
ରାଜନଗର ବ୍ଲକର ୨୯ଟି ପଞ୍ଚାୟତରେ ଚଳିତବର୍ଷ ୨୩ ହଜାର ହେକ୍ଟର ଜମିରେ ଖରିଫ ଧାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ରାଜନଗରରେ ଜଳସେଚନର ସୁବିଧା ନ ଥିବାବେଳେ ଉଠା ଜଳସେଚନ ପ୍ରକଳ୍ପ କାମ ନ କରିବା ଯୋଗୁ ଚାଷୀ ତଳି ଥିବା ବିଲକୁ ପାଣି ଅଣ୍ଟୁନି। କରୋନା ଯୋଗୁ ରାଜ୍ୟ ଓ ଦେଶ ବାହାରେ ଥିବା ପ୍ରବାସୀ ଶ୍ରମିକ ଗାଁକୁ ଫେରିଛନ୍ତି। ସେମାନଙ୍କ ରୋଜଗାରର ମାଧ୍ୟମ ବନ୍ଦ ହୋଇଯାଇଥିବା ବେଳେ ସେମାନେ ଖରିଫ ଧାନ ଚାଷ ଉପରେ ଭରସା କରିଥିଲେ। ଗର୍ହନପୁର ଗାଁର ବୁଦ୍ଧଦେବ ପ୍ରଧାନ, ଗୋସିଗାଁର କ୍ଷୀରୋଦ କୁମାର ରାଉତ, ଗୌରାଙ୍ଗ ରାଉତ, ଚକ୍ରଧର ବିଶ୍ୱାଳ, କାଙ୍ଗାଳି ଚରଣ ପ୍ରଧାନ ପ୍ରମୁଖ ଚାଷୀମାନେ ୩ରୁ ୪ ଦିନ ମଧ୍ୟରେ ଯଦି ବର୍ଷା ନ ହୁଏ ତେବେ ଧାନ ଚାଷ ଆଉ ସମ୍ଭବ ନୁହେଁ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ବକ୍ଦିଂରେ ସ୍ବର୍ଣ୍ଣ ଜିତି ଜାତୀୟସ୍ତରକୁ ମନୋନୀତ ହେଲେ ମିକି

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ): ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ବକ୍ସିଂ ଚାମ୍ପିଅନଶିପ୍‌ରେ ଛତ୍ରପୁର ଅନସ୍ଲୋ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?