ବିଲ ଫାଟି ଆଁ, ମରୁଡ଼ି ଆଶଙ୍କା

ରାଜନଗର,୯।୮ (ଡି.ଏନ.ଏ.)ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଚାଷୀମାନଙ୍କୁ ଆନନ୍ଦିତ କରିଥିଲା। ହଠାତ୍‌ ଜୁଲାଇ ପ୍ରଥମ ସପ୍ତାହରୁ ମୌସୁମୀ ଉଭାନ ହୋଇଗଲା। ଆଷାଢ଼ ଯାଇ ଶ୍ରାବଣ ଚାଲିଛି। ଶ୍ରାବଣରେ ବିଲ ପୋଖରୀ ବର୍ଷାଜଳରେ ବୁଡିଯିବା କଥା। କିନ୍ତୁ ଶ୍ରାବଣରେ ମୁଣ୍ଡ ଫଟା ଖରା ସାଙ୍ଗକୁ ଧାନତଳି ରୁଆ, ବେଉଷଣ ହେବାକୁ ଥିବା ବିଲଗୁଡିକ ଫାଟି ଆଁ କଲାଣି। ଚାଷୀଙ୍କ ମନରେ ଆଶଙ୍କା ଦେଖାଯିବା ସହିତ ଧୀରେ ଧୀରେ ଅନିୟମିତତା ବର୍ଷା ମରୁଡି ଆଡ଼କୁ ମୁହାଁଉଛି।
ଦିନଥିଲା କେନ୍ଦ୍ରାପଡ଼ାର ରାଜନଗରରୁ ଉତ୍ପାଦିତ ଧାନ କଟକ ସହ ରାଜ୍ୟର ବିଭିନ୍ନ ଜିଲାକୁ ଯୋଗାଣ ହେଉଥିଲା। କିନ୍ତୁ ଜଳବାୟୁର ପରିବର୍ତ୍ତନ ସାଙ୍ଗକୁ ୧୯୯୯ ମହାବାତ୍ୟା ପରଠାରୁ ଏହି ଅଞ୍ଚଳର ଚାଷୀମାନେ ପାଗ ଅନୁକୂଳ ନ ହେବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଆସୁଛି। ଚାଷୀମାନେ ଧାନ ଅମଳ କଲେ ପରିବାର ଚଳାଇବା ସହ ପିଲାଙ୍କ ପାଠପଢା, ଝିଅ ବାହାଘର ଓ ଋଣ ଶୁଝିବାରେ ଚାଷ ଉପରେ ନିର୍ଭର କରିଥାନ୍ତି। ପରିସ୍ଥିତି ଏପରି ହୋଇଛି ଆଉ ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ସମ୍ପୂର୍ଣ୍ଣ ଖରିଫ ଧାନ ଚାଷ ଉଜୁଡି ଯିବ। ରାଜନଗରର ପ୍ରାୟ ୯୦ ପ୍ରତିଶତ ଚାଷୀ ଖରିଫ ଧାନ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଶ୍ରାବଣ ଅଧା ହେଲାଣି। ଓଡ଼ିଶାରେ ସ୍ବଭାବିକ ବର୍ଷା ହୋଇପାରୁନି। ଜଳବାୟୁର ଏଭଳି ପରିବର୍ତ୍ତନ ଏବେ ଚାଷୀକୁଳ ପାଇଁ କାଳ ସାଜିଛି। ବର୍ଷା ଅଭାବରୁ ରାଜନଗର ଅଞ୍ଚଳରେ ମରୁଡିର ପଦଧ୍ୱନି ଶୁଣିବାକୁ ମିଳିଲାଣି। ଜମିରେ ପାଣି ନ ଥିବାରୁ ଧାନ ତଳି ଜଳି ଗଲାଣି ତ ଆଉ କେଉଁଠି ମାଟି ଫାଟି ଆଁ କରିଛି। ବାତ୍ୟା ୟାସ୍‌ ଓ ଏହାପରେ ଭଲ ବର୍ଷା ହୋଇଥିଲା। ଚାଷୀମାନେ ଧାନ ତଳି ପକାଇବା ଆରମ୍ଭ କରିଥିଲେ। ମାତ୍ର ବିହନ ବୁଣିବାର ପରଠୁଁ ବର୍ଷା ଉଭାନ ହୋଇଯାଇଛି। ଧାରା ଶ୍ରାବଣରେ ବର୍ଷା ବଦଳରେ ପ୍ରଚଣ୍ଡ ଖରା ଯୋଗୁ ଧାନ ତଳି ମରିଯିବାକୁ ବସିଲାଣି। କେତେଜଣ ଚାଷୀ କେନାଲ ଓ ପୋଖରୀରୁ ପମ୍ପସେଟ୍‌ ସାହାଯ୍ୟରେ ପାଣି ତଳି ରୋଇଥିବା ବିଲକୁ ବୋହି ଚାଲିଛନ୍ତି। ଗତ ୨୦ ଦିନ ହେଲା ରାଜନଗର ଅଞ୍ଚଳରେ ବର୍ଷା ହୋଇନାହିଁ।
ରାଜନଗର ବ୍ଲକର ୨୯ଟି ପଞ୍ଚାୟତରେ ଚଳିତବର୍ଷ ୨୩ ହଜାର ହେକ୍ଟର ଜମିରେ ଖରିଫ ଧାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ରାଜନଗରରେ ଜଳସେଚନର ସୁବିଧା ନ ଥିବାବେଳେ ଉଠା ଜଳସେଚନ ପ୍ରକଳ୍ପ କାମ ନ କରିବା ଯୋଗୁ ଚାଷୀ ତଳି ଥିବା ବିଲକୁ ପାଣି ଅଣ୍ଟୁନି। କରୋନା ଯୋଗୁ ରାଜ୍ୟ ଓ ଦେଶ ବାହାରେ ଥିବା ପ୍ରବାସୀ ଶ୍ରମିକ ଗାଁକୁ ଫେରିଛନ୍ତି। ସେମାନଙ୍କ ରୋଜଗାରର ମାଧ୍ୟମ ବନ୍ଦ ହୋଇଯାଇଥିବା ବେଳେ ସେମାନେ ଖରିଫ ଧାନ ଚାଷ ଉପରେ ଭରସା କରିଥିଲେ। ଗର୍ହନପୁର ଗାଁର ବୁଦ୍ଧଦେବ ପ୍ରଧାନ, ଗୋସିଗାଁର କ୍ଷୀରୋଦ କୁମାର ରାଉତ, ଗୌରାଙ୍ଗ ରାଉତ, ଚକ୍ରଧର ବିଶ୍ୱାଳ, କାଙ୍ଗାଳି ଚରଣ ପ୍ରଧାନ ପ୍ରମୁଖ ଚାଷୀମାନେ ୩ରୁ ୪ ଦିନ ମଧ୍ୟରେ ଯଦି ବର୍ଷା ନ ହୁଏ ତେବେ ଧାନ ଚାଷ ଆଉ ସମ୍ଭବ ନୁହେଁ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri