କୁଏଟ ଅଗ୍ନୀକାଣ୍ଡରେ ପୀଡ଼ିତ ପରିବାରଙ୍କୁ ୧୨.୫ ଲକ୍ଷ ଟଙ୍କା ସହାୟତା ରାଶି ଦେବେ କୁଏଟ ସରକାର

କୁଏଟ ସିଟି,୧୯।୬: ଦକ୍ଷିଣ ଅହମଦା ପ୍ରଦେଶର ମଙ୍ଗଫ ଅଞ୍ଚଳରେ ଅଗ୍ନିକାଣ୍ଡରେ ପୀଡ଼ିତଙ୍କ ପରିବାରକୁ କୁଏତ ସରକାର ୧୫,୦୦୦ ଡଲାର (୧୨.୫ ଲକ୍ଷ ଟଙ୍କା) କ୍ଷତିପୂରଣ ପ୍ରଦାନ କରିବେ। ଏହି ଅଗ୍ନିକାଣ୍ଡରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି ଯେଉଁଥିରେ ୪୬ଜଣ ଭାରତୀୟ ଅଛନ୍ତି। କୁଏଟ ମିଡିଆ ରିପୋର୍ଟରେ ଏହି ଦାବି କରାଯାଉଛି। କୁଏତ ଅଧିକାରୀଙ୍କ ଅନୁଯାୟୀ, ଜୁନ ୧୨ ରେ ମଙ୍ଗଫ ସହରର ଏକ ସାତ ମହଲା କୋଠାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ତଳ ମହଲାରେ ଥିବା ସୁକ୍ୟୁରିଟି ଗାର୍ଡଙ୍କ କୋଠରୀରେ ଏକ ବୈଦ୍ୟୁତିକ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି।

ଏହି ବିଲଡିଂରେ ୧୯୬ଜଣ ପ୍ରବାସୀ ଶ୍ରମିକ ରହିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଥିଲେ। କୁଏଟର ଏମିର ଶେଖ ମେଶଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିର୍ଦ୍ଦେଶରେ ପୀଡିତଙ୍କ ପରିବାର ୧୫,୦୦୦ ଆମେରିକୀୟ ଡଲାର (୧୨.୫ ଲକ୍ଷ ଟଙ୍କା) କ୍ଷତିପୂରଣ ପାଇବେ ବୋଲି ଆରବ ଟାଇମ୍ସ ଖବରକାଗଜ ମଙ୍ଗଳବାର ପ୍ରକାଶ କରିଛି। ସରକାରୀ ସୂତ୍ରକୁ ଦର୍ଶାଇ ଖବରକାଗଜ କହିଛି ଯେ କ୍ଷତିପୂରଣ ଦେବାର ପ୍ରକ୍ରିୟା ଶୀଘ୍ର ଶେଷ ହେବ ଏବଂ ପୀଡିତଙ୍କୁ ଦୂତାବାସକୁ ପଠାଯିବ। ନିହତମାନଙ୍କ ମଧ୍ୟରୁ ୪୬ଜଣ ଭାରତୀୟ। ଅନ୍ୟ ତିନିଜଣ ଫିଲିପାଇନ୍ସର ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ପାଇଁ କନ୍ୟା ଦେଖିବାକୁ ଯାଇଥିଲେ ବାପା: ଘରକୁ ଆସି ଦେଖିଲାବେଳକୁ ପାଦ ତଳୁ ଖସିଗଲା ମାଟି

ଢାକା,୨୫।୭: ବାଂଲାଦେଶରେ ସଂରକ୍ଷଣକୁ ନେଇ ହିଂସାତ୍ମକ ପ୍ରତିବାଦରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ କିଛି ଲୋକ ଅଛନ୍ତି, ଯାହାଙ୍କ ମୃତଦେହକୁ ଚିହ୍ନିବା କଷ୍ଟକର।...

ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୭: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ଏହି ସମୟରେ...

ମାଳଦ୍ୱୀପକୁ ବଡ଼ ଝଟ୍‌କା ଦେଲା ଭାରତ

ନୂଆଦିଲ୍ଲୀ,୨୫।୭: ୨୦୨୪ ବଜେଟରେ ମାଳଦ୍ୱୀପକୁ ଦିଆଯାଇଥିବା ଅନୁଦାନ ସହାୟତା ରାଶିରେ ଭାରତ ସରକାର ଏକ ବଡ଼ ହ୍ରାସ କରିଛନ୍ତି। ଏହା ପରେ ମୁଇଜୁଙ୍କ ଦେଶ ଭାରତରୁ...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଚାଇନା ବୈଜ୍ଞାନିକଙ୍କୁ ଜହ୍ନ ମାଟିରୁ ମିଳିଲା ପାଣି, ‘ଚନ୍ଦ୍ରଯାନ-୧’ କରିଥିବା ଦାବି ହେଲା ସତ…

ନୂଆଦିଲ୍ଲୀ,୨୪।୭: ପୃଥିବୀ ପରେ ମଣିଷ ମହାକାଶରେ ଜଳ ସନ୍ଧାନ କରୁଛି। ମଣିଷର ଏହି ଆବିଷ୍କାର ଚନ୍ଦ୍ରରେ ପହଞ୍ଚିଛି,ଯେଉଁଥିଲାଗି ଅନେକ ମିଶନ ପଠାଯାଉଛି। ଭାରତ, ଆମେରିକା ଏବଂ...

ନେପାଳ ବିମାନ ଦୁର୍ଘଟଣା: ବିମାନ କର୍ମଚାରୀଙ୍କ ସମେତ ସ୍ତ୍ରୀ-ପୁଅଙ୍କ ଜୀବନ ଗଲା, ଭିଡିଓ ଦେଖିଲେ…

କାଠମାଣ୍ଡୁ,୨୪ା୭: ବୁଧବାର ନେପାଳର ରାଜଧାନୀ କାଠମାଣ୍ଡୁରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଏକ ଦୁଃଖଦ କାହାଣୀ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କ...

ଅଲମ୍ପିକ୍ସ ପୂର୍ବରୁ ପ୍ୟାରିସରେ ଅଷ୍ଟ୍ରେଲୀୟ ମହିଳାଙ୍କୁ ଗଣବଳାତ୍କାର

ନୂଆଦିଲ୍ଲୀ,୨୪ା୭: ଅଲମ୍ପିକ୍ସ ପୂର୍ବରୁ ପ୍ୟାରିସରେ ଘଟିଛି ଜଘନ୍ୟ କାଣ୍ଡ। ୨୦୨୪ ସଂସ୍କରଣ ଉଦଘାଟନୀ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ଜଣେ ଅଷ୍ଟ୍ରେଲୀୟ ମହିଳାଙ୍କୁ ୫ ଜଣ...

ବିମାନ ଦୁର୍ଘଟଣା: ୧୮ ଜଣଙ୍କ ମୃତ୍ୟୁ ସୂଚନା, ପାଇଲଟ ଗୁରୁତର

କାଠମାଣ୍ଡୁ,୨୪।୭: ନେପାଳର ରାଜଧାନୀ କାଠମାଣ୍ଡୁରେ ଉଡ଼ାଣ ସମୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୧୯ ଜଣ ଯାତ୍ରୀ ଥିଲେ। ତେବେ ଦୁର୍ଘଟଣାରେ ୧୮...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri