Posted inUncategorized

ପ୍ରତିଷ୍ଠା ହେବ କୋଭିଡ୍‌ ଯୋଦ୍ଧା ସ୍ମୃତିସ୍ତମ୍ଭ

ଭୁବନେଶ୍ୱର, ୯।୨(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ କୋଭିଡ୍‌ ଯୋଦ୍ଧା ସ୍ମୃତିସ୍ତମ୍ଭ। ଏଥିପାଇଁ ସ୍ଥାନ ଚିହ୍ନଟ ହୋଇଛି। କୋଭିଡ୍‌-୧୯ ଲଢ଼େଇରେ ବହୁ ଯୋଦ୍ଧା ସାମିଲ୍‌ ହେବା ସହ ଅନେକ ପ୍ରାଣ ହରାଇଛନ୍ତି। ଏହି କରୋନା ଯୋଦ୍ଧାଙ୍କୁ ମନେ ରଖିବା ପାଇଁ ସ୍ମୃତିସ୍ତମ୍ଭ ନିର୍ମାଣ ହେବ। ରାଜ୍ୟ ସରକାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ଏହି ସ୍ମୃତିସ୍ତମ୍ଭ ନିର୍ମାଣ କରିବା ପାଇଁ ସ୍ଥିର କରିଛନ୍ତି। ଖୁବ୍‌ଶୀଘ୍ର ସେଠାରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ନୋଡାଲ ଡିପାର୍ଟମେଣ୍ଟ ଭାବେ ଘୋଷଣା କରାଯାଇଛି। ବିଭାଗ ଏହାର ଡିଜାଇନ ଓ ଷ୍ଟ୍ରକ୍ଚର କିପରି ହେବ ସେଥିପାଇଁ ଆର୍କିଟେକ୍ଟରଠାରୁ ଫାଇନାଲ କରିବା ସହ ଅଧିକୃତ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବେ। ପୂର୍ତ୍ତ ବିଭାଗକୁ ଦିଆଯାଇଥିବା ବଜେଟରୁ ଏହି ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବ। କୋଭିଡ୍‌ ଯୋଦ୍ଧା ସ୍ମୃତିସ୍ତମ୍ଭ ଅଗଷ୍ଟ ୧୫ରେ ଉଦ୍‌ଘାଟନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପୂର୍ତ୍ତ ବିଭାଗ କମିଶନର ତଥା ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତମାସ ୧୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଟିତଳୁ ହାତୀର ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୯।୨(ବ୍ୟୁରୋ)/ ନରସିଂହପୁର(ସ୍ବ.ପ୍ର.):  ହାତୀ ମୃତ୍ୟୁକୁ ନେଇ ପୁଣି ଚର୍ଚ୍ଚାରେ ଆଠଗଡ଼ ବନଖଣ୍ଡ। ହାତୀ ମୃତ୍ୟୁ ପାଇଁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଆଠଗଡ଼ ରେଞ୍ଜ ଅଫିସର...

ହାତଗଣ୍ଠି ପଡ଼ିବା ପୂର୍ବରୁ ବର ହାତରେ ହାତକଡ଼ି

ସୋନପୁର,୧।୩: ବିବାହ ପାଇଁ ବରବେଶରେ ସୋନପୁରକୁ ଆସି ଗିରଫ ହୋଇଛନ୍ତି ନୟାଗଡ଼ ଜିଲା ଇଛାପୁର(ଅନଖାପାଲି) ଅଞ୍ଚଳର ଅମଜାଦ ଖାଁ(୨୮)। ବିବାହ ପୂର୍ବରୁ ତାଙ୍କୁ ନୟାଗଡ଼ ଜିଲା...

ଶାହାରୁଖଙ୍କ ସହ ଛାଇ ଭଳି ରହିଥାନ୍ତି ଏହି ମହିଳା; ଗୋଟିଏ ଦିନରେ ଉଭୟଙ୍କ ଜନ୍ମଦିନ…

ବମ୍ବେ: ବେଳେବେଳେ ରକ୍ତର ସମ୍ପର୍କଠାରୁ ବି ଗାଢ଼ ହୋଇଥାଏ ହୃଦୟର ସମ୍ପର୍କ। କିଙ୍ଗ ଖାଁ ଶାହାରୁଖଙ୍କ ଜୀବନରେ ମଧ୍ୟ ସ୍ତ୍ରୀ ଗୌରୀଙ୍କୁ ଛାଡ଼ିଥିଲେ ଏଭଳି ଜଣେ...

ମୃତଦେହ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୯।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆଠାରେ ବାଣ ବିସ୍ଫୋରଣ ବିଭିଷିକାରେ ରବିବାର ବିଳମ୍ବିତ ରାତିରେ ଦ୍ୱିତୀୟ ମୁଣ୍ଡ ଗଡିଛି । ସହରର...

ଭାରତୀୟ ରେଲ୍‌ଓ୍ବେ ଇତିହାସରେ ପ୍ରଥମ ଥର: ଟ୍ରେନରେ ବାଂଲାଦେଶ ପଠାଗଲା ୧୦୦ ଟ୍ରାକ୍ଟର

ନୂଆଦିଲ୍ଲୀ, ୩।୯: ପ୍ରଥମ ଥର ଲାଗି ଟ୍ରେନ ମାଧ୍ୟମରେ ୧୦୦ ଟ୍ରାକ୍ଟର ବାଂଲାଦେଶକୁ ପଠାଇ ଭାରତୀୟ ରେଲ୍‌ଓ୍ବେ ଇତିହାସ ରଚିଛି। ରେଳମନ୍ତ୍ରୀ ପିୟୂଷ ଗୋୟଲ ଏହି...

ସାଇକେଲ ରାଣୀ

ଦୀର୍ଘ ପଚାଶ ବର୍ଷ ତଳେ ଯେତେବେଳେ ଜାତୀୟ କିମ୍ବା ଆନ୍ତର୍ଜାତିକ ସ୍ତରରେ ଆୟୋଜିତ ହେଉଥିବା କ୍ରୀଡ଼ା ଉତ୍ସବଗୁଡ଼ିକରେ ଅନ୍ୟାନ୍ୟ ରାଜ୍ୟର କ୍ରୀଡ଼ାବିତ୍‌ମାନେ ବେଶ୍‌ ସୁନାମ ଅର୍ଜନ...

ପାଣି ଟିକେ ପାଇଁ ଡରି ଡରି ମୁହଁ ବୁଡାଇଥିଲା ବାଘ, ବଡ଼ ଆଁ କରି ଝାମ୍ପି ନେଲା କୁମ୍ଭୀର

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

କଂଗ୍ରେସରେ ସାମିଲ ହେଲେ ଜୟ ନାରାୟଣ

ଅହମଦାବାଦ,୨୮।୧୧: ଗୁଜରାଟର ବରିଷ୍ଠ ନେତା ତଥା ବିଧାୟକ ଜୟ ନାରାୟଣ ବ୍ୟାସ ତାଙ୍କ ପୁଅ ସମୀର ବ୍ୟାସଙ୍କ ସହ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି। ଅହମଦାବାଦରେ...

Advertisement
Archives

Model This Week