ଆରମ୍ଭ ହୋଇପାରୁନି ଖରିଫ ଚାଷ କାର୍ଯ୍ୟ

ସୋନପୁର,୨୬।୬(ମୃତ୍ୟୁଞ୍ଜୟ ଶତପଥୀ): କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ବର୍ଷା ନ ହେବା ଯୋଗୁ ଖରିଫ ଧାନ ଚାଷ କାର୍ଯ୍ୟ ଆରମ୍ଭ ହୋଇନି। ରେକର୍ଡ ପରିମାଣରେ ଧାନ ଉତ୍ପାଦନ ହେଉଥିବା ଏହି ଜିଲାରେ ଚାଷ ଜମି ସବୁ ପଡିଆ ପଡିଛି। ଜିଲାର ମୋଟ ୧ଲକ୍ଷ ୨୭ହଜାର ୬୦୦ ହେକ୍ଟର ଜମିରେ ଚାଷ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ସେଥିମଧ୍ୟରୁ ୭୭ହଜାର ହେକ୍ଟର ଜମିରେ ଧାନ ଚାଷ ଓ ବାକି ଜମିରେ କପା, ମୁଗ, ପନିପରିବା ଭଳି ଅଣଧାନ ଚାଷ ହୋଇଥାଏ। ଜିଲାରେ ଚାଷୀ ଧାନ ବୁଣା ଅପେକ୍ଷା ତଳି ପକାଇ ଚାଷ କରିବାକୁ ଅଧିକ ପସନ୍ଦ କରନ୍ତି। ତେବେ ନିଅଣ୍ଟିଆ ବୃଷ୍ଟିପାତ ସହିତ ହୀରାକୁଦ ଜଳଭଣ୍ଡାରରୁ କେନାଲରେ ପାଣି ନ ଆସିବାରୁ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଚାଷୀ ଖରିଫ ଚାଷକୁ ନେଇ ଚିନ୍ତାରେ ଅଛନ୍ତି ।
ଦକ୍ଷିଣ-ପଶ୍ଚିମ ମୌସିମୀ ବାୟୁ ଠିକ୍‌ ଭାବେ ଅଗ୍ରସର ହେଉନାହିଁ। ମୌସୁମୀ ସକ୍ରିୟ ପାଇଁ ପାଗ ଅନୁକୂଳ ହୋଇପାରୁ ନାହିଁ। ସୁବର୍ଣ୍ଣପୁର ଜିଲାରେ ଏହା ଦୁର୍ବଳ ଅବସ୍ଥାରେ ଥିବାବେଳେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କାଳବୈଶାଖୀ ଜନିତ ବର୍ଷା ପବନ ବିଶେଷ ହେଉନାହିଁ। ୧୫ ଦିନ ପୂର୍ବରୁ ରାଜ୍ୟକୁ ମୌସୁମୀ ଆସିଥିଲେ ମଧ୍ୟ ଏହା ଜିଲାରେ ଏ ପର୍ଯ୍ୟନ୍ତ ସକ୍ରିୟ ହୋଇନାହିଁ। ଜମି ଶୁଖିଲା ପଡିଥିବାରୁ ଚାଷୀ ଧାନ ବୁଣି ପାରୁନାହିଁ କି ତଳି ପକାଇ ପାରୁନି। ଅଳ୍ପ କିଛି ହେକ୍ଟର ଜମିରେ ଚାଷୀ ଗଭୀର ନଳକୂପ ଦ୍ୱାରା ଜମିକୁ ପାଣି ମଡାଇ ଧାନ ତଳି ପକାଇଛନ୍ତି। ଜୁନ୍‌ରେ ଜିଲାରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି। ଜୁନ୍‌ ୨୫ ସୁଦ୍ଧା ଜିଲାର ବୀରମହାରାଜପୁର ବ୍ଲକରେ ୧୫୦ମିଲିମିଟର ବର୍ଷା ହୋଇଥିବା ବେଳେ ଡୁଙ୍ଗୁରିପାଲି ବ୍ଲକରେ ୧୩୦ମିଲିମିଟର, ଉଲୁଣ୍ଡାରେ ୯୪.୪, ବିନିକାରେ ୯୨, ତରଭାରେ ୭୦ ଓ ସୋନପୁର ବ୍ଲକରେ ମାତ୍ର ୪୪ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ଜୁନ୍‌ ମାସରେ ସ୍ବାଭାବିକ ବୃଷ୍ଟିପାତ ୨୧୭.୪ମିଲିମିଟର ରହିଥିବା ବେଳେ ଚଳିତ ଥର ଜିଲାରେ ମାତ୍ର ୯୭.୭୨ମିଲିମିଟର ବର୍ଷା ହୋଇଛି। ଜିଲାରେ କେବଳ ଜୁନ୍‌ ୧୪ ଓ ୨୨ରେ ସାମାନ୍ୟ ଧରଣର ବର୍ଷା ହୋଇଛି। ଜୁନ୍‌ ମାସ ସରିବାକୁ ବସିଲାଣି ହେଲେ ପ୍ରଚଣ୍ଡ ଖରା ଓ ରୌଦ୍ରତାପ ଯୋଗୁ ଚାଷଜମି ଫାଟି ଆଁ କରି ରହିଛି। ତରଭା, ସୋନପୁର, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଭଳି ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ମୌସୁମୀ ବର୍ଷାକୁ ଚାତକ ପରି ଚାହିଁ ରହିଛନ୍ତି। ସୋନପୁର ବ୍ଲକ ଖଇରଟିକ୍ରା ଗାଁର ଆଗୁଆ ଚାଷୀ ସୁରେଶ କୁମାର ମିଶ୍ର କୁହନ୍ତି, ଅନ୍ୟ ବର୍ଷ ଏହି ସମୟକୁ ପର୍ଯ୍ୟାପ୍ତ ବର୍ଷା ହୋଇଥାଏ। ଚଳତି ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଜିଲାରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଯେଉଁମାନେ ଧାନ ତଳି ଓ ବୁଣା କାର୍ଯ୍ୟ କରିଥିଲେ ସେଠାରେ ଗଜା ମରୁଡିର ଆଶଙ୍କା ରହିଛି। ଜଳସେଚିତ ବିନିକା ବ୍ଲକ ଉର୍ଲେର ଚାଷୀ ସନ୍ତୋଷ ବାଘ କହିଛନ୍ତି, ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳକୁ କେନାଲ ପାଣି ଆସିନାହିଁ। ଜୁଲାଇ ୧ରୁ ବରଗଡ ମୁଖ୍ୟ କେନାଲରୁ ପାଣି ଛଡାଯିବ ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ଆମ ତଳି ଅଞ୍ଚଳରେ ଏହି ପାଣି ପହଞ୍ଚତ୍ବାକୁ ୫ ରୁ ୭ ଦିନ ଲାଗିବ। ବିଲକୁ କେନାଲ ପାଣି ମାଡିଲେ ତଳି ପକାଇବୁ ବୋଲି ଅପେକ୍ଷା କରିରହିଛୁ। ମୁଖ୍ୟ ଜିଲା କୃଷି ଅଧିକାରୀ ଡ. ବିଭୂତି ଭୂଷଣ ମିଶ୍ର କହିଛନ୍ତି ଜୁନ୍‌ ଶେଷ ସୁଦ୍ଧା ଜିଲାରେ ୧୦ ପ୍ରତିଶତ ଜମିରେ ବୁଣା କାର୍ଯ୍ୟ ଓ ୨୦ ପ୍ରତିଶତ ଜମିରେ ତଳିପକା କାର୍ଯ୍ୟ ସରିଥାଏ। ନିଅଣ୍ଟିଆ ବର୍ଷା ଓ କେନାଲରେ ପାଣି ଆସି ନଥିବାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନି। ସାମାନ୍ୟ ବିଳମ୍ବ ହୋଇଥିଲେ ହେଁ ମୌସୁମୀ ସକ୍ରିୟ ହେଲେ ଚାଷ କାର୍ଯ ଆଗେଇବ ବୋଲି ଡ. ମିଶ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri