Posted inଜାତୀୟ

‘ଦି କେରଲା ଷ୍ଟୋରି’: ରିଲିଜ୍‌ ପୂର୍ବରୁ ଝଡ଼

ଥିରୁଭାନନ୍ଥପୁରମ୍‌/ନୂଆଦିଲ୍ଲୀ,୧ା୫: ‘ଦି କଶ୍ମୀର ଫାଇଲ୍ସ’ ପରେ ଆଉ ଏକ ଭାରତୀୟ ସିନେମା ‘ଦି କେରଲା ଷ୍ଟୋରି’କୁ ନେଇ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ମେ’ ୫ରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମର ଟିଜର ଏପ୍ରିଲ ୨୬ରେ ସାମାଜିକ ଗଣମାଧ୍ୟମରେ ରିଲିଜ୍‌ ହୋଇସାରିଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହା ଉପରେ ଦେଶବ୍ୟାପୀ ନିଷେଧାଦେଶ ଜାରି ପାଇଁ ଦାବି କରିଛନ୍ତି। ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ତଥା ଭିପୁଲ ଅମୃତଲାଲ ଶାହଙ୍କ ପ୍ରଯୋଜିତ ଏହି ହିନ୍ଦୀଭାଷୀ ଫିଲ୍ମରେ ମୁସଲମାନ ସମ୍ପ୍ରଦାୟକୁ ନୂ୍ୟନ ଦେଖାଇବାକୁ ଯାଇ ମିଥ୍ୟା କାହାଣୀକୁ ନେଇ ସିନେମା ନିର୍ମାଣ କରାଯାଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି।
କଂଗ୍ରେସ ନେତା ତଥା କେରଳ ବିଧାନସଭାର ବିରୋଧୀ ଦଳ ନେତା ଭି.ଡି ସତିଶାନ୍‌ କହିଛନ୍ତି, ‘ଦି କେରଲା ଷ୍ଟୋରି’ରେ କେବଳ ମିଛ ଭରି ରହିଛି। ୩୨,୦୦୦ ହିନ୍ଦୁ ଓ ଖ୍ରିଷ୍ଟିଆନ୍‌ ମହିଳାଙ୍କୁ ଧର୍ମାନ୍ତରିତ କରି ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଦଖଲରେ ଥିବା ଅଞ୍ଚଳକୁ ପଠାଯାଇଛି। ଦକ୍ଷିଣ ଭାରତୀୟ ରାଜ୍ୟରୁ ନିଖୋଜ ହୋଇଯାଇଥିବା ଏହି ମହିଳାମାନଙ୍କୁ ଇରାକ୍‌ ଏବଂ ସିରିଆରେ ଆତଙ୍କବାଦୀ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଏଥିରେ ଦର୍ଶାଯାଇଛି। ଏହାର ଟ୍ରେଲର ଫିଲ୍ମ ସମ୍ପର୍କରେ ଅନେକ ସଙ୍କେତ ଦେଉଛି। କେରଳ ଓ ମୁସଲମାନ ସମ୍ପ୍ରଦାୟକୁ ନିନ୍ଦିତ କରିବା ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଏଥିରେ ଉଦ୍ୟମ କରିଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ଟ୍ରେଲର ରିଲିଜ୍‌ ପରେ ଫିଲ୍ମକୁ ବ୍ୟାନ୍‌ ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିବେକ ଅଗ୍ନିହୋତ୍ରୀଙ୍କ ‘ଦି କଶ୍ମୀର ଫାଇଲ୍ସ’ ସହ ଏହାକୁ ତୁଳନା କରାଯାଉଛି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ ମଧ୍ୟ ରବିବାର ‘ଦି କେରଲା ଷ୍ଟୋରି’କୁ ସଂଘ ପରିବାରର ପ୍ରୋପାଗଣ୍ଡା (ଜନମତକୁ ପ୍ରଭାବିତ କରିବା ପାଇଁ ପ୍ରଚାର) ଭାବେ ଅଭିହିତ କରିଛନ୍ତି। ଫିଲ୍ମରେ କେରଳକୁ ଧର୍ମୀୟ କଠୋରବାଦର କେନ୍ଦ୍ର ଭାବେ ଉପସ୍ଥାପନ କରି ‘ଲଭ୍‌ ଜିହାଦ୍‌’ ପ୍ରସଙ୍ଗ ଉଠାଯାଇଛି। ‘ଲଭ୍‌ ଜିହାଦ୍‌’ ଧାରଣାକୁ କୋର୍ଟ, ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଥିବାବେଳେ ଏହି ହିନ୍ଦୀ ଫିଲ୍ମରେ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟକୁ ବଦନାମ ଉଦ୍ୟମ କରାଯାଇଛି ବୋଲି ବିଜୟନ୍‌ କହିଛନ୍ତି। ସେ ଏହାକୁ ସାମ୍ପ୍ରଦାୟିକ ଧ୍ରୁବୀକରଣ ଓ ମୁସଲମାନ ବିରୋଧୀ ଆଖ୍ୟା ଦେଇଛନ୍ତି। ଶାସକ ସିପିଆଇଏମ୍‌ ଏବଂ ବିରୋଧୀ କଂଗ୍ରେସ ଏକସ୍ବରରେ କହିଛନ୍ତି, ଅଭିବ୍ୟକ୍ତି ସ୍ବାଧୀନତା ସମାଜରେ ବିଷ ଓକାଳିବା ପାଇଁ ଲୋକଙ୍କୁ ନୀରବ କରାଇବା ଲାଗି ଉଦ୍ଦିଷ୍ଟ ନୁହେଁ। ଏହି ଫିଲ୍ମ କେରଳରେ ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ କରିବ ବୋଲି ଦୁଇ ଦଳ ଆଶଙ୍କା ବ୍ୟକ୍ତ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ଥିରୁଭାନନ୍ଥପୁରମ୍‌ ଏମ୍‌ପି ଶଶୀ ଥରୁର କହିଛନ୍ତି, ‘ଦି କେରଲା ଷ୍ଟୋରି’ ତୁମ ଷ୍ଟୋରି ହୋଇଥିବ। ଏହା ଆମ କେରଳର କାହାଣୀ ନୁହେଁ।
କଂଗ୍ରେସ ପାର୍ଟି (ଏନ୍‌ସିପି) ମଧ୍ୟ ଫିଲ୍ମରେ ମୁସଲମାନ ସମ୍ପ୍ରଦାୟକୁ ଅନୁଚିତ ଢଙ୍ଗରେ ଉପସ୍ଥାପନ କରାଯାଇଥିବା ଅଭିଯୋଗ ଆଣି ଘୃଣା ବିସ୍ତାର କରିବା ଏହାର ଅଭିସନ୍ଧି ବୋଲି କହିଛି। ଅନ୍ୟପକ୍ଷେ ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ଏହାକୁ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୃତଦେହ କାହାର? ତଦନ୍ତ ଆରମ୍ଭ

ସୋରଡା,୨୨ା୪(ରଜନି ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁରେ ଅଭାବନୀୟ ଘଟଣା । ରାସିପଙ୍କାଳ ଶଙ୍ଖ ନିକଟରେ ପଡ଼ିରହିଛି ଅଜଣା ବ୍ୟକ୍ତିର ମୃତଦେହ ।ମୃତଦେହ…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ନୂଆ ଷ୍ଟାଇଲ୍‌ରେ ପ୍ରେମିକଙ୍କୁ ପ୍ରପୋଜ କରିବା ବାହାନାରେ ଏମିତି କାଣ୍ଡ କଲେ ପ୍ରେମିକା, ହାତଗୋଡ଼ ବାନ୍ଧିଲେ, ପରେ…

ବେଙ୍ଗାଲୁରୁ,୨୨ା୪: କର୍ନାଟକର ରାଜଧାନୀ ତଥା ଦେଶର ଆଇଟି ହବ୍‌ ବେଙ୍ଗାଲୁରୁରୁ ଏକ ଚାଞ୍ଚଲ୍ୟକର ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହା ସମଗ୍ର ସହରକୁ ଥରାଇ…

ଚାଞ୍ଚଲ୍ୟ… ଦିଲ୍ଲୀରେ IRS ଅଧିକାରୀଙ୍କ ଝିଅକୁ ବଳାତ୍କାର ପରେ ହତ୍ୟା, ମୋବାଇଲ ଚାର୍ଜରରେ କାଟିଦେଲେ ଗଳା

ନୂଆଦିଲ୍ଲୀ,୨୨ା୪: ଦିଲ୍ଲୀର ଅମର କଲୋନି ଅଞ୍ଚଳରେ ଜଣେ ଯୁବତୀଙ୍କ ବଳାତ୍କାର ଏବଂ ପରେ ହତ୍ୟା ସହିତ ଜଡିତ ଏକ ମାମଲା ସାମ୍ନାକୁ ଆସିଛି । ମୃତକ ଜଣକ…

ଆନନ୍ଦପୁର କଲେଜର ସାମ୍ସ ରୁମରେ ଅଗ୍ନିକାଣ୍ଡ, ୧୦ରୁ ଅଧିକ…

ବଞ୍ଚୋ,୨୨ା୪(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର କଲେଜର ସାମ୍ସ (SAMS) ରୁମରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟିଛି । ରୁମ ଭିତରେ ହଠାତ୍ ନିଆଁ ଲାଗିଯାଇଥିବାରୁ ୧୦ରୁ…

ମହିଳା ବିଲ୍‌ ଆଣିବା ପଛରେ ରହିଥିଲା ଛଳନା: ଜୟଦେବ ଜେନା

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲା କଂଗ୍ରେସ ପକ୍ଷରୁ ମହିଳା ବିଲ ଓ ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ଏକ ପ୍ରେସ୍‌ମିଟ୍‌…

ଇରାନ-ଆମେରିକା ବିବାଦ ଉପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଭାରତ ମଧ୍ୟସ୍ଥତା ଚେଷ୍ଟା….

ନୂଆଦିଲ୍ଲୀ,୨୨ା୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଜର୍ମାନୀରେ ଭାଷଣ ଦେଇ ସେ…

ଅଟୋ ଓଲଟି ୭ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ୯ ଦିନ ପରେ ଅଭିଯୁକ୍ତ ଚାଳକଙ୍କୁ…

ଦିଗପହଣ୍ଡି,୨୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ବ୍ଲକ ବୀରମେଖପୁର ଗାଁ ନିକଟରେ ଗତ ୧୪ ତାରିଖ ଅପରାହ୍ନରେ ଅଟୋ (ନଂ. ଓଡି ୦୭ ବିବି -୯୧୨୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri