କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ବନ୍ଧରୁ ଅତଡ଼ା ଖସିଲା

ଡେରାବିଶ,୨୦ା୧(ସ୍ବ.ପ୍ର.):ଖରିଫ ଧାନ ଫସଲ ଅମଳ ପରେ କେନାଲ ଉପରେ ନିର୍ଭରଶୀଳ ଚାଷୀମାନେ ଜାନୁୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ରବି ଫସଲ ଚାଷ କରିଥାନ୍ତି। ପ୍ରତ୍ୟେକ ବର୍ଷ ଜାନୁୟାରୀ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଚାଷ ଜମିକୁ ପାଇଁ କେନାଲରେ ପାଣି ଛଡ଼ାଯାଇଥାଏ। ମାତ୍ର ଚଳିତ ବର୍ଷ କେନାଲରେ ପାଣି ଛାଡ଼ିବା ନେଇ ବିଳମ୍ବ ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ତେବେ ଗୁରୁବାର କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ଆବଶ୍ୟକତାଠାରୁ ଅଧିକ ପାଣି ଛଡାଯାଇଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଯଅଁରାବାରିମୂଳ ପଞ୍ଚାୟତ ଅର୍ତ୍ତାମୂଳ ଗଁା ନିକଟରେ କେନାଲ ବନ୍ଧରୁ ୧୫ ଫୁଟର ଅତଡା ଖସିଛି। ଦୀର୍ଘବର୍ଷ ହେଲା ଦୁର୍ବଳ ନଦୀବନ୍ଧ ମରାମତି ହୋଇ ନ ଥିବାରୁ ଅର୍ତ୍ତାମୂଳ ଗଁା ନିକଟରେ ବନ୍ଧ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିଲା। ତେବେ ଗୁରୁବାର ମୁଖ୍ୟ କେନାଲ୍‌ରେ ଅଧିକ ପାଣି ଆସିବା ଫଳରେ ଏହି ଗାଁ ପ୍ରତି ବିପଦ ଦେଖା ଦେଇଛି।
କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏହି ମୁଖ୍ୟ କେନାଲରେ କିପରି ଏତେ ପାଣି ପ୍ରବାହିତ ହେଲା ତାହା ବିଭାଗର ଦାୟିତ୍ୱ ହୀନତାକୁ ପଦାରେ ପକାଇଛି। ଖବରପାଇ ପୁବଂଶ ଓ ଛତା ଜଳସମ୍ପଦ ଉପଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ବନ୍ଧ ପ୍ରତି ଦେଖାଦେଇଥିବା ବିପଦକୁ କିପରି ଟଳାଯିବ ସେ ନେଇ ଯୁଦ୍ଧକାଳୀନ ଭିତ୍ତିରେ ବହ୍ଲା ପୋତା ଯିବା ସହ ବାଲିବସ୍ତା ପକାଇବା କାର୍ଯ୍ୟ କରିଥିଲେ। ତେବେ ଏ ବିଷୟରେ କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନ ଥିଲା। ତେବେ ଏଭଳି ବିପଦ ପାଇଁ ପ୍ରସ୍ତୁତ ନ ଥିବା ଅର୍ତ୍ତାମୂଳ ସମେତ କେନାଲ ପାର୍ଶ୍ୱବର୍ତ୍ତୀ ଦାନପୁର ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ଏକ ପ୍ରକାର ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ସନ୍ଧ୍ୟାରେ ଜଳସମ୍ପଦ ବିଭାଗର ଛତା ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟଙ୍କୁ ପଚାରିବାରେ କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ୨୦୦ କ୍ୟୁସେକ୍‌ ପାଣି ଛାଡ଼ିବା ପାଇଁ ଅଧୀକ୍ଷଣ ଯନ୍ତ୍ରୀ ସେଠୀ କଟକ ନର୍ଥ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ଏହି କେନାଲରେ ପାଣି ଛାଡ଼ିବା ପାଇଁ ନିୟନ୍ତ୍ରଣ ଦାୟିତ୍ୱରେ ଥିବା କେନ୍ଦୁପାଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ ବହୁ ଅଧିକ ପାଣି ଛାଡ଼ି ଦେବା ଫଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ସନ୍ଧ୍ୟା ସୁଦ୍ଧା ଏହି କେନାଲର ଦାନପୁରଠାରେ ୭୦୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଛି। କେଉଁ ମୁହୂର୍ତ୍ତରେ ଦୁର୍ବଳ କେନାଲ ବନ୍ଧ ଭାଙ୍ଗିଯିବାର ଆଶଙ୍କା ରହିଥିବା ନେଇ ଦାନପୁରର ପୂର୍ବତନ ସରପଞ୍ଚ ବିଭୁଦେନ୍ଦୁ ପଣ୍ଡା କହିଛନ୍ତି। ପଣ୍ଡା କହିଛନ୍ତି, ବିରି ଫସଲ କରିବାକୁ ଅପେକ୍ଷା କରିଥିବା ଚାଷୀଙ୍କୁ ବିଳମ୍ବରେ ପାଣି ଯୋଗାଇବା ପାଇଁ କଟକ ଓ କେନ୍ଦ୍ରାପଡ଼ାର ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ସମନ୍ବୟ ନ ରହିବା ଲୋକଙ୍କ ପାଇଁ ଏହା ବିପଦ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?