୧୦୦ କୋଟି ଅତିକ୍ରମ କରିବ ‘ଦ କଶ୍ମୀର ଫାଇଲ୍ସ’

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିବା ବେଳେ ଏହାକୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ ଜମୁଛି। ୭ ଦିନରେ ବକ୍ସ ଅଫିସରେ ମୋଟ୍‌ ୯୭.୩୦ କୋଟି ଆୟ କରିଥିବା ଜଣାପଡିଛି। ତେବେ ଗୋଟିଏ ସପ୍ତାହ ପୂରଣ କରିବା ପୂର୍ବରୁ ଫିଲ୍ମଟି ୧୦୦ କୋଟି ଅତିକ୍ରମ କରିବାକୁ ଯାଉଛି। ଏହି ଫିଲ୍ମଟି କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତଙ୍କ ହତ୍ୟା ଓ ପଳାୟନ ଉପରେ ଆଧାରିତ। କଶ୍ମୀର ପଣ୍ଡିତମାନଙ୍କୁ ନିଜ ଅଞ୍ଚଳରୁ ବିତାଡ଼ିତ କରିବାର କାହାଣୀ ଏହି ଫିଲ୍ମ ଜରିଆରେ ଚିତ୍ରଣ କରାଯାଇଛି। ଫିଲ୍ମରେ ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୟକୁ ଦର୍ଶକେ ଖୁବ ପ୍ରଶଂସା କରୁଛନ୍ତି। ଏଥିରେ ପଲ୍ଲବୀ ଯୋଶୀ, ଦର୍ଶନ କୁମାର, ଚିନ୍ମୟ ମଣ୍ଡଲେକର, ପୁନିତ ଇସର ପରି ବରିଷ୍ଠ କଳାକାର ପ୍ରଶଂସନୀୟ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ସିନେମା ଧର୍ମାସୁର

ଏକ ଭିନ୍ନଧରଣର କାହାଣୀକୁ ଆଧାର କରି ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଧର୍ମାସୁର’। ୧୯୬୦ର ଏକ ଜାତିଭିତ୍ତିକ ଘଟଣାକୁ ନେଇ ଏହି ଫିଲ୍ମର...

ଶାହାରୁଖଙ୍କ ଗୋଟିଏ ଝଲକ୍‌ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ରାଜକୁମାର

ମୁମ୍ବାଇ: ଏବେ ବଲିଉଡ୍‌ର ଆଗଧାଡିର କଳାକାର ତାଲିକାରେ ରାଜକୁମାର ରାଓଙ୍କ ନାଁ ଥିବା ବେଳେ ସେ ଦର୍ଶକଙ୍କୁ କିଛି ହିଟ୍‌ ଫିଲ୍ମ ମଧ୍ୟ ଭେଟି ଦେଇଛନ୍ତି।...

ଯେବେ ସୁଶାନ୍ତଙ୍କୁ ପଚରା ଯାଇଥିଲା ଇଣ୍ଡଷ୍ଟ୍ରିରେ ଗଡଫାଦରଙ୍କ ଅବଶ୍ୟକତା ରହିଛି.. ଦେଇଥିଲେ ଏଭଳି ଉତ୍ତର

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗରେ ବିତର୍କ ଚାଲିଛି। କୁହାଯାଉଛି ଯେ ଷ୍ଟାର କିଡ୍‌ସଙ୍କୁ ସୁଯୋଗ ଦେବା ପାଇଁ ଅନେକ ଚଳଚ୍ଚିତ୍ର...

୨୦୨୧ରେ ହାତକୁ ଦୁଇହାତ ହେବେ ଏସବୁ ଯୋଡ଼ି: ତାଲିକା ଶୀର୍ଷରେ…

ବମ୍ବେ: ବଲିଉଡ୍‌ରେ ଏବେ ଚାଲିଛି ବିବାହ ସିଜନ। ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। କରୋନା ମହାମାରୀ ଯୋଗୁ ବେଶ୍‌ ପ୍ରଭାବିତ...

ବାଫ୍‌ଟାରେ ‘ନୋମାଡ୍‌ଲାଣ୍ଡ’ର ଯାଦୁ

ଲଣ୍ଡନ, ୧୩।୪: ନିର୍ଦ୍ଦେଶକ କ୍ଲୋ ଜାଓଙ୍କ ଫିଲ୍କ ‘ନୋମାଡଲାଣ୍ଡ’ ସର୍ବଶ୍ରେଷ୍ଟ ଫିଲ୍ମ ସମେତ ୪ ପୁରସ୍କାର ଜିତି ବିଏଏଫ୍‌ଟିଏ ବା ବାଫ୍‌ଟା ଫିଲ୍ମ ପୁରସ୍କାର-୨୦୨୧ରେ ଶୀର୍ଷ...

ଅଭିନେତା ମନୋଜ ବାଜପେୟୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ଟୁଇଟର ଆକାଉଣ୍ଟକୁ ଶୁକ୍ରବାର ହ୍ୟାକ୍‌ କରାଯାଇଛିି। ଅଭିନେତା ନିଜେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରି ପ୍ରଶଂସକଙ୍କୁ ତାଙ୍କ...

ମୃତ ମା’ଙ୍କ ନିକଟରେ ଖେଳୁଥିବା ଶିଶୁ ପାଇଁ ସହଯୋଗର ହାତ ବଢାଇଲେ ଶାହାରୁଖ

ମୁମ୍ବାଇ: କିଛିଦିନ ତଳେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରିଥିବା ଜଣେ ପ୍ରବାସୀ ମହିଳା ଶ୍ରମିକଙ୍କର ବିହାର ମୁଜଫରପୁର ରେଲଓ୍ବେ ଷ୍ଟେଶନରେ ମୃତ୍ୟୁ ହୋଇଥିଲା। ଆଉ...

ଦକ୍ଷିଣ ଭାରତୀୟ ରୀତିନୀତିରେ ବିବାହ

ବମ୍ବେ: ବିଗତ କିଛି ମାସ ଧରି ବଲିଉଡ୍‌ରେ ବିବାହ ଋତୁ ଚାଲିଛି। ଏହି ସମୟ ମଧ୍ୟରେ ଅଭିନେତା ବିକ୍କି କୌଶଲଙ୍କଠାରୁ ଆରମ୍ଭ କରି ଫର୍‌ହାନ ଅଖ୍‌ତର,...

Advertisement
Archives

Model This Week