ପିପିଲି,୯।୭(ପ୍ରଭାତ ମହାପାତ୍ର)ପିପିଲି ଥାନା ଅଞ୍ଚଳରେ ଚାଲିଛି କଙ୍ଗାରୁ କୋର୍ଟ। ବାହିଲିପଡା ଗ୍ରାମର ଦିଲୀପ ପାଟ୍ଟସାହାଣୀ ଦୀର୍ଘ ୧୩ବର୍ଷ ହେଲା ଗାଁରୁ ନିଆଁପାଣି ବାସନ୍ଦର ଶିକାର ହୋଇ ଅନେକ ନିର୍ଯାତନା ଭୋଗୁଛୁ। ଏପରିକି ତାଙ୍କ ବଡ଼ଭାଇ ସ୍ନେହକର ପାଟ୍ଟସାହାଣୀ ଓ କିଛି ସମ୍ପର୍କୀୟ ଦିଲୀପଙ୍କ ଝିଅ ବିବାହ ଗତ ମାର୍ଚ୍ଚ ୧୦ରେ ଯୋଗଦେଇଥିଲେ ବୋଲି ଗ୍ରାମର କିଛି ମୁଷ୍ଟିମେୟ ଲୋକେ ଗ୍ରାମସଭା କରି ସେମାନଙ୍କୁ ଗ୍ରାମରୁ ବାସନ୍ଦ ଓ ୫ହଜାର ଟଙ୍କା ଜାରିମାନା କରି ସର୍ବସମ୍ମୁଖରେ ଭୁଲ ମଗାଇଛନ୍ତି। ଏ ସମ୍ପର୍କରେ ଥାନାରେ ଅଭିଯୋଗ କଲେ ଆହୁରି ନିର୍ଯାତନା ଦିଆଯିବ ବୋଲି ସଭାର ନେତୃବୃନ୍ଦମାନେ ଧମକ ଦେଇଛନ୍ତି। ଏ ନେଇ ସ୍ନେହକର ଉକ୍ତ ଗ୍ରାମର କେତେଜଣଙ୍କ ନାମରେ ଗତ ଏପ୍ରିଲ୨୬ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାସହ ପୁରୀ ଜିଲାପାଳ ଓ ମାନବ ଅଧିକାର କମିଶନଙ୍କୁ ମଧ୍ୟ ଅଭିଯୋଗ କରିଥିବା ସ୍ନେହକର ପାଟ୍ଟସାହାଣୀ କହିଛନ୍ତି। ହେଲେ ଅଭିଯୋଗକୁ ଏତେ ଦିନ ବିତିଯାଇଥିଲେ ବି ପୋଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ସେହ୍ନକର କହିଛନ୍ତି। ଖବରପାଇ ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଶନିବାର ଉକ୍ତ ବାହିଲିପଡା ଗ୍ରାମକୁ ଯାଇ କଙ୍ଗାରୁ କୋର୍ଟର ଶିକାର ହୋଇଥିବା ପରିବାରଙ୍କୁ ଭେଟିଥିଲେ। ଘଟଣା ସମ୍ପର୍କରେ ପଚାରି ବୁଝି ସମାଧାନ ପାଇଁ ପିପିଲି ପୋଲିସ ଓ ପୁରୀ ଉପଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଯଦି ପ୍ରଶାସନ ଏଦିଗରେ ପଦକ୍ଷେପ ନ ନେଇ ପୀଡ଼ିତମାନଙ୍କୁ ନ୍ୟାୟ ନ ଦିଏ, ତେବେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ମାନବ ଅଧିକାର କମିଶନ ନିକଟରେ ଅଭିଯୋଗ କରିବେ ବୋଲି ମିଶ୍ର କହିଥିଲେ।
ସୂଚନା ଥାଉକି, ବାହିଲିପଡା ଗ୍ରାମର ଦିଲୀପ ପାଟ୍ଟସାହାଣୀ ୧୩ବର୍ଷ ତଳେ ଗ୍ରାମସଭାରେ ଯୋଗ ଦେଇ ନଥିଲେ ବୋଲି ଗ୍ରାମରେ ସଭା କରାଯାଇ (କଙ୍ଗାରୁ କୋର୍ଟ) ତାଙ୍କୁ ଗ୍ରାମରୁ ବାସନ୍ଦ କରିଥିଲେ ଗ୍ରାମବାସୀ। ସେହିଦିନଠାରୁ ଏପର୍ଯ୍ୟନ୍ତ ନିର୍ଯାତନା ପାଇ ଆସୁଥିବା ବେଳେ ପିପିଲି ପୋଲିସରେ ୨ଥର ଅଭିଯୋଗ କରିବା ସତ୍ତ୍ୱେ ନ୍ୟାୟ ମିଳି ନାହିଁ। ଏହାରି ଭିତରେ ଗତ ଜାନୁୟାରୀ ୭ରେ ଦିଲୀପଙ୍କ ଝିଅ ନିର୍ବନ୍ଧ କାର୍ଯ୍ୟରେ ଉକ୍ତ ଗ୍ରାମର ୭ଟି ପରିବାର ଯୋଗଦେଇଥିଲେ ବୋଲି ସେମାନଙ୍କୁ ଗ୍ରାମରେ ଲୋକ ସଭା କରି ଭୁଲ ମଗାଇଥିଲେ। ପରେ ସେହି ଝିଅର ବିବାହ ଉତ୍ସବରେ ଉକ୍ତ ୭ଟି ପରିବାର ଯୋଗଦେଇଥିଲେ ବୋଲି ଗ୍ରାମସଭା କରାଯାଇ ସେମାନଙ୍କ ମଧ୍ୟରୁ ତାଙ୍କ ବଡଭାଇ ସ୍ନେହକର ଓ ସାମଲଙ୍କୁ ମଧ୍ୟ ଗ୍ରାମରୁ ବାସନ୍ଦ କରାଯାଇଛି। ଅନ୍ୟ ୫ଟି ପରିବାରଙ୍କୁ ଭୁଲ ମଗାଇବା ସହ ୫ହଜାର ଟଙ୍କା ଜରିମାନା ଦେବା ପାଇଁ ବାଧ୍ୟ କରାଯାଇଛି ବୋଲି ଦିଲୀପ ପାଟ୍ଟସାହାଣୀ କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ପୁରୀ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

