କାଳିଜାଈ ମନ୍ଦିର ବନ୍ଦ, ପର୍ଯ୍ୟଟକ ନିରାଶ

ବାଲୁଗାଁ/କୃଷ୍ଣପ୍ରସାଦ, ୨୬ା୧୨(ଡି.ଏନ୍‌.ଏ.): ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇବା ପରେ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥାଏ। ଫଳରେ ଚିଲିକା ଚଳଚଞ୍ଚଳ ହୋଇପଡ଼ିଥାଏ। ଡିସେମ୍ବରରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆଗମନ କରିଥାନ୍ତି। ପର୍ଯ୍ୟଟକମାନେ ମା’ କାଳିଜାଈଙ୍କ ଦର୍ଶନ କରିବା ସହ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପକ୍ଷୀଙ୍କ ଜଳକ୍ରୀଡ଼ାର ଆନନ୍ଦ ନେଇଥାନ୍ତି। କରୋନା ମହାମାରୀ ଯୋଗୁ ଚଳିତବର୍ଷ ଚିଲିକାକୁ କାଁ ଭାଁ ପର୍ଯ୍ୟଟକ ଆସୁଥିବା ଜଣାପଡ଼ିଛି। ଅନ୍ୟପଟେ କାଳିଜାଈ ମନ୍ଦିର ବନ୍ଦ ଥିବା ବେଳେ ବଡ଼ଦିନରେ ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକମାନେ ନିରାଶ ହୋଇଥିଲେ। ଗତବର୍ଷ ଅପେକ୍ଷା ଚଳିତବର୍ଷ ୨୦ପ୍ରତିଶତ ପର୍ଯ୍ୟଟକ ଆସିଥିବା ସର୍ଭେରୁ ଜଣାପଡ଼ିଛି।

ସୂଚନା ମୁତାବକ, କରୋନା କଟକଣା ଯୋଗୁ ମାର୍ଚ୍ଚରୁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିଥିତ୍ଲା। ଅକ୍ଟୋବର ୧୫ରେ ଚିଲିକାରେ ଯାତ୍ରୀ ପରିବହନ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା। ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ଗୋଟିଏ ଡଙ୍ଗାରେ ୧୪ଜଣ ପରିବର୍ତ୍ତେ ୭ଜଣ ଯାତ୍ରୀ ପରିବହନ ନେଇ ନିୟମ ରହିଛି। ଏଥିସହ ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ନିର୍ଦ୍ଦେଶ ରହିଛି। ଗତବର୍ଷ ବଡ଼ଦିନରେ ଓଟିଡିସି ପକ୍ଷରୁ ନିୟୋଜିତ ବୋଟ୍‌ରେ ୧୨ଶହ ପର୍ଯ୍ୟଟକ ଭ୍ରମଣରେ ଯାଇଥିବା ବେଳେ ଚଳିତ ବର୍ଷ ମାତ୍ର ୩ଶହ ପର୍ଯ୍ୟଟକଙ୍କ ବୁକିଂ ହୋଇଥିବା ପରିଚାଳାକ ସୌମ୍ୟକାନ୍ତ ଦାସ କହିଛନ୍ତି। ଅନ୍ୟପଟେ ପକ୍ଷୀ ଅଭୟାରଣ୍ୟ ନଳବଣକୁ ପ୍ରବେଶ ନେଇ ନିଷେଧ ଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ସହ ନଳବଣକୁ ସୁରକ୍ଷାବଳୟ ମଧ୍ୟରେ ପ୍ରବେଶ ନିମନ୍ତେ ଅନୁମତି ପ୍ରଦାନ କଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ମାଣ୍ଡିଆରେ ମହାପ୍ରଭୁ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟରେ ଛୋଟ ଚାଷୀ, ଆଦିବାସୀମାନେ ପ୍ରାୟତଃ ମାଣ୍ଡିଆ ଚାଷ କରିଥାନ୍ତି। ମାଣ୍ଡିଆର ଗୁଣବତ୍ତା ଓ ପୃଷ୍ଟିକର ହୋଇଥିବାରୁ ଦିନକୁ ଦିନ ରାଜ୍ୟ ତଥା ରାଜ୍ୟ...

ସାନିଟାଇଜ ହେଲା ଲୋଇସିଂହା ବସ୍ତି

ଲୋଇସିଂହା,୧୧।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଓ ପରିବେଶ ସ୍ବଚ୍ଛ ରଖିବା ପାଇଁ ଶନିବାର ସାନିଟାଇଜ...

ବିଦ୍ୟୁତ୍‌ ଫାଶ ନେଲା ଦନ୍ତା ଜୀବନ

ସାତମାଇଲ, ୧୫।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳରେ ଶିକାରୀଙ୍କ ବିଦ୍ୟୁତ୍‌ ତାର ନେଇଛି ଏକ ଦନ୍ତା ଜୀବନ। ସାତମାଇଲ ନିକଟ ଗୁରିଲୋ କାଜୁପଡ଼ିଆରୁ ବୁଧବାର ଉକ୍ତ...

ଅବହେଳିତଙ୍କ ମୁହଁରେ ଫୁଟାଉଛି ହସ

କେନ୍ଦୁଝର ଖଣିଖାଦାନ ଅଞ୍ଚଳରେ ରହୁଥିବା ଅନେକ ଅବହେଳିତ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଅଣ୍ଟା ଭିଡ଼ିଛନ୍ତି ସେମାନେ। କେବେ କୋଭିଡ୍‌ ମୁକାବିଲା କରିବା ତ ଆଉ...

ସରପଞ୍ଚରୁ ଜିଲା ପରିଷଦ ଉପସଭାପତି

ଭବାନୀପାଟଣା,୨୫।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଆଟିଗଁା ୧ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟା ସୁଧୀରା ମେହେର କଳାହାଣ୍ଡି ଜିଲା ପରିଷଦ ଉପସଭାପତି ଭାବେ...

ନମ୍ବର ପ୍ଲେଟ ଖୋଲି ମୋରମ ଚୋରାଚାଲାଣ

ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ଜଳେଶ୍ୱର ବ୍ଲକ ରାଇବଣିଆର ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ବ୍ୟାପକ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ମୋରମ ଖନନ ଓ ପରିବହନ...

ପିଆର୍‌ଏମ୍‌ ମେଡ଼ିକାଲ୍‌ରେ ଅବ୍ୟବସ୍ଥା ନେଇ ବିକ୍ଷୋଭ

ବାରିପଦା ଅଫିସ,୨୦ା୨- ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସପିିଟାଲ୍‌ (ପିଆରଏମ୍‌)ର ଅଧୀକ୍ଷକ ବୈକୁଣ୍ଡ ନାଥ ମହାପାତ୍ରଙ୍କ ବହିଷ୍କାର ଦାବିରେ ଭଞ୍ଜସେନା ପକ୍ଷରୁ...

ଚାଷୀଙ୍କୁ ଦିଆଯାଉଛି ପୁରୁଣା କୃଷି ଯନ୍ତ୍ରପାତି

ବାରିପଦା ଅଫିସ,୬ା୧୨- ମୟୂରଭଞ୍ଜ ଜିଲା ବାରିପଦାରେ କୃଷକମାନଙ୍କୁ ପୁରୁଣା ଯନ୍ତ୍ରପାତିକୁ ରଙ୍ଗ ଦେଇ ନୂଆ କରି ବିକ୍ରୟ କରାଯାଉଛି। ଏହାକୁ କୃଷକ ମହଲରେ ବିରୋଧ କରାଯାଇଛି।...

Advertisement
Archives

Model This Week