ଜିନ୍‌ପିଙ୍ଗ୍‌-ପୁଟିନ ସହଭାଗିତା

ତିଆନେନ୍‌ମେନ୍‌ ଛକରେ ୨୦୧୫ରେ ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଓ ରୁଷିଆର ରାଷ୍ଟ୍ରପତି ଭ୍‌ଲାଡିମିର ପୁଟିନ୍‌ ଏକାଠିହେବା ପରେ ବହୁ କିଛି ପରିବର୍ତ୍ତନ ହୋଇଛି। ଚଳିତ ସପ୍ତାହରେ ସେମାନେ ଯେତେବେଳେ ପରସ୍ପରକୁ ଭେଟିଲେ ସେହି ସମାନ ଭାଗୀଦାରି ଭଳି ମନେହେଲା। କିନ୍ତୁ ବାସ୍ତବିକତା ତା’ଠାରୁ ଆହୁରି ଜଟିଳ। ଏହା ଗ୍ରହଣୀୟ ଯେ,ଫେବୃଆରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରେ ଏକ ଅଂଶୀଦାର ଭାବେ ଚାଇନା ତାହାର ସ୍ଥିତିକୁ ଦୃଢ଼ କରିଛି। ଏହା ଏବେ ରୁଷିଆର ସବୁଠୁ ବଡ଼ ବାଣିଜି୍ୟକ ଅଂଶୀଦାର । ଚାଇନା ଅଶୋଧିତ ତୈଳ ପାଇଁ ରୁଷିଆ ଉପରେ ନିର୍ଭର କରୁଛି। ରୁଷିଆ ରପ୍ତାନି କରୁଥିବା ମୋଟ ଅଶୋଧିତ ତୈଳର ପାଖାପାଖି ଅଧାରୁ ଅଧିକ ଚାଇନା ଆମଦାନୀ କରୁଛି, ଯାହା ତା’ମୋଟ ତୈଳ ଆମଦାନୀର ମାତ୍ର ୧୭.୫ %। ଏଣୁ ରୁଷିଆ ତାହାର ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବା ଲାଗି ଚାଇନା ଉପରେ ନିର୍ଭରକରିଛି। ୟୁକ୍ରେନ୍‌ ଯୁଦ୍ଧ ସ୍ଥିତିରେ ଚାଇନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଛି। ଅତିକମ୍‌ରେ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକରୁ ଆମେରିକାର ସମ୍ବଳକୁ ହଟାଇପାରିଛି। ଏହା ସ୍ପଷ୍ଟ ଯେ, ରୁଷିଆର ନୀତିକୁ ପ୍ରଭାବିତ କରିବା ପାଇଁ ଚାଇନାର କ୍ଷମତା ଅଛି। କିନ୍ତୁ ଏଭଳି ପରିବେଶରେ ଚାଇନା ଏହାକୁ ବ୍ୟବହାରକରୁ ବୋଲି ୟୁକ୍ରେନ୍‌ ବାଧ୍ୟ କରିପାରିବ ବୋଲି ଭାବିବା ଭୁଲ୍‌। ଏହା କଲେ ଏକ ପ୍ରମୁଖ ଅଂଶୀଦାର ସହ ଚାଇନାର ସମ୍ପର୍କ ପ୍ରତି ବିପଦ ସୃଷ୍ଟିହେବ ଏବଂ କୌଣସିଥିରେ ହସ୍ତକ୍ଷେପ କରିବ ନାହିଁ ବୋଲି ତାହାର ଯେଉଁ ବୈଦେଶିକ ନୀତିଗତ ସିଦ୍ଧାନ୍ତ ରହିଛି, ତାହାର ଉଲ୍ଲଂଘନ ହେବ। ଅନ୍ୟମାନଙ୍କଠାରୁ ପୁଟିନ୍‌ ତାହା ଭଲ ଭାବେ ଜାଣିଛନ୍ତି।
ୟୁରୋପରେ ରୁଷିଆର ହସ୍ତକ୍ଷେପକୁ ଚାଇନା ସ୍ବାଗତ କରିପାରେ, କିନ୍ତୁ କୋରିଆ ଭୂଖଣ୍ଡରେ ସମ୍ଭାବ୍ୟ ଅସ୍ଥିରତା ଏକ ଭିନ୍ନ ବିଷୟ ହୋଇପାରେ। ଯାହାପାଇଁ ଚାଇନା- ରୁଷିଆ ସମ୍ପର୍କ ଅଧିକ ମଜଭୁତ ହେବ ନାହିଁ। ଇତିହାସକୁ ଦେଖିଲେ ରୁଷିଆର ଜାର୍‌ଙ୍କ ଶାସନରେ ଊନବିଂଶ ଶତାବ୍ଦୀରେ ଚାଇନାର ଉତ୍ତରପୂର୍ବ ଅଞ୍ଚଳରେ ପାଖାପାଖି ୧.୫ ମିଲିଅନ ବର୍ଗ କିଲୋମିଟର ( ୫,୭୯,୦୦୦ ବର୍ଗ ମାଇଲ) ଦଖଲ କରିଥିଲା। ଚାଇନାର ଏବକାର କ୍ଷେତ୍ରଫଳର ଏହା ହେଉଛି ଏକ ଷଷ୍ଠାଂଶ ଏବଂ ପରେ୧୯୬୯ରେ, ସେହି ସମାନ ସୀମାକୁ ନେଇ ୭ମାସ ଧରି ସୋଭିଏଟ୍‌ ରୁଷିଆ ସହ ଚାଇନାର ବିବାଦ ଲାଗି ରହିଥିଲା। ଏଣୁ ଚାଇନା ଦୃଷ୍ଟିରେ ବିଗତ ୩୦ ବର୍ଷର ଦୃଢ଼ ସମ୍ପର୍କ ନିଶ୍ଚିତ ଭାବେ ଏକ ଆଦର୍ଶ ନୁହେଁ। ଚାଇନାର ନେତାମାନେ ବିଶେଷକରି ଏବେ ମିଳୁଥିବା ଶସ୍ତା ତେଲର ଲାଭକୁ ଦେଖି ସମ୍ପର୍କ ପୁନଃ ସ୍ଥାପନ କରିବାରେ ଅନିଚ୍ଛୁକ ଥିବା ଜଣାଯାଏ। ଏବେ ସୁଦ୍ଧା ରୁଷିଆର ପଶ୍ଚିମ ସାଇବେରିିଆ ଅଲ୍‌ଟାଇ ଅଞ୍ଚଳରୁ ଚାଇନାର ଉତ୍ତର-ପୂର୍ବାଞ୍ଚଳକୁ ପ୍ରସ୍ତାବିତ ପ୍ରାକୃତିକ ଗ୍ୟାସ୍‌ ଲାଇନ ସଂଯୋଗ ସମ୍ପର୍କିତ ବୁଝାମଣା ସ୍ଥଗିତ ରହିଛି। ଅତ୍ୟଧିକ ସବ୍‌ସିଡିରେ ତାହା ଯୋଗାଇଦେବା ପାଇଁ ଚାଇନା କରୁଥିବା ଦାବିକୁ ରୁଷିଆ ଅଗ୍ରାହ୍ୟ କରିଦେଇଛି। ଏହି ସମୟରେ ରୁଷିଆର ଦକ୍ଷିଣପନ୍ଥୀମାନେ ଚାଇନା ଉପରେ ନିର୍ଭରଶୀଳତାକୁ ବନ୍ଦକରିବା ପାଇଁ ଦାବି କରୁଛନ୍ତି। ଜାତୀୟତାବାଦୀ ସମାଲୋଚକମାନେ ସତର୍କ କରିଦେଇଛନ୍ତି ଯେ, ଚାଇନିଜ୍‌ମାନେ ହରାଇଥିବା ସେମାନଙ୍କ ଅଞ୍ଚଳ କଥା ଭୁଲିନାହାନ୍ତି ଏବଂ ଏହା ନିଶ୍ଚିତ ଯେ, ରୁଷିଆ ଦେଉଥିବା ଶସ୍ତା ଏନର୍ଜି ଓ କଞ୍ଚାମାଲ ଉପରେ ଲୋଭ ରଖିଛନ୍ତି। ଚାଇନାର ଅନୁରୋଧକୁ ଅଗ୍ରାହ୍ୟ କରିବା ଲାଗି ସେମାନେ ଏକ ରାଜନୀତି ସାମ୍ନାକୁ ଆଣୁଛନ୍ତି।
ଆର୍ଟିକ୍‌ରେ ଚାଇନା ସବୁଦେଶ ସହ ସମ୍ପର୍କ ଘନିଷ୍ଠ କରିବାକୁ ଆଶା ରଖିଥିବାବେଳେ ସେଥିରୁ ତାକୁ ଦୂରେଇ ରଖିବା ଲାଗି ରୁଷିଆ ଚାହଁୁଥିବା ଜଣାପଡ଼ିଛି। କିମ୍‌-ଜଙ୍ଗ୍‌ ଉନ୍‌ଙ୍କ ଉପରେ ଚାଇନାର ପ୍ରଭାବ କମ୍‌ କରିବାକୁ ଉତ୍ତରକୋରିଆକୁ ରୁଷିଆ ଅଧିକ ଇନ୍ଧନ, ଖାଦ୍ୟ ଏବଂ ପ୍ରଯୁକ୍ତି ସହଯୋଗ ଯୋଗାଇଦେଉଛି। ତଥାପି ଆର୍ଟିକ୍‌ର କିଛି ଅଞ୍ଚଳରେ ଚାଇନା ତାହାର ସ୍ଥିତିକୁ ଦୃଢ଼ କରୁଛି। କେନ୍ଦ୍ର ଏସିଆରେ ପାରମ୍ପରିକ ଭାବେ ରୁଷିଆର ପ୍ରଭାବ ରହିଥିବା କ୍ଷେତ୍ରଗୁଡ଼ିକରେ ଏହା ପ୍ରବେଶକରିବା ସହ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ୨୫ ବିଲିୟନ ଡଲାରରୁ ଅଧିକ ନିବେଶ କରିବା ସକାଶେ ପ୍ରତିଶ୍ରୁତି ଦେଇଛି। ନିକଟରେ ଶି ମଧ୍ୟ ଅସ୍ତାନାରେ ଅନୁଷ୍ଠିତ ଦ୍ୱିତୀୟ ଚାଇନା- କେନ୍ଦ୍ର ଏସିଆ ସମ୍ମିଳନୀରେ ଯୋଗ ଦେଇଥିଲେ, ଯାହା ଚାଇନାର ଗୁରୁତ୍ୱକୁ ଏହା ସ୍ପଷ୍ଟ କରିଛି। ତେବେ ଚାଇନା ଓ ରୁଷିଆ ମଧ୍ୟରେ ସମ୍ପର୍କ କୌଣସି ସ୍ଥିିତିରେ ଏବେ ଭୁଶୁଡ଼ିବାର ସମ୍ଭାବନା ନାହିଁ। ଏହାର କ୍ରମବିକାଶ ରାଜନୈତିକ, ଐତିହାସିକ ତଥା ଭୌଗୋଳିକ କ୍ଷେତ୍ରରେ ବାଧା ସୃଷ୍ଟି କରିପାରେ, କିନ୍ତୁ ବାଣିଜ୍ୟରେ ତାହା ଘଟିବ ନାହିଁ।
ଚାଇନା ମନରେ ଏବେ ସୁଦ୍ଧା ଏହାର ସୀମା ଅସ୍ଥିରତା ଭୟ ବସା ବାନ୍ଧିଛି। ସେଥିପାଇଁ ଉତ୍ତରକୋରିଆକୁ ନିକଟତର କରିବାର ଚେଷ୍ଟା କରୁଛି। ଏହା ଯୋଗୁ ଚାଇନା ଓ ରୁଷିଆ ମଧ୍ୟରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହଛି। ସେଥିପାଇଁ ଚାଇନା ପୁଟିନ୍‌ଙ୍କ ଶାସନର ପତନ ଚାହଁୁଛି। କାରଣ ତା’ ସୀମାରେ ଅରାଜକତା ସୃଷ୍ଟି ହେଲେ ଅସହ୍ୟ ହୋଇପଡ଼ିବ। ଏକ ବୃହତ୍‌ ଶକ୍ତି ଭାବେ ନିଜସ୍ବ ଛବିକୁ ନେଇ ରୁଷିଆ ଅଧିକ ଆର୍ଥିକ ନିର୍ଭରଶୀଳତା ଉପରେ ବୁଝାମଣା କରିବା ଲାଗି ସଂଗ୍ରାମ କରୁଛି। ଜାତୀୟତାବାଦୀ ବାମପନ୍ଥୀ ଯୁକ୍ତ କରୁଛନ୍ତି ଯେ, ପାଶ୍ଚାତ୍ୟର କଟକଣା ରୁଷିଆକୁ ଅଧିକ ସଂଯମୀ ହେବା ଲାଗି ବାଧ୍ୟ କରିଛି ଏବଂ ବହୁ କଷ୍ଟରେ ପ୍ରାପ୍ତ ହୋଇଥିବା ଏଭଳି ସ୍ବାୟତ୍ତତାକୁ ଶେଷ କରିବାଦେବା ଉଚିତ ନୁହେଁ।
ଭବିଷ୍ୟତକୁ ନେଇ ରୁଷିଆର ନିଜସ୍ବ ଦୃଷ୍ଟିକୋଣକୁ ଚାଇନା ଗ୍ରହଣ କରିପାରୁନାହିଁ, ଯେଉଁଥିପାଇଁ ନିଜକୁ ଏକ ଟେକ୍‌ନିକାଲ ଶକ୍ତିକେନ୍ଦ୍ର ଭାବେ ଦୃଢ଼ କରିବାକୁ ଏବଂ ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ପ୍ରମୁଖ ସ୍ଥାନ ହାସଲ କରିବାକୁ ଚାହଁୁଛି। ଶି ଓ ପୁଟିନ୍‌ ଙ୍କ ମଧ୍ୟରେ ପୂର୍ବର ତିଆନେନ୍‌ମେନ୍‌ ସାକ୍ଷାତର ୧୦ବର୍ଷ ପରେ ଏବକାର ସାକ୍ଷାତର ଛବିଗୁଡ଼ିକ ଚିତ୍ରଣ କରୁଛି ଯେ, ସେମାନଙ୍କ ଦେଶର ଐତିହାସିକ ଅବିଶ୍ୱାସ ଓ ବିକ୍ଷିପ୍ତ ଦୀର୍ଘକାଳୀନ ସ୍ବାର୍ଥକୁ ଲୁଚାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?