ଜୟଦେବ ପୁରସ୍କାର ଅର୍ଥ ରାଶି ବଢ଼ାଇବାକୁ ଦାବି

ଭୁବନେଶ୍ୱର,୪।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ଐତିହ୍ୟ କ୍ୟାବିନେଟ୍‌ ବୈଠକରେ ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, ଲଳିତକଳା ଏକାଡେମୀର ସର୍ବୋଚ୍ଚ ପୁରସ୍କାର ରାଶି ପରିମାଣ ୧ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଏକାଡେମୀଗୁଡିକର ପୁରସ୍କାର ବାବଦ ଅର୍ଥ ୫୦ହଜାରରୁ ୨ଲକ୍ଷ ଟଙ୍କାକୁ ବଢାଇବାକୁ ନିଷ୍ପତ୍ତି ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏଶନ ସ୍ବାଗତ କରିଥିବାବେଳେ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ ବାବଦ ଅର୍ଥରାଶି ୧ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଦାବି କରାଯାଇଛି। ସଂଘ ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲୀପ ହାଲି କହିଛନ୍ତି, ୧୯୮୧ରେ ସ୍ବର୍ଗତ କୃଷ୍ଣଚନ୍ଦ୍ର ତ୍ରିପାଠୀଶର୍ମାଙ୍କୁ ପ୍ରଥମ ‘ଜୟଦେବ ପୁରସ୍କାର’ ପ୍ରଦାନ ସମୟରେ ପୁରସ୍କାର ପରିମାଣ ୨୦ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ ୨୫ହଜାର, ୫୦ହଜାର ଓ ୨୦୧୪ରୁ ୧ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଏବେ ସରକାର ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ପୁରସ୍କାର ଓ ଧର୍ମପଦ ପୁରସ୍କାର ବାବଦ ଅର୍ଥରାଶି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବାବେଳେ ‘ଜୟଦେବ ପୁରସ୍କାର’ ପରିମାଣ ନ ବଢାଇବା ଦୁର୍ଭାଗ୍ୟର ବିଷୟ। ସଂସ୍କୃତି ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ସଂଘ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଦେଶୀ ବାର୍ତ୍ତା ଦେଉଛି ଖଦି ମହୋତ୍ସବ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଖଦୀ ଏକ ବସ୍ତ୍ର ନୁହେଁ, ବିଚାର। ଖଦୀ କହିଲେ ଆମେ ସେହି ପୁରୁଣା କିଛି ବସ୍ତ୍ରକୁ ଭାବିନେଉ। କିନ୍ତୁ ଖଦିରେ ବି ସ୍ବଦେଶୀ ସହ ଫ୍ୟାଶନର...

‘ମୁଁ ବଞ୍ଚିବାକୁ ଚାହେଁ, ଏହା ମୋର ଶେଷ ଇଚ୍ଛା’

କଟକ ଅଫିସ, ୮ା୬: କେନ୍ଦ୍ରାପଡା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ନିଜର ୟ୍ୟୁଟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ କରିଛନ୍ତି। କୋର୍ଟଙ୍କ ବାରଣ...

ବରଗଡ଼ରେ ପ୍ରବଳ କୁଆପଥର ବର୍ଷା, ଉଜୁଡ଼ିଲା ଧାନଫସଲ

ବରଗଡ଼ ଅଫିସ,୨୨ା୪: ବରଗଡ଼ ଜିଲାରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ସକାଳୁ ମେଘୁଆ ପାଗ ଲାଗି ରହିଥିବା ବେଳେ ସନ୍ଧ୍ୟା ୫ଟାରୁ...

ଶ୍ରୀମନ୍ଦିର ପାଇଁ ୨୫ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ, ୧୬ା୬: ଦବସ୍ନାନ ପୂର୍ଣ୍ଣିମା ସହ ସୋମବାର ମହାପ୍ରଭୁଙ୍କ ହାତୀବେଶ ଅନୁଷ୍ଠିତ ହେବ। ଏହାକୁ ଦେଖିବା ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହେବ।...

ଓ୍ବାର୍କିଂ ଓମେନ୍‌ ହଷ୍ଟେଲ ହେବ କୁକୁର ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର, ୨୦।୩ (ବ୍ୟୁରୋ): ରାଜଧାନୀରେ ଗାଈଗୋରୁ ସାଙ୍ଗକୁ ବୁଲା କୁକୁରଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ପଡିଲେଣି ସହରବାସୀ। ବିଶେଷକରି କୁକୁରମାନେ ହଠାତ୍‌ ଚଳନ୍ତା ଗାଡ଼ି ସମ୍ମୁଖକୁ...

ଆସିଲା ଗାଇଡ୍‌ଲାଇନ୍‌; କଟକଣାରେ ପାଳିତ ହେବ ଖ୍ରୀଷ୍ଟମାସ-ନୂଆବର୍ଷ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚଛି। ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ପର୍ବପର୍ବାଣୀ ପାଳନ ଓ ଲୋକ ଗହଳି ଉପରେ ବିଏମ୍‌ସିି...

ପୁରୀ ବସ୍‌ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ୩ ବସ୍‌

ପୁରୀ ଅଫିସ, ୧୫।୩: ପୁରୀ ବସ୍‌ ଷ୍ଟାଣ୍ଡରେ ସୋମବାର ଅଗ୍ନିକାଣ୍ଡ ଘଟି ୩ ଟି ବସ୍‌ ସମ୍ପୂର୍ଣ୍ଣ ଜଳି ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ...

ସ୍ବଳ୍ପ ବୃଷ୍ଟି: ଚାଷ କାର୍ଯ୍ୟ ପ୍ରଭାବିତ

ଚମ୍ପୁଆ, ୨୬ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ହେଉଛି ଏକ କୃଷିବହୁଳ ଜିଲା। ଚମ୍ପୁଆରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ...

Advertisement
Archives

Model This Week