ସୌନ୍ଦର୍ଯ୍ୟ ହରାଉଛି ଜଗୁସାଗର

ଧାମନଗର, ୬।୫ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବଜାରର ମଧ୍ୟଭାଗରେ ରହିଛି ବହୁ ପୁରାତନ ତଥା ଐତିହାସିକ ଜଗୁସାଗର ପୋଖରୀ। ଏହି ପୋଖରୀର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହି ଆସିଛି। ସରକାର ଜଳାଶୟ ଖୋଳିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପୁରାତନ ତଥା ରାଜାରାଜୁଡ଼ା ଅମଳର ଜଳାଶୟ ପୋତି ହେବା ସହ ଜବରଦଖଲରେ ରହିଥିଲେ ହେଁ ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଗ୍ରୀଷ୍ମ ପ୍ରବାହ ସମୟରେ ଗାଈ ଗୋରୁ ପାଣି ମୁନ୍ଦେ ପିଇବା ପାଇଁ ପାଉ ନ ଥିବାବେଳେ ପୁରାତନ ପୋଖରୀର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆ ନ ଯିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ପୋଖରୀ ଓ ଏହା ଚତୁଃପାର୍ଶ୍ୱରେ ହୁଡ଼ା ପ୍ରାୟ ୧୨ ଏକର ରହିଥିବା ବେଳେ ହୁଡ଼ାକୁ କେତେଜଣ ମୁଷ୍ଟିମେୟ ଲୋକ ଜବରଦଖଲ କରି ନିଜ ଅକ୍ତିଆରରେ ରଖିଛନ୍ତି। ଏପରିକି ବଜାର ଦୋକାନୀ ଅଳିଆ ମଧ୍ୟ ଏହି ପୋଖରୀରେ ପକାଇବାରୁ କ୍ରମଶଃ ପୋତି ହୋଇଯାଉଛି। ମତ୍ସ୍ୟ ବିଭାଗ ପକ୍ଷରୁ ପୋଖରୀର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଏବେ ପୋଖରୀରେ ଅନାବନା ଗଛ ଓ ଦଳ ଭର୍ତ୍ତି ହୋଇ ପଡ଼ିଆ ଭଳି ସମତଳ ଦୂଶ୍ୟମାନ ହେଉଛି। ପୋଖରୀଟି ପ୍ରଦୂଷିତ ହେବା ସହ ଐତିହ୍ୟ ଓ ସୌନ୍ଦର୍ଯ୍ୟ ହରାଇବାକୁ ବସିଛି।
ପ୍ରକାଶ ଯେ, ଏହି ପୋଖରୀର ଉନ୍ନତୀକରଣ ନେଇ ୨୦୧୮ରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉଦ୍ୟମ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଚିଠି ଲେଖିବା ସହ ଆଲୋଚନା କରିଥିଲେ। ପରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ ନଗର ଉନ୍ନୟନ ବିଭାଗ ସହ ଆଲୋଚନା କରି ଖୁବ୍‌ଶୀଘ୍ର ପୋଖରୀର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟ କରାଯିବାର ପ୍ରସ୍ତାବ ରଖିଥିଲେ। ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ଓ ବିଭାଗୀୟ ଅନୁମୋଦନ ପରେ ଏହା ତ୍ୱରାନ୍ବିତ ହେବ ବୋଲି କହିଥିଲେ। ଏମ୍‌ପି ଓ ଜିଲାପାଳଙ୍କ ହସ୍ତକ୍ଷେପ ଫଳରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ଚିଠି ନଂ. ୫୦୪୬ ତା ୨୭।୩।୨୦୨୩ ଅନୁସାରେ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଉକ୍ତ ପୋଖରୀର ପୁନରୁଦ୍ଧାର ସକାଶେ ଆବଶ୍ୟକ ଅନୁମତି ପାଇଁ ଚିଠି ଲେଖିଥିଲେ। ଏମ୍‌ପି ମଣ୍ଡଳ ଏନେଇ ପତ୍ର ସଂଖ୍ୟା ୧୪୪/ଏମ୍‌.ପି/୨୩, ତା ୨୬।୪।୨୦୨୦୨୩ ରିଖ ଅନୁଯାୟୀ ସବିଶେଷ ମତ ରଖି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସତନ୍ତ୍ର ସଚିବଙ୍କୁ ଜଗୁସାଗର ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକ ଅନୁମତି ଲାଗି ପତ୍ର ଲେଖିଛନ୍ତି। ଅନୁମତି ପରେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପଡ଼ିରହିଥିବା ପର୍ଯ୍ୟାପ୍ତ ଅର୍ଥ ଏ ବାବଦରେ ଖର୍ଚ୍ଚ ହୋଇପାରିବା ସହ ବିଭାଗୀୟ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇ ଜଗୁସାଗର ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ଏମ୍‌ପି ମଣ୍ଡଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?