Posted inଜାତୀୟ

ଆଇଟିଆର୍‌ ଫାଇଲିଂ ଅବଧି ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୧ା୫: ଆର୍ଥତ୍କ ବର୍ଷ ୨୦୨୦-୨୧ର ଆୟକର ରିଟର୍ନ (ଆଇଟିଆର୍‌) ଫାଇଲିଂ ଅବଧିକୁ କେନ୍ଦ୍ର ସରକାର ଗୁରୁବାର ଚଳିତ ବର୍ଷ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ କୋଭିଡ୍‌ ସ୍ଥିତିକୁ ଧ୍ୟାନରେ ରଖି ବ୍ୟକ୍ତିବିଶେଷଙ୍କ ସୁବିଧା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିଭଳି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ କମ୍ପାନୀଗୁଡ଼ିକ ଲାଗି ଆଇଟିଆର୍‌ ଫାଇଲିଂ କରିବା ଅବଧିକୁ ଆଉ ଗୋଟିଏ ମାସ ବଢ଼ାଯାଇ ନଭେମ୍ବର ୩୦ କରାଯାଇଛି। ଉଲ୍ଲେଖଯୋଗ୍ୟ, ବ୍ୟକ୍ତି ବିଶେଷଙ୍କ ଆଇଟିଆର୍‌-୧ ଏବଂ ଆଇଟିଆର୍‌-୪ ଫର୍ମରେ ଫାଇଲିଂ ସୀମା ଚଳିତ ବର୍ଷ ଜୁଲାଇ ୩୧ ଯାଏ ରହିଥିଲା। ଏହାବାଦ୍‌ କମ୍ପାନୀ ଏବଂ ଫାର୍ମଗୁଡ଼ିକର ଅଡିଟ୍‌ କ୍ଷେତ୍ରରେ ଫାଇଲିଂ ଅବଧି ଅକ୍ଟୋବର ୩୧ ରହିଥିଲା। ନିଯୁକ୍ତିଦାତାଙ୍କ ପକ୍ଷରୁ କର୍ମଚାରୀଙ୍କୁ ଫର୍ମ-୧୬ ଇସ୍ୟୁ କରିବାର ଅବଧି ଜୁଲାଇ ୧୫ ଯାଏ ବଢ଼ାଯାଇଥିବା ସିବିଡିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିଭଳି ଟାକ୍ସ ଅଡିଟ୍‌ ରିପୋର୍ଟ ଏବଂ ଟ୍ରାନ୍ସଫର ପ୍ରାଇସିଂ ସାର୍ଟିଫିକେଟ ଫାଇଲିଂ କରିବା ଅବଧି ବଢ଼ାଯାଇ ଯଥାକ୍ରମେ ଅକ୍ଟୋବର ୩୧ ଏବଂ ନଭେମ୍ବର ୩୦ ରହିଛି। ଅବଧି ପରେ କିମ୍ବା ପରିବର୍ତ୍ତିତ ରିଟର୍ନ ଦାଖଲ କରିବାକୁ ହେଲେ ବ୍ୟକ୍ତି ବିଶେଷ ୨୦୨୨ ଜାନୁୟାରୀ ୩୧ ଯାଏ ପଇଠ କରିପାରିବେ। ୨୦୨୦-୨୧ ରିଟର୍ନ ଫାଇଲ ଲାଗି ସିବିଡିଟି ପକ୍ଷରୁ ଏପ୍ରିଲ ପହିଲାରେ ବିଜ୍ଞପ୍ତି ଜାରି କରାଯାଇଥିଲା। କୋଭିଡକୁ ନଜରରେ ରଖି ଫର୍ମରେ ବିଶେଷ ପରିବର୍ତ୍ତନ କରାଯାଇ ନ ଥିଲା। ନୂତନ ଟିକସ ସିଷ୍ଟମ ଗ୍ରହଣ କରିବା ନେଇ ଟିକସଦାତାଙ୍କୁ ଏଥିରେ ଏକ ବିକଳ୍ପ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri