ସ୍କୁଲ୍‌ ଫି’ ଛାଡ଼ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୪ା୬(ବ୍ୟୁରୋ): କରୋନା କାଳରେ ଘରୋଇ ସ୍କୁଲର ଛାତ୍ରୀଛାତ୍ରଙ୍କ ଫି’ ଛାଡ଼କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଆଧାର କରି ରାଜ୍ୟ ସରକାର ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯେଉଁ ସ୍କୁଲଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଏମ୍‌ଓୟୁରେ ସ୍ବାକ୍ଷର କରିଥିବେ ସେମାନେ ସରକାରଙ୍କ ଜାନୁୟାରୀ ୯ତାରିଖରେ ପ୍ରକାଶିତ ବିଜ୍ଞପ୍ତିକୁ ମାନିବେ। ଏହାବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଘରୋଇ ସ୍କୁଲ ୨୦୧୯-୨୦ ଶିକ୍ଷା ବର୍ଷରେ ଆଦାୟ କରିଥିବା ଦେୟର ୧୫% ରିହାତିରେ ପିଲାଙ୍କ ଠାରୁ ୨୦୨୦-୨୧ ଶିକ୍ଷା ବର୍ଷରେ ଫି’ ଆଦାୟ କରିବେ। ଯେଉଁ ଅଭିଭାବକମାନେ ପୂର୍ବରୁ ସମସ୍ତ ଦେୟ ପୈଠ କରିସାରିଥିବେ, ସେମାନଙ୍କ ପାଇଁ ଉକ୍ତ ରିହାତି ଫି’ ପରବର୍ତ୍ତୀ ଦେୟରୁ କାଟି ଦିଆଯିବାକୁ ନିର୍ଦ୍ଦେଶ ରହିଛି। ଏପରି କି ଯେଉଁ ଛାତ୍ରୀଛାତ୍ରମାନେ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ଥିବେ, ସେମାନଙ୍କୁ ୨୦୨୦-୨୧ ଶିକ୍ଷା ବର୍ଷରେ ସ୍କୁଲ ଦେୟ ଦେଇ ନ ଥିବା କାରଣ ଦର୍ଶାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ପାଠପଢ଼ାରୁ ନିବୃତ୍ତ କରିପାରିବେ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ସମସ୍ତ ଘରୋଇ ବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷ ଏବଂ ଅଭିଭାବକ ସଂଘ ମାନିବାକୁ ନିର୍ଦ୍ଦେଶ ରହିଛି। ଅପରପକ୍ଷରେ ଓଡ଼ିଶା ଅଭିଭାବକ ମହାସଂଘ ରାଜ୍ୟ ସରକାରଙ୍କ ଏହି ବିଜ୍ଞପ୍ତିକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି। ମହାସଂଘର କହିବା ଅନୁଯାୟୀ କେଉଁ ଫି ’ଉପରେ ଦେୟ ଛାଡ଼ ହେବ ତାହା ପ୍ରଥମେ ସରକାର ନିଶ୍ଚିତ କରନ୍ତୁ। ଏପରି କି ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଏହି ବିଜ୍ଞପ୍ତି କାର୍ଯ୍ୟ କରିବା କଥା, ଏହାକୁ ନ ଲେଖି ୨୦୨୧-୨୨ରୁ ସମ୍ପୂର୍ଣ୍ଣ ଫି’ ଆଦାୟ କରିବାକୁ କିପରି କୁହାଯାଇଛି। ଏଥିସହ ୧୯୯୬ ରିଜୋଲ୍ୟୁଶନ ଅନୁସାରେ ସ୍କୁଲ ସୁବିଧା ଦେଖି ରାଜ୍ୟ ସରକାର ଫି’ ଘୋଷଣା କରନ୍ତୁ ଏବଂ ତା’ର ୧୫% କାଟନ୍ତୁ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ହେବ ୧୦୦ଶଯ୍ୟା ବିଶିଷ୍ଟ ଇଏସ୍‌ଆଇସି ହସ୍ପିଟାଲ

ନୂଆଦିଲ୍ଲୀ,୨୧।୨:ଉତ୍ତର ଓଡ଼ିଶାରେ ବସବାସ କରୁଥିବା ଶ୍ରମଜୀବୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବାଲେଶ୍ୱରଠାରେ ଏକ ଅତ୍ୟାଧୁନିକ ୧୦୦ଶଯ୍ୟା...

ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ହେବ

ଭୁବନେଶ୍ୱର, ୧୭ା୩ (ବ୍ୟୁରୋ): ଓଡ଼ିଶା ଓ ଅନ୍ୟ ୬ ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ୩୫,୨୭୨ ଏକର ଜମିକୁ ବିକ୍ରି କରାଯିବା ନିମନ୍ତେ ରାଜ୍ୟ...

ରାତି ସୁଦ୍ଧା ସବୁ ଜିଲାରେ ପହଞ୍ଚିବ ଟିକା

ଭୁବନେଶ୍ବର,୨୧।୭(ବ୍ୟୁରୋ): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଏହାକୁ ନେଇ ପରିବାର କଲ୍ୟାଣ...

ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି, ୩ ଶିକ୍ଷକ ଫେରାର

ଛତ୍ରପୁର,୧୧ା୨(ଡି.ଏନ.ଏ)-ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ୨୦୧୧ ପରଠାରୁ ନିଯୁକ୍ତି ପାଇଥିବା ସମସ୍ତ ଜୁନିୟର ଟିଚର, ଶିକ୍ଷା ସହାୟକମାନଙ୍କ ଶିକ୍ଷାଗତ ଓ ତାଲିମ...

ତାତି: ପଶ୍ଚିମରେ କମିଲା, ଉପକୂଳରେ ବଢ଼ିଲା

ଭୁବନେଶ୍ୱର, ୩୦ା୫(ବ୍ୟୁରୋ): ଗତ କିଛିଦିନ ହେବ ଗରମରେ ଛଟପଟ ହେଉଥିବା ପଶ୍ଚିମ ଓଡ଼ିଶାବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଏଠାରେ ଲଗାତର ଭାବେ ତାପମାତ୍ରା ୪୨ରୁ ୪୫ଡିଗ୍ରୀ ମଧ୍ୟରେ...

ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ମାମଲା : ସିସିଟିଭି ଫୁଟେଜରୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୬(ବ୍ୟୁରୋ) : ନୟାପଲ୍ଲୀ ଥାନା ସିଆର୍‌ପି ଏନ୍‌-୧ରେ ରହୁଥିବା ବ୍ୟବସାୟୀ ଶିବସୁନ୍ଦର ଦାଶଙ୍କୁ ଶୁକ୍ରବାର ରାତିରେ ୬ଜଣ ଦୁର୍ବୃତ୍ତ କାରରେ ଅପହରଣ ଉଦ୍ୟମ କରିଥିଲେ। ହେଲେ...

ହାଓଡ଼ାରେ ଦୁର୍ଘଟଣା: ୪ ଓଡ଼ିଆ ମୃତ

ଭଦ୍ରକ ଅଫିସ, ୧୮।୭ : ପଶ୍ଚିମବଙ୍ଗର ହାଓଡ଼ା ଢୁଲାଗଡ ଟୋଲପ୍ଲାଜା ନିକଟରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ କ୍ରିକେଟ...

ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର/ଲାଞ୍ଜିଗଡ଼,୭ା୩(ବ୍ୟୁରୋ/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବିଶ୍ୱନାଥପୁର ହୀରାନୀଳା କଲେଜର ପ୍ରିନ୍ସପାଲଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

Advertisement
Archives

Model This Week