Posted inଜାତୀୟ

ଦରମା ନ ମିଳିବାରୁ ଆଇଫୋନ ଫାକ୍ଟ୍ରିରେ ଭଙ୍ଗାରୁଜା

ବାଙ୍ଗାଲୋର, ୧୨।୧୨- କର୍ନାଟକର କୋଲାର ଜିଲାର ନରସାପୁର ଅଞ୍ଚଳରେ ଥିବା ଏପଲ ଆଇଫୋନ ଫାକ୍ଟ୍ରିରେ କର୍ମଚାରୀମାନେ ଭଙ୍ଗରୁଜା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଦରମା ନ ମିଳିବାରୁ ଉତ୍‌କ୍ଷିପ୍ତ ହୋଇ କମ୍ପାନୀର କର୍ମଚାରୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଏହି କର୍ମଚାରୀମାନେ ଓ୍ବିଷ୍ଟ୍ରନ କର୍ପୋରେଶନ ପାଇଁ କାମ କରନ୍ତି। ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ତାଇବାନରେ ଅଛି।

କର୍ମଚାରୀମାନେ ଫାକ୍ଟ୍ରି ପରିସରରେ ଥିବା କାର ଓଲଟି ଦେବା ସହ ବିଭିନ୍ନ ଆସବାପତ୍ର ଭାଙ୍ଗି ଦେଇଛନ୍ତି। ଜଣେ ପୋଲିସ ଅଧିକାରୀ ଘଟଣା ସମ୍ପର୍କରେ କହିଛନ୍ତି, ଦରମା ନ ମିଳିବାରୁ କର୍ମଚାରୀମାନେ ଫାକ୍ଟ୍ରି ଉପରେ ପଥର ମାଡ଼ କରିବା ସହ କମ୍ପ୍ୟୁଟର, ଲାପଟପ ମଧ୍ୟ ଭାଙ୍ଗି ଦେଇଥିଲେ। ସେମାନଙ୍କ ଦାବି ଥିଲା ଯେ, ଫାକ୍ଟ୍ରିରେ ୧୨ ଘଣ୍ଟା କାମ କରାଉଛନ୍ତି। କିନ୍ତୁ ୭ ଘଣ୍ଟା ହିସାବରେ ଦିନକୁ ୨ରୁ ୩୦୦ ଟଙ୍କା ଦିଆଯାଉଛି। ଏ ନେଇ କର୍ମଚାରୀମାନେ ଫାକ୍ଟ୍ରି ମ୍ୟାନେଜମେଣ୍ଟ ନିକଟରେ ଅଭିଯୋଗ କରିଥିଲେ। ହେଲେ କିଛି ଫାଇଦା ନ ମିଳିବାରୁ ଫାକ୍ଟ୍ରିରେ ଭଙ୍ଗାରୁଜା କରାଯାଇଛି। ତେବେ କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଗୋଟିଏ ରନ୍‌ଓ୍ବେରେ ୨ ବିମାନ ମୁହାଁମୁହିଁ, ଗୋଟିଏ କଲ୍‌ ପରେ…

ମୁମ୍ବାଇ,୮ା୭: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୋଟିଏ ରନଓ୍ବେରେ ଏୟାର ଇଣ୍ଡିଆର  ବିମାନ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ମୁହାଁମୁହିଁ ହେବା ପରେ ମୁମ୍ବାଇ…

୫ କେଜି ସିଲିଣ୍ଡର ବ୍ୟବହାରକାରୀ ସାବଧାନ! ଏବେ ରିଫିଲ କଲେ ପକେଟ୍‌ରୁ କଟିବ ଏତିକି ଟଙ୍କା ଏକ୍ସଟ୍ରା

ନୂଆଦିଲ୍ଲୀ, ୮।୭: ୫ କିଲୋଗ୍ରାମ ବିଶିଷ୍ଟ ‘ଛୋଟୁ’ ଏଲପିଜି ସିଲିଣ୍ଡର ଏବେ ଗ୍ରାହକଙ୍କ ପକେଟ ଉପରେ ଭାରି ପଡ଼ିବ। ତୈଳ କମ୍ପାନୀଗୁଡ଼ିକର ନୂଆ ନିୟମ ଅନୁଯାୟୀ, ଏହି…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ସହରାଞ୍ଚଳରେ ସ୍ବଚ୍ଛ ବାୟୁ ପାଇଁ ‘ଲିକ୍ୱିଡ୍‌ ଟ୍ରି’

ଧାନବାଦ,୮ା୭(ପିଟି): କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ ଏବଂ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚ (ସିଏସ୍‌ଆଇଆର-ସିଆଇଏମ୍‌ଏଫ୍‌ଆର)ର ଗବେଷକମାନେ ଭାରତର ପ୍ରଥମ ମୋବାଇଲ…

ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ମୋଦି: କହିଦେଲେ ଏମିତି, ଚାରିଆଡେ ଚର୍ଚ୍ଚା

ଜାକର୍ତ୍ତା,୮ା୭: ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri