ଚାଲିଛି ଜେରା, ବଢୁଛି ଛନକା

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାଧନ୍ଦାର ବିଜ୍‌ନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆରମ୍ଭରୁ ହଡ଼ବଡ଼େଇ ଯାଉଥିବା ଖଗେଶ୍ୱର ଶନିବାର ରିମାଣ୍ଡର ଦ୍ୱିତୀୟ ଦିନରେ ଜେରାବେଳେ କିଛି ସତ ଓକାଳିଥିବା କୁହାଯାଉଛି। ଇଡି ଅଧିକାରୀମାନେ ତାଙ୍କୁ ଗୁଡ଼େଇତୁଡ଼େଇ ବାରମ୍ବାର ପ୍ରଶ୍ନ ପଚାରି ବହୁ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛନ୍ତି। ଗତ ୫ବର୍ଷ ଭିତରେ ଅର୍ଚ୍ଚନାଙ୍କ ସହ ଟଙ୍କା ନେଣଦେଣ ଏବଂ ହନିଟ୍ରାପ ଘଟଣାରେ ସଂପୃକ୍ତ ଥିବା କେତେଜଣ ନେତା, ମନ୍ତ୍ରୀ ଓ ବ୍ୟବସାୟୀଙ୍କ ତଥ୍ୟ ଖଗେଶ୍ୱର ଇଡିକୁ ଦେଇଥିବା ବିଶେଷସୂତ୍ରରୁ ଜଣାପଡିଛି। ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ତାଙ୍କର ପରିଚୟ ହେବାଠାରୁ ଗିରଫ ପର୍ଯ୍ୟନ୍ତ ପୂରା କାର୍ଯ୍ୟକଳାପ, ୨ଟି ପୁରୁଣା ଗାଡି ଶୋ’ରୁମ୍‌ରେ କେତେ ଟଙ୍କା ବିନିଯୋଗ, ଖଗେଶ୍ୱରଙ୍କ ଆକାଉଣ୍ଟରେ ୫୦ ଲକ୍ଷ କେଉଁଠୁ ଆସିଲା, ଆଉକେତେ ନଗଦ କାରବାର ହୋଇଥିଲା, ସେସବୁ ଜାଣିବାକୁ ଚାହିଁଛି ଇଡି। ଏଥିସହ ଏହି ୩ଜଣଙ୍କ ଆର୍ଥିକ କାରବାରର ଖୋଳତାଡ କରୁଛି ଇଡି। ଅପରପକ୍ଷରେ ଜେରା ସମୟରେ ଖଗେଶ୍ୱର କେଉଁ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନଁା ନେଇଛନ୍ତି ତାହାକୁ ଇଡି ଗୋପନ ରଖିଛି। ସେହିଭଳି ଅର୍ଚ୍ଚନାଙ୍କ ସତ୍ୟବିହାରସ୍ଥିତ ଆଲିସାନ ବଙ୍ଗଳାରେ ଦେଢ଼ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେ ଦିଗକୁ ନେଇ ମଧ୍ୟ ତଦନ୍ତ ଚଳାଇଛି। ତେବେ ଅର୍ଚ୍ଚନା, ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ଖଗେଶ୍ୱରଙ୍କ ସହ ମୁହାଁମୁହିଁ ଜେରା କରି ଯୌନ କେଳେଙ୍କାରୀ ଓ କଳାଧନ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ଯୋଜନା କରୁଛି। ଖାଲି ସେତିକି ନୁହେଁ, ଘଟଣା ଉପରୁ ପରଦା ହଟାଇବା ସହ ପ୍ରଭାବଶାଳୀଙ୍କ ହାତରେ ହାତକଡି ପିନ୍ଧାଇବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂରା ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛି। ଏଥିପାଇଁ ଇଡି ପକ୍ଷରୁ ୪ଟି ଗ୍ରୁପ୍‌ କରାଯାଇଥିବାବେଳେ ପ୍ରତି ଗ୍ରୁପ୍‌ରେ ୬ଜଣ ଲେଖାଏ ଅଫିସର ରହିଛନ୍ତି। ଅଭିଯୁକ୍ତଙ୍କ ଆର୍ଥିକ କାରବାର ନେଇ ଏସ୍‌ଆଇଟିର ରିପୋର୍ଟ ତଲବ ଓ ଇଡିର ପଦକ୍ଷେପ ପରେ ସମ୍ପୃକ୍ତ ପ୍ରଭାବଶାଳୀଙ୍କ ଛାତିରେ ଛନକା ବଢ଼ିଛି। ଏସ୍‌ଆଇଟି ଅର୍ଚ୍ଚନାଙ୍କ କଳାଧନର ଖୋଳତାଡ଼ ଖୁବ୍‌ଶୀଘ୍ର ଆରମ୍ଭ କରିବ ବୋଲି ଜଣାପଡିଛି।
ସୂଚନାନୁସାରେ, ହନିଟ୍ରାପ୍‌ରେ ଫସାଇ ଟଙ୍କା ଲୁଟିବା ନେଇ ଅଭିଯୋଗ ଆସିବା ପରେ କମିଶନରେଟ ପୋଲିସ ଗତ ଅକ୍ଟୋବର ୬ରେ ବ୍ଲାକ୍‌ମେଲର ଅର୍ଚ୍ଚନାଙ୍କୁ ଗିରଫ କରି ଚୁପ୍‌ଚାପ୍‌ କୋର୍ଟ ଚାଲାଣ କରିଥିଲା। ଥାନାଧିକାରୀଙ୍କଠାରୁ ଆରମ୍ଭ କରି ପୋଲିସ କମିଶନରଙ୍କ ପର୍ଯ୍ୟନ୍ତ ସମସ୍ତେ ଘଟଣାକୁ ଲୁଚାଇ ରଖିଥିଲେ। ଗଣମାଧ୍ୟମ ଏହାକୁ ପଦାକୁ ଆଣିବା ପରେ ଶେଷରେ ପୋଲିସ ସତ ବଖାଣିଥିଲା। ଏଥିସହ ଏହାର ୧୫ ଦିନ ପରେ ଜଗବନ୍ଧୁଙ୍କୁ ଗିରଫ କରାଯାଇଗଲା। ଅର୍ଚ୍ଚନା ଓ ଜଗବନ୍ଧୁ ଝାରପଡ଼ା ଜେଲରେ ଥିବାବେଳେ ସହଯୋଗୀ ଖଗେଶ୍ୱରଙ୍କ ଦେହରେ ହାତ ଲଗାଇ ନ ଥିଲା ପୋଲିସ। ଗତ ୧୦ ତାରିଖରେ ଇଡି ଅର୍ଚ୍ଚନାଙ୍କ ଘର ଓ ପାର୍ଟନର ଖଗେଶ୍ୱରଙ୍କ କାର୍‌ ଶୋ’ରୁମ୍‌ ସମେତ ୬ଟି ସ୍ଥାନରେ ଚଢ଼ାଉ କରି ଯାଞ୍ଚ କରିଥିଲା। ଏଥିସହ ଖଗେଶ୍ୱରଙ୍କୁ ଉଠାଇ ଆଣି ପଚରାଉଚରା ପରେ ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri