ବିକଶିତ ହେବ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ଭିତ୍ତିଭୂମି

ଭୁବନେଶ୍ୱର, ୪।୧(ବ୍ୟୁରୋ): ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ଭରଶୀଳ ଓ ବାସଯୋଗ୍ୟ ବସତି ବିକାଶ ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି। ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ଥିବା ବସ୍ତିଗୁଡ଼ିକରେ ମୌଳିକ ଭିତ୍ତିଭୂମି ବିକାଶ ନିମନ୍ତେ ସୋମବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଜମିରେ ଥିବା ବସ୍ତିଗୁଡ଼ିକର ବିକାଶ ସମ୍ବନ୍ଧିତ କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟ ଶାସନ ସଚିବ କହିଛନ୍ତି, ବସ୍ତିବାସିନ୍ଦାମାନେ ସହରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେମାନଙ୍କ ପାଇଁ ଉତ୍ତମ ବାସଗୃହ ଏବଂ ମୌଳିକ ସେବା ଯୋଗାଣ ନିଶ୍ଚିତ କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଅଭିଯାନ ଆରମ୍ଭ କରିଛନ୍ତି। ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ଜମି ଅଧିକାର ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି ବସ୍ତିଗୁଡ଼ିକର ବିକାଶ କରି ସେସବୁକୁ ସହର ମୁଖ୍ୟ ଜୀବନଧାରା ସହ ସଂଯୁକ୍ତ କରିବା ଉପରେ ଧ୍ୟାନଦେବାକୁ କୁହାଯାଇଛି। ଚଳିତ ବର୍ଷ ଶେଷସୁଦ୍ଧା ସହର ବସ୍ତିଗୃହ ଅଞ୍ଚଳ(ଉଷା) ସର୍ଭେ ମାଧ୍ୟମରେ ଚିହ୍ନିତ ସମସ୍ତ ବସ୍ତିର ବିକାଶ ସାଧନ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଶାଳାରେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା କହିଛନ୍ତି, ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ରହିଥିବା ପୁରୁଣା ବସ୍ତିଗୁଡ଼ିକରେ ଜମି ଅଧିକାର ଏବଂ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଥିବା ଆଇନଗତ ଆବଶ୍ୟକତା ଆଦିକୁ ବିଚାରକରି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟାନ୍ବୟନ ପଦ୍ଧତି (ଏସ୍‌ଓପି) ସ୍ଥିର କରାଯାଇଛି। ନଗର ଓ ଗୃହ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍‌ କହିଛନ୍ତି, ଓଡ଼ିଶାର ଜାଗା ମିଶନ ଅନ୍ତର୍ଜାତୀୟ ସ୍ବୀକୃତି ଲାଭ କରିଛି। ଏଥିପାଇଁ ଓଡ଼ିଶାକୁ ବିଶ୍ୱ ବସତି ପୁରସ୍କାର-୨୦୧୮ ଏବଂ ଏସିଆ-ପ୍ରଶାନ୍ତ ଆବାସିକ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି। ଉଷା ସର୍ଭେ ମାଧ୍ୟମରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ପ୍ରାୟ ୩୦୦୦ ବସ୍ତି ଚିହ୍ନଟ କରାଯାଇଛି। ଏଥିରେ ପ୍ରାୟ ୧,୬୮,୧୪୧ ବାସଗୃହ ରହିଥିବା ବେଳେ ସେଥିରୁ ୭୦,୦୦୦ ଗୃହଙ୍କୁ ଜମି ଅଧିକାର ଏବଂ ୧,୦୩,୩୨୮ ଗୃହଙ୍କୁ ଜମି ପ୍ରମାଣପତ୍ର ଦିଆଯାଇଛି। ଇତିମଧ୍ୟରେ ୫୫୦ ବସ୍ତିର ବିକାଶ କରି ସେସବୁକୁ ସହରୀ ଜୀବନର ମୁଖ୍ୟସ୍ରୋତରେ ସାମିଲ କରାଯାଇଛି। ଅବଶିଷ୍ଟ ବସ୍ତିକୁ ଚଳିତ ବର୍ଷ ଶେଷସୁଦ୍ଧା ବିକଶିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଉଷା ସର୍ଭେ ମାଧ୍ୟମରେ ଚିହ୍ନିତ ବସ୍ତିଗୁଡ଼ିକ ମଧ୍ୟରୁ ୨୫୩ଟି ବସ୍ତି ୪୫ଟି ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ରହିଛି। ଏହି ବସ୍ତିଗୁଡ଼ିକରେ ଜମି ଅଧିକାର ଏବଂ ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରସ୍ତୁତ ଏସ୍‌ଓପି ବିଷୟରେ ସବିଶେଷ ଆଲୋଚନା ହୋଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥ କହିଛନ୍ତି, ଏସ୍‌ଓପିକୁ ପରୀକ୍ଷାମୂଳକ ଭାବେ ଢେଙ୍କାନାଳ ପୌର ପରିଷଦ ଅଞ୍ଚଳରେ ପ୍ରୟୋଗ କରାଯାଇଥିଲା। ଏହା ପୂର୍ଣ୍ଣମାତ୍ରାରେ ଫଳପ୍ରସୂ ହୋଇଛି। ଏହି ଏସ୍‌ଓପିକୁ ଅନ୍ୟ ସମସ୍ତ ବସ୍ତିର ବିକାଶ ନିମନ୍ତେ ସମୟାନୁବନ୍ଧିତ ଭାବେ କାର୍ଯ୍ୟାନ୍ବୟନ କରିବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ଜିଲାର ଜିଲାପାଳ, ଡିଏଫ୍‌ଓ ଏବଂ ସହରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri