ମାନ୍ୟତା ମିଳିଛି, ଭିତ୍ତିଭୂମି ବିକାଶ ହେଉନି

ଖୋର୍ଦ୍ଧା ଅଫିସ,୯।୬: ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ଜାଗୁଳିପାଟଣାରେ ରହିଛି ଶ୍ରୀଅନନ୍ତ ପୁରୁଷୋତ୍ତମ(ହାତଗୋଡ଼ ଥାଇ ପୂର୍ଣ୍ଣ ବିଗ୍ରହ)ଦେବଙ୍କ ମନ୍ଦିର। ପର୍ଯ୍ୟଟନର ମାନ୍ୟତା ସତ୍ତ୍ୱେ ଏହାର ଭିତ୍ତିଭୂମି ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଫଳରେ ଏହି ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି। ସରକାର ବହୁ ପ୍ରାଚୀନ ମଠ, ମନ୍ଦିର ଏବଂ ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ ଓ ପୁନରୁଦ୍ଧାର ଲାଗି ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରି ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି। ତେବେ ଏହି ମନ୍ଦିର ପ୍ରତି ସରକାର ଅଣଦେଖା କରୁଥିବା ସାଧାରଣରେ ମତପ୍ରକାଶ ପାଇଛି।

ଛକରୁ ମନ୍ଦିରକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛି। ଗୋଟିଏ ମାଟିରାସ୍ତା ରହିଥିବା ବେଳେ ଅନ୍ୟପଟେ ରାଜପଥଠାରୁ ମନ୍ଦିରକୁ ଯିବା ଲାଗି ରାସ୍ତା ନିର୍ମାଣ କରାଯାଇଛି। ପ୍ରବେଶ ପଥରେ ହନୁମାନ ଏବଂ ଗଣେଶଙ୍କ ପ୍ରତିମୂର୍ତ୍ତି ଭଗ୍ନ ଅବସ୍ଥାରେ ରହିଥିବା ବେଳେ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମନ୍ଦିର ସମ୍ମୁଖ ଭାଗକୁ ଛାଡିଦେଲେ ଚାରିପାଖ ଅନାବନା ଗଛଲତା ଉଠି ବଣ ପାଲଟି ଗଲାଣି। ମହାପ୍ରଭୁଙ୍କ ଦୈନିକ ରୀତିନୀତି ଲାଗି ତୁଳସୀ ଉଦ୍ୟାନ ରହିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହାର ମଧ୍ୟ ସମାନ ଅବସ୍ଥା। ମନ୍ଦିରଠାରୁ କିଛି ଦୂରରେ ରହିଛି ଆରୁଣ୍ୟ କୁଣ୍ଡ। ଏହାକୁ ସୀତାକୁଣ୍ଡ କୁହାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମାରେ ଏହି କୁଣ୍ଡରୁ ସଂଗୃହୀତ ଜଳକୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଲାଗି କରାଯାଇଥାଏ। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି କୁଣ୍ଡରେ ଅନାବନା ଗଛର ଶୁଖିଲା ପତ୍ର ପଡ଼ିବା ସହ ଦଳ ମାଡିଗଲାଣି। ଆଉ ୫ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା। ଏପର୍ଯ୍ୟନ୍ତ କୁଣ୍ଡ ସଫା କରାଯାଇ ନ ଥିବା ଦେଖିବାକୁ ମିଳିଛି। ଏହି ମନ୍ଦିର ପରିଚାଳନା ଲାଗି ଟ୍ରଷ୍ଟ ବୋର୍ଡ ରହିଛି। ଖୋର୍ଦ୍ଧା ଉପଜିଲାପାଳ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ରହିଥିବା ବେଳେ ଅନ୍ୟମାନେ ସଦସ୍ୟ ରହିଛନ୍ତି। ଠାକୁରଙ୍କ ୨୨ ଏକରର ବିସ୍ତୀର୍ଣ୍ଣ କାଜୁ ଜଙ୍ଗଲ ରହିଛି।

ପ୍ରତିବର୍ଷ ଏହି କାଜୁ ଜଙ୍ଗଲକୁ ଲକ୍ଷାଧିକ ଟଙ୍କାରେ ନିଲାମ ଦିଆଯାଇଥାଏ। ଏଥିସହିତ ମନ୍ଦିର ପରିସରରେ ବର୍ଷସାରା ମାଙ୍ଗଳିକ କାର୍ଯ୍ୟ କରିଥାନ୍ତି। ଏଥିଲାଗି ଭକ୍ତଙ୍କଠାରୁ ମନ୍ଦିର ପରିଚାଳନା କମିଟି ଦ୍ୱାରା ଧାର୍ଯ୍ୟ ଦର ଅନୁଯାୟୀ ରସିଦ ଦିଆଯାଇଥାଏ। ଏ ବାବଦକୁ ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ ହେଉଛି। ଏହା ସତ୍ତ୍ୱେ ମନ୍ଦିରର ଆଖିଦୃଶିଆ ବିକାଶ ହେଉ ନ ଥିବା ସହ ଭକ୍ତଙ୍କ ପାଇଁ ସେଭଳି କୌଣସି ସୁବିଧା ନ ଥିବା ବୁଧବାର ଭୁବନେଶ୍ୱରରୁ ଦର୍ଶନ କରିବାକୁ ଆସିଥିବା କେତେଜଣ ଭକ୍ତ ଗଣମାଧ୍ୟମ ଆଗରେ କହିଛନ୍ତି। ପ୍ରତିବର୍ଷ ଗୋଟିଏ ରଥରେ ଚତୁର୍ଦ୍ଧା ବିଗ୍ରହ ରଥାରୂଢ଼ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ତେବେ ଦୀର୍ଘବର୍ଷ ତଳେ ନିର୍ମାଣ ହୋଇଥିବା ରଥ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କ୍ଷୟ ହେବାକୁ ଲାଗିଲାଣି। ନୂତନ ରଥ ନିର୍ମାଣ ଲାଗି କମିଟି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ମନ୍ଦିରର ପୁନରୁଦ୍ଧାର, ଭକ୍ତଙ୍କ ସୁବିଧା ଲାଗି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଲାଗି ସାଧାରଣରେ ଦାବି ହୋଇଛି। ପ୍ରକାଶ ଯେ, କୋଭିଡ୍‌ କଟକଣା ଯୋଗୁ ମନ୍ଦିର ପରିଚାଳନା କମିଟି ସମୟସୀମା ଅବଧି ବୃଦ୍ଧି କରାଯାଇଥିଲା। ଏବେ ପୁଣି ନୂତନ କମିଟି ରହିଛି। ତେବେ କମିଟିରେ ଉପଜିଲାପାଳଙ୍କୁ ବାଦ୍‌ ଦେଲେ ଅନ୍ୟ କେଉଁମାନେ ରହିଛନ୍ତି, ସେ ସମ୍ପର୍କରେ ସାଧାରଣରେ ପ୍ରକାଶ କରାଯାଉନାହିଁ। ମନ୍ଦିର ସୁପରିଚାଳନା ନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି, ତାହାର ସାର୍ବଜନୀନ କରାଯିବା ଲାଗି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri