ମାନ୍ୟତା ମିଳିଛି, ଭିତ୍ତିଭୂମି ବିକାଶ ହେଉନି

ଖୋର୍ଦ୍ଧା ଅଫିସ,୯।୬: ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ଜାଗୁଳିପାଟଣାରେ ରହିଛି ଶ୍ରୀଅନନ୍ତ ପୁରୁଷୋତ୍ତମ(ହାତଗୋଡ଼ ଥାଇ ପୂର୍ଣ୍ଣ ବିଗ୍ରହ)ଦେବଙ୍କ ମନ୍ଦିର। ପର୍ଯ୍ୟଟନର ମାନ୍ୟତା ସତ୍ତ୍ୱେ ଏହାର ଭିତ୍ତିଭୂମି ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଫଳରେ ଏହି ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି। ସରକାର ବହୁ ପ୍ରାଚୀନ ମଠ, ମନ୍ଦିର ଏବଂ ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ ଓ ପୁନରୁଦ୍ଧାର ଲାଗି ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରି ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି। ତେବେ ଏହି ମନ୍ଦିର ପ୍ରତି ସରକାର ଅଣଦେଖା କରୁଥିବା ସାଧାରଣରେ ମତପ୍ରକାଶ ପାଇଛି।

ଛକରୁ ମନ୍ଦିରକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛି। ଗୋଟିଏ ମାଟିରାସ୍ତା ରହିଥିବା ବେଳେ ଅନ୍ୟପଟେ ରାଜପଥଠାରୁ ମନ୍ଦିରକୁ ଯିବା ଲାଗି ରାସ୍ତା ନିର୍ମାଣ କରାଯାଇଛି। ପ୍ରବେଶ ପଥରେ ହନୁମାନ ଏବଂ ଗଣେଶଙ୍କ ପ୍ରତିମୂର୍ତ୍ତି ଭଗ୍ନ ଅବସ୍ଥାରେ ରହିଥିବା ବେଳେ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମନ୍ଦିର ସମ୍ମୁଖ ଭାଗକୁ ଛାଡିଦେଲେ ଚାରିପାଖ ଅନାବନା ଗଛଲତା ଉଠି ବଣ ପାଲଟି ଗଲାଣି। ମହାପ୍ରଭୁଙ୍କ ଦୈନିକ ରୀତିନୀତି ଲାଗି ତୁଳସୀ ଉଦ୍ୟାନ ରହିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହାର ମଧ୍ୟ ସମାନ ଅବସ୍ଥା। ମନ୍ଦିରଠାରୁ କିଛି ଦୂରରେ ରହିଛି ଆରୁଣ୍ୟ କୁଣ୍ଡ। ଏହାକୁ ସୀତାକୁଣ୍ଡ କୁହାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମାରେ ଏହି କୁଣ୍ଡରୁ ସଂଗୃହୀତ ଜଳକୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଲାଗି କରାଯାଇଥାଏ। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି କୁଣ୍ଡରେ ଅନାବନା ଗଛର ଶୁଖିଲା ପତ୍ର ପଡ଼ିବା ସହ ଦଳ ମାଡିଗଲାଣି। ଆଉ ୫ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା। ଏପର୍ଯ୍ୟନ୍ତ କୁଣ୍ଡ ସଫା କରାଯାଇ ନ ଥିବା ଦେଖିବାକୁ ମିଳିଛି। ଏହି ମନ୍ଦିର ପରିଚାଳନା ଲାଗି ଟ୍ରଷ୍ଟ ବୋର୍ଡ ରହିଛି। ଖୋର୍ଦ୍ଧା ଉପଜିଲାପାଳ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ରହିଥିବା ବେଳେ ଅନ୍ୟମାନେ ସଦସ୍ୟ ରହିଛନ୍ତି। ଠାକୁରଙ୍କ ୨୨ ଏକରର ବିସ୍ତୀର୍ଣ୍ଣ କାଜୁ ଜଙ୍ଗଲ ରହିଛି।

ପ୍ରତିବର୍ଷ ଏହି କାଜୁ ଜଙ୍ଗଲକୁ ଲକ୍ଷାଧିକ ଟଙ୍କାରେ ନିଲାମ ଦିଆଯାଇଥାଏ। ଏଥିସହିତ ମନ୍ଦିର ପରିସରରେ ବର୍ଷସାରା ମାଙ୍ଗଳିକ କାର୍ଯ୍ୟ କରିଥାନ୍ତି। ଏଥିଲାଗି ଭକ୍ତଙ୍କଠାରୁ ମନ୍ଦିର ପରିଚାଳନା କମିଟି ଦ୍ୱାରା ଧାର୍ଯ୍ୟ ଦର ଅନୁଯାୟୀ ରସିଦ ଦିଆଯାଇଥାଏ। ଏ ବାବଦକୁ ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ ହେଉଛି। ଏହା ସତ୍ତ୍ୱେ ମନ୍ଦିରର ଆଖିଦୃଶିଆ ବିକାଶ ହେଉ ନ ଥିବା ସହ ଭକ୍ତଙ୍କ ପାଇଁ ସେଭଳି କୌଣସି ସୁବିଧା ନ ଥିବା ବୁଧବାର ଭୁବନେଶ୍ୱରରୁ ଦର୍ଶନ କରିବାକୁ ଆସିଥିବା କେତେଜଣ ଭକ୍ତ ଗଣମାଧ୍ୟମ ଆଗରେ କହିଛନ୍ତି। ପ୍ରତିବର୍ଷ ଗୋଟିଏ ରଥରେ ଚତୁର୍ଦ୍ଧା ବିଗ୍ରହ ରଥାରୂଢ଼ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ତେବେ ଦୀର୍ଘବର୍ଷ ତଳେ ନିର୍ମାଣ ହୋଇଥିବା ରଥ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କ୍ଷୟ ହେବାକୁ ଲାଗିଲାଣି। ନୂତନ ରଥ ନିର୍ମାଣ ଲାଗି କମିଟି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ମନ୍ଦିରର ପୁନରୁଦ୍ଧାର, ଭକ୍ତଙ୍କ ସୁବିଧା ଲାଗି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଲାଗି ସାଧାରଣରେ ଦାବି ହୋଇଛି। ପ୍ରକାଶ ଯେ, କୋଭିଡ୍‌ କଟକଣା ଯୋଗୁ ମନ୍ଦିର ପରିଚାଳନା କମିଟି ସମୟସୀମା ଅବଧି ବୃଦ୍ଧି କରାଯାଇଥିଲା। ଏବେ ପୁଣି ନୂତନ କମିଟି ରହିଛି। ତେବେ କମିଟିରେ ଉପଜିଲାପାଳଙ୍କୁ ବାଦ୍‌ ଦେଲେ ଅନ୍ୟ କେଉଁମାନେ ରହିଛନ୍ତି, ସେ ସମ୍ପର୍କରେ ସାଧାରଣରେ ପ୍ରକାଶ କରାଯାଉନାହିଁ। ମନ୍ଦିର ସୁପରିଚାଳନା ନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି, ତାହାର ସାର୍ବଜନୀନ କରାଯିବା ଲାଗି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri