Posted inଜାତୀୟ

ଗୁଣସୂତ୍ର ଶୁଦ୍ଧତା ଯାଞ୍ଚ କରାଇବ କେନ୍ଦ୍ର

ନୂଆଦିଲ୍ଲୀ,୩ା୬:ଭାରତ ସରକାର ଦେଶବାସୀଙ୍କ ‘ଜାତିଗତ ଶୁଦ୍ଧତା’ ଉପରେ ଯାଞ୍ଚ ପାଇଁ ଡିଏନ୍‌ଏ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୧୦ କୋଟି ଟଙ୍କାର କିଟ୍ସ ଅର୍ଡର କରାଯାଇଥିବା ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ବିବାଦ ମୁଣ୍ଡ ଟେକିଛି। ବିବାଦ ସୃଷ୍ଟି ହେବା ପରେ ଏପରି କୌଣସି ଉଦ୍ଦେଶ୍ୟ ନ ଥିବା ଦର୍ଶାଇ ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି।
ୟୁରୋପ, ଉତ୍ତର ଆମେରିକା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ଅନ୍ୟ କେତେକ ଭାଗରେ ଉଗ୍ର ଜାତୀୟତାବାଦ ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ଦକ୍ଷିଣପନ୍ଥୀମାନେ ନିଜ ଗୌରବମୟ ଇତିହାସକୁ ନେଇ ଗର୍ବ ଅନୁଭବ କରିଥାଆନ୍ତି। ବିଶେଷକରି ଉତ୍ତର ଭାରତରେ ଜାତିପ୍ରଥାର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଉଚ୍ଚ ଜାତିର ଲୋକେ ନିଜକୁ ଆର୍ଯ୍ୟ ବିବେଚନା କରି ନିମ୍ନ ବର୍ଣ୍ଣର ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥାଏ। ଏହି ପରିପ୍ରେକ୍ଷୀରେ ନୂଆ ବିବାଦକୁ ଇନ୍ଧନ ଦେବା ଭଳି ଏକ ପ୍ରସଙ୍ଗ ସାମ୍ନାକୁ ଆସିଛି। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡ୍‌ଭାନ୍ସ ଷ୍ଟଡିଜ୍‌ ସହକାରୀ ପ୍ରାଧ୍ୟାପକ ବସନ୍ତ ଏସ୍‌. ସିନ୍ଧେ ହିନ୍ଦୁ-ବହୁଳବାଦୀ ସିଦ୍ଧାନ୍ତର ଦୃଢ଼ ସମର୍ଥକ ରୂପେ ଜଣାଶୁଣା। ୨ ମାସ ତଳେ ପ୍ରତ୍ନତତ୍ତ୍ୱବିତ୍‌ ସିନ୍ଧେଙ୍କ ସହ ସଂସ୍କୃତି ମନ୍ତ୍ରଣାଳୟର ସଚିବ ଗୋବିନ୍ଦ ମୋହନ ଓ ଅନ୍ୟ କେତେଜଣ ବିଦ୍ୱାନ ହାଇଦ୍ରାବାଦରେ ବୈଠକ କରିଥିଲେ। ଉକ୍ତ ବୈଠକ ପରେ ୧୪୦ କୋଟି ଭାରତୀୟଙ୍କ ଜିନ୍‌ଗତ ଶୁଦ୍ଧତା ଉପରେ ଅଧ୍ୟୟନ ଲାଗି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଆନୁବଂଶିକ ଇତିହାସ ପ୍ରମାଣ କରାଯାଇପାରିବ ବୋଲି କେନ୍ଦ୍ର ସରକାର ବିବେଚନା କରୁଛନ୍ତି। ଡିଏନ୍‌ଏ-ପ୍ରୋଫାଇଲିଂ କିଟ୍ସ ଓ ଅନ୍ୟ ଉପକରଣ କିଣିବା ପାଇଁ ମନ୍ତ୍ରଣାଳୟ ୧୦ କୋଟି ଟଙ୍କା ଆବଣ୍ଟନ କରିଛି। ଆର୍ଯ୍ୟମାନେ ଅନ୍ୟ ଦେଶରୁ ଭାରତକୁ ଆସି ଏଠାକାର ମୂଳ ବାସିନ୍ଦାମାନଙ୍କୁ ବିସ୍ଥାପିତ କରିଥିବା ନେଇ ଏକ ସିଦ୍ଧାନ୍ତ ରହିଛି, ଯାହାକୁ ପ୍ରତ୍ନତତ୍ତ୍ୱବିତ୍‌ ସିନ୍ଧେ ଖଣ୍ଡନ କରିଛନ୍ତି। ସିନ୍ଧେ କହିଛନ୍ତି, ୧୦,୦୦୦ ବର୍ଷ ପୂର୍ବେ ଭାରତୀୟ ଜନସଂଖ୍ୟାର ମୂଳ ଆନୁବଂଶିକ ଢାଞ୍ଚାରେ ପରିବର୍ତ୍ତନ ଓ ଜିନ୍‌ର ମିଶ୍ରଣ ହୋଇଥିଲା। ଜନସଂଖ୍ୟାରେ ଯୋଗସୂତ୍ରର ସାନ୍ଧ୍ରତା ଓ କେଉଁ ସମୟରେ ଏହି ପ୍ରକ୍ରିୟା ଘଟୁଛି ତାହା ଉପରେ ଆନୁବଂଶିକ ପରିବର୍ତ୍ତନ ନିର୍ଭର କରିଥାଏ। ଏହା ଜାଣିବା ପରେ ଆନୁବଂଶିକ ଇତିହାସ ସମ୍ପର୍କରେ ଆମର ସମ୍ପୂର୍ଣ୍ଣ ଧାରଣା ଆସିଯିବ। ଭାରତରେ ଜାତିଗୁଡ଼ିକର ବିଶୁଦ୍ଧତାକୁ ପରଖିବା ପାଇଁ ଏହା ଏକ ଉଦ୍ୟମ ବୋଲି ସିନ୍ଧେ କହିଛନ୍ତି। ବିଦେଶରୁ ଆର୍ଯ୍ୟମାନେ ଦେଶାନ୍ତରୀ ହୋଇଆସିଥିବା ଇତିହାସକୁ କେନ୍ଦ୍ରରେ କ୍ଷମତାସୀନ ଭାଜପା ମଧ୍ୟ ଖାରଜ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପିଆଜ ଚାଷଜମି ପରିଦର୍ଶନ କଲେ ଅତିରିକ୍ତ ସଚିବ, ଚାଷୀଙ୍କୁ କହିଲେ…

ନୂଆପଡ଼ା,୨୬ା୪(ମକାରୁ ବେମାଲ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଅତିରିକ୍ତ ସଚିବ ମନୋଜ କୁମାର ରବିବାର ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ତୁକଳାପଡା…

ଅନୁଦାନ ମିଳିଲାନି, ବନ୍ଦ ହେଲା ସରକାରୀ କାର୍ଯ୍ୟକ୍ରମ

ହାଟଡିହୀ/ଛେନାପଦୀ,୨୬ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ଅନୁଦାନ ପ୍ରଦାନ ନ ହେବାରୁ ଏକ ସରକାରୀ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ଯାହାକୁ ନେଇ କଳାକାରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଳାକାରମାନଙ୍କୁ ଉପେକ୍ଷା…

ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କଲେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କୁମିନ୍ସ, କହିଲେ…

ଜୟପୁର,୨୬ା୪: ବର୍ତ୍ତମାନ ଭାରତୀୟ କ୍ରିକେଟର ସବୁଠୁ ଚର୍ଚ୍ଚିତ ନାମ ବୈଭବ ସୂର୍ଯ୍ୟବଂଶୀଙ୍କ ବୃଦ୍ଧି ପାଉଥିବା ପ୍ରଶଂସକଙ୍କ ତାଲିକାରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କୁମିନ୍ସ ସାମିଲ ହୋଇଛନ୍ତି। ୧୫…

ଗୋପାଳପୁର-ରାୟଗଡ଼ା ନୂଆ ରେଳଲାଇନ୍‌ ଦାବି, ଆଲାଇନ୍‌ମେଣ୍ଟ ନକ୍ସାର ପୁନଃ ଅନୁଧ୍ୟାନ କରି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତୀକ୍ଷିତ ଗୋପାଳପୁର-ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ନକ୍ସା ପ୍ରସ୍ତୁତି ଚାଲିଛି। ତୃତୀୟ ପାଳି ପାଇଁ କେନ୍ଦ୍ରରେ…

ପଛଚକ ଫାଟି ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା କାର୍‌, ଆଉ ତା’ପରେ…

ଖଜୁରିପଡ଼ା,୨୬ା୪(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଦୂତିମେଣ୍ଡି ନିକଟସ୍ଥ ଖୋଲ ସାହିଠାରେ ରବିବାର ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ…

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର, ବନ୍ଧା ହେଲେ ଅଭିଯୁକ୍ତ

ସୁନ୍ଦରଗଡ,୨୬ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ପୋଲିସ ଶନିବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ…

ପୁଣି ଶିବମନ୍ଦିରକୁ ଟାର୍ଗେଟ୍‌ କଲେ ଦୁର୍ବୃତ୍ତ, ମନ୍ଦିର ଖୋଲିଲା ବେଳକୁ ଏମିତି ଦେଖି…

ଗଞ୍ଜାମ,୨୬ା୪(ବିଦ୍ୟାଧର ସାହୁ): କିଛି ଦିନର ନୀରବତା ପରେ ପୁଣି ଶିବ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ସାନ ଗୋପାଳପୁର ଗ୍ରାମରେ…

ବସ୍‌ର କାଚରେ ଭବିଷ୍ୟବାଣୀ ଲେଖିଥିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ଯିଏ ଦେଖୁଛି ସିଏ କରୁଛି ପ୍ରଶଂସା

ନୂଆଦିଲ୍ଲୀ,୨୬।୪: ପ୍ରତିବର୍ଷ, IPL ଆକାଶରେ ନୂତନ ତାରାମାନେ ଉଜ୍ଜ୍ୱଳ ଭାବରେ ଝଲସୁଛନ୍ତି। ତଥାପି, 2026 ସିଜିନ ଜଣେ ଯୁବ ଧୁରନ୍ଧରଙ୍କ ନାମ ଆସିଛି ଯିଏ ପ୍ରତିଷ୍ଠିତ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri