ବଦଳୁନି ଇସ୍କନ ମନ୍ଦିର ସମ୍ମୁଖ ଚିତ୍ର

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ଘଣ୍ଟାଏ ବର୍ଷାରେ ବେହାଲ ହେଉଛି ସ୍ମାର୍ଟସିଟି। ବିଶେଷକରି ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ପାଣି ଜମିବା ଏକ ସାଧାରଣ କଥା ହୋଇଗଲାଣି। କେବେ ଆଣ୍ଠୁଏ ତ ଆଉ କେବେ ଛାତିଏ ପାଣିରେ ପଶି ଲୋକଙ୍କୁ ରାସ୍ତାରେ ଯାତାୟାତ କରିବାକୁ ପଡୁଛି। ବର୍ଷ ବର୍ଷ ଧରି ଏପରି ସ୍ଥିତି ଉପୁଜୁଥିଲେ ବି ପ୍ରଶାସନର ନିଦ ଭାଙ୍ଗୁନାହିଁ। କେବଳ ମୋଟର ପମ୍ପ ଲଗାଇ ନିଜ ଦାୟିତ୍ୱ ସାରୁଛନ୍ତି କର୍ତ୍ତୃପକ୍ଷ। ଗତ ବୁଧବାର ବର୍ଷାରେ ଏଠାରେ କାର୍‌ ଭାସିବା ସହ ବାଇକଗୁଡିକ ଅଧା ପର୍ଯ୍ୟନ୍ତ ବୁଡ଼ି ଯାଇଥିଲା। ବର୍ଷା ଛାଡିବାର ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିଥିଲା। ମଙ୍ଗଳବାର ବର୍ଷାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ପାଣି ଜମିବାରୁ ଗାଡ଼ି ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଥିଲା।
ସହରରେ ୨୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରେ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତା ଅନ୍ତର୍ଭୁକ୍ତ। ଆଗକୁ ରଥଯାତ୍ରା ଆସୁଥିବାରୁ ଏଥିପାଇଁ ଇସ୍କନ ମନ୍ଦିର ସମେତ ପ୍ରମୁଖ ଜଗନ୍ନାଥ ମନ୍ଦିରଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ରଥଯାତ୍ରାରେ ଏଠାକୁ ସହର ଓ ସହର ବାହାରୁ ଭକ୍ତମାନେ ଆସନ୍ତି। ରଥଯାତ୍ରା ସମୟରେ ଏପରି ସ୍ଥିତି ଉପୁଜିଲେ ରଥଟଣାରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ମେୟର ସୁଲୋଚନା ଦାସ କହିଛନ୍ତି, ରଥଯାତ୍ରା ସମୟରେ ଇସ୍କନ ମନ୍ଦିର ପାଖରେ ଯେପରି ପାଣି ଜମି ନ ରୁହେ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମିବା ବହୁ ପୁରୁଣା କଥା। ଫ୍ଲାଏ ଓଭରର ଭୁଲ ଡିଜାଇନ୍‌ ହୋଇଛି। ଫ୍ଲାଏ ଓଭର ବ୍ରିଜ୍‌ ଆମେ ଭାଙ୍ଗିପାରିବୁ ନାହିଁ। ତେଣୁ ବାରମ୍ବାର ଏଠାରେ ଏଭଳି ସମସ୍ୟା ଦେଖା ଦେଉଛି। ଏହାର ସମାଧାନ ପାଇଁ ଗତ କିଛିଦିନ ତଳେ ପ୍ରସ୍ତୁତି ବୈଠକ ହୋଇଛି। ରଥଯାତ୍ରା ସମୟରେ ଯଦି ପାଣି ଜମେ ତାହାର ବ୍ୟବସ୍ଥା ଠାରୁ ଆରମ୍ଭ କରି ପାର୍କିଂ, ପୋଲିସ୍‌ କେତେ ରହିବେ ସେ ସମସ୍ତ ଉପରେ ଆଲୋଚନା ହୋଇଥିଲା। ମନ୍ଦିର ନିକଟରୁ ଏକ ଡ୍ରେନ୍‌ ଖୋଳାହୋଇ ବାଣୀବିହାର ନିକଟରେ ପହଞ୍ଚିବ। ଏହି ନୂଆ ରୁଟ୍‌ ନ ହେବା ଯାଏ ଏଭଳି ସମସ୍ୟା ଲାଗି ରହିବ। ପୋଖରୀ କରି ପାଣି ଛାଡ଼ିବା ପାଇଁ ସମ୍ପୃକ୍ତ ଅଞ୍ଚଳର ଆଖପାଖରେ କୌଣସି ଖାଲି ଜାଗା ନାହିଁ। ତେଣୁ ଏହାକୁ ଡ୍ରେନ୍‌ କାମ ସରିବା ପରେ ହିଁ ଯାହା କରାଯାଇପାରିବ। ପାଣି ଜମିବାବେଳେ ଯେପରି ସେପଟେ ଗାଡ଼ିମୋଟର ଅଧିକ ଯାତାୟାତ ନ କରିବ ଓ କୌଣସି ସମସ୍ୟା ନ ଉପୁଜିବ ସେଥିପାଇଁ ଟ୍ରାଫିକ ଡିସିପିଙ୍କ ସହ ଆଲୋଚନା କରିଛୁ ବୋଲି ମେୟର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri