Posted inଖେଳ

ଦି ହଣ୍ଡ୍ରେଡ: ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ ଶେଫାଳି

ନୂଆଦିଲ୍ଲୀ, ୧୧।୫(ପି.ଟି.)-
ଭାରତର ଟିନ୍‌ ବ୍ୟାଟିଂ ସେନ୍‌ସେସନ ଶେଫାଳି ବର୍ମା ‘ଦି ହଣ୍ଡ୍ରେଡ’ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସଂସ୍କରଣରେ ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ। ଏହା ବ୍ୟତୀତ ଚଳିତ ବର୍ଷ ଶେଷଭାଗରେ ହେବାକୁଥିବା ମହିଳା ବିଗ୍‌ବାଶ୍‌ ଲିଗ୍‌ରେ ସେ ସିଡ୍‌ନୀ ଫ୍ରାଞ୍ଚାଇଜ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିବା ସମ୍ଭାବନା ରହିଛି। ୧୭ ବର୍ଷୀୟା ଶେଫାଳି ସମ୍ପ୍ରତି ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌ର ନମ୍ବରଓ୍ବାନ ସ୍ଥାନରେ ଅଛନ୍ତି। ତାଙ୍କ ବ୍ୟତୀତ ୧୦୦ ବଲ୍‌ ଟୁର୍ନାମେଣ୍ଟରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର, ଉପଅଧିନାୟିକା ସ୍ମୃତି ମନ୍ଧାନା, ଜେମିମା ରୋଡ୍ରିଗ୍ବେଜ ଓ ଦୀପ୍ତି ଶର୍ମା ଖେଳିବେ। ଏହି ପ୍ରତିଯୋଗିତା ୮ଟି ଲେଖାଏ ମହିଳା ଓ ପୁରୁଷ ଦଳକୁ ନେଇ ଅନୁଷ୍ଠିତ ହେବ। ”ବର୍ମିଂହାମ ପ୍ରାଞ୍ଚାଇଜ୍‌ ଶେଫାଳିଙ୍କୁ ନେବା ପାଇଁ ଚାହିଁଲା ପରେ ଚୁକ୍ତି ପ୍ରାୟତଃ ଶେଷ ହୋଇଛି। ସେ ଦଳରେ ନ୍ୟୁଜିଲାଣ୍ଡର ସୋଫି ଡେଭିନଙ୍କ ସ୍ଥାନ ନେବେ“ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏକ ସୂତ୍ରରୁ ପ୍ରକାଶ। ସେ ମହିଳା ବିଗ୍‌ବାଶ୍‌ ଲିଗ୍‌ରେ ଖେଳିବାନେଇ ମଧ୍ୟ ଆଲୋଚନା ଚାଲିଛି ବୋଲି କୁହାଯାଇଛି।
କୋଭିଡ୍‌-୧୯ ମହାମାରୀ ଯୋଗୁ ଗତବର୍ଷ ବନ୍ଦ ରହିଥିବା ‘ଦି ହଣ୍ଡ୍ରେଡ’ ଟୁର୍ନାମେଣ୍ଟ ଚଳିତ ବର୍ଷ ଜୁଲାଇ ୨୧ରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ଲଣ୍ଡନରେ ଦି ଓଭାଲ ଇନ୍‌ଭିନ୍ସବଲ୍ସ ଏବଂ ମାଞ୍ଚେଷ୍ଟର ଓରିଜିନାଲ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଶେଫାଳିଙ୍କ ପାଇଁ ବିଦେଶରେ ଏହା ହେବ ପ୍ରଥମ ଟି୨୦ ପ୍ରତିଯୋଗିତା। ସମ୍ପ୍ରତି ବିଶ୍ୱ କ୍ରିକେଟରେ ପାଓ୍ବାରଫୁଲ୍‌ ଷ୍ଟ୍ରାଇକରଭାବେ ବିଶେଷ ପରିଚିତ ଶେଫାଳି ୨୨ଟି ଅନ୍ତର୍ଜାତୀୟ ମ୍ୟାଚରେ ୧୪୮.୩୧ ଷ୍ଟ୍ରାଇକ୍‌ରେଟ୍‌ରେ ୬୧୭ ରନ ସଂଗ୍ରହ କରିଛନ୍ତି। ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଚୟନ ଚଳିତ ସପ୍ତାହରେ ଅନୁଷ୍ଠିତ ହେବ। ମଦନ ଲାଲଙ୍କ ନେତୃତ୍ୱାଧୀନ ପରାମର୍ଶଦାତା କମିଟି ଏହି ଦାୟିତ୍ୱ ସମ୍ପନ୍ନ କରିବ। ବର୍ତ୍ତମାନର କୋଚ୍‌ ଡବ୍ଲ୍ୟୁଭି ରମଣଙ୍କ ସମେତ ମୋଟ ୩୫ ଜଣ ଏହି ପଦ ପାଇଁ ଆବେଦନ କରିଛନ୍ତି। ଏହା ମଧ୍ୟରେ ୫ ମହିଳା ସାମିଲ ଅଛନ୍ତି। ସେମାନେ ହେଲେ ପୂର୍ବତନ ଚୟନ କମିଟି ମୁଖ୍ୟ ହେମଲତା କାଲା, ମମତା ମାବେନ, ଜୟା ଶର୍ମା, ସୁମନ ଶର୍ମା ଓ ନୁଶିନ ଅଲ୍‌ ଖାଦିର। ସେହିପରି ପୂର୍ବତନ କୋଚ୍‌ ରମେଶ ପାଓ୍ବାର ଓ ତୁଷାର ଆରୋଥେ ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri