ମାଦଳୀ ମୁହାଣରେ ବଢୁଛି ଅନୁପ୍ରବେଶ

ମହାକାଳପଡ଼ା,୫ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ହୁକିଟୋଲା-ମାଦଳୀ ମୁହାଣରେ ବେଆଇନ ଭାବେ ସ୍ଥାନୀୟ କଙ୍କଡ଼ା ଧରାଳି ଓ ମତ୍ସ୍ୟଜୀବୀଙ୍କ ଆଡ୍ଡା ବଢୁଛି। ବନ ବିଭାଗ ପକ୍ଷରୁ ମାଦଳୀଠାରେ ଅସ୍ଥାୟୀ କ୍ୟାମ୍ପ୍‌ କରାଯାଇ ଅନୁପ୍ରବେଶଙ୍କ ଉପରେ ତୀକ୍ଷ୍ମ ନଜର ରଖିବାକୁ କର୍ମଚାରୀ ନିୟୋଜିତ କରାଯାଇଛି। ମାତ୍ର କ୍ୟାମ୍ପ୍‌ ନିକଟରେ କର୍ମଚାରୀ ଉପସ୍ଥିତ ରହିଥିଲେ ମଧ୍ୟ କିପରି ଓ କେଉଁ ପରିସ୍ଥିତିରେ ବଡ଼ ବଡ଼ ଡଙ୍ଗା, ଚାପା ଡଙ୍ଗା, ଟ୍ରଲରଗୁଡ଼ିକ ଏଠାରେ ଲଙ୍ଗର ପକାଇଛନ୍ତି ତାହା ପରିବେଶବିତ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବାଲିଢିପରେ ଆଡ୍ଡା ଜମାଇବା ସହ ସମୁଦ୍ରରୁ ବିରଳ ପ୍ରଜାତିର ମାଛ, କଙ୍କଡ଼ା ଓ ଅନ୍ୟ ସାମୁଦ୍ରିକ ଜୀବ ଧରି ସିଧାସଳଖ ସମୁଦ୍ର ପଥଦେଇ ପାରାଦୀପକୁ ଚାଲାଣ କରାଯାଉଛି।
ସୂଚନାଥାଉ କି, ବିଦେଶାଗତ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। ଏହି ସମୟରେ କିଭଳି ବନ କର୍ମଚାରୀମାନେ ଏମାନଙ୍କୁ ସୁରକ୍ଷା ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ କଙ୍କଡ଼ା ଧରାଳି ଓ ମତ୍ସ୍ୟଜୀବୀଙ୍କଠାରୁ କ୍ୟାମ୍ପ୍‌ର କର୍ମଚାରୀମାନଙ୍କ ସହ ମୋଟାଅଙ୍କର ଡିଲ୍‌ ହୋଇଥିବା କୁହାଯାଇଛି। ସେମାନଙ୍କଠାରୁ ଇଟୁଆ କଙ୍କଡ଼ା ଓ ସାମୁଦ୍ରିକ ସ୍ବାଦିଷ୍ଟ ମାଛ ନେଇ ଏଠାରେ ରଖିବାକୁ ପ୍ରଶ୍ରୟ ଦିଆଯାଉଛି। ଏଠାରେ ସାହେଲେ ତଳିଆ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବାକୁ କଙ୍କଡ଼ା ଧରାଳି ଓ ମତ୍ସ୍ୟଜୀବୀମାନେ ଗଞ୍ଜେଇ, ଦେଶୀ, ବିଦେଶୀ ମଦ ଦେଇ ଆପ୍ୟାୟିତ କରି ନିଷିଦ୍ଧାଞ୍ଚଳରେ ପ୍ରବେଶକରି କଙ୍କଡ଼ା, ମାଛ ଧରିବାରେ ସକ୍ଷମ ହେଉଛନ୍ତି। ନିଷିଦ୍ଧାଞ୍ଚଳର ସୀମା ସୁରକ୍ଷା ଚିହ୍ନଟ ପଏଣ୍ଟ (ବୈଇୟଁା)କୁ ଭେଦ କରି କିପରି ପ୍ରବେଶ କରୁଛନ୍ତି। ଏଥିରେ ବନ କର୍ମଚାରୀ ଖୁସ୍‌ ମାଛଧରାଳି ବି ଖୁସ୍‌ ବୋଲି କେତେଜଣ ମତ୍ସ୍ୟଜୀବୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ, ରାଜନଗର ଅଞ୍ଚଳରେ କଙ୍କଡ଼ା ଧରି ଖୁଲମ୍‌ଖୁଲା ବଜାରରେ ବିକ୍ରି କରିବା କଟକଣା କରାଯାଇଛି।
ସାମୁଦ୍ରିକ ଅଞ୍ଚଳ ମହାକାଳପଡ଼ା, ବତୀଘର, ଜମ୍ବୁ, ରାମନଗର, ଖରିନାସି ଆଦି ଅଞ୍ଚଳରୁ ଜଳପଥ ଓ ସ୍ଥଳପଥରେ ଦୈନିକ ଲକ୍ଷାଧିକ ଟଙ୍କାର ସାମୁଦ୍ରିକ ଜୀବ ଚାଲାଣ ହେଉଛି। ଅନ୍ୟପକ୍ଷରେ ଅଞ୍ଚଳରେ ଶହ ଶହ କଙ୍କଡ଼ା ଡିପୋ ଖୋଲି ବ୍ୟବସାୟୀମାନେ ମାଲାମାଲ୍‌ ହେଉଛନ୍ତି। ଏତେସବୁ ବେଆଇନ କାର୍ଯ୍ୟ ଖୁଲମ୍‌ଖୋଲା ଚାଲୁଥିଲେ ମଧ୍ୟ ବନ ବିଭାଗ କିପରି ଜାଣିପାରୁନି, ନା ଜାଣି ଅଜଣା ରହୁଛି ଏନେଇ ପରିବେଶବିତ୍‌ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସହକାରୀ ବନ ସଂରକ୍ଷକ ମାନସ କୁମାର ଦାସଙ୍କୁ ପଚାରିବାରେ ଏଭଳି ଖବର ନଜରକୁ ଆସିନାହିଁ। ନଜରକୁ ଆସିଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?