କୃଷି ଆଇନ ପ୍ରତ୍ୟାହାର ଦାବିରେ ଗୃହ କମ୍ପିଲା

ଭୁବନେଶ୍ୱର,୨୭।୩(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଣୀତ ୩ କୃଷି ଆଇନକୁ ବିରୋଧ କରି ବିଧାନସଭା ବାହାରେ କୃଷକ ସଂଗଠନଗୁଡ଼ିକ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିବାବେଳେ ଶୁକ୍ରବାର ବିଧାନସଭାରେ ଏହାର ତାତି ଦେଖିବାକୁ ମିଳିଥିଲା। ଏହି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ ସଦସ୍ୟମାନେ ବିଧାନସଭାକୁ ହୁଲସ୍ଥୂଲ କରିଛନ୍ତି। ଶୁକ୍ରବାର ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ। ହଟ୍ଟଗୋଳ କରି ଗୃହ କାର୍ଯ୍ୟକୁ ଠପ୍‌ କରି ଦେଇଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହରେ କୌଣସି କାର୍ଯ୍ୟ ହୋଇପାରି ନ ଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବାଧ୍ୟହୋଇ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୦ଟା ୩୦ ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ମହମ୍ମଦ ମୋକିମ, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଚାଷୀ ବିରୋଧୀ ଆଇନ ପ୍ରତ୍ୟାହାର ଆମର ଦାବି…ଆମର ଦାବି, ଚାଷୀ ସୁରକ୍ଷା ଆମର ଦାବି…ଆମର ଦାବି… ସ୍ଲୋଗାନ ଦେଇ ବିଧାନସଭାକୁ ପ୍ରକମ୍ପିତ କରିଥିଲେ। ବାଚସ୍ପତି ସେମାନଙ୍କୁ ହଟ୍ଟଗୋଳରୁ ନିବୃତ୍ତ ରହିବାକୁ ଯେତେ ବୁଝାଇଥିଲେ ମଧ୍ୟ କଂଗ୍ରେସ ସଦସ୍ୟମାନେ ଶାନ୍ତ ହୋଇ ନ ଥିଲେ। ବାଚସ୍ପତି ବାଧ୍ୟହୋଇ ଗୃହକୁ ୧ ମିନିଟ ପରେ ୧୦ଟା ୩୧ରୁ ୧୧ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ ମିନିଟରେ ପରିସ୍ଥିତିରେ କିଛି ପରିବର୍ତ୍ତନ ହୋଇ ନ ଥିଲା। କଂଗ୍ରେସ ସଦସ୍ୟମାନେ ପୁଣି ବାଚସ୍ପତିଙ୍କ ପୋଡିୟମ ଆଗରେ ହଟ୍ଟଗୋଳ କରିଥିଲେ। ଚାଷୀମାନଙ୍କୁ ସୁରକ୍ଷା ଦେବା ଆମର ଦାବି … ଆମର ଦାବି… କହି ସ୍ଲୋଗାନ ଦେଇଥିଲେ। ଏହି ସମୟରେ ବାଚସ୍ପତି ଏକ ଘୋଷଣା କରିଥିଲେ। କହିଥିଲେ ଯେ, ମାର୍ଚ୍ଚ ୨୫ ତାରିଖ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦେଇଥିବା ସଂକଳ୍ପ ଶୁକ୍ରବାର କାର୍ଯ୍ୟପରାମର୍ଶଦାତା ବୈଠକରେ ଆଲୋଚନା ହେବାର ଥିଲା। ଶୁକ୍ରବାର ଗୃହରେ ଗୃହ, ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନା ଥିବାରୁ ସେହି ବୈଠକ ହୋଇପାରିବ ନାହିଁ। ଶନିବାର ଏହି ବୈଠକ ବସିବ ବୋଲି ସେ କହିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ଡାକିଥିଲେ। ହଟ୍ଟଗୋଳ ରୋକିବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଅନ୍‌ଲାଇନରେ ଧାନ କିଣିବା ବ୍ୟବସ୍ଥା କରିଛନ୍ତି । ଯଦି ଜଣଙ୍କ ବାପାଙ୍କ ମୃତ୍ୟୁ ହୋଇଯାଉଛି ତେବେ ସେ ଆଧାର ଲିଙ୍କ୍‌ କରିପାରୁ ନାହାନ୍ତି। ସେମାନଙ୍କର ଧାନ ବିିକ୍ରି ହୋଇପାରୁ ନାହିଁ। ସରକାର ଏହା ଉପରେ ବିଚାର କରି ଏଭଳି ଚାଷୀଙ୍କର ଧାନ କିପରି ବିିକ୍ରି ହେବ ସେ ବିଷୟରେ ପଦକ୍ଷେପ ନେବା ଦରକାର ବୋଲି ସେ କହିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳରେ ମାତିଥାଆନ୍ତି। ବାଚସ୍ପତି ଅନ୍ୟ ଉପାୟ ନ ପାଇ ଗୃହକୁ ୧୧ଟା ୩୫ ମିନିଟରେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ଅପରାହ୍ନରେ ମଧ୍ୟ ଗୃହ ସ୍ବାଭାବିକ ହୋଇପାରି ନ ଥିଲା। କଂଗ୍ରେସ ସଦସ୍ୟ ହୋହଲ୍ଲା କରିବାରୁ ଅପରାହ୍ନରେ ୪ଟା ୨ରୁ ୫ଟା ଏବଂ ପୁଣି ୫ଟା ୩୦ ଯାଏ ମୁଲତବୀ ଘୋଷଣା କରାଯାଇଥିଲା। ବାରମ୍ବାର ହଟ୍ଟଗୋଳ ଯୋଗୁ ଗୃହ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚଦାବି ଆଲୋଚନା ହୋଇ ନ ପାରି ଗିଲୋଟିନକୁ ଯାଇଛି। ବାଚସ୍ପତି ଗୃହକୁ ଶନିବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri