ସ୍ବର୍ଣ୍ଣିମ ମୁହୂର୍ତ୍ତ

ଡ. କିଶୋର ମହାନ୍ତି

ଭାରତରେ ପ୍ରତ୍ୟେକ ବର୍ଷ ଜୁଲାଇ ୨୩କୁ ଜାତୀୟ ପ୍ରସାରଣ ଦିବସ ଭାବେ ପାଳନ କରାଯାଇଥାଏ। ଭାରତରେ ରେଡିଓ ପ୍ରସାରଣର ଅୟମାରମ୍ଭ ୧୯୨୦ରୁ ପ୍ରାୟତଃ ଆରମ୍ଭ ହୋଇଥିଲା। ପ୍ରଥମ ପ୍ରଚାର କାର୍ଯ୍ୟକ୍ରମ ୧୯୨୭ରେ ମୁମ୍ବାଇସ୍ଥିତ ରେଡିଓ କ୍ଲବ ଦ୍ୱାରା ପ୍ରସାରିତ ହୋଇଥିଲା। ୧୯୩୦ରେ ସରକାର ଟ୍ରାନ୍ସମିଟରଗୁଡ଼ିକୁ ନିଜ ଅଧୀନକୁ ନେଇଯାଇଥିଲେ ଏବଂ ଭାରତୀୟ ପ୍ରସାରଣ ସେବା ନାମରେ ଏହା ଦେଶରେ ପରିଚାଳିତ ହୋଇଥିଲା। କିନ୍ତୁ ୧୯୩୬ରେ ଏହାର ନାମ ବଦଳାଇ ଅଲ୍‌ଇଣ୍ଡିଆ ରେଡିଓ କରିଦିଆଗଲା। ୧୯୫୭ରେ ଏହାକୁ ଆକାଶବାଣୀ ନାମରେ ନାମିତ କରାଗଲା। ଯେବେ ଏହା ଆକାଶବାଣୀରେ ପରିଣତ ହେଲା ସେତେବେଳେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃଷକ, ଡ୍ରାଇଭର, ଶ୍ରମିକ ଓ ବିଦ୍ୟାର୍ଥୀଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରଚାରିତ ହେବ। ପ୍ରଥମେ ମନୋରଞ୍ଜନ ପାଇଁ କୌଣସି ସାଧନ ନ ଥିଲା। ଆକାଶବାଣୀ ପ୍ରତିଷ୍ଠା ହେବା ପରେ ଲୋକମାନଙ୍କ ପାଇଁ କେବଳ ମନୋରଞ୍ଜନ ନୁହେଁ, ବିଭିନ୍ନ ବିଷୟ ପ୍ରଚାରିତ ହେଲା।
ଆକାଶବାଣୀରେ ବିବିଧ ଭାଷାରେ କାର୍ଯ୍ୟକ୍ରମ ପ୍ରଚାରିତ ହେଲା। ଏବେ ୪୧୩ଟି ଷ୍ଟେଶନରୁ ଅଧିକ ଷ୍ଟେଶନ ସ୍ଥାପିତ ହୋଇଛି। ଦେଶର ୯୯.୧୯ ଶତାଂଶ ଭାଗ ଏଥିରୁ ଉପକୃତ ହେଉଛନ୍ତି। ୨୩ଟି ଭାଷା ୧୭୯ଟି ଆଞ୍ଚଳିକ ଭାଷାରେ

ଜାତୀୟ ପ୍ରସାରଣ ଦିବସ ଉପଲକ୍ଷେ

ଭାରତରେ ପ୍ରତ୍ୟେକ ବର୍ଷ ଜୁଲାଇ ୨୩କୁ ଜାତୀୟ ପ୍ରସାରଣ ଦିବସ ଭାବେ ପାଳନ କରାଯାଇଥାଏ। ଭାରତରେ ରେଡିଓ ପ୍ରସାରଣର ଅୟମାରମ୍ଭ ୧୯୨୦ରୁ ପ୍ରାୟତଃ ଆରମ୍ଭ ହୋଇଥିଲା। ପ୍ରଥମ ପ୍ରଚାର କାର୍ଯ୍ୟକ୍ରମ ୧୯୨୭ରେ ମୁମ୍ବାଇସ୍ଥିତ ରେଡିଓ କ୍ଲବ ଦ୍ୱାରା ପ୍ରସାରିତ ହୋଇଥିଲା। ୧୯୩୦ରେ ସରକାର ଟ୍ରାନ୍ସମିଟରଗୁଡ଼ିକୁ ନିଜ ଅଧୀନକୁ ନେଇଯାଇଥିଲେ ଏବଂ ଭାରତୀୟ ପ୍ରସାରଣ ସେବା ନାମରେ ଏହା ଦେଶରେ ପରିଚାଳିତ ହୋଇଥିଲା। କିନ୍ତୁ ୧୯୩୬ରେ ଏହାର ନାମ ବଦଳାଇ ଅଲ୍‌ଇଣ୍ଡିଆ ରେଡିଓ କରିଦିଆଗଲା। ୧୯୫୭ରେ ଏହାକୁ ଆକାଶବାଣୀ ନାମରେ ନାମିତ କରାଗଲା। ଯେବେ ଏହା ଆକାଶବାଣୀରେ ପରିଣତ ହେଲା ସେତେବେଳେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃଷକ, ଡ୍ରାଇଭର, ଶ୍ରମିକ ଓ ବିଦ୍ୟାର୍ଥୀଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରଚାରିତ ହେବ। ପ୍ରଥମେ ମନୋରଞ୍ଜନ ପାଇଁ କୌଣସି ସାଧନ ନ ଥିଲା। ଆକାଶବାଣୀ ପ୍ରତିଷ୍ଠା ହେବା ପରେ ଲୋକମାନଙ୍କ ପାଇଁ କେବଳ ମନୋରଞ୍ଜନ ନୁହେଁ, ବିଭିନ୍ନ ବିଷୟ ପ୍ରଚାରିତ ହେଲା।
ଆକାଶବାଣୀରେ ବିବିଧ ଭାଷାରେ କାର୍ଯ୍ୟକ୍ରମ ପ୍ରଚାରିତ ହେଲା। ଏବେ ୪୧୩ଟି ଷ୍ଟେଶନରୁ ଅଧିକ ଷ୍ଟେଶନ ସ୍ଥାପିତ ହୋଇଛି। ଦେଶର ୯୯.୧୯ ଶତାଂଶ ଭାଗ ଏଥିରୁ ଉପକୃତ ହେଉଛନ୍ତି। ୨୩ଟି ଭାଷା ୧୭୯ଟି ଆଞ୍ଚଳିକ ଭାଷାରେ ଏହାର ପ୍ରସାରଣ ଚାଲୁ ରହିଛି। ଏହା ଭିତରେ ସାଧାରଣ ଜନତାଙ୍କ ପାଇଁ ୧୯୭୭ରେ ସରକାରୀ ସ୍ତରରେ ଏଫ୍‌ଏମ୍‌ ରେଡିଓ ଷ୍ଟେଶନର ପ୍ରସାରଣ ମଧ୍ୟ ଆରମ୍ଭ ହୋଇଛି। ସରକାରୀ ସ୍ତରରେ ଏଫ୍‌ଏମ୍‌ ଗୋଲ୍ଡ ଓ ଏଫ ଏମ୍‌ ରେନ୍‌ବୋ ମାଧ୍ୟମରେ ସବୁ ବର୍ଗର ସ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ମାନ ପ୍ରସାରିତ ହେଉଛି। ଆକାଶବାଣୀ ମଧ୍ୟ ନିଜର ଚ୍ୟାନେଲ ସହ ବିବିଧ ଭାରତୀ ସେବା ଓ ତତ୍‌ସଙ୍ଗେସଙ୍ଗେ ବିଜ୍ଞାପନ ପ୍ରସାରଣ ସେବା ଏବଂ ବିଦେଶ ପ୍ରସାରଣ ଚ୍ୟାନେଲ ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି। କିଛି କିଛି କାର୍ଯ୍ୟକ୍ରମ ଡି.ଟି.ଏଚ୍‌. ସେବା ମାଧ୍ୟମରେ ଉପଲବ୍ଧ। ଏହା ଏବେ ସମସ୍ତ ଷ୍ଟେଶନ ପ୍ରସାର ଭାରତୀ ଅଧୀନରେ କାର୍ଯ୍ୟକାରୀ ହେଉଛି। ପ୍ରସାର ଭାରତୀ ଅଧିନିୟମ ତଥା ବୈଧାନିକ ସ୍ବାଧୀନତା ୨୩ା୧୧ା୧୯୯୭ରେ କାର୍ଯ୍ୟକ୍ଷମ ହେଲା। ଏହି ଦେଶର ନାଗରିକ ବା ଲୋକ ଲୋକସେବା ପ୍ରସାରକ ଅଟନ୍ତି।
ହିନ୍ଦୀ ଚଳଚ୍ଚିତ୍ରର ଗୀତ ସହ ବିଭିନ୍ନ ଲୋକଗୀତ, ନାଟକ, ସଂଗୀତ ପ୍ରସାର କରି ଲୋକମାନଙ୍କର ମନ କିଣିନେଇପାରିଛନ୍ତି। ଅକ୍ଟୋବର ୫ ତାରିଖ ୨୦୦୮ ମସିହାରୁ ବିବିଧ ଭାରତୀ ଡିଟିଏଚ୍‌ ସେବା ଆରମ୍ଭ ହୋଇଛି; ଯାହା ୨୪ଘଣ୍ଟିଆ କାର୍ଯ୍ୟକ୍ରମ ପ୍ରସାର କରୁଛି। ପ୍ରାୟତଃ ଦେଶରେ ୩୭ଟି ବିବିଧଭାରତୀ କେନ୍ଦ୍ର ଏବଂ କିଛି କିଛି ଲୋକାଲ ରେଡିଓ ଷ୍ଟେଶନ ପ୍ରତିଷ୍ଠା ହେବା ଫଳରେ ଆମ ଜନସଂଖ୍ୟାର ପ୍ରାୟତଃ ୯୭ ଶତାଂଶ ଭାଗ ଉପକୃତ ହେଉଛନ୍ତି। ଆକାଶବାଣୀ ଦିଲ୍ଲୀ ମୁମ୍ବାଇ କଲିକତା ବହୁ ପୁରାତନ ରେଡିଓ ଷ୍ଟେଶନ। ଏମାନଙ୍କ ମଧ୍ୟରେ ବି ଚେନ୍ନାଇ ଆକାଶବାଣୀ କେନ୍ଦ୍ର ଭାବେ ପ୍ରଥମେ ପ୍ରତିଷ୍ଠା ହୋଇଥିଲା ଓ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା।
କହିବାକୁ ଗଲେ ଭାରତରେ ପ୍ରସାରଣ ପାଇଁ ଫିଲଡେନଙ୍କ ଭୂମିକା ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ସେତେବେଳେ ଭାରତରେ ବେତାର ପ୍ରସାରଣ ପାଇଁ ଅନୁକୂଳ ପାଣିପାଗ ଥିଲା। ସ୍ବାଧୀନତା ପୂର୍ବରୁ ରେଡିଓ ଥିଲା ସାଂସ୍କୃତିକ ଜାଗରଣର ମୁଖ୍ୟ ଆୟୁଧ । ସମସ୍ତଙ୍କୁ ଏକାଠି କରିବାର ମୋହନ ମନ୍ତ୍ରରେ ବାନ୍ଧି ରଖି ପାରୁଥିଲା। ଏଣୁ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଏହି ଆକାଶବାଣୀ ବେଶି ସୁହାଇଲା।
ଆମ ରାଜ୍ୟରେ ବେତାର ଇତିହାସ ପୃଷ୍ଠାରେ ଆଉ ଗୋଟିଏ ଅଧ୍ୟାୟ ଯୋଡ଼ି ହୋଇଥିଲା। ଯେତେବେଳେ ୧୯୪୮ ଜାନୁୟାରୀ ୨୮ରେ ପ୍ରତିଷ୍ଠା ହୋଇଥିଲା ମଧୁପୁରକୋଠିରେ ଆକାଶବାଣୀ କଟକ। ସାଂପ୍ରତିକ କାଳରେ ରେଡିଓ ପ୍ରତି ଲୋକମାନଙ୍କର ଆଗ୍ରହ ବୃଦ୍ଧି ପାଇଛି। ରେଡିଓର ଶ୍ରୋତା ଅନେକ। ଆଦିବାସୀ ଡଙ୍ଗର ପାହାଡିଆ ଅଞ୍ଚଳରେ ଅଧିକ ଭାବେ ରେଡିଓକୁ ଲୋକେ ଆପଣାଇ ନେଇଛନ୍ତି। ମୋବାଇଲ ମାଧ୍ୟମରେ ହେଉ କାରରେ ଅବା ବସରେ ଯାତ୍ରା କରିଲା ବେଳେ ହେଉ ଲୋକେ ରେଡିଓ ସେଣ୍ଟରକୁ ଟ୍ୟୁନ କରୁଛନ୍ତି। ଶ୍ରମିକଟିଏ କାମ କଲା ବେଳେ, ଚାଷୀଟିଏ ଚାଷ କର୍ମ କଲାବେଳେ ରେଡିଓ ହାତଛଡା କରେ ନାହିଁ। ଦେଶରେ କମ୍ୟୁନିଟି ରେଡିଓ ସହ ଏଫ୍‌ଏମ୍‌ ରେଡିଓ ସେବା ଜାରି ରହିଛି। ଏଣୁ ଶିକ୍ଷା ସମ୍ବାଦ ଓ ମନୋରଞ୍ଜନ କ୍ଷେତ୍ରରେ ଏ ଏକ ସଶକ୍ତ ଗଣମାଧ୍ୟମ। ଏହା ଜନ ଜୀବନର ସେବାରେ ଅଭିପ୍ରେତ। ବେଦର ବାଣୀ ବହୁଜନ ହିତାୟ ବହୁ ଜନ ସୁଖାୟକୁ ଏକନିଷ୍ଠ ପୂଜାରୀ ଭାବେ ସାକାର କରି ଚାଲିଛି। ଶବ୍ଦ ଓ ଧ୍ୱନି ତରଙ୍ଗର ଯେଉଁ ମାୟା ତାହା ସତରେ ବେଶ୍‌ ଆକର୍ଷଣୀୟ। ରେଡିଓ ହିଁ ଏକମାତ୍ର ମାଧ୍ୟମ, ଯାହା ଏତେ ପ୍ରିୟ ଯେ, ସକାଳୁ ଉଠିଲେ ସେ ଦିବ୍ୟ ଚେତନାର ଉଦ୍‌ବୁଦ୍ଧ କରେ। ଦେଶ ପ୍ରେମର ସାତ୍ତ୍ୱିକ ଭାବଧାରାରେ ଉନ୍ମନା କରେ। ମାଟି ମା’ର ଗୀତ ଗାଏ ମାଟିର ସଙ୍ଗୀତ। ଆମକୁ କର୍ମ ପ୍ରବଣ କରେ। ତେଣୁ ରେଡିଓ ଆଜି ସଭିଙ୍କର ସାଥୀ।
ମୋ:୯୪୩୭୭୨୮୪୭୫

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri