ବିରୂପା ନଦୀକୁ ଛୋଟି ପଞ୍ଚାୟତର ୫ ୱାର୍ଡବାସୀଙ୍କ ଭରସା

ଡେରାବିଶ,୧୮।୪: (ସ୍ବ.ପ୍ର.) ଡେରାବିଶ ବ୍ଲକର ଅଞ୍ଚଳ ସପ୍ତାହେ ହେବ ୪୦ ଡିଗ୍ରୀ ପାଖାପାଖି ତାପମାତ୍ରା ରହିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ବ୍ଲକର କେତେକ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବସୁଧା ଯୋଜନା ଯୋଗେ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଯୋଜନା କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ପାନୀୟ ଜଳ ଯୋଗାଣ ବିଭାଗର ଅପାରଗତା ପାଇଁ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ପାନୀୟ ଜଳ ସଙ୍କଟ ଏବେ ଉତ୍କଟ ରୂପ ଧାରଣ କରିଛି। ବ୍ଲକ ଅଧୀନସ୍ଥ ଛୋଟି ପଞ୍ଚାୟତର ଛୋଟିଠାରେ ଥିବା ଓଭରହେଡ୍‌ ପାଣିଟାଙ୍କିରୁ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି। ହେଲେ ଜାନୁୟାରୀରୁ ପଞ୍ଚାୟତ ଅଧୀନ ୫ଟି ୱାର୍ଡର ୨୦୦୦ରୁ ଊର୍ଦ୍ଧ୍ୱ ଅଧିବାସୀ ପନୀୟ ଜଳ ସଙ୍କଟରେ ଘାଣ୍ଟି ହେଉଛନ୍ତି। ତେବେ ବର୍ତ୍ତମାନ ପାନୀୟ ଜଳର ଅନ୍ୟ କୌଣସି ବିକଳ୍ପ ଉତ୍ସ ନ ଥିବାରୁ ଛୋଟି ପଞ୍ଚାୟତ ଦେଇ ଯାଇଥିବା ବିରୂପା ନଦୀର ପାଣିକୁ ଜଳ କ୍ଲିଷ୍ଟ ଲୋକଙ୍କ ପାଇଁ ସାହାରା ପାଲଟିଛି। ଯେଉଁ ନଦୀରେ ଗୃହପାଳିତ ପ୍ରାଣୀ ପାଣିକୁ ବ୍ୟବହାର କରୁଛନ୍ତି ସେହି ନଦୀର ଦୂଷିତ ଜଳକୁ ଜଳ କ୍ଲିଷ୍ଟ ଲୋକମାନେ ମଧ୍ୟ ନିଜକୁ ବଞ୍ଚାଇବା ପାଇଁ ଘରଠାରୁ ୨ କିଲୋମିଟର ଦୂର ନଦୀରୁ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ପାଣି ଆଣୁଥିବା ଦେଖିବାକୁ ମିଳିଛି। ତେବେ ଏ ବିଷୟରେ ଦାୟିତ୍ୱରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦେବାଶିଷ ଧଳଙ୍କୁ ପଚାରିବାରେ ଓଭରହେଡ୍‌ ଟାଙ୍କିରୁ ସମ୍ପୃକ୍ତ ଗ୍ରାମଗୁଡ଼ିକୁ ପାଇପ୍‌ ବିଛାଇବା ପାଇଁ ଜଣେ ଠିକାଦାରକୁ ଦାୟିତ୍ୱ ଦିଆଯାଇଥିଲା। ଠିକାଦର ଜଣକୁ ବିଭାଗୀୟ ଡାଇଗ୍ରାମ ଅନୁସାରେ କେତେକ ଜାଗାରେ ଯାଇଥିବା ପୁରୁଣା ପାଇପ୍‌ ରହିବା ସହ ଅନ୍ୟ ଜାଗାରେ ନୂଆ ପାଇପ୍‌ ବିଛା ହେବା ପାଇଁ କୁହାଯାଇଥିଲା। ମାତ୍ର ଜଳ କ୍ଲିଷ୍ଟ ଗ୍ରାମର କେତେଜଣ ବ୍ୟକ୍ତି ପୁରୁଣା ପାଇପ୍‌କୁ ସମ୍ପୂର୍ଣ୍ଣ ଉଠାଇ ନୂଆ ପାଇପ୍‌ ଯୋଗେ ଜଳ ଯୋଗାଇବାକୁ ଜିଦ୍‌ ଧରିଥିବାରୁ ଠିକାଦାର ଅଧାରୁ କାମ ବନ୍ଦ କରିଦେଇଛନ୍ତି। ଫଳରେ ଏଭଳି ସମସ୍ୟା ଉପୁଜିଛି। ଲୋକଙ୍କୁ କେବେ ପାନୀୟ ଜଳ ଯୋଗାଇ ଦିଆଯିବ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ନ ହେଲେ ଜଳ କ୍ଲିଷ୍ଟ ଲୋକମାନେ ମାଠିଆ ଗରା ଧରି ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ୫ନଂ.ୱାର୍ଡ଼ର ଅଧିବାସୀ ସୁବାସ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri