Posted inUncategorized

ହାଇକୋର୍ଟ ଯିବ ଶ୍ରୀମନ୍ଦିର ପ୍ରଶାସନ

ଖୋର୍ଦ୍ଧା ଅଫିସ,୫।୨: ଖୋର୍ଦ୍ଧାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଖଣିଜ ସମ୍ପଦର ସୁରକ୍ଷାରେ ଅବହେଳା ନେଇ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି) ଶ୍ରୀମନ୍ଦିର ପ୍ରଶାସନକୁ ୧୨ କୋଟି ଟଙ୍କା ଭରଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟଙ୍କା ଖୋର୍ଦ୍ଧା ଜିଲା ପ୍ରଶାସନକୁ ପ୍ରଦାନ କରାଯିବ। ଉକ୍ତ ଅର୍ଥରେ ଖୋର୍ଦ୍ଧା ଜିଲା ପ୍ରଶାସନ ଖଣିର ପୁନରୁଦ୍ଧାର, ନବୀକରଣ କାର୍ଯ୍ୟ କରିବାକୁ ଏନ୍‌ଜିଟିର ନିର୍ଦ୍ଦେଶ ରହିଥିଲା। ତେବେ ୧୨କୋଟି ଭରଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରଶ୍ନ ଉଠାଇଛି।
କି ନିକଟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିଲା। ତେବେ ଏ ସମ୍ପର୍କରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପରିଚାଳକ ବୀର ବିକ୍ରମ ଯାଦବ ସ୍ପଷ୍ଟ କରିଥିଲେ। ୨୦୨୨ ଅକ୍ଟୋବରରେ ଏନ୍‌ଜିଟି ଉପରୋକ୍ତ ରାୟ ଶୁଣାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି। ମହାପ୍ରଭୁଙ୍କ ଖଣିଜ ସମ୍ପଦକୁ ସୁରକ୍ଷା ଦେବାରେ ଅବହେଳା କରିଥିବା ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କଠାରୁ ଏହି ଟଙ୍କା ଆଦାୟ କରିବା ଲାଗି ବିଭିନ୍ନ ମହଲରେ ଦାବି ହେଉଛି। ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ କେସ୍‌ ଫାଇଲ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରକାଶ ଯେ, ଶ୍ରୀମନ୍ଦିର ପ୍ରଶାସନ ପ୍ରତିବର୍ଷ ପଥର ଖଣି ଲିଜ୍‌ ଦେଉଥିବା ବେଳେ ଏହାର ସୁରକ୍ଷା ପ୍ରତି କୌଣସି ଗୁରୁତ୍ୱ ଦେଉନାହିଁ। ଜିଲା ପ୍ରଶାସନର ମଧ୍ୟ ଏଥିପ୍ରତି ଆନ୍ତରିକତା ଅଭାବ ରହିଛି। ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ହରିଲୁଟ୍‌ ଚାଲିଥିବା ବେଳେ ଉଭୟ କେବଳ ପରସ୍ପର ପ୍ରତି ଦୋଷ ଲଦି ନିଜ ଉପରୁ ଦାୟିତ୍ୱ ଖସାଉଛନ୍ତି। ଶ୍ରୀମନ୍ଦିର ସମ୍ପତ୍ତିର ସୁରକ୍ଷା ଲାଗି ଜିଲା ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପ୍ରଶାସନର ଆନ୍ତରିକତା ନାହିଁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?