ଆକାଉଣ୍ଟ ସେଟେଲ କର, ନଚେତ ଦରମା ବନ୍ଦ

କଟକ ଅଫିସ,୧୨।୧୨: ସମ୍ବଲପୁର ହୀରାକୁଦ ଡ୍ୟାମର ଜଣେ ପୂର୍ବତନ କର୍ମଚାରୀଙ୍କ ଆକାଉଣ୍ଟ ଦୀର୍ଘ ବର୍ଷ ଧରି ସେଟେଲମେଣ୍ଟ ହୋଇ ନ ଥିବା ଘଟଣାରେ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅର୍ଥାତ ୨୧।୧୨।୨୦୨୦ ପୂର୍ବରୁ ଆକାଉଣ୍ଟ ସେଟେଲମେଣ୍ଟ କରା ନ ଗଲେ ଅର୍ଥ ଓ ଆଇନ ବିଭାଗ ସଚିବଙ୍କ ଦରମା ବନ୍ଦ କରାଯିବ ବୋଲି ଶୁକ୍ରବାର ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଏସ୍‌. କେ. ପାଣିଗ୍ରାହୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି ।

ପ୍ରକାଶ ଯେ, ମିଥୁରାମ ଭୋଇ ହୀରାକୁଦ ଡ୍ୟାମରେ ୩୭ବର୍ଷ ଧରି ଜଣେ ୱାର୍କ ଚାର୍ଜ କର୍ମଚାରୀ ଭାବେ କାମ କରି ଚାକିରିରୁ ୩୦।୬।୧୯୯୮ରେ ଅବସର ନେଇଥିଲେ। ବର୍ତ୍ତମାନ ତାଙ୍କୁ ୮୪ ବର୍ଷ ବୟସ। ୨୦୧୫ରେ ସେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲଙ୍କ ଆଶ୍ରୟ ନେଇଥିଲେ। ଟ୍ରିବ୍ୟୁନାଲ ୮।୯।୨୦୧୫ରେ ମାମଲାର ଶୁଣାଣି କରିଥିଲେ। ଟ୍ରିବ୍ୟୁନାଲ ମିଥୁରାମଙ୍କୁ ଅତି କମ୍‌ରେ ଗୋଟିଏ ଦିନ ପାଇଁ କାମରେ ନିୟମିତ କରାଇ ସର୍ବନିମ୍ନ ଦରମା ସହ ପେନ୍‌ସନ୍‌ ଓ ଏରିୟର ଦେବା ପାଇଁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜଳସମ୍ପଦ ବିଭାଗ ତରଫରୁ ଏକ ରିଟ୍‌ ପିଟିଶନ(ଡବ୍ଳ୍ୟୁପିସି ୯୦୯୯/୧୬) ହାଇକୋର୍ଟରେ ଦାଖଲ କରାଯାଇଥିଲା। ୧୨।୧୨।୨୦୧୯ରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଜାଭେରୀ ଓ ଜଷ୍ଟିସ କେ. ଆର୍‌ ମହାପାତ୍ରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ଶେଷ ଶୁଣାଣି କରିଥିଲେ। ଅଦାଲତ ଆବେଦନକାରୀ(ଅଧୀକ୍ଷଣ ଯନ୍ତ୍ରୀ ହୀରାକୁଦ ଡ୍ୟାମ, ବୁର୍ଲା ଓ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ)ଙ୍କୁ ମିଥୁରାମଙ୍କ ଆକାଉଣ୍ଟ ସେଟେଲମେଣ୍ଟ ପାଇଁ ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମିଥୁରାମଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଯେକୌଣସି ପଦବୀରେ ସ୍ଥାନିତ କରି ଦରମା ସହ ପେନ୍‌ସନ୍‌ ଓ ଏରିୟର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରି କି ଏହାକୁ ୧।୨।୨୦୨୦ ପୂର୍ବରୁ ଆକ୍‌ଚୁଆଲ ପେନ୍‌ସନ୍‌ ଓ ୧୦।୪।୨୦୨୦ ପୂର୍ବରୁ ଏରିୟର ପ୍ରଦାନ କରିବାକୁ କହିଥିଲେ। କିନ୍ତୁ କୋର୍ଟଙ୍କ ଆଦେଶକୁ ସରକାରୀସ୍ତରରେ ଅବମାନନା କରାଯାଇଥିଲା । ୨୮।୯।୨୦୨୦ରେ ମିଥୁରାମ ଏକ ଅଦାଲତ ଅବମାନନା ମାମଲା ହାଇକୋର୍ଟରେ ଫାଇଲ କରିଥିଲେ। ୨୩।୧୧।୨୦ରେ ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ ସରକାରୀ ଓକିଲଙ୍କୁ ଅବମାନନାର କାରଣ ୮ ଡିସେମ୍ବର ପୂର୍ବରୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ା ୭।୧୨।୨୦ରେ ପ୍ରତିପକ୍ଷ ତରଫରୁ ଏକ କାରଣ ଦର୍ଶାଅ ସତ୍ୟପାଠ ଦାଖଲ କରାଯାଇ ଅର୍ଥ ଓ ଆଇନ ବିଭାଗର ସହମତିରେ ଏହାକୁ ବିଚାର କରାଯାଉଥିବାରୁ ବିଳମ୍ବ ହେଉଥିବା ଦର୍ଶାଯାଇଥିଲା। ଶୁକ୍ରବାର ଶୁଣାଣିରେ ଅଦାଲତଙ୍କୁ ପ୍ରତିପକ୍ଷ ଆଉ ଅଧିକ ୩ମାସ ସମୟ ମାଗିଥିଲେ ା କିନ୍ତୁ ପୂର୍ବ ନିର୍ଦ୍ଦେଶକୁ ଏକ ବର୍ଷ ବିତିଥିଲେ ସୁଦ୍ଧା ଅଦାଲତ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନ ଥିବାରୁ ଆସନ୍ତା ୨୧ତାରିଖ ପୂର୍ବରୁ ମିଥୁରାମଙ୍କ ଆକାଉଣ୍ଟ ସେଟେଲ କରିବାକୁ କୁହାଯାଇଛି। ନଚେତ ଆଇନ ଓ ଅର୍ଥ ବିଭାଗ ସଚିବଙ୍କ ଦରମା ବନ୍ଦ କରାଯିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri