ଆକାଉଣ୍ଟ ସେଟେଲ କର, ନଚେତ ଦରମା ବନ୍ଦ

କଟକ ଅଫିସ,୧୨।୧୨: ସମ୍ବଲପୁର ହୀରାକୁଦ ଡ୍ୟାମର ଜଣେ ପୂର୍ବତନ କର୍ମଚାରୀଙ୍କ ଆକାଉଣ୍ଟ ଦୀର୍ଘ ବର୍ଷ ଧରି ସେଟେଲମେଣ୍ଟ ହୋଇ ନ ଥିବା ଘଟଣାରେ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅର୍ଥାତ ୨୧।୧୨।୨୦୨୦ ପୂର୍ବରୁ ଆକାଉଣ୍ଟ ସେଟେଲମେଣ୍ଟ କରା ନ ଗଲେ ଅର୍ଥ ଓ ଆଇନ ବିଭାଗ ସଚିବଙ୍କ ଦରମା ବନ୍ଦ କରାଯିବ ବୋଲି ଶୁକ୍ରବାର ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଏସ୍‌. କେ. ପାଣିଗ୍ରାହୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି ।

ପ୍ରକାଶ ଯେ, ମିଥୁରାମ ଭୋଇ ହୀରାକୁଦ ଡ୍ୟାମରେ ୩୭ବର୍ଷ ଧରି ଜଣେ ୱାର୍କ ଚାର୍ଜ କର୍ମଚାରୀ ଭାବେ କାମ କରି ଚାକିରିରୁ ୩୦।୬।୧୯୯୮ରେ ଅବସର ନେଇଥିଲେ। ବର୍ତ୍ତମାନ ତାଙ୍କୁ ୮୪ ବର୍ଷ ବୟସ। ୨୦୧୫ରେ ସେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲଙ୍କ ଆଶ୍ରୟ ନେଇଥିଲେ। ଟ୍ରିବ୍ୟୁନାଲ ୮।୯।୨୦୧୫ରେ ମାମଲାର ଶୁଣାଣି କରିଥିଲେ। ଟ୍ରିବ୍ୟୁନାଲ ମିଥୁରାମଙ୍କୁ ଅତି କମ୍‌ରେ ଗୋଟିଏ ଦିନ ପାଇଁ କାମରେ ନିୟମିତ କରାଇ ସର୍ବନିମ୍ନ ଦରମା ସହ ପେନ୍‌ସନ୍‌ ଓ ଏରିୟର ଦେବା ପାଇଁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜଳସମ୍ପଦ ବିଭାଗ ତରଫରୁ ଏକ ରିଟ୍‌ ପିଟିଶନ(ଡବ୍ଳ୍ୟୁପିସି ୯୦୯୯/୧୬) ହାଇକୋର୍ଟରେ ଦାଖଲ କରାଯାଇଥିଲା। ୧୨।୧୨।୨୦୧୯ରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଜାଭେରୀ ଓ ଜଷ୍ଟିସ କେ. ଆର୍‌ ମହାପାତ୍ରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ଶେଷ ଶୁଣାଣି କରିଥିଲେ। ଅଦାଲତ ଆବେଦନକାରୀ(ଅଧୀକ୍ଷଣ ଯନ୍ତ୍ରୀ ହୀରାକୁଦ ଡ୍ୟାମ, ବୁର୍ଲା ଓ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ)ଙ୍କୁ ମିଥୁରାମଙ୍କ ଆକାଉଣ୍ଟ ସେଟେଲମେଣ୍ଟ ପାଇଁ ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମିଥୁରାମଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଯେକୌଣସି ପଦବୀରେ ସ୍ଥାନିତ କରି ଦରମା ସହ ପେନ୍‌ସନ୍‌ ଓ ଏରିୟର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରି କି ଏହାକୁ ୧।୨।୨୦୨୦ ପୂର୍ବରୁ ଆକ୍‌ଚୁଆଲ ପେନ୍‌ସନ୍‌ ଓ ୧୦।୪।୨୦୨୦ ପୂର୍ବରୁ ଏରିୟର ପ୍ରଦାନ କରିବାକୁ କହିଥିଲେ। କିନ୍ତୁ କୋର୍ଟଙ୍କ ଆଦେଶକୁ ସରକାରୀସ୍ତରରେ ଅବମାନନା କରାଯାଇଥିଲା । ୨୮।୯।୨୦୨୦ରେ ମିଥୁରାମ ଏକ ଅଦାଲତ ଅବମାନନା ମାମଲା ହାଇକୋର୍ଟରେ ଫାଇଲ କରିଥିଲେ। ୨୩।୧୧।୨୦ରେ ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ ସରକାରୀ ଓକିଲଙ୍କୁ ଅବମାନନାର କାରଣ ୮ ଡିସେମ୍ବର ପୂର୍ବରୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ା ୭।୧୨।୨୦ରେ ପ୍ରତିପକ୍ଷ ତରଫରୁ ଏକ କାରଣ ଦର୍ଶାଅ ସତ୍ୟପାଠ ଦାଖଲ କରାଯାଇ ଅର୍ଥ ଓ ଆଇନ ବିଭାଗର ସହମତିରେ ଏହାକୁ ବିଚାର କରାଯାଉଥିବାରୁ ବିଳମ୍ବ ହେଉଥିବା ଦର୍ଶାଯାଇଥିଲା। ଶୁକ୍ରବାର ଶୁଣାଣିରେ ଅଦାଲତଙ୍କୁ ପ୍ରତିପକ୍ଷ ଆଉ ଅଧିକ ୩ମାସ ସମୟ ମାଗିଥିଲେ ା କିନ୍ତୁ ପୂର୍ବ ନିର୍ଦ୍ଦେଶକୁ ଏକ ବର୍ଷ ବିତିଥିଲେ ସୁଦ୍ଧା ଅଦାଲତ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନ ଥିବାରୁ ଆସନ୍ତା ୨୧ତାରିଖ ପୂର୍ବରୁ ମିଥୁରାମଙ୍କ ଆକାଉଣ୍ଟ ସେଟେଲ କରିବାକୁ କୁହାଯାଇଛି। ନଚେତ ଆଇନ ଓ ଅର୍ଥ ବିଭାଗ ସଚିବଙ୍କ ଦରମା ବନ୍ଦ କରାଯିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri