ଚନ୍ଦ୍ରଯାନର ନାୟକ

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବା ଜହ୍ନ। ପୃଥିବୀକୁ ମାଆ ବୋଲି ଧରାଯାଇଥିବାରୁ ତା’ର ଭାଇ ଜହ୍ନକୁ ପୃଥିବୀବାସୀ ମାମୁ ବୋଲି ସମ୍ବୋଧନ କରିଥାଆନ୍ତି। ସନ୍ଧ୍ୟା ଆକାଶକୁ ଆଲୋକିତ କରୁଥିବା ଏହି ଜହ୍ନକୁ ଦେଖାଇ ମା’ମାନେ ପିଲାକୁ କାଖରେ ଧରି ଖୁଆଇବାକୁ ଯାଇ କହିଥାଆନ୍ତି-ହେଇ ଦେଖ ଜହ୍ନ, ତୋ ମାମୁ। ବହୁ ଦୂରରେ ଥିବା ଜହ୍ନମାମୁକୁ ଦେଖି ପିଲାମାନେ ଖାଇଦେଇଥାଆନ୍ତି। ସାହିତି୍ୟକ ଜହ୍ନକୁ ନେଇ ଢେର ବର୍ଣ୍ଣନା କରିଛନ୍ତି। ହେଲେ ବିଜ୍ଞାନୀମାନେ କାଳ୍ପନିକ ରାଇଜରେ ବିଚରଣ ନ କରି ତା’ର ବାସ୍ତବ ପୃଷ୍ଠଭୂମିରେ ପାଦ ଥାପିଛନ୍ତି। ଆମେରିକା, ରୁଷିଆ ଓ ଚାଇନା ଚନ୍ଦ୍ରରେ ସେମାନଙ୍କ ଯାନ ପହଞ୍ଚାଇଥିବା ବେଳେ ଏବେ ଭାରତ ସେହି କ୍ଲବରେ ସାମିଲ ହୋଇ ଆଉ ପାଦେ ଆଗେଇଯାଇଛି। ୨୩ ଅଗଷ୍ଟ ୨୦୨୩ ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ତା’ର ଲ୍ୟାଣ୍ଡର ‘ବିକ୍ରମ’କୁ କୋମଳ ଅବତରଣ କରାଇବା ପରେ ଭାରତ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପୂର୍ବରୁ ଘୋଷଣା କରିଥିବା ସମୟ ଅନୁଯାୟୀ ଏହା ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଥିଲା। ସେହି ଆକାଂକ୍ଷିତ ଦିନ ଉପସ୍ଥିତ ହେବା ପରେ ସନ୍ଧ୍ୟା ୫ଟା ୪୦ ମିନିଟ୍‌ରେ ଲ୍ୟାଣ୍ଡର ‘ବିକ୍ରମ’ ଜହ୍ନଠାରୁ ୩୦ କିଲୋମିଟର ଦୂରରେ ଥିଲା। ଏହା ପରେ ଧୀର ଗତିରେ ଓହ୍ଲାଇ ୨୩ ମିନିଟ୍‌ ପରେ ଯେତେବେଳେ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବାକୁ ଯାଉଥିଲା ସେତେବେଳେ ଇସ୍ରୋ ବୈଜ୍ଞାନିକଙ୍କ ସମେତ ଦେଶବାସୀ ଖୁସିରେ ଆତ୍ମହରା ହୋଇଯାଇଥିଲେ। ମୁନ୍‌ ମିଶନ ପଛରେ ଥିବା ଇଞ୍ଜିନିୟର ଓ ବୈଜ୍ଞାନିକଙ୍କୁ ସବୁ ଶ୍ରେୟ ଯାଇଥିବା ବେଳେ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କ ଅକ୍ଳାନ୍ତ ଉଦ୍ୟମ ଓ ପ୍ରତିବଦ୍ଧତା ବିଷୟରେ ଏବେ ଚର୍ଚ୍ଚା ହେଉଛି। ସେମାନେ ହେଲେ ଇସ୍ରୋ ଅଧ୍ୟକ୍ଷ ଏସ୍‌. ସୋମନାଥ, ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର (ଭିଏସ୍‌ଏସ୍‌ସି) ନିର୍ଦ୍ଦେଶକ ଏସ୍‌. ୟୁନିକ୍ରିଷ୍ଣନ ନାୟାର, ଚନ୍ଦ୍ରୟାନ-୩ ପ୍ରୋଜେକ୍ଟ ଡାଇରେକ୍ଟର ପି. ଭେରାମୁଥୁଭେଲ, ୟୁ ଆର୍‌ ରାଓ ସାଟେଲାଇଟ୍‌ ସେଣ୍ଟର(ୟୁଆର୍‌ଏସ୍‌ସି) ନିର୍ଦ୍ଦେଶକ ଏମ୍‌. ଶଙ୍କରନ୍‌, ଲିକ୍ୟୁଡ୍‌ ପ୍ରପଲଶନ୍‌ ସିଷ୍ଟମ୍ସ ସେଣ୍ଟର ନିର୍ଦ୍ଦେଶକ ଭି. ନାରାୟଣନ୍‌, ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟର (ଏସ୍‌ଡିଏସ୍‌ସି) ନିର୍ଦ୍ଦେଶକ ଏ.ରାଜାରାଜନ୍‌, ଚନ୍ଦ୍ରୟାନ-୩ ଲଞ୍ଚ୍‌ର ମିଶନ ଡାରେକ୍ଟର ଏସ୍‌. ମୋହନା କୁମାର ଏବଂ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ୍‌ କମାଣ୍ଡ ନେଟ୍‌ଓ୍ବର୍କ ସେଣ୍ଟର (ଆଇଏସ୍‌ଟିଆର୍‌ଏସି) ନିର୍ଦ୍ଦେଶକ ବି. ଏନ୍‌.ରାମକ୍ରିଷ୍ଣ। ତେବେ ଏଠାରେ ନମ୍ବର-୨ରେ ଥିବା ଏସ୍‌. ୟୁନିକ୍ରିଷ୍ଣନ ନାୟାର ହିସାବ କରି କହିଥିଲେ ଯେ ଏଥର ଭାରତ କଦାପି ଲକ୍ଷ୍ୟଚ୍ୟୁତ ହେବ ନାହଁ ଓ ଠିକ୍‌ ୬ଟା ୪ ମିନିଟ୍‌ରେ ନିଶ୍ଚିୟ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ବିନା ବାଧାରେ ପହଞ୍ଚତ୍ବ। ସମ୍ଭବତଃ ସେଥିପାଇଁ ୟୁନିକ୍ରିଷ୍ଣନ୍‌ଙ୍କୁ ନେଇ ଏବେ ଅଧିକ ଚର୍ଚ୍ଚା ହେଉଛି।
ୟୁନିକ୍ରିଷ୍ଣନ୍‌ କେରଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ରାଜମ୍ମା ଓ ପିତା ଶ୍ରୀଧରନ୍‌ ନାୟାର କୋଟାୟାମ୍‌ ସର୍ଭେ ଅଫିସ୍‌ରେ କାର୍ଯ୍ୟ କରୁଥିଲେ। ୟୁନିକ୍ରିଷ୍ଣନ୍‌ କେରଳ ବିଶ୍ୱବିଦ୍ୟାଳୟ ଅଧୀନ ମାର୍‌ ଆଥ୍‌ନାସିୟୁସ୍‌ କଲେଜ ଅଫ୍‌ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିଲେ। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌)ରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ଏମ୍‌ଇ ଡିଗ୍ରୀ ହାସଲ କରିବା ପରେ ସେ ଆଇଆଇଟି ମାଡ୍ରାସରୁ ମେକାନିକାଲ ଇଞ୍ଜିନିୟରିଂରେ ପିଏଚ୍‌.ଡି. କରିଥିଲେ। ୧୯୮୫ରେ ସେ ଭିଏସ୍‌ଏସ୍‌ସିରେ ଯୋଗ ଦେଇଥିଲେ। ଭାରତୀୟ ଏରୋସ୍ପେସ୍‌ ଇଞ୍ଜିନିୟର ଭାବେ ସେ ଅନେକ ପରୀକ୍ଷଣ କରିଛନ୍ତି। ଭେହିକିଲ୍‌ ଡିଜାଇନ୍‌ କ୍ଷେତ୍ରରେ ତାଙ୍କର ବେଶ୍‌ ଦକ୍ଷତା ଥିବାରୁ ପିଏସ୍‌ଏଲ୍‌ଭି, ଜିଏସ୍‌ଏଲ୍‌ଭି ଓ ଏଲ୍‌ଭିଏମ୍‌୩ର ଏରୋସ୍ପେସ୍‌ ସିଷ୍ଟମ ଓ ପ୍ରସ୍ତୁତିରେ ତାଙ୍କ ସମ୍ପୃକ୍ତ ରହିଆସିଛିି। ମହାକାଶକୁ ମାନବ ମହାକାଶଚାରୀ ପ୍ରେରଣ କରିବା ଲାଗି ଭାରତର ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ‘ଗଗନାୟନ’ ଲାଗି କାର୍ଯ୍ୟ କରୁଥିବା ଟିମ୍‌ର ନେତୃତ୍ୱ ୟୁନିକ୍ରିଷ୍ଣନ୍‌ ନେଉଛନ୍ତି।
ଭିଏସ୍‌ଏସ୍‌ସି ନିର୍ଦ୍ଦେଶକ ରହିବା ସହ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସ୍ପେସ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ ୟୁନିକ୍ରିଷ୍ଣନ୍‌ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତିି। ଏତେ କାର୍ଯ୍ୟ ସହିତ ସେ ଜଣେ ମାଲୟାଲମ୍‌ ଭାଷାରେ କ୍ଷୁଦ୍ର ଗଳ୍ପ ଲେଖି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବ୍ୟକ୍ତିଗତ ଜୀବନ କହିଲେ ଭିଏସ୍‌ଏସ୍‌ସିରେ କମ୍ପ୍ୟୁଟର ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥିବା ଜୟା ଜି ନାୟାର ହେଉଛନ୍ତି ତାଙ୍କ ସହଧର୍ମିଣୀ। ସେମାନଙ୍କର ଦୁଇ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri